Biblia Todo Logo
Bib sou entènèt

- Piblisite -




୧ ଥେସଲନୀକୀୟ 2:10 - ପବିତ୍ର ବାଇବଲ (CL) NT (BSI)

10 ତୁମ୍ଭେମାନେ ଓ ସ୍ୱୟଂ ଈଶ୍ୱର ଆମର ସାକ୍ଷୀ - ତୁମ ପରି ବିଶ୍ୱାସୀମାନଙ୍କ ନିକଟରେ ଆମର ଆଚରଣ ନିର୍ମଳ, ନ୍ୟାୟସଙ୍ଗତ ଦୋଷଶୂନ୍ୟ ଥିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ବିଶ୍ଵାସୀ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କ ପ୍ରତି ଆମ୍ଭେମାନେ କିପରି ପବିତ୍ର, ଧାର୍ମିକ ଓ ଅନିନ୍ଦନୀୟ ବ୍ୟବହାର କରିଥିଲୁ, ସେଥିର ତୁମ୍ଭେମାନେ ସାକ୍ଷୀ, ପୁଣି ଈଶ୍ଵର ମଧ୍ୟ ସାକ୍ଷୀ।

Gade chapit la Kopi

ଓଡିଆ ବାଇବେଲ

10 ବିଶ୍ୱାସୀ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କ ପ୍ରତି ଆମ୍ଭେମାନେ କିପରି ପବିତ୍ର, ଧାର୍ମିକ ଓ ଅନିନ୍ଦନୀୟ ବ୍ୟବହାର କରିଥିଲୁ, ସେଥିର ତୁମ୍ଭେମାନେ ସାକ୍ଷୀ, ପୁଣି, ଈଶ୍ୱର ମଧ୍ୟ ସାକ୍ଷୀ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ବିଶ୍ୱାସୀ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କ ପ୍ରତି ଆମ୍ଭେମାନେ କିପରି ପବିତ୍ର, ଧାର୍ମିକ ଓ ଅନିନ୍ଦନୀୟ ବ୍ୟବହାର କରିଥିଲୁ, ସେଥିର ତୁମ୍ଭେମାନେ ସାକ୍ଷୀ, ପୁଣି, ଈଶ୍ବର ମଧ୍ୟ ସାକ୍ଷୀ।

Gade chapit la Kopi

ପବିତ୍ର ବାଇବଲ

10 ବିଶ୍ୱାସୀ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କ ଗହଣରେ ରହିଥିଲାବେଳେ, ଆମ୍ଭେମାନେ ପବିତ୍ର, ଧାର୍ମିକ ଓ ତ୍ରୁଟି ରହିତ ଜୀବନଯାପନ କରିଥିଲୁ।

Gade chapit la Kopi




୧ ଥେସଲନୀକୀୟ 2:10
26 Referans Kwoze  

ତୁମେ ଯେଉଁମାନଙ୍କ ଦାୟିତ୍ୱ ନେଇଛ, ସେମାନଙ୍କ ଉପରେ ପ୍ରଭୁତ୍ୱ ନ କରି ସେମାନଙ୍କ ପାଇଁ ନିଜ ଜୀବନରେ ଆଦର୍ଶ ଦେଖାଅ।


କାରଣ କେବଳ ବାକ୍ୟରେ ନୁହେଁ, ପବିତ୍ର ଆତ୍ମାଙ୍କ ସହାୟତାରେ ଶକ୍ତିର ସହିତ, ସୁସମାଚାରର ସତ୍ୟତା ସମ୍ପୂର୍ଣ୍ଣଭାବେ ଉପଲବ୍ଧି କରି ଆମେ ତାହା ତୁମ୍ଭମାନଙ୍କ ନିକଟରେ ପ୍ରଚାର କରିଥିଲୁ। ତୁମ୍ଭେମାନେ ଜାଣ, ତୁମ ସହିତ ଥିବାବେଳେ ଆମେ କିପରି ଜୀବନ ଯାପନ କରିଥିଲୁ; କିପରି କେବଳ ତୁମ୍ଭମାନଙ୍କର ମଙ୍ଗଳ ଆମ ଜୀବନର ଲକ୍ଷ୍ୟ ଥିଲା।


ଜଗତରେ ଜୀବନ ଓ ବିଶେଷରେ ତୁମ୍ଭମାନଙ୍କ ସହିତ ଆମର ସର୍ମ୍ପକ ଈଶ୍ୱରଦତ୍ତ ପବିତ୍ରତା ଓ ବିଶ୍ବସ୍ତତା ଦ୍ୱାରା ପରିଚାଳିତ ବୋଲି ଆମ ବିବେକର ସାକ୍ଷ୍ୟ। ଏଥିପାଇଁ ଆମ ମନରେ ଗର୍ବ ହୁଏ। ମାନବିକ ଜ୍ଞାନରେ ନୁହେଁ, ମାତ୍ର ଐଶ୍ୱରିକ ଜ୍ଞାନରେ ଏହା କରିବାକୁ ଆମେ ସକ୍ଷମ ହୋଇଛୁ।


ତୁମେ ମୋର ଶିକ୍ଷା, ମୋର ଆଚରଣ ଓ ମୋ’ ଜୀବନର ଲକ୍ଷ୍ୟ ଅନୁସରଣ କରିଛ। ମୋର ବିଶ୍ୱାସ, ଧୈର୍ଯ୍ୟ, ପ୍ରେମ, ସହନଶୀଳତା, ମୋର ନିର୍ଯ୍ୟାତନା ଓ ଦୁଃଖଭୋଗ ତୁମେ ନିରୀକ୍ଷଣ କରିଛ। ତୁମେ ଜାଣିଛ, କିପରି ଆଣ୍ଟିୟୋଖ, ଇକନିୟ ଓ ଲୁସ୍ତ୍ରାରେ ମୁଁ ଭୀଷଣ ନିର୍ଯ୍ୟାତନା ସହ୍ୟ କରିଥିଲି। କିନ୍ତୁ କିପରି ସେ ସବୁରୁ ପ୍ରଭୁ ମୋତେ ଉଦ୍ଧାର କରିଛନ୍ତି।


ସେମାନେ ଆସି ଉପସ୍ଥିତ ହେବାରୁ ପାଉଲ କହିଲେ, “ଆସିଆ ପ୍ରଦେଶରେ ପହଞ୍ଚିବାର ପ୍ରଥମ ଦିନଠାରୁ ମୁଁ କିପରି ତୁମ୍ଭମାନଙ୍କ ସହିତ ଅଧିକାଂଶ ସମୟ ଅତିବାହିତ କରିଛି, ତାହା ତୁମ୍ଭେମାନେ ଜାଣ।


ତୁମେ ନିଜର କଥାବାର୍ତ୍ତା, ଆଚରଣ, ପ୍ରେମ, ବିଶ୍ୱାସ ଓ ଚରିତ୍ରର ନିର୍ମଳତାରେ ଆଦର୍ଶ ଦେଖାଇ ପାରିଲେ, ଅଳ୍ପ ବୟସ୍କ ହୋଇଥିଲେ ସୁଦ୍ଧା ତୁମକୁ ମଣ୍ଡଳୀରେ କେହି ଅବଜ୍ଞା କରିପାରିବେ ନାହିଁ।


ଅବଶ୍ୟ ତୁମ୍ଭେମାନେ ଜାଣିଛ, ତୁମ କାର୍ଯ୍ୟକଳାପରେ ଆମକୁ ଅନୁକରଣ କରିବା ଉଚିତ୍। ତୁମ୍ଭମାନଙ୍କ ସହିତ ରହିଥିବା ବେଳେ ଆମେ ଆଳସ୍ୟପରାୟଣ ନ ଥିଲୁ।


ତୁମ୍ଭେମାନେ ଭଲ ଭାବେ ଜାଣ ଯେ, ଆମେ ଚାଟୁବାକ୍ୟ କହି ତୁମ ନିକଟକୁ ଆସି ନ ଥିଲୁ, କିଅବା ଆମ ଲୋଭକୁ ପ୍ରଚ୍ଛନ୍ନ କରିବା ପାଇଁ ତୁମ ନିକଟରେ ଛଳ ବ୍ୟବହାର କରି ନ ଥିଲୁ - ଏହି ବିଷୟରେ ଈଶ୍ୱର ଆମର ସାକ୍ଷୀ।


ମୁଁ କାହିଁକି ଏପରି କହୁଛି? ମୁଁ କ’ଣ ତୁମ୍ଭମାନଙ୍କୁ ପ୍ରେମ କରେ ନାହିଁ? ଈଶ୍ୱର ଜାଣନ୍ତି, ତୁମ୍ଭମାନଙ୍କୁ ମୁଁ କେତେ ପ୍ରେମ କରେ।


ତୁମ୍ଭମାନଙ୍କ ହୃଦୟରେ ଆମକୁ ସ୍ଥାନ ଦିଅ। ଆମେ କାହାରି ପ୍ରତି ଅନ୍ୟାୟ କରି ନାହୁଁ, କାହାରି କିଛି କ୍ଷତି କରି ନାହୁଁ କିମ୍ବା କାହାଠାରୁ କରିଛି ଫାଇଦା ଉଠାଇବାକୁ ଚେଷ୍ଟା କରିନାହୁଁ।


ତେଣୁ ଈଶ୍ୱର ଓ ମନୁଷ୍ୟ ସାକ୍ଷାତରେ ନିର୍ମଳ ବିବେକ ଅନୁଯାୟୀ ଆଚରଣ କରିବା ପାଇଁ ମୁଁ ସର୍ବଦା ପ୍ରାଣପଣ କରୁଛି।


ତେଣୁ ଆଜିର ଏହି ସୁଯୋଗରେ ମୁଁ ଦୃଢ଼ଭାବେ ତୁମ ନିକଟରେ ଘୋଷଣା କରୁଛି ଯେ, ଯଦି ତୁମ ମଧ୍ୟରୁ କେହି ବିନଷ୍ଟ ହୁଏ, ସେଥିପାଇଁ ମୁଁ ଦାୟୀ ନୁହେଁ।


ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା ଈଶ୍ୱରଙ୍କ ନାମ ଚିରକାଳ ଧନ୍ୟ ହେଉ। ସେ ଜାଣନ୍ତି ଯେ, ମୁଁ ମିଥ୍ୟା କହୁ ନାହିଁ।


ପ୍ରଭୁଙ୍କୁ କରିବା ଅର୍ଥ କଅଣ, ଆମେ ଜାଣିଛୁ ଏବଂ କରିବା ପାଇଁ ଆମେ ସମସ୍ତଙ୍କୁ ପ୍ରବର୍ତ୍ତାଉଛୁ। ଈଶ୍ୱର ଆମ ସମସ୍ତଙ୍କୁ ଭଲ ଭାବରେ ଜାଣନ୍ତି। ମୁଁ ଆଶା କରୁଛି, ତୁମ୍ଭମାନେ ମୋତେ ଭଲ ଭାବରେ ଜାଣ।


ଲଜ୍ଜାଜନକ ଓ ଗୋପନୀୟ କାର୍ଯ୍ୟକଳାପ ସବୁ ଆମେ ପରିତ୍ୟାଗ କରିଛୁ। ଆମେ ଛଳନା କରୁ ନାହୁଁ କିମ୍ବା ଈଶ୍ୱରଙ୍କ ବାକ୍ୟର ବିକୃତ ଅର୍ଥ କରୁ ନାହିୁଁ। କିନ୍ତୁ ପ୍ରକାଶ୍ୟ ଭାବରେ ଈଶ୍ୱରଙ୍କ ସାକ୍ଷାତରେ ମନୁଷ୍ୟର ବିବେକ ନିକଟରେ ଆମେ ନିଜ ନିଜର ଯୋଗ୍ୟତାପ୍ରମାଣ କରିବା ପାଇଁ ଚେଷ୍ଟା କରୁଛୁ;


ଅବଶ୍ୟ ଆମ ପକ୍ଷେ ଏହା ଯଥାର୍ଥ, କାରଣ ଆମେ ଯାହା କରିଅଛୁ, ତାହାର ସମୁଚିତ ଦଣ୍ଡ ଭୋଗୁଛୁ; କିନ୍ତୁ ସେ କୌଣସି ଦୋଷ କରି ନାହାନ୍ତି।”


Swiv nou:

Piblisite


Piblisite