Biblia Todo Logo
Bib sou entènèt

- Piblisite -




୧ ଥେସଲନୀକୀୟ 2:15 - ପବିତ୍ର ବାଇବଲ (CL) NT (BSI)

15 ସେହି ଇହୁଦୀମାନେ ପ୍ରଭୁ ଯୀଶୁଙ୍କୁ ଓ ଭାବବାଦୀମାନଙ୍କୁ ବଧ କରିଥିଲେ ଓ ଆମ୍ଭମାନଙ୍କୁ ମଧ୍ୟ ନିର୍ଯ୍ୟାତିତ କରିଥିଲେ। ସେମାନଙ୍କ ପ୍ରତି ଈଶ୍ୱର କେଡ଼େ ଅସନ୍ତୁଷ୍ଟ! ସମଗ୍ର ମାନବ ଜାତିର ସେମାନେ ଶତ୍ରୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

15 ସେହି ଯିହୁଦୀମାନେ ପ୍ରଭୁ ଯୀଶୁଙ୍କୁ, ପୁଣି ଭାବବାଦୀମାନଙ୍କୁ ମଧ୍ୟ ବଧ କରିଥିଲେ, ଆଉ ଆମ୍ଭମାନଙ୍କୁ ତାଡ଼ନା କଲେ; ସେମାନେ ଈଶ୍ଵରଙ୍କ ଅସନ୍ତୋଷପାତ୍ର ଓ ସମସ୍ତ ମାନବଜାତିର ବିପକ୍ଷ,

Gade chapit la Kopi

ଓଡିଆ ବାଇବେଲ

15 ସେହି ଯିହୂଦୀମାନେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କୁ, ପୁଣି, ଭାବବାଦୀମାନଙ୍କୁ ମଧ୍ୟ ବଧ କରିଥିଲେ, ଆଉ ଆମ୍ଭମାନଙ୍କୁ ତାଡନା କଲେ; ସେମାନେ ଈଶ୍ୱରଙ୍କ ଅସନ୍ତୋଷପାତ୍ର ଓ ସମସ୍ତ ମାନବଜାତିର ବିପକ୍ଷ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

15 ସେହି ଯିହୁଦୀମାନେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କୁ, ପୁଣି, ଭାବବାଦୀମାନଙ୍କୁ ମଧ୍ୟ ବଧ କରିଥିଲେ, ଆଉ ଆମ୍ଭମାନଙ୍କୁ ତାଡ଼ନା କଲେ; ସେମାନେ ଈଶ୍ବରଙ୍କ ଅସନ୍ତୋଷପାତ୍ର ଓ ସମସ୍ତ ମାନବଜାତିର ବିପକ୍ଷ,

Gade chapit la Kopi

ପବିତ୍ର ବାଇବଲ

15 ସେ ଯିହୂଦୀମାନେ ପ୍ରଭୁ ଯୀଶୁଙ୍କୁ ମାରିଦେଲେ। ସେମାନେ ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନଙ୍କୁ ମଧ୍ୟ ମାରିଦେଲେ। ସେହି ଯିହୂଦୀମାନେ ଆମ୍ଭକୁ ସେହି ଅଞ୍ଚଳ ଛାଡ଼ିବା ପାଇଁ ବାଧ୍ୟ କଲେ। ପରମେଶ୍ୱର ସେମାନଙ୍କଠାରେ ସନ୍ତୁଷ୍ଟ ନୁହନ୍ତି। ସେମାନେ ସମଗ୍ର ମାନବ ଜାତିର ବିରୋଧୀ।

Gade chapit la Kopi




୧ ଥେସଲନୀକୀୟ 2:15
21 Referans Kwoze  

ତୁମେ ନିଜକୁ ଧନ୍ୟ ବୋଲି ମନେକର। ଆନନ୍ଦିତ ହୋଇ ଉଲ୍ଲାସ କର, କାରଣ ସ୍ୱର୍ଗରେ ତୁମ ପାଇଁ ମହା ପୁରସ୍କାର ରଖାଯାଇଛି। ମନେରଖ, ତୁମ ପୂର୍ବରୁ ଭାବବାଦୀମାନେ ମଧ୍ୟ ଏହିପରି ନିର୍ଯ୍ୟାତିତ ହୋଇଥିଲେ।


ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କ ଦ୍ୱାରା ଉତ୍ପୀଡ଼ିତ ନ ହୋଇଥିବା କୌଣସି ଭାବବାଦୀ ଅଛନ୍ତି କି? ଈଶ୍ୱରଙ୍କ ଯେଉଁ ବାର୍ତ୍ତାବହମାନେ ବହୁ ପୂର୍ବେ ତାଙ୍କ ପବିତ୍ର ଦାସଙ୍କ ଆଗମନ ବିଷୟରେ ଘୋଷଣା କରିଥିଲେ, ତୁମ ପୂର୍ବପୁରୁଷମାନେ ସେମାନଙ୍କୁ ହତ୍ୟା କଲେ।


ଈଶ୍ୱର ତାଙ୍କର ଯୋଜନା ଅନୁଯାୟୀ ଯୀଶୁଙ୍କୁ ତୁମ ହସ୍ତରେ ସମର୍ପଣ କରିବାକୁ ସ୍ଥିର କରିଥିଲେ। ପୁଣି ତୁମେ ତାଙ୍କୁ ଦୁଷ୍ଟମାନଙ୍କ ଦ୍ୱାରା କ୍ରୁଶବିଦ୍ଧ କରି ହତ୍ୟା କରିଥିଲ।


ଯେ ଜୀବନର ପଥପ୍ରଦର୍ଶକ, ତୁମେ ତାଙ୍କୁ ବଧ କଲ; କିନ୍ତୁ ଈଶ୍ୱର ତାଙ୍କୁ ମୃତ୍ୟୁରୁ ପୁନର୍ଜୀବିତ କରିଛନ୍ତି। ଆମେ ଏହାର ସାକ୍ଷୀ।


ଆମର ମୁଖ୍ୟ ଯାଜକ ଓ ଶାସକମାନେ ତାଙ୍କୁ ମୃତ୍ୟୁ ଦଣ୍ଡ ଭୋଗିବା ପାଇଁ ଶତ୍ରୁ ହସ୍ତରେ ସମର୍ପଣ କଲେ ଓ ସେ କ୍ରୁଶବିଦ୍ଧ ହେଲେ।


ଲୋକମାନେ ଉତ୍ତର ଦେଲେ, “ତା’ର ମୃତ୍ୟୁ ପାଇଁ ଦଣ୍ଡ ଭୋଗିବାର ଥିଲେ, ଆମକୁ ଓ ଆମ ପିଲାମାନଙ୍କୁ ସେହି ଦଣ୍ଡଭୋଗ କରିବାକୁ ପଡ଼ୁ।”


“ହେ ଯିରୂଶାଲମ, ହେ ଯିରୂଶାଲମ। ତୁମେ ଭାବବାଦୀମାନଙ୍କୁ ହତ୍ୟା କରୁଛ ଓ ଈଶ୍ୱରପ୍ରେରିତ ବାର୍ତ୍ତାବହମାନଙ୍କୁ ପଥର ଫୋପାଡ଼ି ମାରୁଛ। କୁକୁଡ଼ା ତା’ ଡ଼େଣା ତଳେ ଛୁଆମାନଙ୍କୁ ଧରି ରଖିବା ପରି, ତୁମ ଲୋକମାନଙ୍କୁ ମୋ’ ବାହୁ ଛାୟାତଳେ ରକ୍ଷା କରିବା ପାଇଁ ମୁଁ କେତେଥର ଚେଷ୍ଟା କରିଛି। କିନ୍ତୁ ତୁମେ ମୋତେ ତାହା କରିବାକୁ ଦେଇ ନାହଁ।


ତଥାପି ଈଶ୍ୱର ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ପ୍ରତି ସନ୍ତୁଷ୍ଟ ନ ଥିଲେ। ତେଣୁ ସେମାନଙ୍କ ମୃତ ଶରୀର ମରୁଭୂମିର ଚାରିଆଡ଼େ ଛିନ୍ନଭିନ୍ନ ହୋଇ ପଡ଼ିଥିଲା।


ଇହୁଦୀମାନେ ଏଥିରେ ସନ୍ତୁଷ୍ଟ ଦେଖି ସେ ପିତରଙ୍କୁ ମଧ୍ୟ ବନ୍ଦୀ କଲେ। (ଏହି ଘଟଣା ତାଡ଼ିଶୂନ୍ୟ ରୋଟୀ ପର୍ବ ସମୟରେ ଘଟିଥିଲା।)


ତୁମ୍ଭେମାନେ ଯୀଶୁଙ୍କୁ କ୍ରୁଶରେ କଣ୍ଟକବିଦ୍ଧ କରି ମାରି ଦେବା ପରେ, ଆମ ପୂର୍ବପୁରୁଷମାନଙ୍କର ଈଶ୍ୱର, ଯୀଶୁଙ୍କୁ ମୃତ୍ୟୁରୁ ପୁନର୍ଜୀବିତ କରିଛନ୍ତି।


ତେବେ ଆପଣମାନେ ଓ ଇଶ୍ରାୟେଲର ସମସ୍ତେ ଜାଣିବା ଆବଶ୍ୟକ ଯେ, ଆପଣମାନଙ୍କ ସମ୍ମୁଖରେ ଛିଡ଼ା ହୋଇଥିବା ଏହି ଲୋକଟି କେବଳ ନାଜରିତୀୟ ଯୀଶୁଖ୍ରୀଷ୍ଟଙ୍କ ନାମର ଶକ୍ତିରେ ସଂପୂର୍ଣ୍ଣ ସୁସ୍ଥ ହୋଇଅଛି। ସେହି ଯୀଶୁଙ୍କୁ ଆପଣମାନେ କ୍ରୁଶବିଦ୍ଧ କରିଥିଲେ। କିନ୍ତୁ ଈଶ୍ୱର ତାହାଙ୍କୁ ମୃତ୍ୟୁରୁ ପୁନର୍ଜୀବିତ କରିଛନ୍ତି।


ଅନେକ ଥର ଯାତ୍ରା ସମୟରେ ନଦୀ ବକ୍ଷରେ, ଦସ୍ୟୁମାନଙ୍କ ହାତରେ, ସ୍ୱଜାତି-ଇହୁଦୀ ଓ ପ୍ରାନ୍ତରରେ, ସମୁଦ୍ରରେ, ଶଠ ବନ୍ଧୁମାନଙ୍କ ଦ୍ୱାରା ବିପଦର ସମ୍ମୁଖୀନ ହୋଇଛି।


Swiv nou:

Piblisite


Piblisite