Biblia Todo Logo
Bib sou entènèt

- Piblisite -




୧ ପିତର 4:5 - ପବିତ୍ର ବାଇବଲ (CL) NT (BSI)

5 କିନ୍ତୁ ଯେଉଁ ଈଶ୍ୱର ଜୀବିତ ସ ମୃତମାନଙ୍କର ବିଚାର କରିବାକୁ ଉଦ୍ୟତ, ତାଙ୍କ ନକଟରେ ସେମାନଙ୍କୁ ନିକାଶ ଦେବାକୁ ପଡ଼ିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 କିନ୍ତୁ ଯେ ଜୀବିତ ଓ ମୃତ ଲୋକମାନଙ୍କର ବିଚାର କରିବାକୁ ଉଦ୍ୟତ, ତାହାଙ୍କ ଛାମୁରେ ସେମାନଙ୍କୁ ନିକାଶ ଦେବାକୁ ହେବ।

Gade chapit la Kopi

ଓଡିଆ ବାଇବେଲ

5 କିନ୍ତୁ ଯେ ଜୀବିତ ଓ ମୃତ ଲୋକମାନଙ୍କର ବିଚାର କରିବାକୁ ଉଦ୍ୟତ, ତାହାଙ୍କ ଛାମୁରେ ସେମାନଙ୍କୁ ହିସାବ ଦେବାକୁ ହେବ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 କିନ୍ତୁ ଯେ ଜୀବିତ ଓ ମୃତ ଲୋକମାନଙ୍କର ବିଚାର କରିବାକୁ ଉଦ୍ୟତ, ସେହି ଈଶ୍ବରଙ୍କ ଛାମୁରେ ସେମାନଙ୍କୁ ହିସାବ ଦେବାକୁ ହେବ।

Gade chapit la Kopi

ପବିତ୍ର ବାଇବଲ

5 ଅତଏବ ସେମାନେ ତୁମ୍ଭ ବିଷୟରେ ମନ୍ଦକଥା କହୁଛନ୍ତି। କିନ୍ତୁ ସେମାନଙ୍କୁ ସେମାନଙ୍କ କୃତ କର୍ମ ଲାଗି ଉତ୍ତର ଦେବାକୁ ହେବ। ଯେଉଁ ଖ୍ରୀଷ୍ଟ ମୃତ ଓ ଜୀବନ ଉଭୟର ବିଗ୍ଭର କରିବାକୁ ପ୍ରସ୍ତୁତ, ତାହାଙ୍କ ନିକଟରେ ସେମାନଙ୍କୁ ସମସ୍ତ କର୍ମର ହିସାବ ଦେବାକୁ ହେବ।

Gade chapit la Kopi




୧ ପିତର 4:5
17 Referans Kwoze  

ଭାଇମାନେ, ପରସ୍ପରର ଦୋଷ ଧର ନାହିଁ, ତାହାହେଲେ ଈଶ୍ୱର ତୁମର ବିଚାର କରିବେ ନାହିଁ। ଦେଖ! ମହାବିଚାରକର୍ତ୍ତା ଦ୍ୱାରା ନିକଟେ ଉପସ୍ଥିତ।


ଲୋକମାନଙ୍କ ନିକଟରେ ଶୁଭବାର୍ତ୍ତା ପ୍ରଚାର କରିବା ପାଇଁ ଓ ଈଶ୍ୱର ଯେ ତାଙ୍କୁ ଜୀବିତ ଓ ମୃତମାନଙ୍କ ବିଚାରକର୍ତ୍ତା ରୂପେ ନିଯୁକ୍ତ କରିଛନ୍ତି, ଏ କଥାର ସାକ୍ଷ୍ୟ ଦେବା ପାଇଁ ସେ ଆମ୍ଭମାନଙ୍କୁ ଆଦେଶ ଦେଇଛନ୍ତି।


ଈଶ୍ୱରଙ୍କ ସମ୍ମୁଖରେ ଓ ସମସ୍ତ ଜୀବିତ ଓ ମୃତ ଲୋକମାନଙ୍କ ବିଚାର କରିବାକୁ ଓ ରାଜତ୍ୱ କରିବାକୁ ଆସୁଥିବା ଖ୍ରୀଷ୍ଟ ଯୀଶୁଙ୍କ ଉପସ୍ଥିତିରେ, ତାଙ୍କ ରାଜ୍ୟର ଶୁଭ ବାର୍ତ୍ତା ପ୍ରଚାର କରିବା ପାଇଁ ମୁଁ ତୁମକୁ ଏହି ଦୃଢ଼ ଆହ୍ୱାନ ଦେଉଛି:


ସେ ଗୋଟିଏ ଦିନ ନିରୂପଣ କରିଛନ୍ତି। ସେହିଦିନ ସେ ତାଙ୍କର ମନୋନୀତ ବ୍ୟକ୍ତିଙ୍କ ଦ୍ୱାରା ସମଗ୍ର ଜଗତର ନ୍ୟାୟ ବିଚାର କରିବେ। ସେହି ବ୍ୟକ୍ତିଙ୍କୁ ମୃତ୍ୟୁରୁ ପୁନରୁତ୍ôଥତ କରିବା ଦ୍ୱାରା ସେ ଏହି କଥାର ନିଶ୍ଚିତତା ସମସ୍ତଙ୍କୁ ଜଣାଇ ଅଛନ୍ତି।”


“ତୁମେ କହିଥିବା ପ୍ରତ୍ୟେକ ଅସାର କଥା ପାଇଁ ବିଚାର ଦିନରେ ତୁମକୁ କୈଫିୟତ୍ ଦେବାକୁ ପଡ଼ିବ।


ତେଣୁ ସେ ତାକୁ ଡ଼ାକି କହିଲେ, ‘ମୁଁ ତୁମ ବିଷୟରେ ଏ କ’ଣ ଶୁଣୁଛି? ତୁମେ ମୋ’ ସମ୍ପତ୍ତି ପରିଚାଳନାର ସମ୍ପୂର୍ଣ୍ଣ ହିସାବ ଦିଅ, ତୁମେ ଆଉ ମୋର ବେବର୍ତ୍ତା ହୋଇ ରହିପାରିବ ନାହିଁ।’


କାରଣ ଖ୍ରୀଷ୍ଟ ମୃତ୍ୟୁବରଣ କରି ପୁନରୁତ୍ଥିତ ହେବା ଦ୍ୱାରା ଉଭୟ ଜୀବିତ ଓ ମୃତ ସମସ୍ତଙ୍କର ସେ ପ୍ରଭୁ ହୋଇ ପାରିଛନ୍ତି।


Swiv nou:

Piblisite


Piblisite