Biblia Todo Logo
Bib sou entènèt

- Piblisite -




୧ ପିତର 4:14 - ପବିତ୍ର ବାଇବଲ (CL) NT (BSI)

14 ଖ୍ରୀଷ୍ଟଙ୍କ ଅନୁଗାମୀ ହୋଇଥିବାରୁ ଅପମାନିତ ହେଲେ, ତୁମ୍ଭେମାନେ ପ୍ରକୃତରେ ଧନ୍ୟ, କାରଣ ଈଶ୍ୱରଙ୍କ ଗୌରବମୟ ଆତ୍ମା ତୁମଠାରେ ଅଧିଷ୍ଠାନ କରିଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 ଯଦି ତୁମ୍ଭେମାନେ ଖ୍ରୀଷ୍ଟଙ୍କ ନାମ ସକାଶେ ନିନ୍ଦିତ ହୁଅ, ତାହାହେଲେ ତୁମ୍ଭେମାନେ ଧନ୍ୟ, କାରଣ ଗୌରବମୟ ଆତ୍ମା, ଅର୍ଥାତ୍, ଈଶ୍ଵରଙ୍କ ଆତ୍ମା, ତୁମ୍ଭମାନଙ୍କଠାରେ ଅଧିଷ୍ଠାନ କରୁଅଛନ୍ତି।

Gade chapit la Kopi

ଓଡିଆ ବାଇବେଲ

14 ଯଦି ତୁମ୍ଭେମାନେ ଖ୍ରୀଷ୍ଟଙ୍କ ନାମ ସକାଶେ ନିନ୍ଦିତ ହୁଅ, ତାହାହେଲେ ତୁମ୍ଭେମାନେ ଧନ୍ୟ, କାରଣ ଗୌରବମୟ ଆତ୍ମା, ଅର୍ଥାତ୍‍, ଈଶ୍ୱରଙ୍କ ଆତ୍ମା, ତୁମ୍ଭମାନଙ୍କଠାରେ ଅଧିଷ୍ଠାନ କରୁଅଛନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 ଯଦି ତୁମ୍ଭେମାନେ ଖ୍ରୀଷ୍ଟଙ୍କ ନାମ ସକାଶେ ନିନ୍ଦିତ ହୁଅ, ତାହାହେଲେ ତୁମ୍ଭେମାନେ ଧନ୍ୟ, କାରଣ ଗୌରବମୟ ଆତ୍ମା, ଅର୍ଥାତ୍‍, ଈଶ୍ବରଙ୍କ ଆତ୍ମା, ତୁମ୍ଭମାନଙ୍କଠାରେ ଅଧିଷ୍ଠାନ କରୁଅଛନ୍ତି।

Gade chapit la Kopi

ପବିତ୍ର ବାଇବଲ

14 ଖ୍ରୀଷ୍ଟଙ୍କୁ ଅନୁସରଣ କରୁଛ ବୋଲି ଲୋକେ ତୁମ୍ଭକୁ ମନ୍ଦକଥା କହିଲେ, ତୁମ୍ଭେ ଧନ୍ୟ ବୋଲି ଜାଣିବ। ତୁମ୍ଭ ଭିତରେ ଗୌରବମୟ ଆତ୍ମା ଅଛନ୍ତି ବୋଲି ତୁମ୍ଭେ ଧନ୍ୟ। ତାହା ହିଁ ହେଉଛି ପରମେଶ୍ୱରଙ୍କ ଆତ୍ମା।

Gade chapit la Kopi




୧ ପିତର 4:14
37 Referans Kwoze  

ସତ୍କର୍ମ କରିବା ହେତୁ ତୁମ୍ଭେମାନେ କ୍ଳେଶଭୋଗ କଲେ ସୁଦ୍ଧା ତୁମ୍ଭେମାନେ ପ୍ରକୃତରେ ସୁଖୀ। କାହାକୁ ଭୟ କର ନାହିଁ; ଅଯଥା ଚିନ୍ତିତ ହୁଅ ନାହିଁ।


“ମନୁଷ୍ୟପୁତ୍ରଙ୍କ ନିମନ୍ତେ ଯଦି ଲୋକମାନେ ତୁମକୁ ଘୃଣା କରନ୍ତି, ତୁମ ସହିତ ସମ୍ପର୍କ ରଖନ୍ତି ନାହିଁ, ଅପମାନ ଦିଅନ୍ତି ଓ ତୁମକୁ ଭ୍ରଷ୍ଟାଚାରୀ ବୋଲି କହନ୍ତି, ତେବେ ତୁମ୍ଭେମାନେ ଧନ୍ୟ!


ଯେଉଁ ବ୍ୟକ୍ତି ଦୁଃଖକଷ୍ଟରେ ସହିଷ୍ଣୁ ରହେ, ସେ ଧନ୍ୟ; କାରଣ ଏଭଳି ପରୀକ୍ଷଶରେ ଜୟଯୁକ୍ତ ହେଲେ, ଈଶ୍ୱର ତାଙ୍କ ଭକ୍ତମାନଙ୍କୁ ଯେଉଁ ଜୀବନ ଦେବେ ବୋଲି ପ୍ରତିଜ୍ଞା କରିଛନ୍ତି, ସେ ତାହା ପୁସ୍କାର ସ୍ୱରୂପ ପାଇବ।


“ମୋର ଅନୁଗାମୀ ହୋଇଥିବାରୁ ଲୋକେ ତୁମକୁ ଅପମାନ ଦେବେ, ନିର୍ଯ୍ୟାତନା କରିବେ ଓ ତୁମ ବିରୁଦ୍ଧରେ ମିଥ୍ୟା ରଟନା କରିବେ,


କିନ୍ତୁ ବିନୀତ ଓ ଭଦ୍ର ଭାବରେ ଉତ୍ତର ଦିଅ। ତୁମ୍ଭମାନଙ୍କ ବିବେକକୁ ନିର୍ମଳ ରଖ। ତା’ ହେଲେ, ତୁମେ ଖ୍ରୀଷ୍ଟଙ୍କ ଅନୁଗାମୀରୂପେ ସଦାଚରଣ କରୁଥିବା ବେଳେ, ଯେଉଁମାନେ ତୁମର ମିଥ୍ୟା ଅପବାଦ କରନ୍ତି, ସେମାନେ ଲଜ୍ଜିତ ହେବେ।


ସୁତରାଂ ଖ୍ରୀଷ୍ଟଙ୍କ ନିମନ୍ତେ ସମସ୍ତ ପ୍ରକାର ଦୁର୍ବଳତା, ଅପମାନ, କ୍ଳେଶ, ନିର୍ଯ୍ୟାତନା ଓ ଆପଦ ବିପଦ ମୁଁ ଖୁସିରେ ବରଣ କରେ, କାରଣ ଯେତେବେଳେ ମୁଁ ଦୁର୍ବଳ, ସେତେବେଳେ ମୁଁ ଶକ୍ତିମାନ୍।


କିନ୍ତୁ ମୋ’ ଯୋଗୁଁ ସେମାନେ ତୁମ୍ଭମାନଙ୍କ ପ୍ରତି ଏସବୁ କରିବେ, କାରଣ ମୋତେ କିଏ ପ୍ରେରଣ କରିଛନ୍ତି, ଏ କଥା ସେମାନେ ଜାଣନ୍ତି ନାହିଁ।


ସେମାନଙ୍କ ସହିଷ୍ଣୁତା ଯୋଗୁଁ ଆମେ ସେମାନଙ୍କ ଧନ୍ୟ ବୋଲି କହିଥାଉଁ। ତୁମେ ଆୟୁବଙ୍କ ଧୈର୍ଯ୍ୟ ବିଷୟ ଶୁଣିଛ ଏବଂ ପରିଶେଷରେ ପ୍ରଭୁ କିପରି ତାଙ୍କୁ ଆର୍ଶୀବାଦ କରିଥିଲେ, ତାହା ଜାଣିଛ। କାରଣ ପ୍ରଭୁ ଦୟା ଓ ଅନୁକମ୍ପାରେ ପୂର୍ଣ୍ଣ।


ଜନଗହଳି ଦେଖି ଇହୁଦୀମାନେ ଈର୍ଷାନ୍ୱିତ ହେଲେ ଓ ପାଉଲଙ୍କ କଥାରେ ପ୍ରତିବାଦ କରି ତାଙ୍କୁ ଅପମାନିତ କଲେ।


ବିଜାତୀୟମାନଙ୍କ ମଧ୍ୟରେ ତୁମ୍ଭମାନଙ୍କର ସଦାଚରଣ ପ୍ରକାଶ ପାଉ; ତାହାହେଲେ, ସେମାନେ ତୁମ୍ଭମାନଙ୍କୁ ଦୁଷ୍କର୍ମକାରୀ ବୋଲି ଅପବାଦ ଦେଉଥିଲେ ମଧ୍ୟ, ତୁମ୍ଭମାନଙ୍କୁ ସତ୍କର୍ମ ଦେଖି ଖ୍ରୀଷ୍ଟଙ୍କ ଆଗମନ ଦିନରେ ଈଶ୍ୱରଙ୍କ ପ୍ରଶଂସା କରିବେ।


ସେ ମିସର ଦେଶର ସମସ୍ତ ଐଶ୍ୱର୍ଯ୍ୟ ଅପେକ୍ଷା ମସୀହଙ୍କ ନିମନ୍ତେ ଘୃରିତ ହେବା ଶ୍ରେୟସ୍କର ମନେ କରିଥିଲେ, କାରଣ ଭାବବୀ ପୁରସ୍କାର ପ୍ରତି ତାଙ୍କର ଲକ୍ଷ୍ୟ ଥିଲା।


ସେଥିଯୋଗୁଁ ସେମାନେ ମୋ’ ନିମନ୍ତେ ଈଶ୍ୱରଙ୍କ ପ୍ରଶଂସା କରିଥିଲେ।


“ପାପରେ ଜନ୍ମି ପାପରେ ବଢ଼ିଛୁ। ତୁ ଫେର୍ ଆମକୁ ଶିକ୍ଷା ଦେଉଛୁ?” ଏହା କହି ସେମାନେ ତାକୁ ସମାଜ ଗୃହରୁ ବାହାର କରିଦେଲେ।


ସେମାନେ ତାକୁ ଅଭିଶାପ ଦେଇ କହିଲେ, “ତୁ ସିନା ତା’ର ଶିଷ୍ୟ। ଆମେ ମୋଶାଙ୍କ ଶିଷ୍ୟ।


ସେମାନେ ଯୀଶୁଙ୍କୁ ପଚାରିଲେ: “ତୁମେ ଜଣେ ଶମିରୋଣୀୟ ଓ ଭୂତଗ୍ରସ୍ତ, ଏକତା କହିବା ଆମ ପକ୍ଷେ ଠିକ୍ ହୋଇ ନାହିଁ କି?”


ସେହିପରି ତୁମ ଆଲୋକ ସମସ୍ତଙ୍କ ନିକଟରେ ପ୍ରକାଶିତ ହେଉ। ତାହାହେଲେ ତୁମର ସତ୍କର୍ମ ସବୁ ଦେଖି ସେମାନେ ତୁମର ସ୍ୱର୍ଗସ୍ଥ ପିତା ଈଶ୍ୱରଙ୍କର ପ୍ରଶଂସା କରିବେ।


ତଥାପି ଅନେକ ସେମାନଙ୍କର ଅଧର୍ମ ମାର୍ଗ ଅନୁସରଣ କରିବେ। ଅନ୍ୟମାନେ ସେମାନଙ୍କ କାର୍ଯ୍ୟକଳାପ ଦେଖି ଧର୍ମପଥ ବିରୁଦ୍ଧରେ କଥା କହିବେ।


କିନ୍ତୁ ସେମାନେ ତାଙ୍କର ବିରୋଧ କରି ତାଙ୍କର କୁତ୍ସାରଟନା କରିବାରୁ, ଏହାର ପ୍ରତିବାଦ ସ୍ୱରୂପ ସେ ନିଜ ବସ୍ତ୍ରରୁ ଧୂଳି ଝାଡ଼ି ଦେଇ ସେମାନଙ୍କୁ କହିଲେ, “”ଯଦି ତୁମ୍ଭେମାନେ ବିନଷ୍ଟ ହୁଅ, ତେବେ ସେଥିପାଇଁ ତୁମ୍ଭେମାନେ ନିଜେ ଦାୟୀ ହେବ। ମୁଁ ଏଥିପାଇଁ ଦାୟୀ ନୁହେଁ। ଏଣିକି ମୁଁ ଅଣଇହୁଦୀମାନଙ୍କ ପାଖକୁ ଯିବି।”


ପ୍ରେରିତ ଶିଷ୍ୟମାନେ ଆନନ୍ଦରେ ମହାସଭାରୁ ପ୍ରସ୍ଥାନ କଲେ, କାରଣ ଈଶ୍ୱରଙ୍କ ଦୃଷ୍ଟିରେ ସେମାନେ ଯୀଶୁଙ୍କ ନିମନ୍ତେ ଅପମାନ ଭୋଗ କରିବାକୁ ଯୋଗ୍ୟ ବିବେଚିତ ହୋଇଥିଲେ।


ସେ ଯାହାହେଉ, ଆମେ ତୁମର ମତାମତ ଶୁଣିବାକୁ ଚାହୁଁ, କାରଣ ସର୍ବତ୍ର ଲୋକମାନେ ତୁମ ଦଳ ବିରୁଦ୍ଧରେ କଥା କହୁଛନ୍ତି।”


ଯୀଶୁଙ୍କ ଜୀବନ ଯେପରି ଆମଠାରେ ପ୍ରକାଶିତ ହୁଏ, ସେଥିପାଇଁ ଆମେ ସର୍ବଦା ଆମ ଶରୀରରେ ଯୀଶୁଙ୍କ ମୃତ୍ୟୁ ବହନ କରୁଛୁ।


ଏଥିପାଇଁ ଆମେ କେବେ ହତୋତ୍ସାହ ହୋଇ ନାହୁଁ। ଆମ ଶରୀର କ୍ରମେ କ୍ଷୀଣ ହେଉଛି। କିନ୍ତୁ ଆମର ଅନ୍ତରାତ୍ମା ଦିନୁଦିନ ସତେଜ ହେଉଛି।


କିନ୍ତୁ ତୁମ୍ଭେମାନେ ଯଦି ଖ୍ରୀଷ୍ଟବିଶ୍ୱାସୀ ହେବାରୁ ଦୁଃଖଭୋଗ କରୁଛୁ, ତେବେ ଲଜ୍ଜିତ ହୁଅ ନାିଁ। ଈଶ୍ୱରଙ୍କୁ ଧନ୍ୟବାଦ ଦିଅ, କାରଣ ତୁମ୍ଭେମାନେ ଖ୍ରୀଷ୍ଟଙ୍କ ନାମ ଧାରଣ କରିଛ।


Swiv nou:

Piblisite


Piblisite