Biblia Todo Logo
Bib sou entènèt

- Piblisite -




୧ ପିତର 5:9 - ପବିତ୍ର ବାଇବଲ (CL) NT (BSI)

9 ତୁମ୍ଭେମାନେ ବିଶ୍ୱାସରେ ଅଟଳ ରହି, ତା’ର ପ୍ରତିରୋଧ କର। ତୁମ୍ଭେମାନେ ଜାଣିଛ, ଏହି ଜଗତରେ ତୁମ ବିଶ୍ୱାସୀ ଭାଇମାନେ ଏହିପରି କ୍ଳେଶଭୋଗ ଭିତରେ ଗତି କରୁଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ବିଶ୍ଵାସରେ ସ୍ଥିର ରହି ତାହାର ପ୍ରତିରୋଧ କର, ପୁଣି ଏହା ଜାଣ ଯେ, ଜଗତରେ ଥିବା ତୁମ୍ଭମାନଙ୍କ ଭାଇମାନଙ୍କ ପ୍ରତି ଏହିପ୍ରକାର ଦୁଃଖଭୋଗ ଘଟୁଅଛି।

Gade chapit la Kopi

ଓଡିଆ ବାଇବେଲ

9 ବିଶ୍ୱାସରେ ସ୍ଥିର ରହି ତାହାର ପ୍ରତିରୋଧ କର, ପୁଣି, ଏହା ଜାଣ ଯେ, ଜଗତରେ ଥିବା ତୁମ୍ଭମାନଙ୍କ ଭାଇମାନଙ୍କ ପ୍ରତି ଏହି ପ୍ରକାର ଦୁଃଖଭୋଗ ଘଟୁଅଛି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ବିଶ୍ୱାସରେ ସ୍ଥିର ରହି ତାହାର ପ୍ରତିରୋଧ କର, ପୁଣି, ଏହା ଜାଣ ଯେ, ଜଗତରେ ଥିବା ତୁମ୍ଭମାନଙ୍କ ଭାଇମାନଙ୍କ ପ୍ରତି ଏହି ପ୍ରକାର ଦୁଃଖଭୋଗ ଘଟୁଅଛି।

Gade chapit la Kopi

ପବିତ୍ର ବାଇବଲ

9 ଶୟତାନର ଅନୁସରଣ କର ନାହିଁ। ନିଜ ବିଶ୍ୱାସରେ ଦୃଢ଼ ହୋଇ ରୁହ। ସମଗ୍ର ବିଶ୍ୱରେ ସର୍ବତ୍ର ତୁମ୍ଭ ଭାଇ ଓ ଭଉଣୀମାନେ ସମାନ ଭାବରେ ତୁମ୍ଭ ଭଳି ଯାତନା ପାଉଛନ୍ତି, ଏ କଥା ତୁମ୍ଭେ ଜାଣ।

Gade chapit la Kopi




୧ ପିତର 5:9
24 Referans Kwoze  

ଅତଏବ, ଈଶ୍ୱରଙ୍କ ନିକଟରେ ନିଜକୁ ସମର୍ପଣ କର। ଶୟତାକୁ ପ୍ରତିରୋଧ କର। ତାହାହେଲେ, ସେ ତୁମ୍ଭମାନଙ୍କ ନିକଟକୁ ପଳାୟନ କରିବ।


ସେମାନେ ବିଶ୍ୱାସୀମାନଙ୍କୁ ନିଜ ବିଶ୍ୱାସରେ ଦୃଢ଼ ରହିବା ପାଇଁ ଉତ୍ସାହିତ କଲେ। ସେମାନେ ଶିକ୍ଷା ଦେଇ କହିଲେ, “ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବା ପାଇଁ ଆମକୁ ବହୁ ଦୁଃଖକଷ୍ଟ ମଧ୍ୟଦେଇ ଗତି କରିବାକୁ ହେବ।”


ଈଶ୍ୱର ଏହି ଉଦ୍ଦେଶ୍ୟରେ ତୁମ୍ଭମାନଙ୍କୁ ଆହ୍ୱାନ କରିଛନ୍ତି। ଖ୍ରୀଷ୍ଟ ନିଜେ ତୁମ୍ଭମାଙ୍କ ନିମନ୍ତେ କ୍ଳେଶ ଭୋଗ କରି ଆଦର୍ଶ ଦେଖାଇଛନ୍ତି, ଯେପରି ତୁମ୍ଭେମାନେ ତାଙ୍କ ପଦାଙ୍କ ଅନୁସରଣ କରିବ।


ତୁମେ ଯେଉଁ ସକଳ ପରୀକ୍ଷାର ସମ୍ମୁଖୀନ ହୋଇଛ, ଲୋକେ ସାଧାରଣତଃ ସେହି ପ୍ରକାର ପରୀକ୍ଷାର ସମ୍ମୁଖୀନ ହୋଇଥାନ୍ତି, କିନ୍ତୁ ଈଶ୍ୱର ତାଙ୍କ ପ୍ରତିଜ୍ଞା ରକ୍ଷାରେ ବିଶ୍ୱସ୍ତ। ସେ ତୁମ୍ଭମାନଙ୍କୁ ତୁମ ଶକ୍ତିର ବାହାରେ ପରୀକ୍ଷିତ ହେବାକୁ ଦେବେ ନାହିଁ। ତୁମେ ପରୀକ୍ଷିତ ହେବାବେଳେ, ସହ୍ୟ କରିବା ପାଇଁ ଈଶ୍ୱର ତୁମକୁ ଶକ୍ତି ଯୋଗାଇ ଦେବେ ଓ ଉଦ୍ଧାରର ପଥ ଦେଖାଇ ଦେବେ।


ଯେଉଁ ସମସ୍ତେ ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ ହୋଇ ଈଶ୍ୱରପରାୟଣ ଜୀବନ ଯାପନ କରିବାକୁ ଇଚ୍ଛା କରିବେ, ସେମାନଙ୍କୁ ନିର୍ଯ୍ୟାତନାର ସମ୍ମୁଖୀନ ହେବାକୁ ପଡ଼ିବ।


ସର୍ବଦା, ବିଶ୍ୱାସର ଢ଼ାଲ ବହନ କର, ଏହା ସାହାଯ୍ୟରେ ଶୟତାନ ଦ୍ୱାରା ନିକ୍ଷିପ୍ତ ସମସ୍ତ ଅଗ୍ନିବାଣକୁ ନିର୍ବାପିତ କରିବାକୁ ତୁମ୍ଭେମାନେ ସମର୍ଥ ହେବ।


ସତ୍କର୍ମ କରିବା ହେତୁ ତୁମ୍ଭେମାନେ କ୍ଳେଶଭୋଗ କଲେ ସୁଦ୍ଧା ତୁମ୍ଭେମାନେ ପ୍ରକୃତରେ ସୁଖୀ। କାହାକୁ ଭୟ କର ନାହିଁ; ଅଯଥା ଚିନ୍ତିତ ହୁଅ ନାହିଁ।


ବିଶ୍ୱାସରେ ଏମାନେ ବିଭିନ୍ନ ଦେଶ ବିରୁଦ୍କଧରେ ଯୁଦ୍ଧ କରି ବିଜୟୀ ହୋଇଥିଲେ। ଏମାନେ ବିହିତ କର୍ମ ସାଧନ କଲେ, ଈଶ୍ୱର ପ୍ରତିଜ୍ଞା କରିଥିବା ବିଷୟମାନ ପ୍ରାପ୍ତ ହେଲେ; ସିଂହ ମୁଖ ବନ୍ଦ କଲେ,


ଖ୍ରୀଷ୍ଟବିଶ୍ୱାସର ପୁଣ୍ୟ ରଣକ୍ଷେତ୍ରରେ ସଂଗ୍ରାମ କରି ଅନନ୍ତ ଜୀବନ ଲାଭ କର। ଏହି ଲକ୍ଷ୍ୟରେ ପହଞ୍ଚିବା ପାଇଁ ତ ତୁମେ ଆହୂତ ହୋଇଅଛ ଏବଂ ଅନେକ ସାକ୍ଷୀଙ୍କ ମଧ୍ୟରେ ଏହା ସ୍ୱୀକାର କରିଛ।


ତୁମ୍ଭମାନଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ଯୋଗୁଁ କେହି ଯେପରି ପଥଚ୍ୟୁତ ନ ହୁଏ, ଏଥିପାଇଁ ସେ ତୁମ୍ଭମାନଙ୍କୁ ସାହାଯ୍ୟ କରିବେ। ଅବଶ୍ୟ ତୁମ୍ଭେମାନେ ଜାଣ, ଆମେ ଏହିପରି ଭାବରେ ନିର୍ଯ୍ୟାତିତ ହେଉ, ଏହା ଈଶ୍ୱରଙ୍କ ଇଚ୍ଛା।


ଶୟତାନକୁ ପ୍ରଶ୍ରୟ ଦିଅ ନାହିଁ।


ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଏଁ ଶୁକ୍ଲ ବସ୍ତ୍ର ଦିଆହେଲା। ପୁଣି ସେମାନଙ୍କର ସଙ୍ଗୀ ଭାଇ ଓ ସେବକମାନେ ନିର୍ଦ୍ଦିଷ୍ଟ ସଂଖ୍ୟାରେ ନିହତ ନ ହେବା ଯାଏ ସେମାନଙ୍କୁ ଆହୁରି କିଛି ସମୟ ଅପେକ୍ଷା କରିବାକୁ କୁହାଗଲା।


ବରଂ ଆନନ୍ଦିତ ହୁଅ, କାରଣ ତୁମ୍ଭେମାନେ ଖ୍ରୀଷ୍ଟଙ୍କ କ୍ଳେଶଭୋଗର ଅଂଶୀ ହେବାରୁ ତାଙ୍କର ମହିମା ପ୍ରକାଶିତ ହେବା ସମୟରେ ର୍ତୁମ୍ଭମାନେ ଆନନ୍ଦରେ ପରିପୂର୍ଣ୍ଣ ହେବ।


ତେଣୁ ତୁମ୍ଭମାନେ ଆନନ୍ଦ କର, ଯଦିଓ ନାନା ପ୍ରକାର କ୍ଳେଶ ହେତୁ ତୁମ୍ଭମାନଙ୍କୁ ବର୍ତ୍ତମାନ କିଛି ସମୟ ପାଇଁ ଦୁଃଖିତ ହେବାକୁ ଆବଶ୍ୟକ ହୋଇପାରେ।


କାରଣ ଶାରୀରିକଭାବେ ଅନୁପସ୍ଥିତ ଥିଲେ ସୁଦ୍ଧା, ଆତ୍ମିକ ଭାବରେ ମୁଁ ତୁମ୍ଭମାନଙ୍କ ସହିତ ଅଛି। ଖ୍ରୀଷ୍ଟଙ୍କ ଉପରେ ଦୃଢ଼ ବିଶ୍ୱାସ ରଖି ତୁମ୍ଭେମାନେ ଯେପରି ସୁଶୃଙ୍ଖଳିତ ହୋଇଛ, ତାହା ଦେଖି ମୁଁ ଆନନ୍ଦିତ। ଖ୍ରୀଷ୍ଟ ଓ ଜୀବନର ପୂର୍ଣ୍ଣତା


ଏ କଥା ତୁମ୍ଭମାନଙ୍କୁ କହୁଛି, ଯେପରି ମୋ’ ସହିତ ସଂଯୁକ୍ତ ରହି ତୁମେ ମନରେ ଶାନ୍ତି ଅନୁଭବ କରିବ। ଜଗତ ତୁମକୁ କଷ୍ଟ ଦେବ; ତଥାପି ସାହସ ଧର, କାରଣ ମୁଁ ଜଗତକୁ ଜୟ କରିଛି।”


ମୁଁ ଉତ୍ତର ଦେଲି, “ମହାଶୟ! ମୁଁ ଜାଣେ ନାହିଁ। ଆପଣ ଜାଣିଥିବେ।” ସେ ମୋତେ କହିଲେ, “ଏହି ଲୋକମାନେ ଭୟଙ୍କର ନିର୍ଯ୍ୟାତନା ସହ୍ୟ କରି ଆସି ଅଛନ୍ତି। ସେମାନେ ମେଷଶାବକଙ୍କ ଉତ୍ତାରେ ନିଜ ନିଜର ପୋଷାକ ଧୋଇ ପରିଷ୍କାର କରିଛନ୍ତି।


କିନ୍ତୁ ଶିମୋନ, ତୁମର ବିଶ୍ୱାସ ହ୍ରାସ ନ ହେବା ପାଇଁ ମୁଁ ପ୍ରାର୍ଥନା କରୁଛି। ମୋ’ ପ୍ରତି ତୁମର ବିଶ୍ୱସ୍ତତା ଫେରି ଆସିଲେ, ତୁମେ ତୁମ ଭାଇମାନଙ୍କୁ ଶକ୍ତିଶାଳୀ କରି ପାରିବ।”


ମୁଁ ଯୋହନ, ତୁମର ଜଣେ ଭାଇ, ଯୀଶୁଙ୍କର ଶିଷ୍ୟ ସ୍ୱରୂପେ ତାଙ୍କ ରାଜ୍ୟର ଲୋକମାନଙ୍କ ଉପରେ ହେଉଥିବା ଦୌରାତ୍ମ୍ୟ ଧୈର୍ଯ୍ୟର ସହିତ ସହ୍ୟ କରିବା ପାଇଁ ମୁଁ ତୁମ୍ଭମାନଙ୍କର ଜଣେ ଅଂଶୀଦାର। ଯୀଶୁ ପ୍ରକାଶ କରିଥିବା ସତ୍ୟ ଓ ଈଶ୍ୱରଙ୍କ ବାକ୍ୟ ଘୋଷଣା କରିବା ଯୋଗୁଁ ମୁଁ ପାତ୍ମସ୍ ଦ୍ୱୀପକୁ ନିର୍ବାସିତ ହୋଇଥିଲି।


ଜୀବନ ସଂଗ୍ରାମରେ ମୁଁ ପ୍ରାଣପଣେ ଯୁଦ୍ଧ କରିଛି। ଜୀବନ ଦୌଡ଼ରେ ମୁଁ ନିରୂପିତ ପଥ ଅତିକ୍ରମ କରିଛି; ମୋର ବିଶ୍ୱାସରେ ମୁଁ ଦୃଢ଼ ରହିଛି।


ତାଙ୍କର ଅନ୍ୟ ପୁତ୍ରମାନଙ୍କ ପରି ତୁମକୁ ଯଦି ତୁମ ପିତା ଶାସନ କରନ୍ତି ନାହିଁ, ତେବେ ତ ତୁମେ ପ୍ରକୃତ ପୁତ୍ର ନୁହଁ, ତୁମେ ଜାରଜ ସନ୍ତାନ।


Swiv nou:

Piblisite


Piblisite