Biblia Todo Logo
Bib sou entènèt

- Piblisite -




୧ ଥେସଲନୀକୀୟ 2:16 - ପବିତ୍ର ବାଇବଲ (CL) NT (BSI)

16 ଏପରିକି ଯେଉଁ ସୁସମାଚାର ପ୍ରଚାର ଦ୍ୱାରା ଅଣଇହୁଦୀମାନଙ୍କର ପରିତ୍ରାଣ ସାଧନ ହୋଇପାରେ, ସେଥିରୁ ସେମାନେ ଆମକୁ ନିବୃତ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଏହିପରି ଭାବରେ ସେମାନେ ଅନବରତ କରୁଥିବା ପାପର ମାତ୍ରା ଚରମ ସୀମାରେ ଆସି ପହଞ୍ଚିଛି। ପରିଶେଷରେ ଏବେ ସେମାନଙ୍କ ବିରୁଦ୍ଧରେ ଈଶ୍ୱରଙ୍କ କ୍ରୋଧ ପ୍ରଜ୍ଜ୍ୱଳିତ ହୋଇଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 କାରଣ ବିଜାତିମାନଙ୍କର ପରିତ୍ରାଣ ନିମନ୍ତେ ସେମାନଙ୍କ ନିକଟରେ ପ୍ରଚାର କରିବାକୁ ସେମାନେ ଆମ୍ଭମାନଙ୍କୁ ବାଧା ଦିଅନ୍ତି; ଏହି ପ୍ରକାରେ ସେମାନେ ସର୍ବଦା ଆପଣା ଆପଣାର ପାପ ପରିପୂର୍ଣ୍ଣ କରୁଥାଆନ୍ତି; କିନ୍ତୁ ସେମାନଙ୍କ ଉପରେ କ୍ରୋଧ ସମ୍ପୂର୍ଣ୍ଣ ରୂପେ ବର୍ତ୍ତିଲାଣି।

Gade chapit la Kopi

ଓଡିଆ ବାଇବେଲ

16 କାରଣ ଅଣଯିହୂଦୀମାନଙ୍କ ପରିତ୍ରାଣ ନିମନ୍ତେ ସେମାନଙ୍କ ନିକଟରେ ପ୍ରଚାର କରିବାକୁ ସେମାନେ ସର୍ବଦା ଆମ୍ଭମାନଙ୍କୁ ବାଧା ଦିଅନ୍ତି, ପୁଣି, ସେମାନେ ପାପରେ ଆପଣା ଆପଣାକୁ ପରିପୂର୍ଣ୍ଣ କରୁଥାନ୍ତି; ସେମାନଙ୍କ ଉପରେ କ୍ରୋଧ ସମ୍ପୂର୍ଣ୍ଣ ରୂପେ ବର୍ତ୍ତିଲାଣି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 କାରଣ ଅଣଯିହୁଦୀମାନଙ୍କ ପରିତ୍ରାଣ ନିମନ୍ତେ ସେମାନଙ୍କ ନିକଟରେ ପ୍ରଚାର କରିବାକୁ ସେମାନେ ସର୍ବଦା ଆମ୍ଭମାନଙ୍କୁ ବାଧା ଦିଅନ୍ତି, ପୁଣି, ସେମାନେ ପାପରେ ଆପଣା ଆପଣାକୁ ପରିପୂର୍ଣ୍ଣ କରୁଥାଆନ୍ତି; ସେମାନଙ୍କ ଉପରେ କ୍ରୋଧ ସମ୍ପୂର୍ଣ୍ଣ ରୂପେ ବର୍ତ୍ତିଲାଣି।

Gade chapit la Kopi

ପବିତ୍ର ବାଇବଲ

16 ସେମାନେ ଆମ୍ଭକୁ ଅଣଯିହୂଦୀମାନଙ୍କ ନିକଟରେ ଶିକ୍ଷା ଦେବା ପାଇଁ ଅଟକାଇବାକୁ ଚେଷ୍ଟା କରନ୍ତି। ଅଣଯିହୂଦୀମାନେ ଉଦ୍ଧାର ହୁଅନ୍ତୁ, ଏହି ଉଦ୍ଦେଶ୍ୟରେ ଆମ୍ଭେ ସେମାନଙ୍କୁ ଶିକ୍ଷା ଦେଉ। କିନ୍ତୁ ଯିହୂଦୀମାନେ ପୂର୍ବରୁ କରିଥିବା ପାପଗୁଡ଼ିକର ସୂଚୀ, ବର୍ତ୍ତମାନ ମଧ୍ୟ ବଢ଼ି ଗ୍ଭଲିଛି। ଏବେ ପୂର୍ଣ୍ଣଭାବରେ ପରମେଶ୍ୱରଙ୍କ କ୍ରୋଧ ସେମାନଙ୍କ ଉପରେ ଆସି ପଡ଼ିଲାଣି।

Gade chapit la Kopi




୧ ଥେସଲନୀକୀୟ 2:16
52 Referans Kwoze  

କିନ୍ତୁ ଯେତେବେଳେ ଥେସଲନିକୀୟ ଇହୁଦୀମାନେ ଶୁଣିଲେ ଯେ ବେରିଆରେ ମଧ୍ୟ ପାଉଲ ଈଶ୍ୱରଙ୍କ ବାକ୍ୟ ପ୍ରଚାର କରୁଛନ୍ତି, ସେମାନେ ସେଠାକୁ ଆସି ଗଣ୍ଡଗୋଳ କରିବା ପାଇଁ ଲୋକମାନଙ୍କୁ ମତାଇଲେ।


ପିସିଦିଆର ଆଣ୍ଟିୟୋଖ ଓ ଇକନିୟରୁ କେତେକ ଇହୁଦୀ ଆସିଥିଲେ, ସେମାନେ ଜନତାକୁ ମତାଇ ପାଉଲଙ୍କୁ ପ୍ରସ୍ତରାଘାତ କଲେ ଓ ତାଙ୍କୁ ମୃତ ବୋଲି ଭାବି ସହର ବାହାରକୁ ଘୋଷାରି ନେଲେ।


ଯେ କେହି ଏଥିରେ ବିଶ୍ୱାସ କରି ଜଳଦୀକ୍ଷା ଗ୍ରହଣ କରିବ, ସେ ପରିତ୍ରାଣ ପାଇବ। ଯେ ବିଶ୍ୱାସ କରିବ ନାହିଁ, ସେ ଦୋଷୀ ସାବ୍ୟସ୍ତ ହେବ।


"ତେବେ ତୁମ୍ଭେ ଆଗେଇ ଚାଲ, ତୁମ ପୂର୍ବ ପୁରୁଷମାନଙ୍କର ଅସମ୍ପୂର୍ଣ୍ଣ କରିଦିଅ।


ଅନେକେ ତା’ର ଦୁରନ୍ତ ପ୍ରତାରଣାରେ ବିଭ୍ରାନ୍ତ ହୋଇ ବିନଷ୍ଟ ହେବେ। ଯେଉଁ ସତ୍ୟକୁ ଗ୍ରହଣ କରି ତା’ ପ୍ରତି ଆସକ୍ତ ହେବା ଦ୍ୱାରା ସେମାନେ ପରିତ୍ରାଣ ପାଇ ଥାଆନ୍ତେ, ତାହାକୁ ଉପେକ୍ଷା କରି ଥିବାରୁ ସେମାନଙ୍କର ଏହି ଦଶା ହେବ।


କିନ୍ତୁ ଭାଇମାନେ, ମୁଁ ଯଦି ଆଜିଯାଏ ସୁନ୍ନତର ପ୍ରୟୋଜନୀୟତା ସପକ୍ଷରେ ପ୍ରଚାର କରୁଥାଏ, ତେବେ ମୁଁ ଏବେ ମଧ୍ୟ କାହିଁକି ନିର୍ଯ୍ୟାତିତ ହେଉଛି? ଯଦି ମୁଁ ତାହା କରୁଥାଏ, ତାହାହେଲେ ସେଥି ସଙ୍ଗେ ସଙ୍ଗେ ଖ୍ରୀଷ୍ଟଙ୍କ କ୍ରୁଶ ବିଷୟରେ ପ୍ରଚାର କରିବା ଦ୍ୱାରା ମୋର କିଛି ଅସୁବିଧା ହୋଇ ନ ଥାଆନ୍ତା।


ତା’ପରେ କେତେକ ଅଣଇହୁଦୀ ଓ ଇହୁଦୀମାନେ ସେମାନଙ୍କ ନେତାମାନଙ୍କ ସହିତ ଏକଜୁଟ ହୋଇ ପ୍ରେରିତ ଶିଷ୍ୟମାନଙ୍କ ପ୍ରତି ଦୁର୍ବ୍ୟବହାର କରିବା ପାଇଁ ଓ ସେମାନଙ୍କୁ ପ୍ରସ୍ତରାଘାତ କରି ମାରି ଦେବା ପାଇଁ ସ୍ଥିର କଲେ।


କିନ୍ତୁ ଇହୁଦୀମାନେ ନଗରର ନେତୃସ୍ଥାନୀୟ ଲୋକମାନଙ୍କୁ ପ୍ରରୋଚିତ କରି ପାଉଲ ଓ ବର୍ଣ୍ଣବାଙ୍କ ଉପରେ ଉତ୍ପୀଡ଼ନ କରିବାକୁ ଲାଗିଲେ ଏବଂ ସେହି ଅଞ୍ଚଳକୁ ସେମାନଙ୍କୁ ବାହାର କରିଦେଲେ।


ସମସ୍ତେ ପାପରୁ ଉଦ୍ଧାର ପାଇ ସତ୍ୟ ଉପଲବ୍ଧି କରନ୍ତୁ, ଏହା ତାଙ୍କର ଇଚ୍ଛା।


ଜନଗହଳି ଦେଖି ଇହୁଦୀମାନେ ଈର୍ଷାନ୍ୱିତ ହେଲେ ଓ ପାଉଲଙ୍କ କଥାରେ ପ୍ରତିବାଦ କରି ତାଙ୍କୁ ଅପମାନିତ କଲେ।


ତା’ଠାରୁ ଆହୁରି ଦୁଷ୍ଟ ସାତ ଜଣେ ପ୍ରେରିତ ନିମନ୍ତ୍ରଣ କରି ଆ;ଣ ଏବଂ ସେମାନେ ସମସ୍ତେ ସେହି ଘରେ ବାସ କରନ୍ତି। ଏହାଦ୍ୱାରା, ସେହି ଭୂତଗ୍ରସ୍ତ ମନୁଷ୍ୟର ଶେଷ ଦଶା ପୂର୍ବ ଦଶା ଅପେକ୍ଷା ଅଧିକ ଶୋଚନୀୟ ହୁଏ। ଏହି ଯୁଗର ଖଳ ଲୋକମାନେ ଏହିପରି ଶୋଚନୀୟ ଦଶା ଭୋଗିବେ।”


ଶସ୍ୟରୁ ତୁଷ ସବୁ ଉଡ଼ାଇ ଦେବା ପାଇଁ ତାଙ୍କ ହାତରେ କୁଲା ଅଛି। ସେ ଶସ୍ୟଗୁଡ଼ିକୁ ତାଙ୍କ ଅମାରରେ ରଖିବେ ଓ ତୁଷ ସବୁ ଚିର ଜ୍ୱଳନ୍ତ ଅଗ୍ନିରେ ପୋଡ଼ି ପକାଇବେ।


ଅଧର୍ମାଚାରୀ ଯଦି ଚାହେଁ, ଆହୁରି ଅଧର୍ମାଚରଣ କରୁ; ଅଶୁଚି ବ୍ୟକ୍ତି ଅଶୁଚି ହୋଇ ରହୁ; କିନ୍ତୁ ଯେ ସଦାଚାରୀ, ସେ ସତ୍କର୍ମରେ ନିବିଷ୍ଟ ରହୁ; ଯେ ପବିତ୍ର, ସେ ପବିତ୍ର ହୋଇ ରହୁ।”


କିନ୍ତୁ ଭୂମି ଯଦି କଣ୍ଟା ଗଛ ଓ ବାଳୁଙ୍ଗା ଉତ୍ପନ୍ନ କରେ, ତେବେ ତାହାର କୌଣସି ମୂଲ୍ୟ ରହିବ ନାହିଁ। ତାହା ଈଶ୍ୱରଙ୍କ ଅଭିଶାପର ପାତ୍ର ହେବ ଏବଂ ଅଗ୍ନିରେ ଧ୍ୱଂସ ପାଇବ।


ପୁଣି କିପରି ଈଶ୍ୱରଙ୍କ କ୍ରୋଧରୁ ଆମକୁ ରକ୍ଷା କରିବା ପାଇଁ, ମୃତ୍ୟୁରୁ ପୁନରୁତ୍ଥିତ ତାଙ୍କର ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ପୁନରାଗମନକୁ ତୁମ୍ଭେମାନେ ପ୍ରତୀକ୍ଷା କରି ରହିଛ, ଏ ସବୁ ବିଷୟରେ ସେଠାକାର ଲୋକମାନେ କର୍ତ୍ତବାର୍ତ୍ତା କରୁଛନ୍ତି।


ସେଥିପାଇଁ ମୋର ଅନୁରୋଧ, ତୁମ୍ଭମାନଙ୍କ ନିମନ୍ତେ ମୋର ଦୁଃଖଭୋଗ ପାଇଁ ନିରାଶ ହୁଅ ନାହିଁ, କାରଣ ଏ ସବୁ ତୁମ୍ଭମାନଙ୍କର ମଙ୍ଗଳ ନିମନ୍ତେ ହୋଇଅଛି।


ମୁଁ ଈଶ୍ୱରଙ୍କ ଲୋକମାନଙ୍କ ମଧ୍ୟରେ ସମସ୍ତଙ୍କଠାରୁ କ୍ଷୁଦ୍ରତମ, ତଥାପି ଅଣଇହୁଦୀମାନଙ୍କ ନିକଟକୁ ଖ୍ରୀଷ୍ଟଙ୍କର ଅପରିମିତ ସମ୍ପଦର ବାର୍ତ୍ତା ଘେନି ଯିବା ପାଇଁ ମୋତେ ଈଶ୍ୱର ସୁଯୋଗ ଦେଇଛନ୍ତି।


କିନ୍ତୁ ସେମାନଙ୍କ ମଧ୍ୟରୁ କେତେକ କଠିନମନା ଥିଲେ, ସେମାନେ ବିଶ୍ୱାସ କଲେ ନାହିଁ। ସେମାନେ ଦଳର ସମସ୍ତଙ୍କ ସାମ୍ନାରେ ପ୍ରଭୁଙ୍କର ମାର୍ଗ ବିଷୟରେ ଅପବାଦସୂଚକ କଥା କହିଲେ। ତେଣୁ ପାଉଲ ସେମାନଙ୍କୁ ଛାଡ଼ି ବିଶ୍ୱାସମାନଙ୍କୁ ନେଇ ପ୍ରତିଦିନ ଟିରାନସ୍ ଭବନରେ ଆଲୋଚନା ଚଳାଇଲେ।


କିନ୍ତୁ ଅବିଶ୍ୱାସୀ ଇହୁଦୀମାନେ ଅଣଇହୁଦୀମାନଙ୍କୁ ବିଭ୍ରାନ୍ତ କରି ସେମାନଙ୍କୁ ବିଶ୍ୱାସୀମାନଙ୍କ ବିରୁଦ୍ଧରେ ମତାଇଲେ।


କେବଳ ତାଙ୍କ ଦ୍ୱାରା ପରିତ୍ରାଣ ସମ୍ଭବ ହୋଇଛି। ସମଗ୍ର ବିଶ୍ୱ ଜଗତରେ ଥିବା ଅନ୍ୟ କୌଣସି ନାମ ଦ୍ୱାରା ମନୁଷ୍ୟ ପରିତ୍ରାଣ ପାଇପାରିବେ ନାହିଁ।”


ଈଶ୍ୱରଙ୍କ ରାଜ୍ୟ ବିଷୟରେ ଶୁଭବାର୍ତ୍ତା ସମଗ୍ର ମାନବ ଜାତି ପାଇଁ ସତ୍ୟ ସାକ୍ଷ୍ୟ ରୂପେ ସାରା ଜଗତରେ ପ୍ରଚାରିତ ହେବ। ତା’ପରେ ଯାଇ ଯୁଗାବସାନ ଘଟବ।”


ତୁମ୍ଭେମାନେ ନିକଟରେ ଲାଗିଥିବା ଯୁଦ୍ଧର କୋଳାହଳ ଶୁଣବ ଓ ଦୂରରେ ଚାଲିଥିବା ଯୁଦ୍ଧର ସମ୍ବାଦ ପାଇବ। କିନ୍ତୁ ଆତଙ୍କିତ ହୁଅ ନାହିଁ। ଏପରି ସବୁ ନିଶ୍ଚୟ ଘଟିବ। କିନ୍ତୁ, ଏହାର ଅର୍ଥ ନୁହେଁ ଯେ ଯୁଗାନ୍ତ କାଳ ଉପସ୍ଥିତ।


ଅନେକ ଦିନ ଅତିବାହିତ ହେବା ପରେ ଇହୁଦୀମାନେ ଏକତ୍ରିତ ହୋଇ ଶାଉଲଙ୍କୁ ହତ୍ୟା କରିବା ପାଇଁ ମନ୍ତ୍ରଣା କଲେ, କିନ୍ତୁ ଶାଉଲ ସେମାନଙ୍କର ଚକ୍ରାନ୍ତ ଜାଣିପାରିଲେ।


ସେମାନେ ଖବର ପାଇଛନ୍ତି ଯେ, ଆପଣ ଅଣଇହୁଦୀମାନଙ୍କ ଦେଶରେ ବାସ କରୁଥିବା ଇହୁଦୀମାନଙ୍କୁ ମୋଶାଙ୍କ ବ୍ୟବସ୍ଥା ପରିତ୍ୟାଗ କରିବାକୁ, ସେମାନଙ୍କର ଶିଶୁମାନଙ୍କୁ ସୁନ୍ନତ ନ କରିବାକୁ ଓ ଇହୁଦୀ ରୀତିନୀତି ପାଳନ ନ କରିବାକୁ ଶିକ୍ଷା ଦେଉଛନ୍ତି।


ତହିଁ ଆରଦିନ ସକାଳେ କେତେକ ଇହୁଦୀ ଏକତ୍ର ହୋଇ ଗୋଟିଏ ଚକ୍ରାନ୍ତ କଲେ। ପାଉଲଙ୍କୁ ହତ୍ୟା ନ କରିବା ପର୍ଯ୍ୟନ୍ତ ସେମାନେ ଭୋଜନ ପାନ କରିବେ ନାହିଁ ବୋଲି ଶପଥ କଲେ।


ଉପସ୍ଥିତ ଇହୁଦୀମାନେ ଏହି ଅଭିଯୋଗ ସତ୍ୟ ବୋଲି ଦୃଢ଼ଭାବେ ସମର୍ଥନ ଜଣାଇଲେ।


ସେଠାରେ ମୁଖ୍ୟ ଯାଜକ ଓ ଇହୁଦୀ ନେତାମାନେ ପୁନର୍ବାର ପାଉଲଙ୍କ ବିରୁଦ୍ଧରେ ଅଭିଯୋଗ କଲେ।


ପାଉଲ ଆସିବା କ୍ଷଣି ଯିରୂଶାଲମର ଇହୁଦୀମାନେ ତାଙ୍କ ଚାରିପଟେ ଘେରି ଯାଇ ଛିଡ଼ା ହେଲେ ଓ ତାଙ୍କ ବିରୁଦ୍ଧରେ ଅନେକ ଗୁରୁତର ଅଭିଯୋଗ କଲେ। କିନ୍ତୁ ସେମାନେ ଏସବୁ ପ୍ରମାଣ କରିବାକୁ ସମର୍ଥ ହେଲେ ନାହିଁ।


ତୁମେ ମୋ’ ପରି ଆଚରଣ କର। ମୁଁ ସବୁ ବିଷୟରେ ସମସ୍ତଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରୁଛ। ନିଜର ଚିନ୍ତା ନ କରି, ଅନ୍ୟମାନଙ୍କର ପରିତ୍ରାଣ ଲାଭ ଉଦ୍ଦେଶ୍ୟରେ ସମସ୍ତଙ୍କର ମଙ୍ଗଳ କରୁଛି।


Swiv nou:

Piblisite


Piblisite