Biblia Todo Logo
Bib sou entènèt

- Piblisite -




୧ ଥେସଲନୀକୀୟ 1:10 - ପବିତ୍ର ବାଇବଲ (CL) NT (BSI)

10 ପୁଣି କିପରି ଈଶ୍ୱରଙ୍କ କ୍ରୋଧରୁ ଆମକୁ ରକ୍ଷା କରିବା ପାଇଁ, ମୃତ୍ୟୁରୁ ପୁନରୁତ୍ଥିତ ତାଙ୍କର ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ପୁନରାଗମନକୁ ତୁମ୍ଭେମାନେ ପ୍ରତୀକ୍ଷା କରି ରହିଛ, ଏ ସବୁ ବିଷୟରେ ସେଠାକାର ଲୋକମାନେ କର୍ତ୍ତବାର୍ତ୍ତା କରୁଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ପୁଣି, ସେ ଆପଣା ଯେଉଁ ପୁତ୍ରଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଲେ, ଆଗାମୀ କ୍ରୋଧରୁ ଆମ୍ଭମାନଙ୍କ ସେହି ଉଦ୍ଧାରକର୍ତ୍ତା ଯୀଶୁଙ୍କ ସ୍ଵର୍ଗରୁ ଆଗମନ କରିବାର ଅପେକ୍ଷାରେ ରହିବା ନିମନ୍ତେ ଈଶ୍ଵରଙ୍କ ପ୍ରତି ଫେରିଲ।

Gade chapit la Kopi

ଓଡିଆ ବାଇବେଲ

10 ପୁଣି, ସେ ଆପଣା ଯେଉଁ ପୁତ୍ରଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଲେ, ଆଗାମୀ କ୍ରୋଧରୁ ଆମ୍ଭମାନଙ୍କୁ ରକ୍ଷା କରିବା ନିମନ୍ତେ ସେହି ଯୀଶୁଙ୍କୁ ସ୍ୱର୍ଗରୁ ଆଗମନ କରିବାର ଅପେକ୍ଷାରେ ରହିବା ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ପୁଣି, ସେ ଆପଣା ଯେଉଁ ପୁତ୍ରଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଲେ, ଆଗାମୀ କ୍ରୋଧରୁ ଆମ୍ଭମାନଙ୍କ ସେହି ଉଦ୍ଧାରକର୍ତ୍ତା ଯୀଶୁଙ୍କ ସ୍ୱର୍ଗରୁ ଆଗମନ କରିବାର ଅପେକ୍ଷାରେ ରହିବା ନିମନ୍ତେ ଈଶ୍ଵରଙ୍କ ପ୍ରତି ଫେରିଲ।

Gade chapit la Kopi

ପବିତ୍ର ବାଇବଲ

10 ତୁମ୍ଭେମାନେ ପରମେଶ୍ୱରଙ୍କ ପୁତ୍ରଙ୍କର ସ୍ୱର୍ଗରୁ ଆସିବା ସମୟକୁ ଅପେକ୍ଷା କରି ମୂର୍ତ୍ତିପୂଜା ବନ୍ଦ କରିଥିଲି। ପରମେଶ୍ୱର ତାଙ୍କ ପୁତ୍ର ଯୀଶୁଙ୍କୁ ମୃତ୍ୟୁରୁ ପୁନରୁ‌ତ୍‌‌ଥିତ କରିଛନ୍ତି। ପରମେଶ୍ୱରଙ୍କ ଆଗାମୀ କ୍ରୋଧପୂର୍ଣ୍ଣ ବିଗ୍ଭରରୁ ଯୀଶୁ ଆମ୍ଭକୁ ଉଦ୍ଧାର କରନ୍ତି।

Gade chapit la Kopi




୧ ଥେସଲନୀକୀୟ 1:10
46 Referans Kwoze  

ଈଶ୍ୱର ଆମ୍ଭମାନଙ୍କୁ ତାଙ୍କ କ୍ରୋଧର ପାତ୍ର ହେବାକୁ ମନୋନୀତ କରି ନାହାନ୍ତି; ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମଧ୍ୟବର୍ତ୍ତିତାରେ ଆମକୁ ପରିତ୍ରାଣ କରିବା ପାଇଁ ସ୍ଥିର କରିଛନ୍ତି।


ଯେତେବେଳେ ଯୋହନ ଦେଖିଲେ ଅନେକ ଫାରୁଶୀ ଓ ସାଦୁକୀ ଜଳଦୀକ୍ଷା ନେବା ପାଇଁ ଆସୁଛନ୍ତି; ସେମାନଙ୍କୁ ସେ କହିଲେ, “ଆରେ ସର୍ପକୁଳ! ଈଶ୍ୱର ତୁମ୍ଭମାନଙ୍କୁ ଯେଉଁ ଦଣ୍ଡ ଦେବାକୁ ଯାଉଛନ୍ତି, ସେଥିରୁ ନିସ୍ତାର ପାଇ ପାରିବ ବୋଲି କିଏ ତୁମକୁ କହିଛି?


କିନ୍ତୁ ଈଶ୍ୱର ତାଙ୍କୁ ମୃତ୍ୟୁ କବଳରୁ ମୁକ୍ତ କରି ପୁନରୁତ୍ôଥତ କଲେ, କାରଣ ସେ ମୃତ୍ୟୁ ଦ୍ୱାରା ଆବଦ୍ଧ ହୋଇ ରହିବା ଅସମ୍ଭବ।


ତୁମ୍ଭମାନଙ୍କୁ ଈଶ୍ୱରଙ୍କ ନିକଟକୁ କଢ଼ାଇ ଆଣିବା ପାଇଁ ଖ୍ରୀଷ୍ଟ ନିଜେ ଧାମର୍ମିକ ହୋଇ ଅଧାର୍ମିକମାନଙ୍କ ପାପର ପ୍ରାୟଶ୍ଚିତ ନିମନ୍ତେ ନିଜର ପ୍ରାଣ ଦେଲେ। ଏହି ପ୍ରାୟଶ୍ଚିତ ସେ ଏକାଥରକେ ଅନନ୍ତ କାଳ ପାଇଁ ସାଧନ କରିଛନ୍ତି। ସେ ଶାରୀରିକ ଭାବରେ ହତ ହେଲେ, କିନ୍ତୁ ଆତ୍ମିକ ଭାବରେ ସଞ୍ଜୀବିତ ହେଲେ


ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା ଈଶ୍ୱରଙ୍କୁ ଧନ୍ୟବାଦ ଦେଉ, କାରଣ ସେ ତାଙ୍କ ଅପାର ଦୟାରେ ଯୀଶୁ ଖ୍ରୀଷ୍ଟଙ୍କପୁ ମୃତ୍ୟରୁ ପୁନରୁତ୍ଥିତ କରାଇ ଆମକୁ ନୁଆ ଜୀବନ ଦେଇଛନ୍ତି। ଏହା ଆମ୍ଭମାନଙ୍କୁ ଜୀବନ୍ତ ଭରସାରେ ପୂର୍ଣ୍ଣ କରିଛି।


ସେହିପରି ଅନେକଙ୍କ ପାପ ଦୂର କରିବାକୁ ଖ୍ରୀଷ୍ଟ ଥରକ ପାଇଁ ବଳି ରୂପେ ଉତ୍ସର୍ଗିତ ହେଲେ। ସେ ଦ୍ୱିତୀୟ ଥର ଆସିବେ। ସେତେବେଳେ ଆଉ ପାପାର ମୂକାବିଲା କରିବା ତାଙ୍କ ସେ ଆସିବେ ନାହିଁ। ସେ ଆସିବେ, ତଙ୍କ ନିମନ୍ତେ ଅପେକ୍ଷା କରୁଥିବାମ ମନୁଷ୍ୟମାନଙ୍କୁ ଉଦ୍ଧାର କରିବା ପାଇଁ।


ସେହି ପ୍ରଭୁ ଯୀଶୁ ଆମ୍ଭମାନଙ୍କ ପାପର ପ୍ରାୟଶ୍ଚିତ୍ତରୂପେ ମୃତ୍ୟୁଭୋଗ କରିଥିଲେ ଏବଂ ଈଶ୍ୱରଙ୍କ ନିକଟରେ ଆମ୍ଭମାନଢ଼ଙ୍କୁ ଧାର୍ମିକ କରାଇବା ପାଇଁ ପୁନରୁତ୍ଥିତ ହୋଇଥିଲେ।


ବହୁସଂଖ୍ୟକ ଲୋକେ ଜଳଦୀକ୍ଷା ଗ୍ରହଣ କରିବା ପାଇଁ ଯୋହନଙ୍କ ନିକଟକୁ ଆସିଲେ। ଯୋହନ ସେମାନଙ୍କୁ କହିଲେ, “ରେ କାଳସର୍ପର ବଂଶ, ଈଶ୍ୱରଙ୍କ ଆସନ୍ନ ଦଣ୍ଡରୁ ପଳାୟନ କରିବା ପାଇଁ କିଏ ତୁମ୍ଭମାନଙ୍କୁ ସତର୍କ କରାଇ ଦେଇଛି?


ତାଙ୍କ ଯୋଗୁଁ ତୁମ୍ଭେମାନେ ଈଶ୍ୱରବିଶ୍ୱାସୀ ହୋଇଛ। ତାଙ୍କୁ ମୃତ୍ୟୁରୁ ପୁନରୁତ୍ଥିତ କରାଇ ମହିମାନ୍ୱିତ କରିଥିବା ଈଶ୍ୱରଙ୍କ ଉପରେ ତୁମ୍ର ବିଶ୍ୱାସ ଓ ଭରସା ଦୃଢ଼ ହୋଇଛି।


ତେବେ କିଏ ସେମାନଙ୍କୁ ଆଉ ଦୋଷୀ କରିପାରିବ? ଖ୍ରୀଷ୍ଟ ଯୀଶୁ ତା’ କେବେ କରିବେ ନାହିଁ, କାରଣ ସେ ମୃତ୍ୟୁରୁ ପୁନରୁତ୍ଥିତ ହୋଇ ଈଶ୍ୱରଙ୍କ ଦକ୍ଷିଣ ପାଶ୍ୱର୍ରେ ଉପବିଷ୍ଟ ହୋଇ ଅଛନ୍ତି।


ମୁଁ ସ୍ୱୟଂଜୀବୀ; ମୃତ୍ୟୁ ବରଣ କରିଥିଲି, କିନ୍ତୁ ମୁଁ ଏବେ ଜୀବିତ - ଅନନ୍ତ କାଳ ଜୀବିତ ରହିବି। ମୃତ୍ୟୁ ଓ ପରଲୋକର ଚାବି ମୋ’ ହାତରେ ଅଛି।


“ହେ ଗାଲିଲୀୟମାନେ, କାହିଁକି ଏଠାରେ ଠିଆ ହୋଇ ଆକାଶକୁ ଚାହିଁ ରହିଛ? ଯୀଶୁ ତୁମ୍ଭମାନଙ୍କ ନିକଟକୁ ଯାଇ ସ୍ୱର୍ଗରେ ଗୃହୀତ ହୋଇଅଛନ୍ତି। କିନ୍ତୁ ସେ ଯେଉଁ ପ୍ରକାରେ ସ୍ୱର୍ଗକୁ ଯିବା ତୁମ୍ଭେମାନେ ଦେଖିଲ, ଠିକ୍ ସେହି ପ୍ରକାରେ ସେ ପୁଣି ଫେରି ଆସିବେ।”


ଅତଏବ, ବନ୍ଧୁଗଣ, ସେହି ଦିନର ଅପେକ୍ଷା କରିବା ସମୟରେ ତୁମ୍ଭେମାନେ ଈଶ୍ୱରଙ୍କ ଦୃଷ୍ଟିରେ ପବିତ୍ର ଓ ନର୍ଦ୍ଦୋଷ ହୋଇ ଶାନ୍ତିରେ ରହିବା ପାଇଁ ଆନ୍ତରକ ଚେଷ୍ଟା କର।


ଏପରିକି ଯେଉଁ ସୁସମାଚାର ପ୍ରଚାର ଦ୍ୱାରା ଅଣଇହୁଦୀମାନଙ୍କର ପରିତ୍ରାଣ ସାଧନ ହୋଇପାରେ, ସେଥିରୁ ସେମାନେ ଆମକୁ ନିବୃତ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଏହିପରି ଭାବରେ ସେମାନେ ଅନବରତ କରୁଥିବା ପାପର ମାତ୍ରା ଚରମ ସୀମାରେ ଆସି ପହଞ୍ଚିଛି। ପରିଶେଷରେ ଏବେ ସେମାନଙ୍କ ବିରୁଦ୍ଧରେ ଈଶ୍ୱରଙ୍କ କ୍ରୋଧ ପ୍ରଜ୍ଜ୍ୱଳିତ ହୋଇଛି।


ସେଥିପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆବବିର୍ଭାବର ଅପେକ୍ଷାରେ ଥିବା ସମୟରେ ତୁମ୍ଭମାନଙ୍କର କୌଣସି ଆତ୍ମିକ ଆଶୀର୍ବାଦର ଅଭାବ ହୋଇ ନାହିଁ।


ତୁମ୍ଭେମାନେ ପ୍ରଭୁଙ୍କ ଦିନର ଅପେକ୍ଷା କରି ରହିବା ବେଳେ, ତାହା ଯେପରି ଶୀଘ୍ର ଆସିବ, ଏଥିପାଇଁ ନିଜକୁ ପ୍ରସ୍ତୁତ କର। ସେହି ଦିନ ଆକାଶମଣ୍ଡଳ ଜଳି ଧ୍ୱଂସ ପାଇବ। ଆକାଶର ଗ୍ରହ ନକ୍ଷତ୍ରାଦି ପ୍ରଚଣ୍ଡ ତାପରେ ତରଳି ଯିବେ।


ତାହାହେଲେ, ଆମେ ଆଗାମୀ ମହାବିଚାରର ସମ୍ମୁଖୀନ ହୋଇ ଈଶ୍ୱର-ଦ୍ରୋହୀମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ପ୍ରଚଣ୍ଡ ଅଗ୍ନିରେ ଧ୍ୱଂସ ପାଇଯିବା ପରିଣାମକୁ ଭୟଭୀତ ହୋଇ ପ୍ରତିକ୍ଷା କରିବା ଛଡ଼ା ଆମ୍ଭମାନଙ୍କର ଅନ୍ୟ ଦଶା ନାହିଁ।


ଅକପଟ ଓ ଧାର୍ମିକ ଜୀବନ ଯାପନ କରିବାକୁ ଆମେ ପ୍ରେରଣା ପାଇଛୁ। ମହାନ୍ ଈଶ୍ୱର ଓ ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କର ଗୌରବ ପ୍ରକାଶ ପାଇବାକୁ ଯାଉଛି ସେହି ଦିନର ଅପେକ୍ଷାରେ ଆମ୍ଭେମାନେ ରହିଛୁ।


ସେ ଯାହାହେଉ, ଆମ୍ଭେମାନେ ସ୍ୱର୍ଗ ରାଜ୍ୟର ପ୍ରଜା। ସ୍ୱର୍ଗରୁ ଆମ ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆଗମନକୁ ଆମେ ଆଗ୍ରହରେ ପ୍ରତୀକ୍ଷା କରୁଛୁ।


ମାତ୍ର ଖ୍ରୀଷ୍ଟ ଆମ ପାଇଁ ଅଭିଶପ୍ତ ହୋଇ ବ୍ୟବସ୍ଥାରେ ଉଲ୍ଲିଖିତ ଅଭିଶାପରୁ ଆମକୁ ମୁକ୍ତ କରିଛନ୍ତି। ଧର୍ମଶାସ୍ତ୍ରରେ ଲେଖାଅଛି, “ଯେ ବୃକ୍ଷରେ ଟଙ୍ଗାଯାଇ ମୃତ୍ୟୁଦଣ୍ଡ ଭୋଗ କରେ, ସେ ଈଶ୍ୱରଙ୍କ ଦ୍ୱାରା ଅଭିଶପ୍ତ!”


କେତେ ଜଣ ଗୌରବ, ସମ୍ମାନ ଓ ଅମରତ୍ୱ ପ୍ରାପ୍ତି ଆଶାରେ ଧୈର୍ଯ୍ୟର ସହିତ ସତ୍‍କର୍ମ କରି ଯାଆନ୍ତି, ସେମାନଙ୍କୁ ଈଶ୍ୱର ଅନନ୍ତ ଜୀବନ ପ୍ରଦାନ କରିବେ।


ସେ ଗୋଟିଏ ଦିନ ନିରୂପଣ କରିଛନ୍ତି। ସେହିଦିନ ସେ ତାଙ୍କର ମନୋନୀତ ବ୍ୟକ୍ତିଙ୍କ ଦ୍ୱାରା ସମଗ୍ର ଜଗତର ନ୍ୟାୟ ବିଚାର କରିବେ। ସେହି ବ୍ୟକ୍ତିଙ୍କୁ ମୃତ୍ୟୁରୁ ପୁନରୁତ୍ôଥତ କରିବା ଦ୍ୱାରା ସେ ଏହି କଥାର ନିଶ୍ଚିତତା ସମସ୍ତଙ୍କୁ ଜଣାଇ ଅଛନ୍ତି।”


ତେବେ ଆପଣମାନେ ଓ ଇଶ୍ରାୟେଲର ସମସ୍ତେ ଜାଣିବା ଆବଶ୍ୟକ ଯେ, ଆପଣମାନଙ୍କ ସମ୍ମୁଖରେ ଛିଡ଼ା ହୋଇଥିବା ଏହି ଲୋକଟି କେବଳ ନାଜରିତୀୟ ଯୀଶୁଖ୍ରୀଷ୍ଟଙ୍କ ନାମର ଶକ୍ତିରେ ସଂପୂର୍ଣ୍ଣ ସୁସ୍ଥ ହୋଇଅଛି। ସେହି ଯୀଶୁଙ୍କୁ ଆପଣମାନେ କ୍ରୁଶବିଦ୍ଧ କରିଥିଲେ। କିନ୍ତୁ ଈଶ୍ୱର ତାହାଙ୍କୁ ମୃତ୍ୟୁରୁ ପୁନର୍ଜୀବିତ କରିଛନ୍ତି।


ପୁରାକାଳର ଧାର୍ମିକ ଭାବବାଦୀମାନଙ୍କ ଦ୍ୱାରା ଈଶ୍ୱରଙ୍କ ଘୋଷଣାନୁସାରେ ସମସ୍ତ ବିଷୟର ନବୀକରଣ ହେବା ପର୍ଯ୍ୟନ୍ତ ସେ ସ୍ୱର୍ଗରେ ଅବସ୍ଥାନ କରିବେ।


ଯେ ଜୀବନର ପଥପ୍ରଦର୍ଶକ, ତୁମେ ତାଙ୍କୁ ବଧ କଲ; କିନ୍ତୁ ଈଶ୍ୱର ତାଙ୍କୁ ମୃତ୍ୟୁରୁ ପୁନର୍ଜୀବିତ କରିଛନ୍ତି। ଆମେ ଏହାର ସାକ୍ଷୀ।


ତାଙ୍କର ଗୋଟିଏ ପୁତ୍ର ଜାତ ହେବ। ତାଙ୍କ ନାମ ‘ଯୀଶୁ’ ରଖିବ, କାରଣ ସେ ନିଜ ଲୋକମାନଙ୍କୁ ପାପରୁ ରକ୍ଷା କରିବେ।”


ଦେଖ, ସେ ମେଘମାଳାରେ ଆସୁଅଛନ୍ତି - ପୃଥିବୀବାସୀ ସମସ୍ତେ ତାଙ୍କୁ ଦେଖିବେ; ଏପରି କି ଯେଉଁମାନେ ତାଙ୍କୁ ବଦ୍ଧ କରିଥିଲେ, ସେମାନେ ମଧ୍ୟ ତାଙ୍କୁ ଦେଖି ଭୟବିହ୍ୱଳ ହୋଇ ବିଳାପ କରିବେ। ଏ ସବୁ ନିଶ୍ଚୟ ଘଟିବ - ଆମେନ୍।


ଈଶ୍ୱର ଏହି ଉଦ୍ଦେଶ୍ୟରେ ତୁମ୍ଭମାନଙ୍କୁ ଆହ୍ୱାନ କରିଛନ୍ତି। ଖ୍ରୀଷ୍ଟ ନିଜେ ତୁମ୍ଭମାଙ୍କ ନିମନ୍ତେ କ୍ଳେଶ ଭୋଗ କରି ଆଦର୍ଶ ଦେଖାଇଛନ୍ତି, ଯେପରି ତୁମ୍ଭେମାନେ ତାଙ୍କ ପଦାଙ୍କ ଅନୁସରଣ କରିବ।


ଈଶ୍ୱରଙ୍କ ସମ୍ମୁଖରେ ଓ ସମସ୍ତ ଜୀବିତ ଓ ମୃତ ଲୋକମାନଙ୍କ ବିଚାର କରିବାକୁ ଓ ରାଜତ୍ୱ କରିବାକୁ ଆସୁଥିବା ଖ୍ରୀଷ୍ଟ ଯୀଶୁଙ୍କ ଉପସ୍ଥିତିରେ, ତାଙ୍କ ରାଜ୍ୟର ଶୁଭ ବାର୍ତ୍ତା ପ୍ରଚାର କରିବା ପାଇଁ ମୁଁ ତୁମକୁ ଏହି ଦୃଢ଼ ଆହ୍ୱାନ ଦେଉଛି:


ଯଦିଓ ଖ୍ରୀଷ୍ଟଙ୍କ ପ୍ରେରିତ ଶିଷ୍ୟ ରୂପେ ଆମେ ତୁମ୍ଭମାନଙ୍କଠାରୁ ତାହା ଦାବୀ କରି ପାରିଥାନ୍ତୁ! କିନ୍ତୁ ମା’ ଯେପରି ନିଜର ସନ୍ତାନମାନଙ୍କର ଯତ୍ନ ନେଇଥାଏ, ତୁମ୍ଭମାନଙ୍କ ନିକଟରେ ଥିବା ସମୟରେ ଆମେ ତୁମ୍ଭମାନଙ୍କ ପ୍ରତି ସେହିପରି କୋମଳ ବ୍ୟବହାର କରିଥିଲୁ।


ତେଣୁ ତୁମ୍ଭେମାନେ ମାସିଦୋନିଆ ଓ ଆଖାୟାରେ ଥିବା ସମସ୍ତ ବିଶ୍ୱାସୀଙ୍କ ନିମନ୍ତେ ଆଦର୍ଶ ସ୍ୱରୂପ ହୋଇଥିଲ।


ସେ ତାଙ୍କର ଉପାସକ ମଣ୍ଡଳୀରୂପ ଶରୀରର ମସ୍ତକ; ସେହି ଶରୀରର ସେ ଜୀବନ ଶକ୍ତି। ସମସ୍ତ ବିଷୟରେ ପ୍ରଥମ ସ୍ଥାନ ପାଇବା ପାଇଁ ସେ ମୃତ୍ୟୁରୁ ପ୍ରଥମେ ପୁନରୁତ୍ଥିତ ହୋଇଛନ୍ତି।


କିନ୍ତୁ ତାଙ୍କ ଐଶ୍ୱରିକ ପବିତ୍ରତା ହେତୁ ସେ ଈଶ୍ୱରଙ୍କ ପୁତ୍ର ବୋଲି ପ୍ରକାଶିତ ହେଲେ। ମୃତ୍ୟୁରୁ ତାଙ୍କର ଅଲୌକିକ ପୁନରୁତ୍ଥାନ ଦ୍ୱାରା ଏହା ଆହୁରି ସ୍ପଷ୍ଟ ହେଲା।


ସେତେବେଳେ ଯିରୁଶାଲମରେ ଶିମିୟୋନ୍ ନାମକ ଜଣେ ଧାର୍ମିକ ଓ ଭକ୍ତ ବାସ କରୁଥିଲେ। ସେ ଇଶ୍ରାୟେଲ ଜାତିର ମୁକ୍ତି ସାଧନ ସମୟକୁ ଅପେକ୍ଷା କରୁଥିଲେ। ତାଙ୍କଠାରେ ପବିତ୍ର ଆତ୍ମା ଅଧିଷ୍ଠାନ କରିଥିଲେ।


ମନିଷ୍ୟ ପୁତ୍ର ପିତା ଈଶ୍ୱରଙ୍କ ଦ୍ୱାରା ଗୌରବାନ୍ୱିତ ହୋଇ ସ୍ୱର୍ଗଦୂତମାନଙ୍କ ସହ ପୁନର୍ବାର ଆସିବେ। ସେତେବେଳେ ସେ ପ୍ରତ୍ୟେକକୁ ତା’ର କୃତକର୍ମ ଅନୁସରେ ଫଳ ଦେବେ।


ମୁଁ ତୁମ୍ଭମାନଙ୍କୁ ନିଶ୍ଚିତଭାବେ କହୁଛି, ମନୁଷ୍ୟ ପୁତ୍ର ରାଜା ହୋଇ ଆସିବା ପର୍ଯ୍ୟନ୍ତୁ ଏଠାରେ ଉପସ୍ଥିତ ଥିବା କେତେଜଣ ମୃତ୍ୟ ଭୋଗ କରିବେ ନାହିଁ।”


ଈଶ୍ୱର ଏହି ଯୀଶୁଙ୍କୁ ମୃତ୍ୟୁରୁ ପୁନରୁତ୍ଥିତ କରିଛନ୍ତି। ଆମେ ସମସ୍ତେ ଏହାର ସାକ୍ଷୀ।


Swiv nou:

Piblisite


Piblisite