Biblia Todo Logo
Bib sou entènèt

- Piblisite -




୧ ଥେସଲନୀକୀୟ 3:12 - ପବିତ୍ର ବାଇବଲ (CL) NT (BSI)

12 ତୁମ୍ଭମାନଙ୍କ ପ୍ରତି ଆମର ପ୍ରେମ ଯେପରି ଗଭୀର, ସେହିପରି ପରସ୍ପର ପ୍ରତି ଓ ଅନ୍ୟମାନଙ୍କ ପ୍ରତି ପ୍ରଭୁ ତୁମ୍ଭମାନଙ୍କର ପ୍ରେମ ବୃଦ୍ଧି କରି ଗଭୀର କରନ୍ତୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ଆଉ, ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କର ଯେପରି ପ୍ରେମ, ସେପରି ପରସ୍ପର ଓ ସମସ୍ତଙ୍କ ପ୍ରତି ପ୍ରେମରେ ପ୍ରଭୁ ତୁମ୍ଭମାନଙ୍କୁ ଆହୁରି ଅଧିକ ରୂପେ ବଢ଼ାଇ ଦିଅନ୍ତୁ;

Gade chapit la Kopi

ଓଡିଆ ବାଇବେଲ

12 ଆଉ, ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କର ଯେପରି ପ୍ରେମ, ସେହିପରି ପରସ୍ପର ସହିତ ଓ ସମସ୍ତଙ୍କ ପ୍ରତି ତୁମ୍ଭମାନଙ୍କ ପ୍ରେମ ପ୍ରଭୁ ଆହୁରି ଅଧିକ ରୂପେ ବଢ଼ାଇ ଦିଅନ୍ତୁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ଆଉ, ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କର ଯେପରି ପ୍ରେମ, ସେହିପରି ପରସ୍ପର ସହିତ ଓ ସମସ୍ତଙ୍କ ପ୍ରତି ତୁମ୍ଭମାନଙ୍କ ପ୍ରେମ ପ୍ରଭୁ ଆହୁରି ଅଧିକ ରୂପେ ବଢ଼ାଇ ଦିଅନ୍ତୁ।

Gade chapit la Kopi

ପବିତ୍ର ବାଇବଲ

12 ତୁମ୍ଭମାନଙ୍କର ପ୍ରେମ ବୃଦ୍ଧି ହେଉ ବୋଲି, ଆମ୍ଭେ ପ୍ରଭୁଙ୍କୁ ପ୍ରାର୍ଥନା କରୁଛୁ। ପରସ୍ପର ନିମନ୍ତେ ଓ ଅନ୍ୟ ସମସ୍ତଙ୍କ ପାଇଁ ସେ ତୁମ୍ଭମାନଙ୍କୁ ଅଧିକରୁ ଅଧିକ ପ୍ରେମ ପ୍ରଦାନ କରନ୍ତୁ, ଆମ୍ଭେ ଏହି ପ୍ରାର୍ଥନା କରୁଛୁ। ଆମ୍ଭେ ଯେଭଳି ତୁମ୍ଭମାନଙ୍କୁ ଭଲ ପାଉ, ସେହିଭଳି ତୁମ୍ଭେମାନେ ସମସ୍ତଙ୍କୁ ଭଲ ପାଅ ବୋଲି ଆମ୍ଭେ ପ୍ରାର୍ଥନା କରୁଛୁ।

Gade chapit la Kopi




୧ ଥେସଲନୀକୀୟ 3:12
21 Referans Kwoze  

ମୁଁ ପ୍ରାର୍ଥନା କରେ, ଯେପରି ପ୍ରକୃତ ଜ୍ଞାନ ଓ ନ୍ୟାୟ ବିଚାର ସହିତ ତୁମ୍ଭମାନଙ୍କର ପ୍ରେମ ଅଧିକରୁ ଅଧିକତର ବୃଦ୍ଧି ପାଇବ


“ଦ୍ୱିତୀୟ ଶ୍ରେଷ୍ଠ ଆଜ୍ଞା ହେଉଛି, ତୁମ ପଡ଼ୋଶୀକୁ ଆତ୍ମତୁଲ୍ୟ ପ୍ରେମ କର।


କେହି କାହାର ଅନ୍ୟାୟ ବଦଳରେ ଅନ୍ୟାୟ ନ କରୁ, ବରଂ ଜଣେ ଅନ୍ୟ ଜଣର ଓ ସମସ୍ତଙ୍କର ମଙ୍ଗଳ ସାଧନ ତୁମର ଲକ୍ଷ୍ୟ ହେଉ।


ପରସ୍ପରକୁ ପ୍ରେମ କରିବା ଛଡ଼ା ଆଉ କୌଣସି ବିଷୟରେ କାହାର ଋଣୀ ହୋଇ ରହ ନାହିଁ। ଯେ ଅନ୍ୟକୁ ପ୍ରେମ କରେ, ସେ ବ୍ୟବସ୍ଥା ପାଳନ କରେ।


ଭାଇମାନେ! ତୁମ ପାଇଁ ଈଶ୍ୱରଙ୍କୁ ସର୍ବଦା ଧନ୍ୟବାଦ ଦେବା ଆମର କର୍ତ୍ତବ୍ୟ। ଆମ ପକ୍ଷରେ ଏହା ଉଚିତ ବୋଲି ଆମେ ମନେ କରୁଛୁ, କାରଣ ତୁମ୍ଭମାନଙ୍କର ବିଶ୍ୱାସ ଉତ୍ତରୋତ୍ତର ବୃଦ୍ଧି ପାଉଛି ଓ ତୁମ୍ଭେମାନେ ପରସ୍ପରକୁ ଅଧିକ ପ୍ରେମ କରୁଛ।


ପବିତ୍ର ଆତ୍ମାଙ୍କ ଦାନ ହେଉଛି; ପ୍ରେମ, ଆନନ୍ଦ, ଶାନ୍ତି, ଧୈର୍ଯ୍ୟ, ଦୟା, ସଦାଚାର, ବିଶ୍ୱସ୍ତତା, ନମ୍ରତା ଏବଂ ଆତ୍ମସଂଯମ। ଏହିପରି ଶ୍ରେୟସ୍କର ବିଷୟ ବିରୁଦ୍ଧରେ ବ୍ୟବସ୍ଥାର କୌଣସି ବିରୋଧ ନାହିଁ।


କାରଣ ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ ହୋଇ ଜୀବନ ଯାପନ କଲେ, ସୁନ୍ନତ ବା ଅସୁନ୍ନତର କୌଣସି ପ୍ରଭେଦ ରହେ ନାହିଁ। ଏକମାତ୍ର ପ୍ରୟୋଜନୀୟ ବିଷୟ ହେଉଛି, ବିଶ୍ୱାସରେ ଅଟଳ ରହି ପ୍ରେମରେ କର୍ତ୍ତବ୍ୟ ସାଧନ କରିବା।


ତୁମ୍ଭମାନଙ୍କ ପ୍ରତି ଆମର ପ୍ରେମ ଯୋଗୁଁ, ତୁମକୁ କେବଳ ଈଶ୍ୱରଙ୍କ ସୁସମାଚାରର ଅଂଶୀଦାର କରାଇ ନ ଥିଲୁ, ମାତ୍ର ତୁମ ନିମନ୍ତେ ନିଜକୁ ଦାନ କରିବାକୁ ମଧ୍ୟ ଆମେ ପ୍ରସ୍ତୁତ ଥିଲୁ। ତୁମେ ଆମର କେଡ଼େ ପ୍ରିୟ ନ ଥିଲ!


ଈଶ୍ୱରପରାୟଣତା ସହିତ ଭ୍ରାତୃ ସ୍ନେହ ଓ ଭ୍ରାତୃ ସ୍ନେହ ସହିତ ପ୍ରେମ ଯୋଗ କରିବାକୁ ଆପ୍ରାଣ ଉଦ୍ୟମ କର।


ତୁମ ପାଇଁ ଅନ୍ୟମାନେ ଯାହା କରନ୍ତୁ ବୋଲି ତୁମେ ଇଚ୍ଛାକରୁଛ, ତୁମେ ଅନ୍ୟମାନଙ୍କ ପାଇଁ ତାହା କର। ମୋଶା ଦେିଥିବା ବ୍ୟବସ୍ଥା ଓ ଭାବବାଦୀମାନଙ୍କ ଶିକ୍ଷାର ଏହା ହେଉଛି ସାର କଥା।


କିନ୍ତୁ ଆମ ପ୍ରଭୁ ଓ ତ୍ରାଣକର୍ତ୍ତାଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ଓ ଜ୍ଞାନରେ ତୁମ୍ଭେମାନେ ବୃଦ୍ଧି ପାଅ। ବର୍ତ୍ତମାନ ଓ ଚିରକାଳ ତାଙ୍କର ଗୌରବ ହେଉ, ଆମେନ୍।


ସମସ୍ତ ଉତ୍ତମ ଦାନ ଓ ସର୍ବୋତ୍କୃଷ୍ଟ ଉପହାର ସ୍ୱର୍ଗସ୍ଥ ପିତାଙ୍କଠାରୁ ଆସିଥାଏ। ସେ ସମଗ୍ର ଜ୍ୟୋତିର୍ମଣ୍ଡଳର ସ୍ରଷ୍ଟା। ସେ ପରିବର୍ତ୍ତନଶୀଳ ନୁହନ୍ତିଁ; ଛାୟାପାତ କରି କେବେ ଲେଶମାତ୍ର ଅନ୍ଧକାର ସୃଷ୍ଟି କରନ୍ତି ନାହିଁ।


ପରିଶେଷରେ, ଭାଇମାନେ, ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ କିପରି ଜୀବନ ଯାପନ କରିବାକୁ ହେବ, ତାହା ଆମଠାରୁ ଶିକ୍ଷା କରିଛ। ଅବଶ୍ୟ ସେହିପରି ଭାବେ ତୁମ୍ଭେମାନେ ଜୀବନ ଯାପନ କରି ଆସୁଅଛ, କିନ୍ତୁ ଏହାଠାରୁ କିଛି ଅଧିକ କରିବାକୁ ତୁମ୍ଭମାନଙ୍କୁ ଆମେ ଏବେ ପ୍ରଭୁ ଯୀଶୁଙ୍କ ନାମରେ ବିନତି କରୁଛୁ।


ପ୍ରେରିତ ଶିଷ୍ୟମାନେ ପ୍ରଭୁଙ୍କୁ କହିଲେ, “ଆମ୍ଭମାନଙ୍କର ବିଶ୍ୱାସ ବଢ଼ାଇ ଦିଅନ୍ତୁ।”


ଯେଉଁ ବୀଜବପନକାରୀମାନଙ୍କୁ ଈଶ୍ୱର ବୁଣିବା ପାଇଁ ବିହନ ଓ ଆହାର ପାଇଁ ଖାଦ୍ୟ ଯୋଗାନ୍ତି, ସେ ତୁମ୍ଭମାନଙ୍କର ପ୍ରୟୋଜନ ଅନୁସାରେ ବିହନ ଯୋଗାଇବେ ଓ ତୁମ୍ଭମାନଙ୍କ ଉଦାରତାର ଫଳ ସ୍ୱରୂପ ତୁମେ ମଧ୍ୟ ପ୍ରଚୁର ଫସଲ ଅମଳ କରିବ।


Swiv nou:

Piblisite


Piblisite