Biblia Todo Logo
Bib sou entènèt

- Piblisite -




୧ ପିତର 4:13 - ପବିତ୍ର ବାଇବଲ (CL) NT (BSI)

13 ବରଂ ଆନନ୍ଦିତ ହୁଅ, କାରଣ ତୁମ୍ଭେମାନେ ଖ୍ରୀଷ୍ଟଙ୍କ କ୍ଳେଶଭୋଗର ଅଂଶୀ ହେବାରୁ ତାଙ୍କର ମହିମା ପ୍ରକାଶିତ ହେବା ସମୟରେ ର୍ତୁମ୍ଭମାନେ ଆନନ୍ଦରେ ପରିପୂର୍ଣ୍ଣ ହେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ବରଂ ଯେଉଁ ପରିମାଣରେ ଖ୍ରୀଷ୍ଟଙ୍କ ଦୁଃଖଭୋଗର ସହଭାଗୀ ହେଉଅଛ, ସେହି ପରିମାଣରେ ଆନନ୍ଦ କର, ଯେପରି ତାହାଙ୍କ ମହିମା ପ୍ରକାଶିତ ହେବା ସମୟରେ ମଧ୍ୟ ତୁମ୍ଭେମାନେ ମହାନନ୍ଦରେ ଆନନ୍ଦିତ ହେବଧ୍ୟ।

Gade chapit la Kopi

ଓଡିଆ ବାଇବେଲ

13 ବରଂ ଯେଉଁ ପରିମାଣରେ ଖ୍ରୀଷ୍ଟଙ୍କ ଦୁଃଖଭୋଗର ସହଭାଗୀ ହେଉଅଛ, ସେହି ପରିମାଣରେ ଆନନ୍ଦ କର, ଯେପରି ତାହାଙ୍କ ମହିମା ପ୍ରକାଶିତ ହେବା ସମୟରେ ମଧ୍ୟ ତୁମ୍ଭେମାନେ ମହାନନ୍ଦରେ ଆନନ୍ଦିତ ହେବ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ବରଂ ଯେଉଁ ପରିମାଣରେ ଖ୍ରୀଷ୍ଟଙ୍କ ଦୁଃଖଭୋଗର ସହଭାଗୀ ହେଉଅଛ, ସେହି ପରିମାଣରେ ଆନନ୍ଦ କର, ଯେପରି ତାହାଙ୍କ ମହିମା ପ୍ରକାଶିତ ହେବା ସମୟରେ ମଧ୍ୟ ତୁମ୍ଭେମାନେ ମହାନନ୍ଦରେ ଆନନ୍ଦିତ ହେବ।

Gade chapit la Kopi

ପବିତ୍ର ବାଇବଲ

13 ବରଂ ତୁମ୍ଭେ ଖୁସୀ ହେବା ଉଚିତ୍ ଯେ, ତୁମ୍ଭେ ଖ୍ରୀଷ୍ଟଙ୍କର ଯାତନାର ସହଭାଗୀ ହୋଇଛ। ଖ୍ରୀଷ୍ଟ ନିଜର ମହିମା ପ୍ରକାଶ କଲାବେଳେ ତୁମ୍ଭେ ଖୁସୀ ହେବ ଓ ଆନନ୍ଦରେ ପୂର୍ଣ୍ଣ ହେବ।

Gade chapit la Kopi




୧ ପିତର 4:13
35 Referans Kwoze  

ଯେହେତୁ ଆମେ ଈଶ୍ୱରଙ୍କ ସନ୍ତାନ, ତାଙ୍କ ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ଆଶୀର୍ବାଦରେ ଆମେ ଅଂଶୀ ହେବୁ। ପୁଣି ଖ୍ରୀଷ୍ଟଙ୍କ ପାଇଁ ଈଶ୍ୱର ଯାହା ଗଚ୍ଛିତ ରଖିଛନ୍ତି, ସେଥିରେ ମଧ୍ୟ ଆମ୍ଭମାନଙ୍କର ଭାଗ ଅଛି। ଯଦି ଆମ୍ଭେମାନେ ଯୀଶୁଙ୍କ ଦୁଃଖଭୋଗର ଅଂଶୀ ହୋଇଛୁ, ତେବେ ତାଙ୍କ ଗୌରବରେ ମଧ୍ୟ ଅଂଶୀ ହେବୁ।


ସବୁ ପ୍ରକାର ଦୁଃଖ କ୍ଲେଶରେ ମଧ୍ୟ ଆମ୍ଭେମାନେ ଆନନ୍ଦ ଅନୁଭବ କରୁଛୁ, କାରଣ ବିଚଳିତ ନ ହୋଇ କ୍ଳେଶ ସହିବା ଦ୍ୱାରା ମନରେ ଧୈର୍ଯ୍ୟ ଆସେ।


ଏବେ ମୋର ଏକାନ୍ତ ଇଚ୍ଛା - ମୁଁ ଯେପରି ଖ୍ରୀଷ୍ଟଙ୍କୁ ଜାଣିବି ଓ ତାଙ୍କ ପୁନରୁତ୍ଥାନର ଶକ୍ତି ଅନୁଭବ କରିବି; ତାଙ୍କ କ୍ଲେଶଭୋଗର ସମବେଦନା ଅନୁଭବ କରି ମୃତ୍ୟୁରେ ମଧ୍ୟ ତାଙ୍କ ପରି ହେବି


ତୁମ୍ଭମାନଙ୍କଠାରେ ଆମର ଭରସା ଅଟଳ। ଆମେ ଜାଣୁ , ତୁମ୍ଭମାନେ ଆମ ସୁଃଖ କଶ୍ଟରେ ଯେପରି ଅଂଶୀ ହୋଇଛ, ସେହିପରି ଆମ୍ଭମାନଙ୍କ ସଂନ୍ତ୍ୱନର ମଧ୍ୟ ଅଂଶୀ ହୋଇଛ, ସେହିପରି ଆମ୍ଭମନଙ୍କ ସାନ୍ତ୍ୱନାର ମଧ୍ୟ ଅଂଶୀ ହେବ।


ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇ ତାଙ୍କର ଅନନ୍ତ ଗୌରବରେ ଭାଗୀ ହେବା ପାଇଁ, ଦୟାମୟ ଈଶ୍ୱର ତୁମ୍ଭମାନଙ୍କୁ ଆହ୍ୱାନ କରିଛନ୍ତି। ତୁମ୍ଭମାଙ୍କର କ୍ଷଣିକ ଦୁଃଖଭୋଗ ପରେ ସେ ନିଜେ ତୁମ୍ଭମାନଙ୍କୁ ସିଦ୍ଧ, ସୁଦୃଢ଼, ବଳିଷ୍ଠ ଓ ସୁପତିଷ୍ଠିତ କରିବେ।


ଯୀଶୁଙ୍କ ଜୀବନ ଯେପରି ଆମଠାରେ ପ୍ରକାଶିତ ହୁଏ, ସେଥିପାଇଁ ଆମେ ସର୍ବଦା ଆମ ଶରୀରରେ ଯୀଶୁଙ୍କ ମୃତ୍ୟୁ ବହନ କରୁଛୁ।


କଷ୍ଟଭୋଗରେ ଯଦି ଅବିଚଳିତ ରହିଥିବୁ, ତାଙ୍କ ସହିତ ଆମ୍ଭେମାନେ ରାଜତ୍ୱ କରିବୁ। ତାଙ୍କୁ ଅସ୍ୱୀକାର କଲେ, ସେ ମଧ୍ୟ ଆମ୍ଭମାନଙ୍କୁ ଅସ୍ୱୀକାର କରିବେ।


ଏହି ସାମାନ୍ୟ ଓ କ୍ଷଣିକ ଦୁଃଖ ଦୁର୍ଦ୍ଦଶା ଆମ ପାଇଁ ଆଣି ଦେଉଛି ଅତୁଳନୀୟ ଚିରସ୍ଥାୟୀ ଗୌରବର ସମ୍ପଦ।


ପ୍ରେରିତ ଶିଷ୍ୟମାନେ ଆନନ୍ଦରେ ମହାସଭାରୁ ପ୍ରସ୍ଥାନ କଲେ, କାରଣ ଈଶ୍ୱରଙ୍କ ଦୃଷ୍ଟିରେ ସେମାନେ ଯୀଶୁଙ୍କ ନିମନ୍ତେ ଅପମାନ ଭୋଗ କରିବାକୁ ଯୋଗ୍ୟ ବିବେଚିତ ହୋଇଥିଲେ।


ମୁଁ ଯୋହନ, ତୁମର ଜଣେ ଭାଇ, ଯୀଶୁଙ୍କର ଶିଷ୍ୟ ସ୍ୱରୂପେ ତାଙ୍କ ରାଜ୍ୟର ଲୋକମାନଙ୍କ ଉପରେ ହେଉଥିବା ଦୌରାତ୍ମ୍ୟ ଧୈର୍ଯ୍ୟର ସହିତ ସହ୍ୟ କରିବା ପାଇଁ ମୁଁ ତୁମ୍ଭମାନଙ୍କର ଜଣେ ଅଂଶୀଦାର। ଯୀଶୁ ପ୍ରକାଶ କରିଥିବା ସତ୍ୟ ଓ ଈଶ୍ୱରଙ୍କ ବାକ୍ୟ ଘୋଷଣା କରିବା ଯୋଗୁଁ ମୁଁ ପାତ୍ମସ୍ ଦ୍ୱୀପକୁ ନିର୍ବାସିତ ହୋଇଥିଲି।


ମୁଁ ଚଣେ ବୟୋଜ୍ୟେଷ୍ଠ ନେତା ହିସାବରେ ତୁମ୍ଭମାନଙ୍କ ମଣ୍ଡଳୀର ବୟୋଜ୍ୟେଷ୍ଠ ନେତାମାନଙ୍କୁ ବିନତି କରି କହୁଛି। ଖ୍ରୀଷ୍ଟଙ୍କ ଦୁଃଖଭୋଗର ମୁଁ ଜଣେ ସାକ୍ଷୀ ଓ ତାଙ୍କର ଗୌରବ ପ୍ରକାଶିତ ହେବା ସମୟରେ ମୁଁ ସେଥିରେ ଭାଗୀ ହେବି।


ବର୍ତ୍ତମାନ ତୁମ୍ଭମାନଙ୍କ ନିମନ୍ତେ ମୋର ଦୁଃଖଭୋଗ ପାଇଁ ମୁଁ ଆନନ୍ଦିତ। କାରଣ ମୋର ଶାରୀରିକ ଦୁଃଖଭୋଗ ଦ୍ୱାରା ମୁଁ ଖ୍ରୀଷ୍ଟଙ୍କର ଶରୀରରୂପ ମଣ୍ଡଳୀ ପକ୍ଷରୁ ଖ୍ରୀଷ୍ଟଙ୍କ ଦୁଃଖଭୋଗର ଅବଶିଷ୍ଟାଂଶକୁ ପୂରଣ କରିବା ପାଇଁ ସାହାଯ୍ୟ କରୁଛି।


ମନିଷ୍ୟ ପୁତ୍ର ପିତା ଈଶ୍ୱରଙ୍କ ଦ୍ୱାରା ଗୌରବାନ୍ୱିତ ହୋଇ ସ୍ୱର୍ଗଦୂତମାନଙ୍କ ସହ ପୁନର୍ବାର ଆସିବେ। ସେତେବେଳେ ସେ ପ୍ରତ୍ୟେକକୁ ତା’ର କୃତକର୍ମ ଅନୁସରେ ଫଳ ଦେବେ।


ତୁମେ ନିଜକୁ ଧନ୍ୟ ବୋଲି ମନେକର। ଆନନ୍ଦିତ ହୋଇ ଉଲ୍ଲାସ କର, କାରଣ ସ୍ୱର୍ଗରେ ତୁମ ପାଇଁ ମହା ପୁରସ୍କାର ରଖାଯାଇଛି। ମନେରଖ, ତୁମ ପୂର୍ବରୁ ଭାବବାଦୀମାନେ ମଧ୍ୟ ଏହିପରି ନିର୍ଯ୍ୟାତିତ ହୋଇଥିଲେ।


କର୍ମ ସାଧନ କରିବାକୁ ପ୍ରସ୍ତୁତ ହୁଅ। ସଜାଗ ଥାଇ ଯୀଶୁ ଖ୍ରୀଷ୍ଟ ପ୍ରକାଶିତ ହେବା ସମୟରେ ଯେଉଁ ଆଶୀର୍ବାଦ ତୁମ୍ଭମାନଙ୍କୁ ପ୍ରଦତ୍ତ ହେବ, ତାହା ଉପରେ ନିଶ୍ଚିତ ଭରସା ରଖ।


ମଧ୍ୟରାତ୍ରି ସମୟରେ ପାଉଲ ଓ ଶୀଲା ପ୍ରାର୍ଥନା କରୁଥିଲେ, ପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୀତ ଗାଉଥିଲେ ଓ ଅନ୍ୟ ବନ୍ଦୀମାନେ ଏହା ଶୁଣୁଥିଲେ।


ତା’ପରେ ତାଙ୍କର ଦକ୍ଷିଣରେ ଥିବା ଲୋକମାନଙ୍କୁ ରାଜା କହିବେ, ‘ଆସ, ତୁମ୍ଭମାନଙ୍କୁ ମୋ’ ପିତା ଆଶୀର୍ବାଦ କରିଛନ୍ତି। ସୃଷ୍ଟିର ଆରମ୍ଭରୁ ଯେଉଁ ରାଜ୍ୟ ତୁମ୍ଭମାନଙ୍କ ପାଇଁ ପ୍ରସ୍ତୁତ ହୋଇ ରହିଛି, ତାହାକୁ ଅଧିକାର କର।


“ଯେତେବେଳେ ମନୁଷ୍ୟପୁତ୍ର ରାଜା ହୋଇ ତାଙ୍କର ସ୍ୱର୍ଗଦୂତମାନଙ୍କ ସହିତ ଆସିବେ, ସେ ଗୌରବୋଜ୍ଜ୍ୱଳ ସିଂହାସନରେ ବସିବେ ଏବଂ


ମାଲିକ କହିଲେ, ‘ବେଶ୍ କରିଛ। ତୁମେ ମଧ୍ୟ ମୋର ଉପଯୁକ୍ତ ଦାସ। ଅଳ୍ପ ଧନରେ ବିଶ୍ୱସ୍ତତା ଦେଖାଇଛ। ବହୁତ ଧନ ମୁଁ ତୁମ ଜିମା କରିଦେବି। ଆସ, ମୋ’ ଆନନ୍ଦରେ ଭାଗୀ ହେବ।’


ମାଲିକ ଖୁସି ହୋଇ କହିଲେ, ‘ଠିକ୍ କରିଛ, ତୁମେ ମୋର ଉପଯୁକ୍ତ ଓ ବିଶ୍ୱସ୍ତ ଦାସ। ତୁମେ ବିଶ୍ୱସ୍ତ ଭାବରେ ଅଳ୍ପ ଧନର କାରବାର କରିପାରିଥିବାରୁ ତୁମ ହାତରେ ବହୁତ ଧନ ଛାଡ଼ି ଦେବି। ଆସ, ମୋ’ ସହିତ ଆନନ୍ଦ କର।’


ଦେଖ, ସେ ମେଘମାଳାରେ ଆସୁଅଛନ୍ତି - ପୃଥିବୀବାସୀ ସମସ୍ତେ ତାଙ୍କୁ ଦେଖିବେ; ଏପରି କି ଯେଉଁମାନେ ତାଙ୍କୁ ବଦ୍ଧ କରିଥିଲେ, ସେମାନେ ମଧ୍ୟ ତାଙ୍କୁ ଦେଖି ଭୟବିହ୍ୱଳ ହୋଇ ବିଳାପ କରିବେ। ଏ ସବୁ ନିଶ୍ଚୟ ଘଟିବ - ଆମେନ୍।


ମନୁଷ୍ୟପୁତ୍ର ପ୍ରକାଶିତ ହେବା ଦିନ ସେପରି ଘଟିବ।


ଏହି ଈଶ୍ୱରବିମୁଖ ଯୁଗରେ ଯଦି କେହି ମୋ’ ପାଇଁ ଓ ମୋର ଶିକ୍ଷା ପାଇଁ ଲଜ୍ଜା ବୋଧ କରେ, ତେବେ ଈଶ୍ୱରଙ୍କ ଗୌରବରେ ପରିପୂର୍ଣ୍ଣ ହୋଇ ମନୁଷ୍ୟପୁତ୍ର ଯେତେବେଳେ ପବିତ୍ର ସ୍ୱର୍ଗଦୂତମାନଙ୍କ ସହିତ ପୁଣି ଥରେ ଆସିବେ, ସେ ମଧ୍ୟ ସେମାନଙ୍କ ଲାଗି ଲଜ୍ଜିତ ହେବେ।”


ଯେଉଁ ଗୌରବମୟ ଭବିଷ୍ୟତରେ ଆମେମାନେ ପ୍ରବେଶ କରିବା, ତା’ ତୁଳନାରେ ବର୍ତ୍ତମାନର ଦୁଃଖ ଭୋଗ କିଛି ନୁହେଁ। ସେହି ସମୟରେ ଈଶ୍ୱର ତାଙ୍କ ସନ୍ତାନମାନଙ୍କୁ ପ୍ରକାଶ କରିବେ।


ଆମେ ଖ୍ରୀଶ୍ଟଙ୍କ ବହୁ ଦୁଃଖ ଭୋଗରେ ଅଂଶୀଦାର ହୋଇ ଥିବାରୁ ଖ୍ରୀଶ୍ଟଙ୍କ ସାହାୟତାରେ ଈଶ୍ୱରଙ୍କ ମହାସାନ୍ତ୍ୱନାର ମଧ୍ୟ ଅଂଶୀ ହୋଇ ପାରିବା।


ଈଶ୍ୱର ଏହି ଉଦ୍ଦେଶ୍ୟରେ ତୁମ୍ଭମାନଙ୍କୁ ଆହ୍ୱାନ କରିଛନ୍ତି। ଖ୍ରୀଷ୍ଟ ନିଜେ ତୁମ୍ଭମାଙ୍କ ନିମନ୍ତେ କ୍ଳେଶ ଭୋଗ କରି ଆଦର୍ଶ ଦେଖାଇଛନ୍ତି, ଯେପରି ତୁମ୍ଭେମାନେ ତାଙ୍କ ପଦାଙ୍କ ଅନୁସରଣ କରିବ।


ଯେ ତୁମ୍ଭମାନଙ୍କୁ ପତନରୁ ରକ୍ଷା କରିବାକୁ ଓ ତାଙ୍କ ଗୌରବମୟ ଛାମୁରେ ନିର୍ଦ୍ଦୋଷ ଓ ଉଲ୍ଲେସିତ କରି ଉପସ୍ଥାପିତ କରିବାକୁ ସମର୍ଥ,


Swiv nou:

Piblisite


Piblisite