Biblia Todo Logo
Bib sou entènèt

- Piblisite -




୧ ଥେସଲନୀକୀୟ 2:18 - ପବିତ୍ର ବାଇବଲ (CL) NT (BSI)

18 ତୁମ୍ଭମାନଙ୍କ ନିକଟକୁ ଫେରିଯିବା ପାଇଁ ଆମର ପ୍ରବଳ ଇଚ୍ଛା ଥିଲା ଓ ମୁଁ ନିେଜ ଫେରିଯିବା ପାଇଁ ଏକାଧିକ ଥର ଚେଷ୍ଟା କରିଥିଲି, କିନ୍ତୁ ଶୟତାନ ଆମକୁ ଏଥିରେ ବାଧା ଦେଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

18 ଏନିମନ୍ତେ ଆମ୍ଭେମାନେ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମନସ୍ଥ କରିଥିଲୁ, ବିଶେଷରେ ମୁଁ ପାଉଲ ଥରେ, ହଁ, ଦୁଇ ଥର ମନସ୍ଥ କରିଥିଲି, କିନ୍ତୁ ଶୟତାନ ଆମ୍ଭମାନଙ୍କୁ ବାଧା ଦେଲା।

Gade chapit la Kopi

ଓଡିଆ ବାଇବେଲ

18 ଏନିମନ୍ତେ ଆମ୍ଭେମାନେ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମନସ୍ଥ କରିଥିଲୁ, ବିଶେଷରେ ମୁଁ ପାଉଲ ଥରେ, ହଁ, ଦୁଇ ଥର ମନସ୍ଥ କରିଥିଲି, କିନ୍ତୁ ଶୟତାନ ଆମ୍ଭମାନଙ୍କୁ ବାଧା ଦେଲା ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 ଏନିମନ୍ତେ ଆମ୍ଭେମାନେ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମନସ୍ଥ କରିଥିଲୁ, ବିଶେଷରେ ମୁଁ ପାଉଲ ଥରେ, ହଁ, ଦୁଇ ଥର ମନସ୍ଥ କରିଥିଲି, କିନ୍ତୁ ଶୟତାନ ଆମ୍ଭମାନଙ୍କୁ ବାଧା ଦେଲା।

Gade chapit la Kopi

ପବିତ୍ର ବାଇବଲ

18 ଆମ୍ଭେ ତୁମ୍ଭମାନଙ୍କ ପାଖକୁ ଆସିବାକୁ ଚେଷ୍ଟା କରିଥିଲୁ। ମୁଁ ପାଉଲ ନିଜେ କେତେ ଥର ଆସିବାକୁ ଚେଷ୍ଟା କରିଛି, କିନ୍ତୁ ଶୟତାନ ଆମ୍ଭକୁ ବାଧା ଦେଇଛି।

Gade chapit la Kopi




୧ ଥେସଲନୀକୀୟ 2:18
13 Referans Kwoze  

ଅନେକ ଥର ତୁମ୍ଭମାନଙ୍କ ନିକଟକୁ ଆସିବା ପାଇଁ ମୋର ସଙ୍କଳ୍ପ ବ୍ୟର୍ଥ ହୋଇଛି।


ଭାଇମାନେ, ତୁମ୍ଭମାନଙ୍କ ନିକଟକୁ ଆସିବା ପାଇଁ ମୁଁ ଅନେକ ଥର ମନସ୍ଥ କରିଛି, କିନ୍ତୁ ଅନିବାର୍ଯ୍ୟ କାରଣରୁ, ଏ ପର୍ଯ୍ୟନ୍ତ ଆସିପାରି ନାହିଁ। ଅନ୍ୟାନ୍ୟ ଅଞ୍ଚଳର ଅଣଇହୁଦୀମାନଙ୍କ ମଧ୍ୟରେ ପ୍ରଚାର କରି ଯେପରି ସୁଫଳ ପାଇଛି, ତୁମ୍ଭମାନଙ୍କ ଅଞ୍ଚଳରେ ମଧ୍ୟ ତା’ କରିବା ପାଇଁ ମୋର ଇଚ୍ଛା।


ତୁମେ ଯାହା କିଛି ଦୁଃଖ ଭୋଗ କରିବାକୁ ଯାଉଛ, ସେଥିପାଇଁ ଭୟ କର ନାହିଁ। ଶୁଣ! ତୁମ ମଧ୍ୟରୁ କେତେକଙ୍କୁ କାରାଗାରରେ ପକାଇ ଶୟତାନ ପରୀକ୍ଷା କରିବ। କିନ୍ତୁ ତୁମର ଏହି ଦୁର୍ଦ୍ଦଶା କେବଳ ଦଶ ଦିନ ବ୍ୟାପୀ ହେବ। ଏଥିରେ ମରଣର ଭୟ ଥିଲେ ମଧ୍ୟ ମୋ’ ପ୍ରତି ବିଶ୍ୱସ୍ତ ରହିଲେ, ମୁଁ ତୁମକୁ ଜୀବନରୂପ ମୁକୁଟ ଦେବି।


ଯୀଶୁ ଉତ୍ତର ଦେଲେ, “ଦୂର ହୁଅ ଶୟତାନ! ଧର୍ମଶାସ୍ତ୍ରରେ ଲେଖାଅଛି, ‘କେବଳ ତୁମ ପ୍ରଭୁ ଈଶ୍ୱରଙ୍କୁ ଉପାସନା କର ଏବଂ ତାଙ୍କର ସେବା କର’।”


ମୁଁ ପାଉଲ ସ୍ୱାକ୍ଷର ସହ, ମୋର ଶୁଭେଚ୍ଛା ଜଣାଉଛି। ମୋର ବନ୍ଦୀ ଅବସ୍ଥାକୁ ଭୁଲି ଯିବ ନାହିଁ। ଈଶ୍ୱରଙ୍କ ଅନୁଗ୍ରହ ତୁମ ସମସ୍ତଙ୍କ ନିକଟରେ ରହୁ।


କିନ୍ତୁ ତୁମ ପ୍ରତି ମୋର ସ୍ନେହ ଥିବାରୁ କେବଳ ଅନୁରୋଧ କରିବି। ଯଦିଓ ମୁଁ ପାଉଲ, ଯୀଶୁ ଖ୍ରୀଷ୍ଟଙ୍କର ରାଜଦୂତ ଏବଂ ତାଙ୍କ ପାଇଁ ବର୍ତ୍ତମାନ ବନ୍ଦୀ,


ମୁଁ ଥେସଲନିକୀରେ ଥିବା ସମୟରେ ତୁମ୍ଭେମାନେ ବହୁ ବାର ମୋ’ ପାଖକୁ ଆବଶ୍ୟକୀୟ ସାହାଯ୍ୟ ପଠାଇଥିଲ।


ପ୍ରଭୁ ତୁମ ସମସ୍ତଙ୍କର ନିକଟରେ ରହନ୍ତୁ। ମୁଁ ନିଜ ହାତରେ ଏହା ଲେଖୁଛି - “ପାଉଲଙ୍କଠାରୁ ଶୁଭେଚ୍ଛା” ମୋର ସମସ୍ତ ପତ୍ର ମୁଁ ଏହିପରିଭାବେ ସ୍ୱାକ୍ଷରିତ କରି ଲେଖିଥାଏ।


ମୁଁ ପାଉଲ ନିଜ ହାତରେ ଏସବୁ ଲେଖୁଛି। ତୁମ୍ଭେମାନେ ମୋର ଶୁଭେଚ୍ଛା ଗ୍ରହଣ କର।


Swiv nou:

Piblisite


Piblisite