Biblia Todo Logo
Bib sou entènèt

- Piblisite -




୧ ଥେସଲନୀକୀୟ 3:11 - ପବିତ୍ର ବାଇବଲ (CL) NT (BSI)

11 ତୁମ୍ଭମାନଙ୍କ ନିକଟକୁ ଆସିବା ପାଇଁ ଆମ ପିତା ଈଶ୍ୱର ଓ ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଆମ ପଥ ପ୍ରସ୍ତୁତ କରି ଦିଅନ୍ତୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ଆମ୍ଭମାନଙ୍କ ଈଶ୍ଵର ଓ ପିତା ନିଜେ, ଆଉ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ତୁମ୍ଭମାନଙ୍କ ନିକଟକୁ ଆମ୍ଭମାନଙ୍କ ଗମନର ପଥ ସୁଗମ କରନ୍ତୁ;

Gade chapit la Kopi

ଓଡିଆ ବାଇବେଲ

11 ଆମ୍ଭମାନଙ୍କ ଈଶ୍ୱର ଓ ପିତା ନିଜେ ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ତୁମ୍ଭମାନଙ୍କ ନିକଟକୁ ଆମ୍ଭମାନଙ୍କ ଆଗମନର ପଥ ସୁଗମ କରନ୍ତୁ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ଆମ୍ଭମାନଙ୍କ ଈଶ୍ବର ଓ ପିତା ନିଜେ ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ତୁମ୍ଭମାନଙ୍କ ନିକଟକୁ ଆମ୍ଭମାନଙ୍କ ଆଗମନର ପଥ ସୁଗମ କରନ୍ତୁ;

Gade chapit la Kopi

ପବିତ୍ର ବାଇବଲ

11 ଆମ୍ଭର ପରମେଶ୍ୱର, ପରମପିତା ଓ ଆମ୍ଭର ପ୍ରଭୁ ଯୀଶୁ ତୁମ୍ଭମାନଙ୍କ ପାଖରେ ପହଞ୍ଚିବା ପାଇଁ ମାର୍ଗ ପ୍ରସ୍ତୁତ କରନ୍ତୁ ବୋଲି, ଆମ୍ଭେ ପ୍ରାର୍ଥନା କରୁଛୁ।

Gade chapit la Kopi




୧ ଥେସଲନୀକୀୟ 3:11
28 Referans Kwoze  

(ସତ୍ୟ ଈଶ୍ୱରଙ୍କୁ ଜାଣି ନ ଥିବା ଲୋକେ ଏହି ସବୁରେ ବ୍ୟତିବ୍ୟସ୍ତ ହୋଇ ପଡ଼ନ୍ତି) ଏସବୁ ବିଷୟ ତୁମର ଆବଶ୍ୟକ ବୋଲି ତୁମ ପିତା ଈଶ୍ୱର ଜାଣନ୍ତି।


ଆମର ଯେଉଁ ପ୍ରଭୁ ସ୍ୱୟଂ ଯୀଶୁ ଖ୍ରୀଷ୍ଟ ଓ ପିତା ଈଶ୍ୱର ଆମକୁ ପ୍ରେମ କରି ତାଙ୍କର ଅନୁଗ୍ରହ ଦ୍ୱାରା ଆମକୁ ଅଦମ୍ୟ ସାହସ ଓ ଦୃଢ଼ ଭରସା ଦାନ କରିଛନ୍ତି,


ଏହିପରି ଭାବେ ସେ ତୁମ୍ଭମାନଙ୍କୁ ବଳିଷ୍ଠ କରିବେ। ତାହାହେଲେ, ଆମ ପ୍ରଭୁ ଯୀଶୁ ଯେତେବେଳେ ସ୍ୱର୍ଗଦୂତମାନଙ୍କ ଗହଣରେ ଫେରି ଆସିବେ, ସେତେବେଳେ ତୁମ୍ଭେମାନେ ପିତା ଈଶ୍ୱରଙ୍କ ସମ୍ମୁଖରେ ସିଦ୍ଧ ଓ ପବିତ୍ର ହୋଇପାରିଥିବ।


“ହେ ଛୋଟ ପଲ, ଭୟ କର ନାହିଁ, କାରଣ ତୁମ୍ଭମାନଙ୍କୁ ତାଙ୍କ ରାଜ୍ୟ ପ୍ରଦାନ କରି ତୁମ ପିତା ଅତୀବ ସନ୍ତୁଷ୍ଟ ହୋଇଛନ୍ତି।


“ଉଡ଼ନ୍ତା ପକ୍ଷୀମାନଙ୍କୁ ଲକ୍ଷ୍ୟ କର। ସେମାନେ ବିହନ ବୁଣନ୍ତି ନାହିଁ। ଫସଲ ଅମଳ କରି ଗୋଲାରେ ସଞ୍ଚୟ କରନ୍ତି ନାହିଁ। ତଥାପି ପିତା ଈଶ୍ୱର ସେମାନଙ୍କ ଯତ୍ନ ନେଇ ଖାଦ୍ୟ ଯୋଗାନ୍ତି। ତୁମ୍ଭେମାନେ କ’ଣ ପକ୍ଷୀମାନଙ୍କଠାରୁ ଅଧିକ ମୂଲ୍ୟବାନ୍ ନୁହଁ?


ଈଶ୍ୱର ଆମକୁ କେଡ଼େ ପ୍ରେମ କରନ୍ତି, ଟିକିଏ ଚିନ୍ତା କରି ଦେଖ। ଆମ ପ୍ରତି ତାଙ୍କ ପ୍ରେମ ଏତେ ପ୍ରଚୁର ଯେ, ଆମେ ତାଙ୍କର ସନ୍ତାନ ରୂପେ ନାର୍ମିତ ହୋଇଛୁ। ବାସ୍ତବରେ ଆମେ ତାଙ୍କର ସନ୍ତାନ- ସେଥିପାଇଁ ଜଗତ ଈଶ୍ୱରଙ୍କୁ ଜାଣି ନ ଥିବାରୁ, ଆମକୁ ମଧ୍ୟ ଚିହ୍ନିପାରେ ନାହିଁ।


ଈଶ୍ୱରଙ୍କ ପ୍ରେମ ଏବଂ ଖ୍ରୀଷ୍ଟପ୍ରଦତ୍ତ ସହିଷ୍ଣୁତାକୁ ଅଧିକ ଗଭୀରଭାବେ ଉପଲ୍ବଧି କରିବା ପାଇଁ ପ୍ରଭୁ ତୁମ୍ଭମାନଙ୍କୁ ସାହାଯ୍ୟ କରନ୍ତୁ।


(କେବଳ ଈଶ୍ୱରଙ୍କୁ ଜାଣି ନ ଥିବା ଲୋକମାନେ ଏହିସବୁ ବିଷୟରେ ବ୍ୟସ୍ତ ହୁଅନ୍ତି) ଏସବୁ ବିଷୟ ଆବଶ୍ୟକ ବୋଲି ତୁମ୍ଭମାନଙ୍କର ପିତା ଜାଣନ୍ତି।


“ମରୁ ପ୍ରାନ୍ତରରେ ଜଣେ କେହି ଉଚ୍ଚସ୍ୱରରେ କହୁଛନ୍ତି, ‘ପ୍ରଭୁଙ୍କ ପାଇଁ ପଥ ପ୍ରସ୍ତୁତ କର; ତାଙ୍କର ଯାତ୍ରା ନିମନ୍ତେ ପଥ ସରଳ କର’।”


ବର୍ତ୍ତମାନର ଏହି ଭ୍ରଷ୍ଟ ଜଗତରୁ ଆମକୁ ଉଦ୍ଧାର କରିବା ପାଇଁ, ଆମ ପିତା ଈଶ୍ୱରଙ୍କର ଇଚ୍ଛା ପାଳନ କରି, ଖ୍ରୀଷ୍ଟ ଆମ ପାପ ନିମନ୍ତେ ନିଜକୁ ସମର୍ପଣ କଲେ।


ଏହାର କେନ୍ଦ୍ର ହେଉଛନ୍ତି; ଈଶ୍ୱରଙ୍କ ପୁତ୍ର, ଆମ୍ଭମାନଙ୍କର ପ୍ରଭୁ ଯୀଶୁଖ୍ରୀଷ୍ଟ।


ଯେପରି ଉପବାସ କରୁଛ ବୋଲି ଅନ୍ୟମାନେ ଜାଣି ପାରିବେ ନାହିଁ, କିନ୍ତୁ ତୁମର ଅଦୃଶ୍ୟ ପିତା ଈଶ୍ୱରହିଁ ସବୁ କଥା ଜାଣିବେ। ତୁମେ ଗୋପନରେ ଯାହା କରୁଛ; ତାହା ଦେଖି, ସେ ତୁମକୁ ପୁରସ୍କାର ଦେବେ।


“ତୁମ ବିରୁଦ୍ଧରେ ଦୋଷ କରିଥିବା ଅନ୍ୟମାନଙ୍କୁ ଯଦି ତୁମେ କ୍ଷମା କର, ପିତା ଈଶ୍ୱର ମଧ୍ୟ ତୁମମାନଙ୍କୁ କ୍ଷମା କରିବେ।


“କିନ୍ତୁ ତୁମେ ପ୍ରାର୍ଥନା କରିବା ପାଇଁ ନିଜ କୋଠରୀ ଭିତରକୁ ଯାଅ, କବାଟ ବନ୍ଦ କରିଦିଅ ଓ ତୁମ ଅଦୃଶ୍ୟ ପିତା ଈଶ୍ୱରଙ୍କୁ ପ୍ରାର୍ଥନା କର। ତୁମେ ଗୋପନରେ ଯାହା କରିବ, ସର୍ବଦର୍ଶୀ ପିତା ଈଶ୍ୱର ତାହା ଦେଖି ତୁମକୁ ପୁରସ୍କାର ଦେବେ।


କଲସୀରେ ଥିବା ସାଧୁମାନଙ୍କୁ ଓ ଖ୍ରୀଷ୍ଟବିଶ୍ୱାସୀ ଭ୍ରାତାମାନଙ୍କ ନିକଟକୁ ଏହି ପତ୍ର ଲେଖୁଛନ୍ତି। ଆମ୍ଭମାନଙ୍କର ପିତା ଈଶ୍ୱର, ତୁମ୍ଭମାନଙ୍କୁ ଅନୁଗ୍ରହ ଓ ଶାନ୍ତି ପ୍ରଦାନ କରନ୍ତୁ।


ମୁଁ ତୁମ୍ଭମାନଙ୍କର ପିତା ହେବି, ଆଉ ତୁମ୍ଭମାନନେ ହେବ ମୋର ପୁତ୍ରକନ୍ୟା, ସର୍ବଶକ୍ତିମାନ ପ୍ରଭୁ ଏହି କଥା କହନ୍ତି।”


ତୁମର ଏହି ଦାନ ଗୋପନରେ ହୋଇଥିଲେ ସୁଦ୍ଧା ତୁମର ସର୍ବଦର୍ଶୀ ପିତା ଈଶ୍ୱର ତାହା ଦେଖି ତୁମକୁ ପୁରସ୍କାର ଦେବେ।


ଯୀଶୁ କହିଲେ, “ମୋତେ ଧରି ରଖିବାକୁ ଚେଷ୍ଟା କର ନାହିଁ, କାରଣ ମୁଁ ଏ ପର୍ଯ୍ୟନ୍ତ ମୋ’ ପିତାଙ୍କ ପାଖକୁ ଯାଇ ନାହିଁ। ମୋ’ ଭାଇମାନଙ୍କ ନିକଟକୁ ଯାଇ କୁହ, ମୋର ପିତା, ତୁମ୍ଭମାନଙ୍କର ପିତା, ମୋର ଈଶ୍ୱର ଓ ତୁମ୍ଭମାନଙ୍କ ଈଶ୍ୱରଙ୍କ ପାଖକୁ ମୁଁ ଯାଉଛି।”


ସେତେବେଳେ ଉଚ୍ଚ ସ୍ୱରରେ ଏକ ଆଦେଶ ନିର୍ଘୋଷିତ ହେବ, ପ୍ରଧାନ ସ୍ୱର୍ଗଦୂତଙ୍କ କଣ୍ଠସ୍ୱର ଶୁଭିବ, ଈଶ୍ୱରଙ୍କ ତୂରୀ ଧ୍ୱନି ନିନାଦିତ ହେବ ଏବଂ ପ୍ରଭୁ ସ୍ୱର୍ଗରୁ ଅବତରଣ କରିବେ। ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ଯେଉଁମାନଙ୍କର ମୃତ୍ୟୁ ହୋଇଛି, ସେମାନେ ପ୍ରଥମେ ସଞ୍ଜୀବିତ ହୋଇ ଉତ୍ଥିତ ହେବେ;


ଯେଉଁ ଈଶ୍ୱର ଆମକୁ ଶାନ୍ତି ପ୍ରଦାନ କରନ୍ତି, ସେ ତୁମ୍ଭମାନଙ୍କୁ ସମ୍ପୂର୍ଣ୍ଣଭାବେ ପବିତ୍ର କରନ୍ତୁ ଓ ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆଗମନ ସମୟରେ ତୁମର ସମସ୍ତ ସତ୍ତା, ମନ, ଆତ୍ମା, ଶରୀରକୁ ସମ୍ପୂର୍ଣ୍ଣଭାବେ ନିର୍ଦ୍ଦୋଷ ରଖନ୍ତୁ।


ଯେଉଁ ପ୍ରଭୁ ଆମ୍ଭମାନଙ୍କ ଶାନ୍ତିର ଉତ୍ସ, ସେ ତୁମ୍ଭମାନଙ୍କୁ ସର୍ବଦା ଓ ସର୍ବପ୍ରକାରେ ଶାନ୍ତି ପ୍ରଦାନ କରନ୍ତୁ।


ପୁଣି ସ୍ୱର୍ଗ ସିଂହାସନରୁ ଗୋଟିଏ ବାଣୀ ଉଚ୍ଚାରିତ ହେଲା: “ବର୍ତ୍ତମାନ ଈଶ୍ୱରଙ୍କ ନିବାସ ମନୁଷ୍ୟମାନଙ୍କ ମଧ୍ୟରେ; ସେ ସେମାନଙ୍କ ସଙ୍ଗରେ ବାସ କରିବେ ଏବଂ ସେମାନେ ତାଙ୍କ ନିଜର ଲୋକ ହେବେ। ଈଶ୍ୱର ସେମାନଙ୍କ ସହିତ ବାସ କରିବେ ଓ ସେମାନଙ୍କର ଈଶ୍ୱର ହେବେ।


Swiv nou:

Piblisite


Piblisite