Biblia Todo Logo
Bib sou entènèt

- Piblisite -




୧ ଥେସଲନୀକୀୟ 3:13 - ପବିତ୍ର ବାଇବଲ (CL) NT (BSI)

13 ଏହିପରି ଭାବେ ସେ ତୁମ୍ଭମାନଙ୍କୁ ବଳିଷ୍ଠ କରିବେ। ତାହାହେଲେ, ଆମ ପ୍ରଭୁ ଯୀଶୁ ଯେତେବେଳେ ସ୍ୱର୍ଗଦୂତମାନଙ୍କ ଗହଣରେ ଫେରି ଆସିବେ, ସେତେବେଳେ ତୁମ୍ଭେମାନେ ପିତା ଈଶ୍ୱରଙ୍କ ସମ୍ମୁଖରେ ସିଦ୍ଧ ଓ ପବିତ୍ର ହୋଇପାରିଥିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ସେ ତୁମ୍ଭମାନଙ୍କ ହୃଦୟ ସୁସ୍ଥିର କରି ରଖନ୍ତୁ, ଯେପରି ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଆପଣା ସମସ୍ତ ସାଧୁଙ୍କ ସହିତ ଆଗମନ କରିବା ସମୟରେ ତୁମ୍ଭେମାନେ ଆମ୍ଭମାନଙ୍କ ଈଶ୍ଵର ଓ ପିତାଙ୍କ ଛାମୁରେ ପବିତ୍ରତାରେ ଅନିନ୍ଦନୀୟ ଦେଖାଯିବ।

Gade chapit la Kopi

ଓଡିଆ ବାଇବେଲ

13 ସେ ତୁମ୍ଭମାନଙ୍କ ହୃଦୟ ସୁସ୍ଥିର କରି ରଖନ୍ତୁ, ଯେପରି ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଆପଣା ସମସ୍ତ ସାଧୁଙ୍କ ସହିତ ଆଗମନ କରିବା ସମୟରେ ତୁମ୍ଭେମାନେ ଆମ୍ଭମାନଙ୍କ ଈଶ୍ୱର ଓ ପିତାଙ୍କ ଛାମୁରେ ପବିତ୍ରତାରେ ଅନିନ୍ଦନୀୟ ଦେଖାଯିବ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ସେ ତୁମ୍ଭମାନଙ୍କ ହୃଦୟ ସୁସ୍ଥିର କରି ରଖନ୍ତୁ, ଯେପରି ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଆପଣା ସମସ୍ତ ସାଧୁଙ୍କ ସହିତ ଆଗମନ କରିବା ସମୟରେ ତୁମ୍ଭେମାନେ ଆମ୍ଭମାନଙ୍କ ଈଶ୍ବର ଓ ପିତାଙ୍କ ଛାମୁରେ ପବିତ୍ରତାରେ ଅନିନ୍ଦନୀୟ ଦେଖାଯିବ।

Gade chapit la Kopi

ପବିତ୍ର ବାଇବଲ

13 ତୁମ୍ଭମାନଙ୍କର ହୃଦୟ ଦୃଢ଼ ହେଉ ବୋଲି ଆମ୍ଭେ ପ୍ରାର୍ଥନା କରୁ। ତେବେ ଯେତେବେଳେ ଆମ୍ଭ ପ୍ରଭୁ ଯୀଶୁ ନିଜର ସମସ୍ତ ପବିତ୍ର ଲୋକଙ୍କ ଗହଣରେ ଆସିବେ, ତୁମ୍ଭେମାନେ ପରମପିତା ପରମେଶ୍ୱରଙ୍କ ଆଗରେ ପବିତ୍ର ଭାବରେ ଓ ଦୋଷରହିତ ହୋଇ ଠିଆ ହୋଇପାରିବ।

Gade chapit la Kopi




୧ ଥେସଲନୀକୀୟ 3:13
28 Referans Kwoze  

ଯେଉଁ ଈଶ୍ୱର ଆମକୁ ଶାନ୍ତି ପ୍ରଦାନ କରନ୍ତି, ସେ ତୁମ୍ଭମାନଙ୍କୁ ସମ୍ପୂର୍ଣ୍ଣଭାବେ ପବିତ୍ର କରନ୍ତୁ ଓ ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆଗମନ ସମୟରେ ତୁମର ସମସ୍ତ ସତ୍ତା, ମନ, ଆତ୍ମା, ଶରୀରକୁ ସମ୍ପୂର୍ଣ୍ଣଭାବେ ନିର୍ଦ୍ଦୋଷ ରଖନ୍ତୁ।


କିନ୍ତୁ ବର୍ତ୍ତମାନ ଈଶ୍ୱର ତୁମ୍ଭମାନଙ୍କୁ ପବିତ୍ର, ସିଦ୍ଧ ଓ ନିର୍ଦ୍ଦୋଷ ରୂପେ ତାଙ୍କ ସମ୍ମୁଖକୁ ଆଣିବା ପାଇଁ ତାଙ୍କର ପୁତ୍ରଙ୍କ ଶାରୀରିକ ମୃତ୍ୟୁ ଦ୍ୱାରା ତୁମ୍ଭମାନଙ୍କୁ ନିଜ ସହିତ ପୁନର୍ମିଳିତ କରି ଅଛନ୍ତି।


ପୁଣି ତାକୁ ପବିତ୍ର, ନିର୍ଦ୍ଦୋଷ, ନିଷ୍କଳଙ୍କ ଓ ସର୍ବାଙ୍ଗ ସୁନ୍ଦର କରି ନିଜେ ଗ୍ରହଣ କଲେ।


ସେ ଯାହାହେଉ, ମୋର ବିଶ୍ୱାସ, ଆମ ପ୍ରଭୁ ଯୀଶୁଙ୍କ ଆଗମନ ବେଳେ ତାଙ୍କ ସମ୍ମୁଖରେ ଅନ୍ୟମାନଙ୍କ ପରି ତୁମ୍ଭେମାନେ ମଧ୍ୟ ଆମର ଆଶା, ଆନନ୍ଦ ଓ ବିଜୟ ଦର୍ପର କାରଣ ହେବ।


ଆଦମଙ୍କ ଷଷ୍କ ପୁରୁଷର ବଂଶଧର ହନୋକ ବହୁ ପୂର୍ବେ ଏମାନଙ୍କ ସମ୍ବନ୍ଧରେ ଭବିଷ୍ୟତ୍ବାଣୀ ପ୍ରକାଶ କରି କହିଥିଲେ: “ପ୍ରଭୁ ସହସ୍ର ସହସ୍ର ସ୍ୱର୍ଗୀୟ ଦୂତମାନଙ୍କ ସହିତ


ଯେ ତୁମ୍ଭମାନଙ୍କୁ ପତନରୁ ରକ୍ଷା କରିବାକୁ ଓ ତାଙ୍କ ଗୌରବମୟ ଛାମୁରେ ନିର୍ଦ୍ଦୋଷ ଓ ଉଲ୍ଲେସିତ କରି ଉପସ୍ଥାପିତ କରିବାକୁ ସମର୍ଥ,


ଆମେ ଏବେ ତୁମ୍ଭମାନଙ୍କୁ ଯେଉଁ ଶିକ୍ଷା ଦେଉଛୁ, ତାହା ପ୍ରଭୁଙ୍କର ଶିକ୍ଷା। ପ୍ରଭୁଙ୍କ ଆଗମନ ସମୟରେ ଆମେ ଯେଉଁମାନେ ଜୀବିତ ଥିବୁ, ପୂର୍ବରୁ ପରଲୋକପ୍ରାପ୍ତ ହୋଇଥିବା ଲୋକଙ୍କଠାରୁ ଆଗୁଆ ହୋଇ ଚାଲିଯିବୁ ନାହିଁ।


ତୁମ୍ଭମାନଙ୍କ ନିକଟକୁ ଆସିବା ପାଇଁ ଆମ ପିତା ଈଶ୍ୱର ଓ ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଆମ ପଥ ପ୍ରସ୍ତୁତ କରି ଦିଅନ୍ତୁ।


ଓ ତୁମ୍ଭେମାନେ ଯେପରି ଶ୍ରେଷ୍ଠ ବିଷୟ ସବୁ ମନୋନୀତ କରିପାରିବ। ତା’ହେଲେ; ତୁମ୍ଭେମାନେ ଖ୍ରୀଷ୍ଟଙ୍କ ଆଗମନ ଦିନରେ ପରିଶୁଦ୍ଧ ଓ ଅନିନ୍ଦନୀୟ ରହିବ


ଭାଇମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆଗମନ ସମ୍ପର୍କରେ ଏବଂ ତାଙ୍କ ନିକଟରେ ଆମେ ସମସ୍ତେ ସମବେତ ହେବା ବିଷୟରେ ତୁମ୍ଭମାନଙ୍କୁ ମୋର ଅନୁରୋଧ,


କିନ୍ତୁ ସେହି ଦିନ ସେ ତାଙ୍କ ଲୋକମାନଙ୍କଠାରୁ ଓ ସମସ୍ତ ବିଶ୍ୱାସୀଙ୍କଠାରୁ ସମ୍ମାନ ଓ ଗୌରବ ପାଇବେ। ଏମାନଙ୍କ ମଧ୍ୟରେ ତୁମ୍ଭେମାନେ ମଧ୍ୟ ଅନ୍ତର୍ଭୁକ୍ତ ହେବ, କାରଣ ଆମେ ତୁମକୁ ଯେୁଁ ବାର୍ତ୍ତା ଦେଇଥିଲୁ, ସେଥିରେ ତୁମ୍ଭେମାନେ ବିଶ୍ୱାସ କରିଛ।


ଆସ, ଈଶ୍ୱରଙ୍କୁ ଗୌରବାନ୍ୱିତ କରିବା। ମୁଁ ପ୍ରଚାର କରୁଥିବା ଯୀଶୁ ଖ୍ରୀଷ୍ଟଙ୍କ ସମ୍ପର୍କରେ ଶୁଭ ବାର୍ତ୍ତା ଓ ଯୁଗ ଯୁଗ ଧରି ଗୁପ୍ତ ରହିଥିବା ନିଗୂଢ଼ ସତ୍ୟ ଅନୁଯାୟୀ ତୁମ୍ଭମାନଙ୍କ ବିଶ୍ୱାସକୁ ଅଟଳ ରଖିବା ପାଇଁ ଈଶ୍ୱର ସମର୍ଥ।


ଅନ୍ୟର ଦାସକୁ ବିଚାର କରିବା ପାଇଁ ତୁମେ କିଏ? ସେ ତା’ କାର୍ଯ୍ୟରେ କେତେ ଦୂର ସଫଳ ବା ବିଫଳ ହେଉଛି, ତାହା ତା’ର ମୁନିବ ବିଚାର କରିବେ। ସେ ନିଶ୍ଚୟ ସଫଳ ହେବ, କାରଣ ପ୍ରଭୁ ତାଙ୍କ ଦାସକୁ କୃତକାର୍ଯ୍ୟ କରାଇବା ପାଇଁ ସମର୍ଥ।


ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇ ତାଙ୍କର ଅନନ୍ତ ଗୌରବରେ ଭାଗୀ ହେବା ପାଇଁ, ଦୟାମୟ ଈଶ୍ୱର ତୁମ୍ଭମାନଙ୍କୁ ଆହ୍ୱାନ କରିଛନ୍ତି। ତୁମ୍ଭମାଙ୍କର କ୍ଷଣିକ ଦୁଃଖଭୋଗ ପରେ ସେ ନିଜେ ତୁମ୍ଭମାନଙ୍କୁ ସିଦ୍ଧ, ସୁଦୃଢ଼, ବଳିଷ୍ଠ ଓ ସୁପତିଷ୍ଠିତ କରିବେ।


କିନ୍ତୁ ପ୍ରତ୍ୟେକେ ନିରୂପିତ ସମୟରେ ପୁନରୁତ୍ôଥତ ହେବେ। ସର୍ବପ୍ରଥମେ ଖ୍ରୀଷ୍ଟ ମୃତ୍ୟୁରୁ ଉତ୍ଥିତ ହୋଇଛନ୍ତି। ତେଣୁ ତାଙ୍କର ଆଗମନ ସମୟରେ ତାଙ୍କ ଆଶ୍ରିତ ଲୋକମାନେ ପ୍ରଥମେ କାହିଁକି ଜୀବିତ ହେବେ।


“ଯେତେବେଳେ ମନୁଷ୍ୟପୁତ୍ର ରାଜା ହୋଇ ତାଙ୍କର ସ୍ୱର୍ଗଦୂତମାନଙ୍କ ସହିତ ଆସିବେ, ସେ ଗୌରବୋଜ୍ଜ୍ୱଳ ସିଂହାସନରେ ବସିବେ ଏବଂ


ଏହି ଈଶ୍ୱରବିମୁଖ ଯୁଗରେ ଯଦି କେହି ମୋ’ ପାଇଁ ଓ ମୋର ଶିକ୍ଷା ପାଇଁ ଲଜ୍ଜା ବୋଧ କରେ, ତେବେ ଈଶ୍ୱରଙ୍କ ଗୌରବରେ ପରିପୂର୍ଣ୍ଣ ହୋଇ ମନୁଷ୍ୟପୁତ୍ର ଯେତେବେଳେ ପବିତ୍ର ସ୍ୱର୍ଗଦୂତମାନଙ୍କ ସହିତ ପୁଣି ଥରେ ଆସିବେ, ସେ ମଧ୍ୟ ସେମାନଙ୍କ ଲାଗି ଲଜ୍ଜିତ ହେବେ।”


ସେ ଦୁହେଁ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ଥିଲେ, କାରଣ ସେମାନେ ତାହାଙ୍କର ସମସ୍ତ ଆଜ୍ଞା ଓ ବ୍ୟବସ୍ଥା ପାଳନ କରୁଥିଲେ।


ବର୍ତ୍ତମାନର ଏହି ଭ୍ରଷ୍ଟ ଜଗତରୁ ଆମକୁ ଉଦ୍ଧାର କରିବା ପାଇଁ, ଆମ ପିତା ଈଶ୍ୱରଙ୍କର ଇଚ୍ଛା ପାଳନ କରି, ଖ୍ରୀଷ୍ଟ ଆମ ପାପ ନିମନ୍ତେ ନିଜକୁ ସମର୍ପଣ କଲେ।


କିନ୍ତୁ ତୁମକୁ ବଳିଷ୍ଠ କରିବାକୁ ଓ ତୁମର ବିଶ୍ୱାସ ଦୃଢ଼ କରିବା ପାଇଁ ତୁମ ନିକଟକୁ ଆମ ଭାଇ ତୀମଥିଙ୍କୁ ପଠାଇବୁ। ସେ ଆମ ସହିତ ଖ୍ରୀଷ୍ଟଙ୍କ ଶୁଭ ବାର୍ତ୍ତା ପ୍ରଚାର କରି ଈଶ୍ୱରଙ୍କ ସେବା କରୁଛନ୍ତି।


ତା’ପରେ ଆମେ ଯେଉଁମାନେ ସେହି ସମୟରେ ଜୀବିତ ରହିଥିବୁ, ମେଘମାଳାରେ ସେମାନଙ୍କ ସଙ୍ଗରେ ଉତ୍ଥାପିତ ହୋଇ ମହାଶୂନ୍ୟରେ ପ୍ରଭୁଙ୍କ ସହିତ ସାକ୍ଷାତ କରିବୁ। ତା’ପରେ ଆମ୍ଭେମାନେ ଚିରକାଳ ପ୍ରଭୁଙ୍କ ସଙ୍ଗରେ ରହିବୁ।


ଈଶ୍ୱର ତୁମ ଦୁଃଖ ଭୋଗର ଅବସାନ ଘଟାଇ ଆମକୁ ମଧ୍ୟ ଆଶ୍ୱସ୍ତ କରିବେ। ଈଶ୍ୱର ଏହି କାର୍ଯ୍ୟ ସାଧନ କରିବେ, ଯେତେବେଳେ ପ୍ରଭୁ ଯୀଶୁ ତାଙ୍କର ମହାପରାକ୍ରାନ୍ତ ଦୂତମାନଙ୍କ ଗହଣରେ ସ୍ୱର୍ଗରୁ ଅବତରଣ କରିବେ।


ସେହିପରି, ତୁମ୍ଭେମାନେ ମଧ୍ୟ ଦେର୍ଯ୍ୟଁ ସହକାରେ ଅପେକ୍ଷା କର। ତୁମ୍ଭମାନଙ୍କ ଆଶା ସୁଦୃଢ଼ ରୁହ, କାରଣ ପ୍ରଭୁଙକ ଆଗମନ ଦିନ ନିକଟବର୍ତ୍ତୀ।


Swiv nou:

Piblisite


Piblisite