Biblia Todo Logo
Bib sou entènèt

- Piblisite -




୧ ଥେସଲନୀକୀୟ 2:14 - ପବିତ୍ର ବାଇବଲ (CL) NT (BSI)

14 ଭାଇମାନେ, ଯିହୁଦା ଦେଶରେ ଥିବା ଈଶ୍ୱରଙ୍କ ମଣ୍ଡଳୀଗୁଡ଼ିକରେ ଓ ସେଠାକାର ଖ୍ରୀଷ୍ଟବିଶ୍ୱାସୀମାନଙ୍କ ପ୍ରତି ଯାହା ଘଟିଥିଲା, ତୁମ୍ଭମାନଙ୍କ ପ୍ରତି ମଧ୍ୟ ତାହା ଘଟିଛି। ସେମାନେ ଇହୁଦୀମାନଙ୍କଠାରୁ ଯେପରି ନିର୍ଯ୍ୟାତନା ଭୋଗ କରିଥିଲେ, ତୁମ୍ଭେମାନେ ମଧ୍ୟ ନିଜ ଦେଶବାସୀଙ୍କ ଠାରୁ ଅନୁରୂପ ନିର୍ଯ୍ୟାତନା ଭୋଗ କରିଛ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 କାରଣ, ହେ ଭାଇମାନେ, ତୁମ୍ଭେମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବା ଯିହୂଦା ଦେଶସ୍ଥ ମଣ୍ତଳୀସମୂହର ଅନୁକାରୀ ହୋଇଅଛ, ଯେଣୁ ସେମାନେ ଯିହୁୀମାନଙ୍କ ଦ୍ଵାରା ଯେଉଁସବୁ ଦୁଃଖଭୋଗ କରିଥିଲେ, ତୁମ୍ଭେମାନେ ମଧ୍ୟ ସ୍ଵଜାତୀୟମାନଙ୍କ ଦ୍ଵାରା ସେହିସବୁ ଦୁଃଖଭୋଗ କରିଅଛ।

Gade chapit la Kopi

ଓଡିଆ ବାଇବେଲ

14 କାରଣ, ହେ ଭାଇମାନେ, ତୁମ୍ଭେମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବା ଯିହୂଦା ଦେଶସ୍ଥ ମଣ୍ଡଳୀସମୁହର ଅନୁକାରୀ ହୋଇଅଛ, ଯେଣୁ ସେମାନେ ଯିହୂଦୀମାନଙ୍କ ଦ୍ୱାରା ଯେଉଁ ଦୁଃଖଭୋଗ କରିଥିଲେ, ତୁମ୍ଭେମାନେ ମଧ୍ୟ ସ୍ୱଜାତୀୟମାନଙ୍କ ଦ୍ୱାରା ସେହି ସବୁ ଦୁଃଖଭୋଗ କରୁଅଛ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 କାରଣ, ହେ ଭାଇମାନେ, ତୁମ୍ଭେମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବା ଯିହୂଦିୟା ପ୍ରଦେଶସ୍ଥ ଈଶ୍ବରଙ୍କ ମଣ୍ଡଳୀ-ସମୂହର ଅନୁକାରୀ ହୋଇଅଛ, ଯେଣୁ ସେମାନେ ଯିହୁଦୀମାନଙ୍କ ଦ୍ୱାରା ଯେଉଁ ଦୁଃଖଭୋଗ କରିଥିଲେ, ତୁମ୍ଭେମାନେ ମଧ୍ୟ ସ୍ୱଜାତୀୟମାନଙ୍କ ଦ୍ୱାରା ସେହିସବୁ ଦୁଃଖଭୋଗ କରୁଅଛ।

Gade chapit la Kopi

ପବିତ୍ର ବାଇବଲ

14 ଭାଇ ଓ ଭଉଣୀମାନେ! ତୁମ୍ଭେମାନେ ଯିହୂଦାରେ ଥିବା ଖ୍ରୀଷ୍ଟ ଯୀଶୁଙ୍କଠାରେ ପରମେଶ୍ୱରଙ୍କ ମଣ୍ଡଳୀଗୁଡ଼ିକର ଲୋକମାନଙ୍କ ଭଳି ହୋଇଛ। ଯିହୂଦାରେ ପରମେଶ୍ୱରଙ୍କ ଲୋକମାନେ ଅନ୍ୟ ଯିହୂଦୀମାନଙ୍କଠାରୁ ଯାତନା ଭୋଗ କରିଥିଲେ। ତୁମ୍ଭେମାନେ ନିଜ ଦେଶର ଲୋକମାନଙ୍କଠାରୁ ମଧ୍ୟ ସେହିଭଳି ଯାତନା ପାଇଛ।

Gade chapit la Kopi




୧ ଥେସଲନୀକୀୟ 2:14
26 Referans Kwoze  

ତୁମ୍ଭମାନଙ୍କ ସହିତ ଥିବାବେଳେ, ଆମେ ବହୁ ପୂର୍ବରୁ ଜଣାଇ ଦେଇଥିଲୁ ଯେ, ଆମ୍ଭମାନଙ୍କୁ ନିର୍ଯ୍ୟାତନା ଭୋଗ କରିବାକୁ ହେବ। ଏବେ ତୁମ୍ଭେମାନେ ଜାଣୁଛ ଯେ, ଠିକ୍ ତାହା ହିଁ ଘଟିଲା।


ତେଣୁ ଈଶ୍ୱରଙ୍କ ଉପାସକ ମଣ୍ଡଳୀମାନଙ୍କରେ ତୁମକୁ ନେଇ ଆମେ ଦର୍ପ କରିଥାଉ। ତୁମ୍ଭେମାନେ କିପରି ସମସ୍ତ କ୍ଲେଶ ଓ ତାଡ଼ନା ସହ୍ୟ କରି ନିଜ ବିଶ୍ୱାସରେ ଅବିଚଳିତ ରହିଛ, ଏ କଥା ଆମେ ଗର୍ବର ସହିତ ପ୍ରକାଶ କରିଥାଉ।


ସେହି ସମୟରେ ଯିହୁଦା ପ୍ରଦେଶରେ ଥିବା ଖ୍ରୀଷ୍ଟୀୟ ମଣ୍ଡଳୀର ସଦସ୍ୟମାନେ ମୋତେ ବ୍ୟକ୍ତିଗତଭାବେ ଜାଣି ନ ଥିଲେ।


ତୁମ୍ଭେମାନେ ଆମକୁ ଓ ଆମ ପ୍ରଭୁଙ୍କୁ ଅନୁସରଣ କରିଥିଲ ଏବଂ ବହୁ କ୍ଲେଶ ଭୋଗିବା ସତ୍ତେ୍ୱ ପବିତ୍ର ଆତ୍ମାଙ୍କଠାରୁ ପ୍ରାପ୍ତ ଆନନ୍ଦ ସହିତ ସେହି ସୁସମାଚାର ଗ୍ରହଣ କରିଥିଲ।


ଥେସଲନିକାରେ ଆମ୍ଭମାନଙ୍କର ପିତା ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଉପାସକ ମଣ୍ଡଳୀ ନିକଟକୁ ପାଉଲ, ଶୀଲା ଓ ତୀମଥିଙ୍କର ଏହି ପତ୍ର।


ପାଉଲ, ସିଲ୍ୱାନ ଓ ତୀମଥିଙ୍କ ନିକଟରୁ ଥେସଲନିକାରେ ଥିବା ପିତା ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବିଶ୍ୱାସୀ ମଣ୍ଡଳୀକୁ ଏହି ପତ୍ର। ପିତା ଈଶ୍ୱର ଏବଂ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କୁ ପ୍ରଦତ୍ତ ହେଉ।


ଈଶ୍ୱର ଯାହାକୁ ଯେପରି ଅନୁଗ୍ରହ କରିଛନ୍ତି ଓ ଯାହାକୁ ଯେଉଁ ଅବସ୍ଥାରେ ଆହ୍ୱାନ କରିଛନ୍ତି, ସେ ସେହିପରି ଭାବରେ ଜୀବନ ଯାପନ କରିବା ଉଚିତ୍। ଏହି ନିର୍ଦ୍ଦେଶ ମୁଁ ସବୁ ମଣ୍ଡଳୀକୁ ଦେଇଥାଏ।


କିନ୍ତୁ ଯେତେବେଳେ ଥେସଲନିକୀୟ ଇହୁଦୀମାନେ ଶୁଣିଲେ ଯେ ବେରିଆରେ ମଧ୍ୟ ପାଉଲ ଈଶ୍ୱରଙ୍କ ବାକ୍ୟ ପ୍ରଚାର କରୁଛନ୍ତି, ସେମାନେ ସେଠାକୁ ଆସି ଗଣ୍ଡଗୋଳ କରିବା ପାଇଁ ଲୋକମାନଙ୍କୁ ମତାଇଲେ।


ସ୍ତିଫାନଙ୍କ ମୃତ୍ୟୁ ପରେ ବିଶ୍ୱାସୀମାନେ ଉତ୍ପୀଡ଼ିତ ହୋଇ ଛିନ୍ନଭିନ୍ନ ହେଉଥିବା ସମୟରେ ସେମାନଙ୍କ ମଧ୍ୟରୁ କେତେକ କେବଳ ଇହୁଦୀମାନଙ୍କ ନିକଟରେ ପ୍ରଚାର କରି, ଫିନୀସିଆ, ସାଇପ୍ରସ୍ ଓ ଆଣ୍ଟିୟୋଖ ପର୍ଯ୍ୟନ୍ତ ଗଲେ।


ଯିହୁଦା, ଗାଲିଲୀ ଓ ଶମିରୋଣରେ ଥିବା ଖ୍ରୀଷ୍ଟୀୟ ମଣ୍ଡଳୀମାନଙ୍କ ପାଇଁ ସେ ସମୟର ପରିସ୍ଥିତି ଶାନ୍ତ ଥିଲା ଏବଂ ପବିତ୍ରଆତ୍ମାଙ୍କ ଆନୁକୂଲ୍ୟରେ ସେମାନଙ୍କର ସଦସ୍ୟ ସଂଖ୍ୟା ବୃଦ୍ଧି ପାଇଲା ଓ ସେମାନେ ସୁଦୃଢ଼ ହେଲେ। ଖ୍ରୀଷ୍ଟ ବିଶ୍ୱାସୀମାନେ ପ୍ରଭୁଙ୍କ ପ୍ରତି ଭୟ ଭକ୍ତିରେ ଜୀବନଯାପନ କଲେ।


ହନନିୟ କହିଲେ, “ପ୍ରଭୁ, ଏହି ବ୍ୟକ୍ତି ଯିରୂଶାଲମରେ ଆପଣଙ୍କ ଲୋକମାନଙ୍କ ପ୍ରତି ଯେଉଁ ନୃଶଂସ କାର୍ଯ୍ୟ ସବୁ କରିଛ, ସେ ସମ୍ପର୍କରେ ଅନେକ ଲୋକ ମୋତେ ଜଣାଇଛନ୍ତି।


ଏହି ସମୟରେ ଶାଉଲ ପ୍ରଭୁଙ୍କ ଶିଷ୍ୟମାନଙ୍କୁ ହତ୍ୟା କରିବେ ବୋଲି ଧମକ ଦେଉଥିଲେ।


ସେହି ଦିନଠାରୁ ଯିରୁଶାଲମର ମଣ୍ଡଳୀ ପ୍ରତି ନିଷ୍ଠୁର ଉତ୍ପୀଡ଼ନ ଆରମ୍ଭ ହେଲା। ପ୍ରେରିତ ଶିଷ୍ୟମାନଭ୍କ ବ୍ୟତୀତ ଅନ୍ୟ ସମସ୍ତ ବିଶ୍ୱାସୀ ଯିହୁଦା ଓ ଶମିରୋଣ ଅଞ୍ଚଳରେ ଛିନ୍ନଭିନ୍ନ ହୋଇଗଲେ।


କିନ୍ତୁ ଶାଉଲ ମଣ୍ଡଳୀକୁ ଧ୍ୱଂସ କରିବାକୁ ଚେଷ୍ଟା କଲେ, ଘର ଘରକୁ ଯାଇ ଖ୍ରୀଷ୍ଟ ବିଶ୍ୱାସୀ ପୁରୁଷ, ସ୍ତ୍ରୀ ସମସ୍ତଙ୍କୁ ଟାଣି ଆଣି କାରାଗାରରେ ପକାଇଲେ।


କିନ୍ତୁ ଇହୁଦୀମାନେ ନଗରର ନେତୃସ୍ଥାନୀୟ ଲୋକମାନଙ୍କୁ ପ୍ରରୋଚିତ କରି ପାଉଲ ଓ ବର୍ଣ୍ଣବାଙ୍କ ଉପରେ ଉତ୍ପୀଡ଼ନ କରିବାକୁ ଲାଗିଲେ ଏବଂ ସେହି ଅଞ୍ଚଳକୁ ସେମାନଙ୍କୁ ବାହାର କରିଦେଲେ।


କିନ୍ତୁ ଅବିଶ୍ୱାସୀ ଇହୁଦୀମାନେ ଅଣଇହୁଦୀମାନଙ୍କୁ ବିଭ୍ରାନ୍ତ କରି ସେମାନଙ୍କୁ ବିଶ୍ୱାସୀମାନଙ୍କ ବିରୁଦ୍ଧରେ ମତାଇଲେ।


ନଗରର ଲୋକମାନେ ଦୁଇ ଦଳରେ ବିଭକ୍ତ ହେଲେ। ସେମାନଙ୍କ ମଧ୍ୟରୁ କେତେ ଜଣ ଇହୁଦୀମାନଙ୍କୁ ଓ ଆଉ କେତେକ ପ୍ରେରିତ ଶିଷ୍ୟମାନଙ୍କୁ ସମର୍ଥନ କଲେ।


ତା’ପରେ କେତେକ ଅଣଇହୁଦୀ ଓ ଇହୁଦୀମାନେ ସେମାନଙ୍କ ନେତାମାନଙ୍କ ସହିତ ଏକଜୁଟ ହୋଇ ପ୍ରେରିତ ଶିଷ୍ୟମାନଙ୍କ ପ୍ରତି ଦୁର୍ବ୍ୟବହାର କରିବା ପାଇଁ ଓ ସେମାନଙ୍କୁ ପ୍ରସ୍ତରାଘାତ କରି ମାରି ଦେବା ପାଇଁ ସ୍ଥିର କଲେ।


ପିସିଦିଆର ଆଣ୍ଟିୟୋଖ ଓ ଇକନିୟରୁ କେତେକ ଇହୁଦୀ ଆସିଥିଲେ, ସେମାନେ ଜନତାକୁ ମତାଇ ପାଉଲଙ୍କୁ ପ୍ରସ୍ତରାଘାତ କଲେ ଓ ତାଙ୍କୁ ମୃତ ବୋଲି ଭାବି ସହର ବାହାରକୁ ଘୋଷାରି ନେଲେ।


ଗାଲିୟୋ ଆଖାୟାର ରୋମୀୟ ଶାସକ ଥିବା ସମୟରେ, ଇହୁଦୀମାନେ ଏକତ୍ରିତ ହୋଇ ପାଉଲଙ୍କୁ ଧରି ବିଚାରାଳୟକୁ ନେଲେ।


ତୁମ୍ଭେମାନେ ଅନ୍ୟ ଦେଶୀୟ, ଇହୁଦୀ କିମ୍ବା ଈଶ୍ୱରଙ୍କ ମଣ୍ଡଳୀ, କାହାରି ବିଘ୍ନ ସ୍ୱରୂପ ହୁଅ ନାହିଁ।


Swiv nou:

Piblisite


Piblisite