Biblia Todo Logo
Bib sou entènèt

- Piblisite -




୧ ଥେସଲନୀକୀୟ 1:3 - ପବିତ୍ର ବାଇବଲ (CL) NT (BSI)

3 ଆମ୍ଭେମାନେ ପିତା ଈଶ୍ୱରଙ୍କ ନିକଟରେ ସ୍ମରଣ କରିଥାଉ, କିପରି ତୁମ୍ଭେମାନେ ନିଜ ବିଶ୍ୱାସକୁ କାର୍ଯ୍ୟରେ ପରିଣତ କରୁଛ, ପ୍ରେମରେ ଅନୁପ୍ରାଣିତ ହୋଇ କିପରି କଠିନ ପରିଶ୍ରମ କରୁଛ ଏବଂ ଆମ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କର ଭରସା କିପରି ଦୃଢ଼।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ଆମ୍ଭମାନଙ୍କ ପ୍ରାର୍ଥନାରେ ତୁମ୍ଭମାନଙ୍କ ନାମ ଉଲ୍ଲେଖପୂର୍ବକ ତୁମ୍ଭ ସମସ୍ତଙ୍କ ନିମନ୍ତେ ସର୍ବଦା ଈଶ୍ଵରଙ୍କୁ ଧନ୍ୟବାଦ ଦେଉଅଛୁ,

Gade chapit la Kopi

ଓଡିଆ ବାଇବେଲ

3 ଆମ୍ଭମାନଙ୍କ ପ୍ରାର୍ଥନାରେ ତୁମ୍ଭମାନଙ୍କ ନାମ ଉଲ୍ଲେଖପୂର୍ବକ ସମସ୍ତଙ୍କ ନିମନ୍ତେ ସର୍ବଦା ଈଶ୍ୱରଙ୍କୁ ଧନ୍ୟବାଦ ଦେଉଅଛୁ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ଆମ୍ଭମାନଙ୍କ ପ୍ରାର୍ଥନାରେ ତୁମ୍ଭମାନଙ୍କ ନାମ ଉଲ୍ଲେଖପୂର୍ବକ ସମସ୍ତଙ୍କ ନିମନ୍ତେ ସର୍ବଦା ଈଶ୍ବରଙ୍କୁ ଧନ୍ୟବାଦ ଦେଉଅଛୁ;

Gade chapit la Kopi

ପବିତ୍ର ବାଇବଲ

3 ଆମ୍ଭମାନଙ୍କର ପରମପିତା ପରମେଶ୍ୱରଙ୍କୁ ଆମ୍ଭ ପ୍ରାର୍ଥନାରେ ନିବେଦନ କଲାବେଳେ ତୁମ୍ଭେମାନେ ତୁମ୍ଭମାନଙ୍କର ବିଶ୍ୱାସ ହେତୁ ଯାହା କରିଛ, ସେଥିପାଇଁ ତାଙ୍କୁ ଧନ୍ୟବାଦ ଦେଉ। ତୁମ୍ଭେମାନେ ତୁମ୍ଭମାନଙ୍କର ପ୍ରେମ ହେତୁ ଯେଉଁ କାର୍ଯ୍ୟ କରିଛ, ସେଥିପାଇଁ ତାହାଙ୍କୁ ଧନ୍ୟବାଦ ଦେଉ। ଏବଂ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କ ଭରସା ହେତୁ ତୁମ୍ଭେମାନେ ଦୃଢ଼ ହୋଇ ରହିଛ ବୋଲି ଆମ୍ଭେ ତାଙ୍କୁ ସର୍ବଦା ଧନ୍ୟବାଦ ଅର୍ପଣ କରୁଛୁ।

Gade chapit la Kopi




୧ ଥେସଲନୀକୀୟ 1:3
55 Referans Kwoze  

ବିଶ୍ୱାସ, ଭରସା ଓ ପ୍ରେମ - ଏହି ତିନୋଟି ସ୍ଥାୟୀ ବିଷୟ ମଧ୍ୟରେ ପ୍ରେମ ହିଁ ଶ୍ରେଷ୍ଠ।


ତୁମର କାର୍ଯ୍ୟକଳାପ, ତୁମ ପ୍ରେମ, ବିଶ୍ୱସ୍ତତା, ତୁମ ସେବାକାର୍ଯ୍ୟ ଓ ଧୈର୍ଯ୍ୟ ମୁଁ ଜାଣେ! ମୁଁ ମଧ୍ୟ ଜାଣେ ଯେ, ତୁମେ ପୂର୍ବେ ଯାହା କରୁଥିଲ, ବର୍ତ୍ତମାନ ତାହାଠାରୁ ଅଧିକ କରୁଛ।


କାରଣ ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ ହୋଇ ଜୀବନ ଯାପନ କଲେ, ସୁନ୍ନତ ବା ଅସୁନ୍ନତର କୌଣସି ପ୍ରଭେଦ ରହେ ନାହିଁ। ଏକମାତ୍ର ପ୍ରୟୋଜନୀୟ ବିଷୟ ହେଉଛି, ବିଶ୍ୱାସରେ ଅଟଳ ରହି ପ୍ରେମରେ କର୍ତ୍ତବ୍ୟ ସାଧନ କରିବା।


ସେଥିପାଇଁ ଆମେ ସର୍ବଦା ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରୁଛୁ। ତୁମ୍ଭମାନଙ୍କୁ ଯେଉଁ ଜୀବନ ଯାପନ କରିବା ନିମନ୍ତେ ଈଶ୍ୱର ଆହ୍ୱାନ କରିଛନ୍ତି, ତାହା କରିବା ପାଇଁ ଆମେ ଈଶ୍ୱରଙ୍କୁ ନିବେଦନ କରୁଛୁ। ତାଙ୍କ ଶକ୍ତିରେ ସେ ତୁମର ସମସ୍ତ ସତ୍ କାମନା ପୂରଣ କରି ତୁମ୍ଭମାନଙ୍କର ବିଶ୍ୱାସକୁ ପରିପକ୍ୱ କରନ୍ତୁ।


ଈଶ୍ବରଙ୍କ ପ୍ରତି ଆମ୍ଭମାନଙ୍କର ପ୍ରେମ ଅଛି, ଏହାର ଅର୍ଥ, ଆମେ ତାଙ୍କର ଆଜ୍ଞା ପାଳନ କରୁ। ତାଙ୍କ ଆଜ୍ଞାପାଳନ କରିବାଅତି କଷ୍ଟସାଧ୍ୟ ନୁହେଁ,


ତେଣୁ ସତ୍କର୍ମ କରିବାରେ ଆମେ କ୍ଲାନ୍ତ ହେବା ଅନୁଚିତ। କାରଣ ସେଥିରୁ ବିରତ ନ ହେଲେ, ଯଥା ସମୟରେ ଆମେ ଫସଲ ଅମଳ କରି ପାରିବା।


ସମସ୍ତ ଭରସାର ଆଧାର, ଈଶ୍ୱର ତୁମ୍ଭମାନଙ୍କ ବିଶ୍ୱାସ ଯୋଗୁଁ ତୁମ୍ଭମାନଙ୍କୁ ଆନନ୍ଦ ଓ ଶାନ୍ତିରେ ପୂର୍ଣ୍ଣ କରନ୍ତୁ। ପବିତ୍ରଆତ୍ମାଙ୍କ ଶକ୍ତିରେ ତୁମମାନଙ୍କର ଭରସା ବୃଦ୍ଧି ପାଉ।


ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ଏହି ଆଶା ପୋଷଣ କରିଛନ୍ତି, ସେମାନେ ଖ୍ରୀଷ୍ଟଙ୍କ ପରି ନିଜକୁ ପବିତ୍ର କରି ରଖିବେ।


ଇତିମଧ୍ୟରେ ତୁମ୍ଭମାନଙ୍କ ନିକଟରୁ ଫେରି ଆସି ତୀମଥି ତୁମ ବିଶ୍ୱାସ ଓ ପ୍ରେମ ବିଷୟରେ ଶୁଭ ସମ୍ବାଦ ଆଣିଛନ୍ତି। ସେ ଆମକୁ ଜଣାଇଛନ୍ତି ଯେ, ତୁମ୍ଭେମାନେ ସର୍ବଦା ଆମର ଶୁଭ କାମନା କରୁଛ ଓ ଆମେ ଯେପରି ତୁମ୍ଭମାନଙ୍କୁ ଦେଖିବାକୁ ଇଚ୍ଛୁକ, ତୁମେ ମଧ୍ୟ ସେହିପରି ଆମ୍ଭମାନଙ୍କୁ ଦେଖିବାକୁ ଇଚ୍ଛା କରୁଛ।


ପିଲାମାନେ, ଆମର ପ୍ରେମ କେବଳ କଥାରେ ଓ ବାକ୍ୟାଳାପରେ ପ୍ରକାଶ ପାଇଲେ ଯଥେଷ୍ଟ ହେବ ନାହିଁ; ତାହାକୁ କାର୍ଯ୍ୟରେ ଦେଖାଇବାକୁ ହେବ।


ଈଶ୍ୱରଙ୍କ ଇଚ୍ଛା ସାଧନ କରି, ଯାହା ସେ ଦେବେ ବୋଲି ପ୍ରତିଜ୍ଞା କରିଛନ୍ତି, ତାହା ପାଇବା ଅ।ଶାରେ ଧୈର୍ଯ୍ୟ ଧରି ରୁହ।


ଅତଏବ ପ୍ରିୟ ଭାଇମାନେ, ଅଟଳ ଓ ଅବିଚଳିତ ରୁହ। ପ୍ରଭୁଙ୍କ କାର୍ଯ୍ୟରେ ସର୍ବଦା ତତ୍ପର ହୁଅ। କାରଣ ତୁମ୍ଭେମାନେ ଜାଣ ଯେ, ପ୍ରଭୁଙ୍କ ପାଇଁ ତୁମ୍ଭମାନଙ୍କର ପରିଶ୍ରମ କେବେହେଲେ ବୃଥା ହେବ ନାହିଁ।


ଭାଇମାନେ! ତୁମ ପାଇଁ ଈଶ୍ୱରଙ୍କୁ ସର୍ବଦା ଧନ୍ୟବାଦ ଦେବା ଆମର କର୍ତ୍ତବ୍ୟ। ଆମ ପକ୍ଷରେ ଏହା ଉଚିତ ବୋଲି ଆମେ ମନେ କରୁଛୁ, କାରଣ ତୁମ୍ଭମାନଙ୍କର ବିଶ୍ୱାସ ଉତ୍ତରୋତ୍ତର ବୃଦ୍ଧି ପାଉଛି ଓ ତୁମ୍ଭେମାନେ ପରସ୍ପରକୁ ଅଧିକ ପ୍ରେମ କରୁଛ।


ତେଣୁ ଯଦି ନିଚ ବିବେକ ଆମକୁ ଦେଷୀ କରେ ନାହିଁ, ଈଶ୍ୱରଙ୍କ ସାନ୍ନିଧ୍ୟରେ ଆମେ ସତ୍ସାହାସୀ ହୋଇ ପାରିବା।


ପ୍ରକୃତ ସୌଦର୍ଯ୍ୟ ହେଉଛି, ତୁମ ଅନ୍ତରର ମୃଦୁ ନମ୍ରଭାବ। ତୁମ୍ଭମାନଙ୍କର ସେହି ଅକ୍ଷୟ ଭୂଷଣ ଈଶ୍ୱରଙ୍କ ଦୃଷ୍ଟିରେ ସବୁଠାରୁ ମୂଲ୍ୟବାନ।


ଈଶ୍ୱର ଅବ୍ରାହାମଙ୍କର ବିଶ୍ୱାସ ପରୀକ୍ଷା କଲାବେଳେ ଅବ୍ରାହାମ ନିଜ ପୁତ୍ର ଇସାହାକଙ୍କୁ ବଳିରୂପ ଉତ୍ସର୍ଗ କରିବାକୁ ପ୍ରସ୍ତୁତ ହେଲେ। ଈଶ୍ୱର ଅବ୍ରାହାମଙ୍କୁ ହିଁ ତାଙ୍କର ପ୍ରତିଜ୍ଞା ବଚନ ଦେଇଥିଲେ, ଅଥଚ ଅବ୍ରାହାମ ନିଜର ଏକମାତ୍ର ପୁତ୍ରକୁ ବଳିରୂପେ ଉତ୍ସର୍ଗ କରିବାକୁ ପ୍ରସ୍ତୁତ ଥିଲେ।


ଅବ୍ରାହାମ ଧୈର୍ଯ୍ୟ ଧରି ଅପେକ୍ଷା କଲେ। ତେଣୁ ସେ ଈଶ୍ୱରଙ୍କ ପ୍ରତିଜ୍ଞାତ ବିଷୟସବୁ ପ୍ରାପ୍ତ ହେଲେ।


ଏହି ପ୍ରକାର ପ୍ରାର୍ଥନା ତ୍ରାଣକର୍ତ୍ତା ଈଶ୍ୱରଙ୍କ ଦୃଷ୍ଟିରେ ଯଥାର୍ଥ ଓ ଗ୍ରହଣଯୋଗ୍ୟ।


ଭାଇମାନେ, ତୁମ୍ଭେମାନେ ସ୍ୱାଧୀନ ହେବା ନିମନ୍ତେ ଆହୂତ ହୋଇଥିଲ। କିନ୍ତୁ ସାବଧାନ, କେବଳ ଶାରୀରିକ ଲାଳସା ଚରିତାର୍ଥ କରିବା ପାଇଁ ସେହି ସ୍ୱାଧୀନତା ଯେପରି ବାହାନା ରୂପେ ବ୍ୟବହାର ନ କର। ବରଂ ପ୍ରେମ ଦ୍ୱାରା ପରିଚାଳିତ ହୋଇ ତୁମ୍ଭେମାନେ ପରସ୍ପରର ସେବା କର।


ବର୍ତ୍ତମାନର ଏହି ଭ୍ରଷ୍ଟ ଜଗତରୁ ଆମକୁ ଉଦ୍ଧାର କରିବା ପାଇଁ, ଆମ ପିତା ଈଶ୍ୱରଙ୍କର ଇଚ୍ଛା ପାଳନ କରି, ଖ୍ରୀଷ୍ଟ ଆମ ପାପ ନିମନ୍ତେ ନିଜକୁ ସମର୍ପଣ କଲେ।


ତୁମ୍ଭମାନଙ୍କ ମଙ୍ଗଳ ପାଇଁ ଅକ୍ଳାନ୍ତ ପରିଶ୍ରମ କରିଥିବା ମରିୟମଙ୍କୁ ମୋର ନମସ୍କାର।


ଶାସ୍ତ୍ରର ଶିକ୍ଷାସବୁ ଆମ୍ଭମାନଙ୍କ ଉପକାର ନିମିତ୍ତ ଉଦ୍ଦିଷ୍ଟ। ଭରସାରେ ସ୍ଥିର ରହିବା ନିମନ୍ତେ ଶାସ୍ତ୍ର ଆମ୍ଭମାନଙ୍କୁ ଧୈର୍ଯ୍ୟ ଓ ଉତ୍ସାହ ପ୍ରଦାନ କରେ।


ଦୃଢ଼ ଭରସା ରଖି ଆନନ୍ଦ କର। ଦୁଃଖ ଦୁର୍ଦ୍ଦଶା ସମୟରେ ଧୈର୍ଯ୍ୟ ଧର। ଅନବରତ ପ୍ରାର୍ଥନାରେ ନିବିଷ୍ଟ ରୁହ।


କେତେ ଜଣ ଗୌରବ, ସମ୍ମାନ ଓ ଅମରତ୍ୱ ପ୍ରାପ୍ତି ଆଶାରେ ଧୈର୍ଯ୍ୟର ସହିତ ସତ୍‍କର୍ମ କରି ଯାଆନ୍ତି, ସେମାନଙ୍କୁ ଈଶ୍ୱର ଅନନ୍ତ ଜୀବନ ପ୍ରଦାନ କରିବେ।


‘କର୍ଣ୍ଣୀଲିୟ! ଈଶ୍ୱର ତୁମ ପ୍ରାର୍ଥନା ଶୁଣିଅଛନ୍ତି ଓ ତୁମର ସେବାକାର୍ଯ୍ୟ ଲକ୍ଷ୍ୟ କରିଛନ୍ତି।


ଅତଏବ ଅନୁତାପ କରି ଈଶ୍ୱରଙ୍କ ଆଡ଼କୁ ଫେରି ଆସ। ତେବେ ସେ ତୁମର ପାପ କ୍ଷମା କରିବେ ଓ


“ମୋତେ ଯଦି ପ୍ରେମ କର, ମୋର ଆଜ୍ଞା ସବୁ ପାଳନ କରିବ।


ଅତଏବବ ଆମ ମଧ୍ୟରୁ କେହି ଯେପରି ନିଜର ଅବିଶ୍ୱାସ ହେତୁ ସେହି ଲୋକମାନଙ୍କ ପରି ଉକ୍ତ ବିଶ୍ରାମରୁ ବଞ୍ଚିତ ନ ହୁଏ, ଏଥପାଇଁ ଯଥାସାଧ୍ୟ ଉଦ୍ୟମ କରିବା।


ଅନେକେ ନିଜେ ଲାଭବାନ ହେବା ପାଇଁ ଈଶ୍ୱରଙ୍କ ବାକ୍ୟ ବ୍ୟବହାର କରିଥାନ୍ତୁ। ଆମେ କିନ୍ତୁ ସେପରି ନୋହୁଁ। ଆମକୁ ଈଶ୍ୱର ପ୍ରେରଣ କରି ଥିବାରୁ ଆମେ ବିଶ୍ୱରଙ୍କ ସାକ୍ଷାତରେ ଖ୍ରୀଷ୍ଟଙ୍କ ଦାସ ରୂପେ ପ୍ରଚାର କରୁ।


ସେହି ନିଗୂଢ଼ ସତ୍ୟସବୁ ଭାବବାଦୀମାନଙ୍କର ଶାସ୍ତ୍ରରେ ପ୍ରକଟିତ ହୋଇଛି ଏବଂ ତାହା ଏବେ ଅନାଦି ଅନନ୍ତ ପ୍ରଭୁ ଈଶ୍ୱରଙ୍କ ଦ୍ୱାରା ସମସ୍ତ ଜାତି ମଧ୍ୟରେ ପ୍ରଚାରିତ ହେଉଛି। ଏହା ଦ୍ୱାରା ସମସ୍ତେ ବିଶ୍ୱାସ କରି ଈଶ୍ୱରଙ୍କ ଆଜ୍ଞାବହ ହୋଇ ପାରିବେ।


ମୁଁ ଯେପରି ମୋ’ ପିତାଙ୍କ ଆଜ୍ଞା ପାଳନ କରି ତାଙ୍କ ପ୍ରେମରେ ଅବିଚଳିତ ରହିଥାଏ, ତୁମେ ମଧ୍ୟ ସେହିପରି ମୋର ଆଜ୍ଞା ପାଳନ କଲେ, ମୋ’ ପ୍ରେମରେ ସ୍ଥିର ହୋଇ ରହିବ।


ମୋର ଆଦେଶାନୁଯାୟୀ ତୁମ୍ଭେମାନେ ଧୈର୍ଯ୍ୟଶୀଳ ହୋଇ ରହିଛ, ତେଣୁ ପୃଥିବୀବାସୀ ଜନସମୂହକୁ ପରୀକ୍ଷା କରିବା ପାଇଁ ସମଗ୍ର ଜଗତରେ ଯେଉଁ ଦୁର୍ଦ୍ଦଶା ଉପସ୍ଥିତ ହେବାକୁ ଯାଉଛି, ସେଥିରୁ ମୁଁ ତୁମ୍ଭମାନଙ୍କୁ ନିରାପଦରେ ରଖିବି।


ଆମ ପ୍ରଭୁଙ୍କ ପ୍ରଚୁର ଅନୁଗ୍ରହରୁ ମୁଁ ତାଙ୍କଠାରେ ବିଶ୍ୱାସ ଓ ଭକ୍ତିରେ ଆବଦ୍ଧ ହୋଇଛି।


Swiv nou:

Piblisite


Piblisite