Biblia Todo Logo
Bib sou entènèt

- Piblisite -




୧ ଥେସଲନୀକୀୟ 2:17 - ପବିତ୍ର ବାଇବଲ (CL) NT (BSI)

17 ଭାଇମାନେ, ଯେତେବେଳେ ଅଳ୍ପ ସମୟ ପାଇଁ ତୁମ୍ଭମାନଙ୍କ ନିକଟରୁ ଆମେ ବିଚ୍ଛିନ୍ନ ହୋଇଥିଲୁ ଅବଶ୍ୟ ଶାରୀରିକଭାବେ, କାରଣ ଆମ ମନରେ ତୁମେ ସଦା ବିଦ୍ୟମାନ। - ତୁମକୁ ସ୍ମରଣ କରି ଆମେ କେଡ଼େ ଚିନ୍ତାକୁଳ ହୋଇଥିଲୁ ଓ ପୁନର୍ବାର ତୁମକୁ ଦେଖିବା ପାଇଁ ଆମେ କେତେ ଉଦ୍ୟମ କରିଥିଲୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

17 କିନ୍ତୁ, ହେ ଭାଇମାନେ, ଆମ୍ଭେମାନେ ହୃଦୟରେ ନୁହେଁ, ମାତ୍ର ଶରୀରରେ ଅଳ୍ପ ସମୟ ପାଇଁ ତୁମ୍ଭମାନଙ୍କଠାରୁ ବିଚ୍ଛିନ୍ନ ହୋଇଥିବାରୁ ତୁମ୍ଭମାନଙ୍କ ମୁଖ ଦେଖିବାକୁ ଅତ୍ୟ; ଆକାଂକ୍ଷା ସହକାରେ ଅଧିକ ଚେଷ୍ଟା କରିଥିଲୁ।

Gade chapit la Kopi

ଓଡିଆ ବାଇବେଲ

17 କିନ୍ତୁ, ହେ ଭାଇମାନେ, ଆମ୍ଭେମାନେ ହୃଦୟରେ ନୁହେଁ, ମାତ୍ର ଶରୀରରେ ଅଳ୍ପ ସମୟ ପାଇଁ ତୁମ୍ଭମାନଙ୍କଠାରୁ ବିଚ୍ଛିନ୍ନ ହୋଇଥିବାରୁ ତୁମ୍ଭମାନଙ୍କ ମୁଖ ଦେଖିବାକୁ ଅତ୍ୟନ୍ତ ଆକାଂକ୍ଷା ସହକାରେ ଅଧିକ ଚେଷ୍ଟା କରିଥିଲୁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

17 କିନ୍ତୁ, ହେ ଭାଇମାନେ, ଆମ୍ଭେମାନେ ହୃଦୟରେ ନୁହେଁ, ମାତ୍ର ଶରୀରରେ ଅଳ୍ପ ସମୟ ପାଇଁ ତୁମ୍ଭମାନଙ୍କଠାରୁ ବିଚ୍ଛିନ୍ନ ହୋଇଥିବାରୁ ତୁମ୍ଭମାନଙ୍କ ମୁଖ ଦେଖିବାକୁ ଅତ୍ୟନ୍ତ ଆକାଂକ୍ଷା ସହକାରେ ଅଧିକ ଚେଷ୍ଟା କରିଥିଲୁ।

Gade chapit la Kopi

ପବିତ୍ର ବାଇବଲ

17 ଭାଇ ଓ ଭଉଣୀମାନେ! ଆମ୍ଭେ ଅଳ୍ପ ସମୟ ପାଇଁ ତୁମ୍ଭମାନଙ୍କ ପାଖରୁ ଦୂରରେ ଥିଲୁ। ଆମ୍ଭେ ଶାରୀରିକ ଭାବରେ ସେଠାରେ ନ ଥିଲେ ମଧ୍ୟ, ଆମ୍ଭର ଚିନ୍ତାଗୁଡ଼ିକ ସେଠାରେ ଅଛି। ଆମ୍ଭେ ତୁମ୍ଭମାନଙ୍କୁ ଦେଖିବା ଲାଗି ବ୍ୟଗ୍ର ଥିଲୁ ଓ ସେଥିପାଇଁ ଅଧିକ ଯତ୍ନ ମଧ୍ୟ କରିଥିଲୁ।

Gade chapit la Kopi




୧ ଥେସଲନୀକୀୟ 2:17
16 Referans Kwoze  

କାରଣ ଶାରୀରିକଭାବେ ଅନୁପସ୍ଥିତ ଥିଲେ ସୁଦ୍ଧା, ଆତ୍ମିକ ଭାବରେ ମୁଁ ତୁମ୍ଭମାନଙ୍କ ସହିତ ଅଛି। ଖ୍ରୀଷ୍ଟଙ୍କ ଉପରେ ଦୃଢ଼ ବିଶ୍ୱାସ ରଖି ତୁମ୍ଭେମାନେ ଯେପରି ସୁଶୃଙ୍ଖଳିତ ହୋଇଛ, ତାହା ଦେଖି ମୁଁ ଆନନ୍ଦିତ। ଖ୍ରୀଷ୍ଟ ଓ ଜୀବନର ପୂର୍ଣ୍ଣତା


ମୁଁ ସେଠାରେ ଶାରୀରିକ ଭାବରେ ଅନୁପସ୍ଥିତ ଥିଲେ ସୁଦ୍ଧା, ଆତ୍ମିକ ଭାବରେ ଉପସ୍ଥିତ ବୋଲି ମନେ କରି, ସେହିପରି ଜଘନ୍ୟ କାର୍ଯ୍ୟ କରିଥିବା ବ୍ୟକ୍ତି ବିରୁଦ୍ଧରେ ପ୍ରଭୁ ଯୀଶୁଙ୍କ ନାମରେ ଦଣ୍ଡବିଧାନ କରି ସାରିଛି।


ଇତିମଧ୍ୟରେ ତୁମ୍ଭମାନଙ୍କ ନିକଟରୁ ଫେରି ଆସି ତୀମଥି ତୁମ ବିଶ୍ୱାସ ଓ ପ୍ରେମ ବିଷୟରେ ଶୁଭ ସମ୍ବାଦ ଆଣିଛନ୍ତି। ସେ ଆମକୁ ଜଣାଇଛନ୍ତି ଯେ, ତୁମ୍ଭେମାନେ ସର୍ବଦା ଆମର ଶୁଭ କାମନା କରୁଛ ଓ ଆମେ ଯେପରି ତୁମ୍ଭମାନଙ୍କୁ ଦେଖିବାକୁ ଇଚ୍ଛୁକ, ତୁମେ ମଧ୍ୟ ସେହିପରି ଆମ୍ଭମାନଙ୍କୁ ଦେଖିବାକୁ ଇଚ୍ଛା କରୁଛ।


ଭାଇମାନେ, ତୁମ୍ଭମାନଙ୍କ ନିକଟକୁ ଆସିବା ପାଇଁ ମୁଁ ଅନେକ ଥର ମନସ୍ଥ କରିଛି, କିନ୍ତୁ ଅନିବାର୍ଯ୍ୟ କାରଣରୁ, ଏ ପର୍ଯ୍ୟନ୍ତ ଆସିପାରି ନାହିଁ। ଅନ୍ୟାନ୍ୟ ଅଞ୍ଚଳର ଅଣଇହୁଦୀମାନଙ୍କ ମଧ୍ୟରେ ପ୍ରଚାର କରି ଯେପରି ସୁଫଳ ପାଇଛି, ତୁମ୍ଭମାନଙ୍କ ଅଞ୍ଚଳରେ ମଧ୍ୟ ତା’ କରିବା ପାଇଁ ମୋର ଇଚ୍ଛା।


କିନ୍ତୁ ଏହି ଅଞ୍ଚଳରେ ମୋର କାର୍ଯ୍ୟ ଶେଷ ହୋଇଛି ଏବଂ ମୋର ଆଶା, ତୁମ୍ଭମାନଙ୍କୁ ଦେଖିବା ପାଇଁ ମୋ ଅନେକ ବର୍ଷର ଅଭିଳାଷ ଏବଂ ପୂରଣ ହେବ।


ସେ ସେମାନଙ୍କୁ କହିଲେ, “ମୋର ଦୁଃଖ ଭୋଗ ପୂର୍ବରୁ ମୁଁ ତୁମ୍ଭମାନଙ୍କ ସହିତ ଏହି ନିସ୍ତାର ପର୍ବର ଭୋଜ ଖାଇବାକୁ ବହୁତ ଇଚ୍ଛା କରିଥିଲି!


ରାତି ହେବାକ୍ଷଣି ବିଶ୍ୱାସୀମାନେ ପାଉଲ ଓ ଶୀଲାଙ୍କୁ ବେରିଆକୁ ପଠାଇ ଦେଲେ। ସେମାନେ ସେଠାରେ ପହଞ୍ଚି ସମାଜ ଗୃହକୁ ଗଲେ।


ଯଦି କେହି ତୁମ ବିରୁଦ୍ଧରେ ମୋକଦ୍ଦମା କରି ତୁମକୁ ବିଚାରାଳୟକୁ ନିଏ, ତେବେ ବିଚାରାଳୟକୁ ଯିବା ପୂର୍ବରୁ ତା’ ସହିତ ଆପୋଷ ନିଷ୍ପତ୍ତି କରିବାକୁ ପ୍ରାଣପଣ ଚେଷ୍ଟା କର। ଯଦି ତାହା ନ କର, ତେବେ ସେ ତୁମକୁ ବିଚାରପତିଙ୍କ ନିକଟକୁ ଟାଣି ନେବ ଓ ବିଚାରପତି ତୁମକୁ ଆରକ୍ଷୀ ହାତରେ ଦେବେ ଓ ସେ ତୁମକୁ କାରାଗାରରେ ନିକ୍ଷେପ କରିବେ।


Swiv nou:

Piblisite


Piblisite