Biblia Todo Logo
Bib sou entènèt

- Piblisite -




୧ ପିତର 5:5 - ପବିତ୍ର ବାଇବଲ (CL) NT (BSI)

5 ହେଯୁବକମାନେ, ତୁମ୍ଭେମାନେ ବୟୋଜ୍ୟେଷ୍ଠମାନଙ୍କ ବଶୀଭୂତ ହୁଅ। ତୁମ୍ଭେମାନେ ସମସ୍ତେ ପରସ୍ପରର ସେବା କରିବା ନିମନ୍ତେ ନମ୍ରତାରୂପ ବସ୍ତ୍ର ପରିଧାନ କର। ଶାସ୍ତ୍ରରେ ଲେଖାଅଛି, “ଈଶ୍ୱର ଅହଙ୍କାରୀମାନଙ୍କର ପ୍ରତିରୋଧ କରନ୍ତି, କିନ୍ତୁ ବିନୟୀମାନଙ୍କୁ ଅନୁଗ୍ରହ କରନ୍ତୁି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ସେହିପରି, ହେ ଯୁବକମାନେ, ତୁମ୍ଭେମାନେ ପ୍ରାଚୀନ-ମାନଙ୍କର ବଶୀଭୂତ ହୁଅ। ସମସ୍ତେ ପରସ୍ପର ପ୍ରତି ନମ୍ରତାରୂପ ବସ୍ତ୍ର ପରିଧାନ କର, କାରଣ ଈଶ୍ଵର ଅହଂକାରୀମାନଙ୍କ ପ୍ରତିରୋଧ କରି ନମ୍ର ଲୋକମାନଙ୍କୁ ଅନୁଗ୍ରହ କରନ୍ତି।

Gade chapit la Kopi

ଓଡିଆ ବାଇବେଲ

5 ସେହିପରି, ହେ ଯୁବକମାନେ, ତୁମ୍ଭେମାନେ ପ୍ରାଚୀନମାନଙ୍କର ବଶୀଭୂତ ହୁଅ। ସମସ୍ତେ ପରସ୍ପର ପ୍ରତି ନମ୍ରତାରୂପ ବସ୍ତ୍ର ପରିଧାନ କର, କାରଣ ଈଶ୍ୱର ଅହଂକାରୀମାନଙ୍କୁ ପ୍ରତିରୋଧ କରି ନମ୍ର ଲୋକମାନଙ୍କୁ ଅନୁଗ୍ରହ କରନ୍ତି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ସେହିପରି, ହେ ଯୁବକମାନେ, ତୁମ୍ଭେମାନେ ପ୍ରାଚୀନମାନଙ୍କର ବଶୀଭୂତ ହୁଅ। ସମସ୍ତେ ପରସ୍ପର ପ୍ରତି ନମ୍ରତାରୂପ ବସ୍ତ୍ର ପରିଧାନ କର, କାରଣ, “ଈଶ୍ବର ଅହଙ୍କାରୀମାନଙ୍କୁ ପ୍ରତିରୋଧ କରି, ନମ୍ର ଲୋକମାନଙ୍କୁ ଅନୁଗ୍ରହ କରନ୍ତି।”

Gade chapit la Kopi

ପବିତ୍ର ବାଇବଲ

5 ଯୁବକଗଣ, ତୁମ୍ଭମାନଙ୍କୁ ମୋର କିଛି କଥା ମଧ୍ୟ କହିବାକୁ ଅଛି। ତୁମ୍ଭେ ବୟୋଜ୍ୟେଷ୍ଠମାନଙ୍କ କଥା ମାନିବା ଉଚିତ୍। ପରସ୍ପର ପ୍ରତି ବିନମ୍ର ଭାବ ରଖିବା ଉଚିତ୍। “ପରମେଶ୍ୱର ଗର୍ବୀ ଲୋକଙ୍କ ବିରୁଦ୍ଧରେ ଉଠନ୍ତି, କିନ୍ତୁ ବିନମ୍ର ଲୋକଙ୍କୁ ଅନୁଗ୍ରହ କରନ୍ତି।”

Gade chapit la Kopi




୧ ପିତର 5:5
27 Referans Kwoze  

କିନ୍ତୁ ଈଶ୍ୱର ଯେଉଁ ଅନୁଗ୍ରହ ପ୍ରଦାନ କରନ୍ତି, ତାହା ଅଧିକ ଶକ୍ତିଶାଳୀ। ଶାସ୍ତ୍ରରେ ଲିଖିତ ଅଛି, “ଈଶ୍ୱର ଅହଂକାରୀମାନଙ୍କର ପ୍ରତିରୋଧ କରନ୍ତି, କିନ୍ତୁ ନମ୍ର ଲୋକଙ୍କୁ ଅନୁଗ୍ରହ ପ୍ରଦାନ କରନ୍ତି।”


ଖ୍ରୀଷ୍ଟଙ୍କ ପ୍ରତି ତୁମ୍ଭମାନଙ୍କର ଭକ୍ତି ଥିବାରୁ ତୁମ୍ଭେମାନେ ପରସ୍ପରର ବଶବର୍ତ୍ତୀ ହୁଅ।


ଖ୍ରୀଷ୍ଟବିଶ୍ୱାସୀ ଭାଇ ସ୍ୱରୂପ ଏକାରେକକୁ ପ୍ରେମ କର ଓ ଏକାରେକକୁ ସମ୍ମାନ ପ୍ରଦର୍ଶନ କରିବା ପାଇଁ ଉତ୍ସୁକ ହୁଅ।


ନିଜର ସ୍ୱାର୍ଥସିଦ୍ଧି ପାଇଁ କିମ୍ବା ବଡ଼ିମା ଦେଖାଇ ହେବା ପାଇଁ କୌଣସି କାର୍ଯ୍ୟ କର ନାହିଁ। କିନ୍ତୁ ଅନ୍ୟମାନଙ୍କୁ ନିଜଠାରୁ ଶ୍ରେଷ୍ଠ ମନେକରି ପରସ୍ପର ପ୍ରତି ନମ୍ର ବ୍ୟବହାର କର।


ତୁମ୍ଭେମାନେ ଈଶ୍ୱରଙ୍କ ଲୋକ। ସେ ତୁମ୍ଭମାନଙ୍କୁ ପ୍ରେମ କରି ନିଜ ପାଇଁ ମନୋନୀତ କରିଛନ୍ତି। ତେଣୁ ତୁମ୍ଭେମାନେ ଅନୁକମ୍ପା, ଦୟା, ନମ୍ରତା, ସୁଶୀଳତା ଓ ଧୈର୍ଯ୍ୟରୂପ ବସ୍ତ୍ର ପରିଧାନ କର।


ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ପାପ ପ୍ରତି ବିମୁଖ ହୁଅ ଓ ନିଜର ଲାଳସାଗୁଡ଼ିକୁ ଚରିତାର୍ଥ କର ନାହିଁ।


କିନ୍ତୁ ଯେଉଁ ଈଶ୍ୱର ଜୀବିତ ସ ମୃତମାନଙ୍କର ବିଚାର କରିବାକୁ ଉଦ୍ୟତ, ତାଙ୍କ ନକଟରେ ସେମାନଙ୍କୁ ନିକାଶ ଦେବାକୁ ପଡ଼ିବ।


ତୁମ ନେତାମାନଙ୍ପକର ଆଜ୍ଞାବହ ହୁଅ, ସେମାନଙ୍କର ଆଦେଶ ପାଳନ କର। ସେମାନେ ପ୍ରହରୀ ସ୍ୱରୂପ ତୁମ୍ମାନଙ୍କର ଆତ୍ମାର ସୁରକ୍ଷା ପାଇଁ ଅବିଶ୍ରାନ୍ତ ଭାବରେ ଜଗି ରହିଛନ୍ତି, କାରଣ ସେମାନଙ୍କୁ ଈଶ୍ୱରଙ୍କ ନିକଟରେ ନିଜ କାର୍ଯ୍ୟର ହିସାବ ଦେବାକୁ ପଡ଼ିବ। ତୁମ୍ଭେମାନେ ଯଦି ସେମାନଙ୍କର ଆଜ୍ଞାବହ ହୁଅ, ତେବେ ସେମାନେ ଆନନ୍ଦ ମନରେ ନିଜର କାର୍ଯ୍ୟ କରିବେ, କିନ୍ତୁ ଯଦି ତା’ ନ କର, ତେବେ ସେମାନେ ବିଷଣ୍ଣ ମନରେ ତା’ କରିବେ ଏବଂ ଏହା ତୁମ ପକ୍ଷରେ ମଙ୍ଗଳଜନକ ହେବ ନାହିଁ।


ଖ୍ରୀଷ୍ଟ ଶାରୀରିକ କ୍ଳେଶଭୋଗ କରିଥିବାରୁ, ତୁମ୍ଭେମାନେ ମଧ୍ୟ ତାଙ୍କ ପରି ମନୋଭାବାପନ୍ନ ହୋଇ ନିଶ୍ଚିତ ହୁଅ ଯେ ଯେଉଁ ବ୍ୟକ୍ତି ଶାରୀରିକ ଯନ୍ତ୍ରଣା ସହ୍ୟ କରେ, ୌ ଆଉ ପାପରେ ଲିପ୍ତ ହୋଇ ରହେ ନାହିଁ।


କିନ୍ତୁ ତୁମ୍ଭମାନଙ୍କ ପ୍ରତି ଏହା ପ୍ରଯୁଜ୍ୟ ନୁହେଁ; ତୁମ୍ଭମାନଙ୍କ ମଧ୍ୟରେ ଯେ ଜ୍ୟେଷ୍ଠ, ସେ କନିଷ୍ଠ ପରି ଏବଂ ଯେ ନେତା, ସେ ସେବକ ପରି ହେଉ।


ବୟୋଜ୍ୟେଷ୍ଠମାନଙ୍କୁ ପିତୃତୁଲ୍ୟ ମନେ କର। ସେମାନଙ୍କୁ ଭର୍ତ୍ସନା ନ କରି ନମ୍ର ଭାବରେ ଅନୁଯୋଗ କର। କନିଷ୍ଠମାନଙ୍କ ପ୍ରତି ଭ୍ରାତୃସୁଲଭ ବ୍ୟବହାର କର।


ପରିଶେଷରେ, ତୁମ୍ଭେମାନେ ସମସ୍ତେ ସମଭାବାପନ୍ନ ହୁଅ। ପରସ୍ପରକୁ ଭ୍ରାତୃତୁଲ୍ୟ ପ୍ରେମ କରି ପରସ୍ପର ପ୍ରତି ଦୟାଳୁ ଓ ବିନୟୀ ହୁଅ।


Swiv nou:

Piblisite


Piblisite