Biblia Todo Logo
Bib sou entènèt

- Piblisite -




୧ ଥେସଲନୀକୀୟ 3:4 - ପବିତ୍ର ବାଇବଲ (CL) NT (BSI)

4 ତୁମ୍ଭମାନଙ୍କ ସହିତ ଥିବାବେଳେ, ଆମେ ବହୁ ପୂର୍ବରୁ ଜଣାଇ ଦେଇଥିଲୁ ଯେ, ଆମ୍ଭମାନଙ୍କୁ ନିର୍ଯ୍ୟାତନା ଭୋଗ କରିବାକୁ ହେବ। ଏବେ ତୁମ୍ଭେମାନେ ଜାଣୁଛ ଯେ, ଠିକ୍ ତାହା ହିଁ ଘଟିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 କାରଣ ଆମ୍ଭମାନଙ୍କୁ ଯେ କ୍ଳେଶ ଭୋଗ କରିବାକୁ ହେବ, ଏହା ଆମ୍ଭେମାନେ ତୁମ୍ଭମାନଙ୍କ ସହିତ ଥିବା ସମୟରେ ହିଁ ତୁମ୍ଭମାନଙ୍କୁ ପୂର୍ବରୁ ଥରକୁଥର କହିଥିଲୁ, ପୁଣି ସେହିପରି ଘଟିଅଛି, ଆଉ ତୁମ୍ଭେମାନେ ତାହା ଜାଣ।

Gade chapit la Kopi

ଓଡିଆ ବାଇବେଲ

4 ଆମ୍ଭମାନଙ୍କୁ ଯେ କ୍ଲେଶ ଭୋଗ କରିବାକୁ ହେବ, ଏହା ଆମ୍ଭେମାନେ ତୁମ୍ଭମାନଙ୍କ ସହିତ ଥିବା ସମୟରେ ହିଁ ତୁମ୍ଭମାନଙ୍କୁ ପୁର୍ବରୁ ଥରକୁଥର କହିଥିଲୁ, ପୁଣି, ସେହିପରି ଘଟିଅଛି, ତୁମ୍ଭେମାନେ ତାହା ଜାଣ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ଆମ୍ଭମାନଙ୍କୁ ଯେ କ୍ଲେଶ ଭୋଗ କରିବାକୁ ହେବ, ଏହା ଆମ୍ଭେମାନେ ତୁମ୍ଭମାନଙ୍କ ସହିତ ଥିବା ସମୟରେ ହିଁ ତୁମ୍ଭମାନଙ୍କୁ ପୂର୍ବରୁ ଥରକୁଥର କହିଥିଲୁ, ପୁଣି, ସେହିପରି ଘଟିଅଛି, ତୁମ୍ଭେମାନେ ତାହା ଜାଣ।

Gade chapit la Kopi

ପବିତ୍ର ବାଇବଲ

4 ଯେତେବେଳେ ଆମ୍ଭେ ତୁମ୍ଭମାନଙ୍କ ସହିତ ଥିଲୁ, ଆମ୍ଭେ ତୁମ୍ଭମାନଙ୍କୁ କହିଥିଲୁ ଯେ, ଆମ୍ଭେ ଅସୁବିଧାଗୁଡ଼ିକର ସମ୍ମୁଖୀନ ହେବାକୁ ବାଧ୍ୟ। ତୁମ୍ଭେମାନେ ଜାଣିଛ ଯେ, ଆମ୍ଭେ ଯେଭଳି କହିଥିଲୁ, ସେହିଭଳି ସବୁ ଘଟିଛି।

Gade chapit la Kopi




୧ ଥେସଲନୀକୀୟ 3:4
12 Referans Kwoze  

ଭାଇମାନେ, ଯିହୁଦା ଦେଶରେ ଥିବା ଈଶ୍ୱରଙ୍କ ମଣ୍ଡଳୀଗୁଡ଼ିକରେ ଓ ସେଠାକାର ଖ୍ରୀଷ୍ଟବିଶ୍ୱାସୀମାନଙ୍କ ପ୍ରତି ଯାହା ଘଟିଥିଲା, ତୁମ୍ଭମାନଙ୍କ ପ୍ରତି ମଧ୍ୟ ତାହା ଘଟିଛି। ସେମାନେ ଇହୁଦୀମାନଙ୍କଠାରୁ ଯେପରି ନିର୍ଯ୍ୟାତନା ଭୋଗ କରିଥିଲେ, ତୁମ୍ଭେମାନେ ମଧ୍ୟ ନିଜ ଦେଶବାସୀଙ୍କ ଠାରୁ ଅନୁରୂପ ନିର୍ଯ୍ୟାତନା ଭୋଗ କରିଛ।


ଥେସଲନିକାରେ ତୁମ୍ଭମାନଙ୍କ ନିକଟକୁ ଆସିବା ପୂର୍ବରୁ ଫିଲିପ୍ପୀରେ ଆମ ପ୍ରତି କିପରି ଦୁର୍ବ୍ୟବହାର ଓ ଅପମାନ କରାଯାଇଥିଲା, ତାହା ତୁମ୍ଭେମାନେ ଜାଣ। ତଥାପି ବହୁ ବିରୋଧ ସତ୍ତେ୍ୱ, ଈଶ୍ୱରଙ୍କଠାରୁ ମିଳିଥିବା ସୁସମାଚାର ତୁମ୍ଭମାନଙ୍କୁ ଜଣାଇବା ନିମନ୍ତେ ସେ ଆମକୁ ସାହସ ଦେଇଥିଲେ।


କିନ୍ତୁ ଯେତେବେଳେ ଥେସଲନିକୀୟ ଇହୁଦୀମାନେ ଶୁଣିଲେ ଯେ ବେରିଆରେ ମଧ୍ୟ ପାଉଲ ଈଶ୍ୱରଙ୍କ ବାକ୍ୟ ପ୍ରଚାର କରୁଛନ୍ତି, ସେମାନେ ସେଠାକୁ ଆସି ଗଣ୍ଡଗୋଳ କରିବା ପାଇଁ ଲୋକମାନଙ୍କୁ ମତାଇଲେ।


କିନ୍ତୁ ମୋ’ ପାଇଁ ମୋ’ ନିଜ ଜୀବନକୁ ମୁଁ ନଗଣ୍ୟ ମନେ କରେ। ଈଶ୍ୱରଙ୍କ ଅନୁଗ୍ରହ ବିଷୟରେ ପ୍ରଭୁ ଯୀଶୁ ଯେଉଁ ବାର୍ତ୍ତା ଘୋଷଣା କରିବା ପାଇଁ ମୋତେ ଦାୟିତ୍ୱ ଦେଇଛନ୍ତି, ତାହା ପୂରଣ କରି ମୋର ପ୍ରଚାର କାର୍ଯ୍ୟ ସଂପୂର୍ଣ୍ଣ କରିବି - ଏତିକି କେବଳ ମୋର ଇଚ୍ଛା।


ପାଉଲ ଓ ଶୀଲା ଆମ୍ପିପଲି ଓ ଆପଲ୍ଲୋନିଆ ଦେଇ ଯାତ୍ରା କରି ଥେସଲନିକୀକୁ ଆସିଲେ। ସେଠାରେ ଗୋଟିଏ ସମାଜ ଗୃହ ଥିଲା।


ଶୁଣ, ସେହି ସମୟ ଆସିବା ପୂର୍ବରୁ ମୁଁ ତୁମ୍ଭମାନଙ୍କୁ ଏସବୁ କଥା ଜଣାଇ ଦେଉଛି।


ତୁମ୍ଭମାନଙ୍କର କ’ଣ ସ୍ମରଣ ନାହିଁ? ମୁଁ ତୁମ ସଙ୍ଗରେ ଥିବାବେଳେ ତୁମ୍ଭମାନଙ୍କୁ ଏ ସବୁ ବିଷୟ କହିଥିଲି।


ତୁମ୍ଭମାନଙ୍କ ସଙ୍ଗରେ ଥିବାବେଳେ ଆମେ ତୁମ୍ଭମାନଙ୍କୁ କହିଥିଲୁ, “ଯେଉଁ ଲୋକ କାର୍ଯ୍ୟ କରେ ନାହିଁ, ସେ ଭୋଜନ ନ କରୁ।”


Swiv nou:

Piblisite


Piblisite