Biblia Todo Logo
Bib sou entènèt

- Piblisite -




୧ ଥେସଲନୀକୀୟ 4:11 - ପବିତ୍ର ବାଇବଲ (CL) NT (BSI)

11 ଆଗରୁ ଯେପରି କହିଥିଲୁ, ଶାନ୍ତିରେ ଜୀବନ ଯାପନ କରିବା, ନିଜ କାର୍ଯ୍ୟରେ ମନୋନିବେଶ କରିବା ଓ ନିଜ ନିଜର ଜୀବିକା ଉପାର୍ଜନ କରିବା ତୁମ୍ଭମାନଙ୍କର ଲକ୍ଷ୍ୟ ହେଉ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ପୁଣି, ତୁମ୍ଭମାନଙ୍କୁ ଦତ୍ତ ଆମ୍ଭମାନଙ୍କର ଆଜ୍ଞାନୁସାରେ ତୁମ୍ଭେମାନେ ଯେପରି ଶାନ୍ତିରେ ବାସ କରି ଆପଣା ଆପଣା କାର୍ଯ୍ୟରେ ଲାଗିବାକୁ ଓ ନିଜ ନିଜ ହାତରେ କାର୍ଯ୍ୟ କରିବାକୁ ମର୍ଯ୍ୟାଦାର ବିଷୟ ମନେ କର, ଏଥିନିମନ୍ତେ ଆମ୍ଭେମାନେ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛୁ,

Gade chapit la Kopi

ଓଡିଆ ବାଇବେଲ

11 ପୁଣି, ତୁମ୍ଭମାନଙ୍କୁ ଦିଆଯାଇଥିବା ଆମ୍ଭମାନଙ୍କର ଆଜ୍ଞାନୁସାରେ ତୁମ୍ଭେମାନେ ଯେପରି ଶାନ୍ତିରେ ବାସ କରି ଆପଣା ଆପଣା କାର୍ଯ୍ୟରେ ଲାଗିବାକୁ ଓ ନିଜ ନିଜ ହାତରେ କାର୍ଯ୍ୟ କରିବାକୁ ମର୍ଯ୍ୟାଦାର ବିଷୟ ମନେ କର, ଏଥି ନିମନ୍ତେ ଆମ୍ଭେମାନେ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛୁ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ପୁଣି, ତୁମ୍ଭମାନଙ୍କୁ ଦିଆଯାଇଥିବା ଆମ୍ଭମାନଙ୍କର ଆଜ୍ଞାନୁସାରେ ତୁମ୍ଭେମାନେ ଯେପରି ଶାନ୍ତିରେ ବାସ କରି ଆପଣା ଆପଣା କାର୍ଯ୍ୟରେ ଲାଗିବାକୁ ଓ ନିଜ ନିଜ ହାତରେ କାର୍ଯ୍ୟ କରିବାକୁ ମର୍ଯ୍ୟାଦାର ବିଷୟ ମନେ କର, ଏଥିନିମନ୍ତେ ଆମ୍ଭେମାନେ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛୁ,

Gade chapit la Kopi

ପବିତ୍ର ବାଇବଲ

11 ଶାନ୍ତିପୂର୍ଣ୍ଣ ଜୀବନଯାପନ ପାଇଁ ଯାହା ସମ୍ଭବ, ତାହା କର। ନିଜ କାର୍ଯ୍ୟର ଯତ୍ନ ନିଅ। ନିଜ ହାତରେ କାମ କର। ଆମ୍ଭେ ଏହି କଥାଗୁଡ଼ିକ କରିବା ପାଇଁ ତୁମ୍ଭମାନଙ୍କୁ ଆଗରୁ କହିଛୁ।

Gade chapit la Kopi




୧ ଥେସଲନୀକୀୟ 4:11
23 Referans Kwoze  

ଚୋର ଆଉ ଚୋରି ନ କରୁ। ସଦୁପାୟରେ ନିଜର ଜୀବିକା ଉପାର୍ଜନ ପାଇଁ ଓ ଦରିଦ୍ରମାନଙ୍କୁ ସାହାଯ୍ୟ କରିବା ପାଇଁ ସେ କାମ କରୁ।


ପ୍ରକୃତ ସୌଦର୍ଯ୍ୟ ହେଉଛି, ତୁମ ଅନ୍ତରର ମୃଦୁ ନମ୍ରଭାବ। ତୁମ୍ଭମାନଙ୍କର ସେହି ଅକ୍ଷୟ ଭୂଷଣ ଈଶ୍ୱରଙ୍କ ଦୃଷ୍ଟିରେ ସବୁଠାରୁ ମୂଲ୍ୟବାନ।


ସତ୍କର୍ମରେ ଦିନାତିପାତ କରି ନିଜ ନିଜର ଅଭାବ ପୂରଣ କରିବା ପାଇଁ ସମ୍ପ୍ରଦାୟର ଲୋକମାନଙ୍କୁ ଶିକ୍ଷା ଦିଅ। ସେମାନେ ଅକର୍ମଣ୍ୟ ହୋଇ ବସି ରହନ୍ତୁ ନାହିଁ।


ଅନ୍ୟାନ୍ୟ ଶାସକବର୍ଗ ତଥା ସର୍ବସାଧାରଣଙ୍କ ନିମନ୍ତେ ଈଶ୍ୱରଙ୍କୁ ପ୍ରାର୍ଥନା, ନିବେଦନ ଓ ଧନ୍ୟବାଦ ଜଣାଇବ - ଆମ୍ଭେମାନେ ଯେପରି ଈଶ୍ୱର ଭକ୍ତିରେ ଅବିଚଳିତ ରହିବୁ ଓ ଅନ୍ୟମାନଙ୍କ ପ୍ରତି ସଦାଚରଣ କରି ସୁଖ ଶାନ୍ତିରେ ଜୀବନ ଯାପନ କରିପାରିବୁ।


କଠିନ ପରିଶ୍ରମ କରି ଆମେ ଦିନକୁ ଦିନ ଜୀର୍ଣ୍ଣଶୀର୍ଣ୍ଣ ହୋଇ ଯାଉଛୁ। କେହି ଆମକୁ ଅଭିଶାପ ଦେଲେ, ଆମେ ତାକୁ ଆଶୀର୍ବାଦ କରୁ। ନିର୍ଯ୍ୟାତିତ ହେଲେ, ସହ୍ୟ କରୁ।


ତୁମ୍ଭମାନଙ୍କ ମଧ୍ୟରୁ କେହି ନରହନ୍ତା, ଦସ୍ୟୁ ବା ଦୁରାଚାରୀ, କିଅବା ଗଣ୍ଡଗୋଳ ସୃଷ୍ଟି କରିବା ହେତୁ ଦୁଃଖଭୋଗ ନ କରୁ।


ଏମାନେ ଘରକୁ ଘର ବୁଲି ସମୟର ଅପଚୟ କରନ୍ତି - ଅଧିକନ୍ତୁ ବାଜେ ଗପ ଓ ପରଚର୍ଚ୍ଚା କରି ଅକଥ୍ୟ କଥା ସବୁ କହନ୍ତି।


ସେଥିପାଇଁ ଏଠରେ ସ୍ୱଗୃହରେ ଥଉ କିମ୍ବା ପ୍ରବାସରେ ଥାଉ, ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବା ହିଁ ଆମର ଏକାନ୍ତ ଇଚ୍ଛା,


ଉତ୍ସାହରେ ଶିଥିଳ ହୁଅ ନାହିଁ, ଆତ୍ମିକ ପ୍ରଜ୍ଜ୍ୱଳନ ଅନୁଭବ କର। ଭକ୍ତିପୂର୍ଣ୍ଣ ହୃଦୟରେ ପ୍ରଭୁଙ୍କ ସେବା କର।


‘ପାଇବାଠାରୁ ଦାନ କରିବାରେ ଅଧିକ ଆନନ୍ଦ ଥାଏ’, ସ୍ୱୟଂ ପ୍ରଭୁ ଯୀଶୁଙ୍କର ଏହି ବାକ୍ୟକୁ ସ୍ମରଣ କରି ଏହି ପ୍ରକାର କଠିଣ ପରିଶ୍ରମ ଦ୍ୱାରା ଆମେ ଦୁର୍ବଳ ଲୋକମାନଙ୍କୁ ସାହାଯ୍ୟ କରିବା ଉଚିତ, ଏ ସମ୍ପର୍କରେ ମୁଁ ସବୁବେଳେ ତୁମ୍ଭମାନଙ୍କୁ ଆଦର୍ଶ ଦେଖାଇଛି।”


ଜଣେ ଲୋକ ଯାତ୍ରା କରିବାକୁ ବାହାରିବାବେଳେ ତା’ ଘରଟି ଦାସମାନଙ୍କ ଦାୟିତ୍ୱରେ ଛାଡ଼ିଦେଇ ଯାଏ। ସେମାନଙ୍କ ମଧ୍ୟରୁ କିଏ କଅଣ କରିବ, ବୁଝାଇ ଦେଇ, ପ୍ରହରୀକୁ ସଜାଗ ରହିବା ପାଇଁ କହିଦେଇ ଯାଏ।


ଯେଉଁ ସ୍ଥାନମାନଙ୍କରେ ଲୋକେ ଖ୍ରୀଷ୍ଟଙ୍କ ବିଷୟରେ ଶୁଣି ନାହାନ୍ତି, ସେଠାରେ ତାଙ୍କ ବାର୍ତ୍ତା ପ୍ରଚାର କରିବା ମୋର ଲକ୍ଷ୍ୟ, କାରଣ ଅନ୍ୟମାନେ ପକାଇଥିବା ମୂଳଦୁଆ ଉପରେ ଗୃହ ନିର୍ମାଣ ମୁଁ ଚାହେଁ ନାହିଁ।


ପାଉଲ ସେମାନଙ୍କୁ ଦେଖା କରିବାକୁ ଯାଇ ସେମାନଙ୍କ ସହିତ ବାସ କଲେ, କାରଣ ସେ ମଧ୍ୟ ସେମାନଙ୍କ ପରି ତମ୍ବୁ ନିର୍ମାଣ କରି ଜୀବିକା ନିର୍ବାହ କରୁଥିଲେ।


Swiv nou:

Piblisite


Piblisite