Biblia Todo Logo
Bib sou entènèt

- Piblisite -




୧ ଥେସଲନୀକୀୟ 1:4 - ପବିତ୍ର ବାଇବଲ (CL) NT (BSI)

4 ଭାଇମାନେ! ଆମେ ଜାଣୁ ଯେ, ଈଶ୍ୱର ତୁମ୍ଭମାନଙ୍କୁ ପ୍ରେମ କରନ୍ତି ଏବଂ ତାଙ୍କ ଆପଣାର ଲୋକ ହେବା ନିମନ୍ତେ ତୁମ୍ଭମାନଙ୍କୁ ମନୋନୀତ କରିଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 କାରଣ ହେ ଈଶ୍ଵରଙ୍କ ପ୍ରିୟପାତ୍ର ଭ୍ରାତୃବୃନ୍ଦ, ଆମ୍ଭେମାନେ ଜାଣୁ ଯେ, ତୁମ୍ଭେମାନେ ମନୋନୀତ ଲୋକ,

Gade chapit la Kopi

ଓଡିଆ ବାଇବେଲ

4 କାରଣ ହେ ଈଶ୍ୱରଙ୍କ ପ୍ରିୟ ଭ୍ରାତୃବୃନ୍ଦ, ଆମ୍ଭେମାନେ ଜାଣୁ ଯେ, ତୁମ୍ଭେମାନେ ମନୋନୀତ ଲୋକ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 କାରଣ ହେ ଈଶ୍ବରଙ୍କ ପ୍ରିୟ ଭ୍ରାତୃବୃନ୍ଦ, ଆମ୍ଭେମାନେ ଜାଣୁ ଯେ, ତୁମ୍ଭେମାନେ ମନୋନୀତ ଲୋକ,

Gade chapit la Kopi

ପବିତ୍ର ବାଇବଲ

4 ଭାଇ ଓ ଭଉଣୀମାନେ! ପରମେଶ୍ୱର ତୁମ୍ଭକୁ ପ୍ରେମ କରନ୍ତି। ଆମ୍ଭେ ଏହା ମଧ୍ୟ ଜାଣୁ ଯେ, ସେ ତୁମ୍ଭମାନଙ୍କୁ ନିଜର ବୋଲି ବାଛିଛନ୍ତି।

Gade chapit la Kopi




୧ ଥେସଲନୀକୀୟ 1:4
14 Referans Kwoze  

ତେଣୁ ହେ ଭାଇମାନେ, ତୁମ୍ଭମାନଙ୍କ ନିମନ୍ତେ ଈଶ୍ୱରଙ୍କୁ ସର୍ବଦା ଧନ୍ୟବାଦ ଦେବା ଉଚିତ୍। କାରଣ ପ୍ରଭୁ ତୁମ୍ଭମାନଙ୍କୁ ପ୍ରେମ କରନ୍ତି। ସତ୍ୟରେ ତୁମ୍ଭମାନଙ୍କର ବିଶ୍ୱାସ ଯୋଗୁଁ ଈଶ୍ୱର ତୁମକୁ ସର୍ବାଗ୍ରେ ମନୋନୀତ କରିଛନ୍ତି - ଯେପରି ପବିତ୍ର ଆତ୍ମାଙ୍କ ଶକ୍ତିରେ ତୁମ୍ଭେମାନେ ପରିତ୍ରାଣ ପାଇବ ଓ ଏକ ପବିତ୍ର ଗୋଷ୍ଠୀ ହେବ।


ଅତିଏବ, ହେ ଭାଇମାନେ, ଈଶ୍ୱର ଯେ ତମ୍କୁ ମନୋନୀତ କରି ଆହ୍ୱାନ କରିଛନ୍ତି; ଏହି ଅନୁଭୂତିକୁ ଚିରସ୍ଥାୟୀ କରିବା ପାଇଁ ଅଧିକ ଯତ୍ନଶୀଳ ହୁଅ। ଏହିପରି କଲେ, ତୁମ୍ଭେମାନେ କେବେ ତୁମ ବିଶ୍ୱାସରୁ ବିଚ୍ୟୁତ ହେବ ନାହିଁ।


ଏ ସମ୍ପର୍କରେ ହୋଶେୟ ପୁସ୍ତକରେ ଈଶ୍ୱର କହିଛନ୍ତି: “ଯେଉଁମାନେ ଆମ୍ଭର ଲୋକ ନ ଥିଲେ; ସେମାନଙ୍କୁ ‘ନିଜର ଲୋକ’ ରୂପେ ଆହ୍ୱାନ କରିବୁ। ଯେଉଁ ଜାତିକୁ ଆମ୍ଭେ ପ୍ରେମ କରି ନ ଥିଲୁ, ତାକୁ ‘ଆମ୍ଭର ପ୍ରିୟ’ ବୋଲି ସମ୍ବୋଧନ କରିବୁ।


ତୁମ୍ଭେମାନେ ଈଶ୍ୱରଙ୍କ ଲୋକ। ସେ ତୁମ୍ଭମାନଙ୍କୁ ପ୍ରେମ କରି ନିଜ ପାଇଁ ମନୋନୀତ କରିଛନ୍ତି। ତେଣୁ ତୁମ୍ଭେମାନେ ଅନୁକମ୍ପା, ଦୟା, ନମ୍ରତା, ସୁଶୀଳତା ଓ ଧୈର୍ଯ୍ୟରୂପ ବସ୍ତ୍ର ପରିଧାନ କର।


ପୃଥିବୀର ସୃଷ୍ଟି ପୂର୍ବରୁ ଈଶ୍ୱର ଆମ୍ଭମାନଙ୍କୁ ମନୋନୀତ କରିଛନ୍ତି। ପୁଣି ତାଙ୍କ ସମ୍ମୁଖରେ ଆମେ ପବିତ୍ର ଓ ନିର୍ଦ୍ଦୋଷ ହେବା ପାଇଁ ଏବେ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇଛୁ।


ସୁତରାଂ ରୋମର ଯେଉଁମାନଙ୍କୁ ଈଶ୍ୱର ପ୍ରେମ କରନ୍ତି ଓ ତାଙ୍କ ନିଜ ଲୋକ ହେବା ପାଇଁ ଆହ୍ୱାନ କରିଛନ୍ତି, ସେ ସମସ୍ତଙ୍କୁ ମୁଁ ଏ ପତ୍ର ଲେଖୁଛି। ଆମ୍ଭମାନଙ୍କ ପିତା ଈଶ୍ୱର ଓ ପ୍ରଭୁ ଯୀଶୁଖ୍ରୀଷ୍ଟ ତୁମ୍ଭମାନଙ୍କୁ ଅନୁଗ୍ରହ ଓ ଶାନ୍ତି ପ୍ରଦାନ କରନ୍ତୁ।


ତୁମ୍ଭେମାନେ ଈଶ୍ୱରଙ୍କ ପରିକଳ୍ପନା ଅନୁସାରେ ମନୋନୀତ। ଯୀଶୁ ଖ୍ରୀଷ୍ଟଙ୍କ ଆଜ୍ଞା ପାଳନ କରି ତାଙ୍କ ରକ୍ତରେ ଶୁଚି ହେବା ପାଇଁ ତୁମ୍ଭେମାନେ ପରମାତ୍ମାଙ୍କ କର୍ତ୍ତୃକ ଏକ ପବିତ୍ର ଚାତି ହୋଇଅଛି। ଈଶ୍ୱରଙ୍କ ଅନୁଗ୍ରହ ଓ ଶାନ୍ତି ପୂର୍ଣ୍ଣମାତ୍ରାରେ ତୁମ୍ଭମାନଙ୍କର ହେଉ।


ଆମ୍ଭେମାନେ ପିତା ଈଶ୍ୱରଙ୍କ ନିକଟରେ ସ୍ମରଣ କରିଥାଉ, କିପରି ତୁମ୍ଭେମାନେ ନିଜ ବିଶ୍ୱାସକୁ କାର୍ଯ୍ୟରେ ପରିଣତ କରୁଛ, ପ୍ରେମରେ ଅନୁପ୍ରାଣିତ ହୋଇ କିପରି କଠିନ ପରିଶ୍ରମ କରୁଛ ଏବଂ ଆମ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କର ଭରସା କିପରି ଦୃଢ଼।


Swiv nou:

Piblisite


Piblisite