Biblia Todo Logo
Bib sou entènèt

- Piblisite -




୧ ଥେସଲନୀକୀୟ 4:13 - ପବିତ୍ର ବାଇବଲ (CL) NT (BSI)

13 ଭାଇମାନେ, ପରଲୋକପ୍ରାପ୍ତ ବ୍ୟକ୍ତିମାନଙ୍କ ସମ୍ପର୍କରେ ଏକ ବାସ୍ତବ କଥା ତୁମ୍ଭମାନଙ୍କୁ ଜଣାଇବାକୁ ଚାହୁଁଛୁ। ତାହାହେଲେ, ତୁମ୍ଭେମାନେ ଆଉ ଭରସାଶୂନ୍ୟ ଲୋକମାନଙ୍କ ପରି ଶୋକାକୁଳ ହେବ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ହେ ଭାଇମାନେ, ଭରସାହୀନ ଅନ୍ୟ ସମସ୍ତଙ୍କ ପରି ତୁମ୍ଭେମାନେ ଯେପରି ଶୋକାକୁଳ ନ ହୁଅ, ଏଥିନିମନ୍ତେ ମହାନିଦ୍ରାପ୍ରାପ୍ତ ଲୋକମାନଙ୍କ ବିଷୟରେ ତୁମ୍ଭେମାନେ ଯେ ଅଜ୍ଞ ଥାଅ, ଏହା ଆମ୍ଭମାନଙ୍କର ଇଚ୍ଛା ନୁହେଁ।

Gade chapit la Kopi

ଓଡିଆ ବାଇବେଲ

13 ହେ ଭାଇମାନେ, ଭରସାହୀନ ଅନ୍ୟ ସମସ୍ତଙ୍କ ପରି ତୁମ୍ଭେମାନେ ଯେପରି ଶୋକାକୁଳ ନ ହୁଅ, ଏଥି ନିମନ୍ତେ ମହାନିଦ୍ରାପ୍ରାପ୍ତ ଲୋକମାନଙ୍କ ବିଷୟରେ ତୁମ୍ଭେମାନେ ଯେ ଅଜ୍ଞ ଥାଅ, ଏହା ଆମ୍ଭମାନଙ୍କ ଇଚ୍ଛା ନୁହେଁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ହେ ଭାଇମାନେ, ଭରସାହୀନ ଅନ୍ୟ ସମସ୍ତଙ୍କ ପରି ତୁମ୍ଭେମାନେ ଯେପରି ଶୋକାକୁଳ ନ ହୁଅ, ଏଥିନିମନ୍ତେ ମହାନିଦ୍ରାପ୍ରାପ୍ତ ଲୋକମାନଙ୍କ ବିଷୟରେ ତୁମ୍ଭେମାନେ ଯେ ଅଜ୍ଞ ଥାଅ, ଏହା ଆମ୍ଭମାନଙ୍କ ଇଚ୍ଛା ନୁହେଁ।

Gade chapit la Kopi

ପବିତ୍ର ବାଇବଲ

13 ଭାଇ ଓ ଭଉଣୀମାନେ! ମୃତମାନଙ୍କ ବିଷୟରେ ତୁମ୍ଭେମାନେ ଅଜ୍ଞାତ ରୁହ ବୋଲି ଆମ୍ଭେ ଗ୍ଭହୁଁ ନାହୁଁ। ଭରସା ପାଇ ନ ଥିବା ଅନ୍ୟ ଲୋକଙ୍କ ଭଳି ତୁମ୍ଭେମାନେ ଦୁଃଖୀ ହୁଅ ବୋଲି ଆମ୍ଭେ ଗ୍ଭହୁଁ ନାହୁଁ।

Gade chapit la Kopi




୧ ଥେସଲନୀକୀୟ 4:13
35 Referans Kwoze  

ଖ୍ରୀଷ୍ଟଙ୍କ ପୁନରାଗମନ ସମୟରେ ଆମେ ଇହଜୀବନରେ ଥାଉ ବା ନ ଥାଉ, ତାଙ୍କ ସହିତ ଯେପରି ସଂଯୁକ୍ତ ହୋଇ ରହିବୁ, ଏଥିନିମନ୍ତେ ସେ ଆମ ପାଇଁ ମୃତ୍ୟୁଭୋଗ କଲେ।


ଆମେ ଏବେ ତୁମ୍ଭମାନଙ୍କୁ ଯେଉଁ ଶିକ୍ଷା ଦେଉଛୁ, ତାହା ପ୍ରଭୁଙ୍କର ଶିକ୍ଷା। ପ୍ରଭୁଙ୍କ ଆଗମନ ସମୟରେ ଆମେ ଯେଉଁମାନେ ଜୀବିତ ଥିବୁ, ପୂର୍ବରୁ ପରଲୋକପ୍ରାପ୍ତ ହୋଇଥିବା ଲୋକଙ୍କଠାରୁ ଆଗୁଆ ହୋଇ ଚାଲିଯିବୁ ନାହିଁ।


ପୂର୍ବେ ତୁମ୍ଭେମାନେ ଖ୍ରୀଷ୍ଟଙ୍କଠାରୁ ଦୂରରେ ଥିଲ, ତୁମ୍ଭେମାନେ ବିଦେଶୀ ଥିଲ ଓ ଈଶ୍ୱରଙ୍କ ମନୋନୀତ ଜାତିରେ ଅନ୍ତର୍ଭୁକ୍ତ ହୋଇ ନ ଥିଲ। ଈଶ୍ୱର ତାଙ୍କ ଲୋକମାନଙ୍କ ପ୍ରତି କରିଥିବା ପ୍ରତିଜ୍ଞା ଉପରେ ସ୍ଥାପିତ ନିୟମରେ ତୁମ୍ଭମାନଙ୍କର କୌଣସି ଅଂଶ ନ ଥିଲା। ଭରସାଶୂନ୍ୟ ଓ ଈଶ୍ୱରବିହୀନ ହୋଇ ତୁମ୍ଭେମାନେ ଜଗତରେ ବାସ କରୁଥିଲ।


ସେମାନେ ତୁମକୁ ପରିହାସ କରି ପଚାରିବେ, “ସେ ଆସିବେ ବୋଲି ପ୍ରତିଜ୍ଞା କରିଥିଲେ, ନୁହେଁ କି? ସେ ଏବେ କେଉଁଠାରେ? ଆମ ପିତୃପୁରୁଷମାନେ ମୃତ୍ୟଭୋଗ କଲେଣି କିନ୍ତୁ ସୃଷ୍ଟିର ଆରମ୍ଭରୁ ଯାହା ଯେପରି ଥିଲା, ବର୍ତ୍ତମାନ ମଧ୍ୟ ସବୁ ତ ସେହିପରି ଅଛି।”


ତା’ପରେ ସେ ଏକ ସଙ୍ଗେ ତାଙ୍କର ପାଞ୍ଚ ଶହରୁ ଅଧିକ ଅନୁଗାମୀଙ୍କୁ ଦର୍ଶନ ଦେଇଥିଲେ। ସେମାନଙ୍କ ମଧ୍ୟରୁ କେତେକ ଏବେ ଜଗତରେ ନାହାନ୍ତି, କିନ୍ତୁ ଅଧିକାଂଶ ଜୀବିତ ଅଛନ୍ତି।


ସେ ଆଣ୍ଠୁମାଡ଼ି ଉଚ୍ଚ ସ୍ୱରରେ କହିଲେ, “ପ୍ରଭୁ! ଏମାନଙ୍କ ବିରୁଦ୍ଧରେ ଏହି ପାପ ସ୍ମରଣ କର ନାହିଁ।” ଏହା କହି ସେ ପ୍ରାଣତ୍ୟାଗ କଲେ। ସ୍ତିଫାନଙ୍କ ପ୍ରାଣଦଣ୍ଡକୁ ଶାଉଲ ଅନୁମୋଦନ କରିଥିଲେ।


ଭାଇମାନେ, ଆମେ ଏସିଆ ପ୍ରଦେଶରେ ଭୋଗିଥିବା ନିର୍ଯ୍ୟତନା ବିଷୟ ତମାନଙ୍କୁ ଜଣାଇବାକୁ ଚାହୁଁଛୁ। ସେହି ନିର୍ଯ୍ୟତନା ଅସହ୍ୟ ହୋଇ ପଡ଼ିବାରୁ ଆମେ ଜୀବନର ଆଶା ଛାଡ଼ି ଦେଇଥିଲୁ ଚାହିଁଛୁ। ସେହି ନିର୍ଯ୍ୟତନା ଅସହ୍ୟ ହୋଇ ପଡ଼ିବାରୁ ଆମେ ଜୀବନର ଆଶା ଛାଡ଼ି ଦେଇଥିଲୁ।


ଭାଇମାନେ, ମୋଶାଙ୍କୁ ଅନୁସରଣ କରି ଆମ ପୂର୍ବପୁରୁଷମାନଙ୍କ ପ୍ରତି କ’ଣ ଘଟିଥିଲା, ତୁମ୍ଭେମାନେ ସ୍ମରଣ ରଖ, ଏହା ମୋର ଏକାନ୍ତ ଇଚ୍ଛା। ସେମାନେ ସମସ୍ତେ ମେଘ ଦ୍ୱାରା ସୁରକ୍ଷିତ ଥିଲେ, ଲୋହିତ ସାଗରକୁ ଅକ୍ଲେଶରେ ଅତିକ୍ରମ କଲେ।


ଭାଇମାନେ, ତୁମ୍ଭମାନଙ୍କ ନିକଟକୁ ଆସିବା ପାଇଁ ମୁଁ ଅନେକ ଥର ମନସ୍ଥ କରିଛି, କିନ୍ତୁ ଅନିବାର୍ଯ୍ୟ କାରଣରୁ, ଏ ପର୍ଯ୍ୟନ୍ତ ଆସିପାରି ନାହିଁ। ଅନ୍ୟାନ୍ୟ ଅଞ୍ଚଳର ଅଣଇହୁଦୀମାନଙ୍କ ମଧ୍ୟରେ ପ୍ରଚାର କରି ଯେପରି ସୁଫଳ ପାଇଛି, ତୁମ୍ଭମାନଙ୍କ ଅଞ୍ଚଳରେ ମଧ୍ୟ ତା’ କରିବା ପାଇଁ ମୋର ଇଚ୍ଛା।


ଦାଉଦ ତାଙ୍କ ରାଜତ୍ୱ କାଳରେ ଈଶ୍ୱରଙ୍କ ଉଦ୍ଦେଶ୍ୟ ସାଧନ କରି ଶେଷରେ ମୃତ୍ୟୁ ଭୋଗ କଲେ ଓ ପୂର୍ବପୁରୁଷମାନଙ୍କ ସହିତ ସମାଧିପ୍ରାପ୍ତ ହେଲେ। ତାଙ୍କ ଶରୀର ସମାଧିରେ କ୍ଷୟ ପାଇଲା।


ମାର୍ଥା ଉତ୍ତର ଦେଲେ, “ତାହା ତ ମୁଁ ଜାଣେ, ଅନ୍ତିମ ଦିବସର ପୁନରୁତ୍ଥାନବେଳେ ସେ ଉଠିବ।”


କିନ୍ତୁ, ପ୍ରିୟ ବନ୍ଧୁଗଣ, ଗୋଟିଏ ବିଷୟ ଭୁଲି ଯାଅ ନାହିଁ। ଈଶ୍ୱରଙ୍କ ଦଅଷ୍ଟିରେ ଏକ ଦିନ ଓ ସହସ୍ର ବର୍ଷ ମଧ୍ୟରେ କିଛି ପାର୍ଥକ୍ୟ ନାହିଁ। ତାଙ୍କ ନିକଟରେ ଏ ଦୁଇଟି ସମାନ।


କେତେକ ଈଶ୍ୱର ଭକ୍ତ ଉଚ୍ଚ ସ୍ୱରରେ ବିଳାପ କରି ସ୍ତିଫାନଙ୍କ ମୃତ ଦେହକୁ ସମାଧି ଦେଲେ।


ଏବଂ କବର ଖୋଲିଯାଇ ଅନେକ ଧାର୍ମିକ ମୃତ ବ୍ୟକ୍ତି ପୁନର୍ଜୀବିତ ହେଲେ।


ଭାଇମାନେ, ପବିତ୍ରଆତ୍ମାଙ୍କ ଦାନସମୂହ ବିଷୟରେ ମୁଁ ତୁମ୍ଭମାନଙ୍କୁ ପ୍ରକୃତ ସତ୍ୟ ଜଣାଇବାକୁ ଚାହେଁ।


ପ୍ରକୃତରେ ଆମେ ସମସ୍ତେ ସେମାନଙ୍କ ପରି ଥିଲୁ ଏବଂ ଶରୀର ଓ ମନର ଅଭିଳାଷକୁ ଚରିତାର୍ଥ କରି ଜୀବନ ଯାପନ କରୁଥିଲୁ। ସ୍ୱଭାବତଃ, ଅନ୍ୟମାନଙ୍କ ପରି ଆମେ ମଧ୍ୟ ଈଶ୍ୱରଙ୍କ କ୍ରୋଧର ପରିଣାମ ଭୋଗ କରିବାକୁ ଯାଉଥିଲୁ।


ଯେହେତୁ ଆମେ ବିଶ୍ୱାସ କରୁ ଯେ, ଯୀଶୁ ମୃତ୍ୟୁଭୋଗ କରି ପୁନରୁତ୍ଥିତ ହେଲେ, ତେଣୁ ଆମେ ଦୃଢ଼ ନିଶ୍ଚିତ ଯେ, ଯୀଶୁଙ୍କଠାରେ ବିଶ୍ୱାସ କରି ଯେଉଁମାନଙ୍କର ମୃତ୍ୟୁ ହୁଏ, ଯୀଶୁଙ୍କ ପୁନରାଗମନବେଳେ ଈଶ୍ୱର ସେମାନଙ୍କୁ ଯୀଶୁଙ୍କ ସଙ୍ଗରେ ନେଇଯିବେ।


ତେଣୁ ଆମେ ଅନ୍ୟମାନଙ୍କ ପରି ନିଦ୍ରିତ ନ ହୋଇ ଜାଗ୍ରତ ଓ ସଚେତନ ହୋଇ ରହିବା।


Swiv nou:

Piblisite


Piblisite