Biblia Todo Logo
Bib sou entènèt

- Piblisite -




୧ ପିତର 4:11 - ପବିତ୍ର ବାଇବଲ (CL) NT (BSI)

11 ଯେ ପ୍ରଚାର କରେ, ସେ ଈଶ୍ୱରଙ୍କ ବର୍ତ୍ତା ପ୍ରଚାର କରୁ। ଯେ ସେବା କରେ, ଈଶ୍ୱରତାକୁ ଦେଇଥିବା ଶକ୍ତି ଅନୁସାରେ ସେ ସେବା କରୁ। ତା’ ହେଲେ, ଈଶ୍ୱର ସବୁ ବିଷୟରେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଗୌରବାନ୍ୱିତ ହେବେ। ଯୁଗେ ଯୁଗେ ମହିମା ସ ପରାକ୍ରମ ତାହାଙ୍କର।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 କେହି ଯଦି ପ୍ରଚାର କରେ, ତେବେ ସେ ଈଶ୍ଵରଙ୍କ ବାକ୍ୟର ପ୍ରଚାରକ ପରି ପ୍ରଚାର କରୁ; କେହି ଯଦି ସେବା କରେ, ତେବେ ସେ ଈଶ୍ଵରଙ୍କଠାରୁ ଶକ୍ତିପ୍ରାପ୍ତ ଲୋକ ପରି ସେବା କରୁ, ଯେପରି ଯୀଶୁ ଖ୍ରୀଷ୍ଟଙ୍କ ଦ୍ଵାରା ଈଶ୍ଵର ଗୌରବାନ୍ଵିତ ହେବେ; ଯୁଗେ ଯୁଗେ ଗୌରବ ଓ ପରାକ୍ରମ ତାହାଙ୍କର। ଆମେନ୍।

Gade chapit la Kopi

ଓଡିଆ ବାଇବେଲ

11 କେହି ଯଦି ପ୍ରଚାର କରେ, ତେବେ ସେ ଈଶ୍ୱରଙ୍କ ବାକ୍ୟର ପ୍ରଚାରକ ପରି ପ୍ରଚାର କରୁ; କେହି ଯଦି ସେବା କରେ, ତେବେ ସେ ଈଶ୍ୱରଙ୍କଠାରୁ ଶକ୍ତିପ୍ରାପ୍ତଲୋକ ପରି ସେବା କରୁ, ଯେପରି ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଈଶ୍ୱର ଗୌରବାନ୍ୱିତ ହେବେ; ଯୁଗେ ଯୁଗେ ଗୌରବ ଓ ପରାକ୍ରମ ତାହାଙ୍କର । ଆମେନ୍‍ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 କେହି ଯଦି ପ୍ରଚାର କରେ, ତେବେ ସେ ଈଶ୍ବରଙ୍କ ବାକ୍ୟର ପ୍ରଚାରକ ପରି ପ୍ରଚାର କରୁ; କେହି ଯଦି ସେବା କରେ, ତେବେ ସେ ଈଶ୍ବରଙ୍କଠାରୁ ଶକ୍ତିପ୍ରାପ୍ତ ଲୋକ ପରି ସେବା କରୁ, ଯେପରି ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଈଶ୍ବର ଗୌରବାନ୍ୱିତ ହେବେ; ଯୁଗେ ଯୁଗେ ଗୌରବ ଓ ପରାକ୍ରମ ତାହାଙ୍କର। ଆମେନ୍‍।

Gade chapit la Kopi

ପବିତ୍ର ବାଇବଲ

11 ଯେଉଁ ଲୋକ କହିବାକୁ ଗ୍ଭହେଁ, ସେ ପରମେଶ୍ୱରଙ୍କ ବାକ୍ୟରୁ କଥା କହୁ। ଯେଉଁ ଲୋକ ସେବା କରିବ, ସେ ପରମେଶ୍ୱରଙ୍କ ପ୍ରଦତ୍ତ ଶକ୍ତି ସାହାଯ୍ୟରେ ସେବା କରୁ। ତୁମ୍ଭେ ଏହିସବୁ କାମ ଏପରି ଭାବରେ କରିବା ଉଚିତ୍ ଯେ, ଖ୍ରୀଷ୍ଟଙ୍କ ମାଧ୍ୟମରେ ଯେପରି ପରମେଶ୍ୱର ସମସ୍ତ ବିଷୟରେ ପ୍ରଶଂସା ପାଇବେ। କ୍ଷମତା ଓ ମହିମା ସଦାସର୍ବଦା ପାଇଁ ତାହାଙ୍କର ଅଟେ। ଆମେନ୍।

Gade chapit la Kopi




୧ ପିତର 4:11
47 Referans Kwoze  

ତୁମେ ଖିଆପିଆ କିମ୍ବା ଯାହା କିଛି କର, ତାହା ଈଶ୍ୱରଙ୍କ ଗୌରବ ଉଦ୍ଦେଶ୍ୟରେ କର।


ପରିଶେଷରେ, ପ୍ରଭୁଙ୍କ ସହିତ ସଂଯୁକ୍ତ ହୋଇ ତାଙ୍କ ମହାଶକ୍ତିରେ ଶକ୍ତିମନ୍ତ ହୁଅ।


ଯେ ଯେଉଁ ଦାନ ପାଇଛି, ତା’ର ଯୋଗ୍ୟ ବେବର୍ତ୍ତାରୂପେ ଅନ୍ୟମାନଙ୍କର ମଙ୍ଗଳ ପାଇଁ ସେହି ଦାନର ସଦ୍ବ୍ୟବହାର କରିବା ଉଚିତ।


ସେହି ମୋଶା ମରୁପ୍ରାନ୍ତରରେ ଏକତ୍ରିତ ହୋଇଥିବା ଇଶ୍ରାୟେଲୀୟମାନଙ୍କ ସଙ୍ଗରେ ଥିଲେ। ସେ ସୀନୟ ପର୍ବତରେ ଆମ ପୂର୍ବପୁରୁଷମାନଙ୍କ ସହିତ ଓ ତାଙ୍କ ସହିତ କଥା କହିଥିବା ସ୍ୱର୍ଗଦୂତଙ୍କ ସଙ୍ଗରେ ଥିଲେ ଓ ଆମ୍ଭମାନଙ୍କ ନିକଟରେ ପରିବେଷଣ କରିବା ପାଇଁ ସେ ଈଶ୍ୱରଙ୍କଠାରୁ ଜୀବନ୍ତ ବାକ୍ୟ ଗ୍ରହଣ କଲେ।


ତୁମ ମୁଖରୁ କୁକଥା ନିର୍ଗତ ନ ହେଉ। ତୁମର କଥା ହିତକର, ଗଠନମୂଳକ ଓ କାର୍ଯ୍ୟୋପଯୋଗୀ ହେଉ। ତା’ହେଲେ ଯେଉଁମାନେ ତୁମର କଥା ଶୁଣିବେ, ସେମାନଙ୍କ ପ୍ରତି ତାହା ମଙ୍ଗଳଜନକ ହେବ।


ଅନେକ କିଛି। ପ୍ରଥମେ, ଈଶ୍ୱର ତାଙ୍କ ବାର୍ତ୍ତାର ଦାୟିତ୍ୱ ଇହୁଦୀମାନଙ୍କ ଉପରେ ନ୍ୟସ୍ତ କରିଛନ୍ତି।


ପ୍ରିୟ ଭାଇମାନେ, ମନେରଖ। ତୁମ୍ଭେମାନେ ଶୁଣିବାରେ ତତ୍ପର ହେବା ଉଜିତ, କିନ୍ତୁ ଭାବିଚିନ୍ତି କଥା କୁହ।


ତୁମ୍ଭମାନଙ୍କର କଥା ସବୁବେଳେ ସୁମିଷ୍ଟ ଓ ମନୋମୁଗ୍ଧକର ହେଉ। ପ୍ରତ୍ୟେକଙ୍କୁ କିପରି ସଠିକ୍ ଉତ୍ତର ଦେଇ ପାରିବ, ଏ କଥା ତୁମ୍ଭେମାନେ ଜାଣିବା ଆବଶ୍ୟକ।


ଆତ୍ମିକ ଦାନ ବିଭିନ୍ନ ପ୍ରକାର, କିନ୍ତୁ ସେହି ଏକ ଆତ୍ମା ସେସବୁ ପ୍ରଦାନ କରନ୍ତି।


ତୁମ୍ଭେମାନେ ଏକ ଆଧ୍ୟାତ୍ମିକ ମନ୍ଦିର ନିର୍ମାରରେ ଜୀବନ୍ତ ପ୍ରସ୍ତର ରୁପେ ବ୍ୟବହୃତ ହେବା ନିମନ୍ତେ ଆସ। ସେହି ମନ୍ଦିରରେ ତୁମ୍ଭେମାନେ ଯୀଶୁ ଖ୍ରୀଷ୍ଟଙ୍କ ମଧ୍ୟସ୍ଥତାରେ ଈଶ୍ୱରଙ୍କ ଗ୍ରହଣଯୋଗ୍ୟ ଆଧ୍ୟାତ୍ମିକ ମନ୍ଦିର ନିର୍ମାଣରେ ଜୀବନ୍ତ ପ୍ରସ୍ତର ରୂପେ ବ୍ୟବହୃତ ହେବା ନିମନ୍ତେ ଆସ। ସେହି ମନ୍ଦିରରେ ତୁମ୍ଭେମାନେ ଯୀଶୁ ଖ୍ରୀଷ୍ଟଙ୍କ ମଧ୍ୟସ୍ଥତାରେ ଈଶ୍ୱରଙ୍କ ଗ୍ରହଣଯୋଗ୍ୟ ଆଧ୍ୟାତ୍ମିକ ବଳି ଉତ୍ସର୍ଗ କରିବା ପାଇଁ ପବିତ୍ର ଯାଜକର କାର୍ଯ୍ୟ କରିବ।


ଆମର ସେହି ଏକମାତ୍ର ତ୍ରାଣକର୍ତ୍ତା ଈଶ୍ୱରଙ୍କ ଗୌରବ, ପରାକ୍ରମ ଓ କତ୍ତୃତ୍ୱ; ଆମ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଅନାଦି କାଳରୁ ବର୍ତ୍ତମାନ ପର୍ଯ୍ୟନ୍ତ ଓ ଯୁଗେ ଯୁଗେ ବିରାଜମାନ ହେଉ। ଆମେନ୍।


ତୁମ୍ଭେମାନେ ଅନ୍ୟମାନଙ୍କୁ ଶିକ୍ଷା ଦେବା ସମୟ ଶିକ୍ଷକ ଆବଶ୍ୟକ ହେଉଛି। ତୁମ୍ଭେମାନେ ଗୁରୁପାକ ଖାଦ୍ୟ ଖାଇବା ପରିବର୍ତ୍ତେ ଏ ପର୍ଯ୍ୟନ୍ତ ଦୁଗ୍ଧ ପାନ କରୁଛୁ।


ସେ କେବଳ ଅମର; ମନୁଷ୍ୟର ଅଗମ୍ୟ ଆଲୋକ ରାଜ୍ୟରେ ସେ ବାସ କରନ୍ତି; କେହି ତାଙ୍କୁ କେବେ ଦେଖି ନାହିଁ; କେହି କେବେ ଦେଖି ପାରିବ ନାହିଁ। ତାଙ୍କର ଗୌରବ ଓ ଶାଶ୍ୱତ ରାଜ୍ୟ ଯୁଗେ ଯୁଗେ ଅକ୍ଷୁର୍ଣ୍ଣ ରହୁ।


ସମଗ୍ର ବିଶ୍ୱ ଜଗତର ଅଦୃଶ୍ୟ, ଅବିନଶ୍ୱର, ଚିରନ୍ତନ ରାଜା, ଏକମାତ୍ର ଈଶ୍ୱର ଯୁଗେ ଯୁଗେ ସମ୍ମାନିତ ଓ ମହିମାନ୍ୱିତ ହୁଅନ୍ତୁ।


ଈଶ୍ୱରଦତ୍ତ ଅନୁଗ୍ରହ ଅନୁଯାୟୀ ଜଣେ ଦକ୍ଷ ନିର୍ମାଣକାରୀ ଭାବରେ ମୁଁ ମୂଳଦୁଆ ପକାଇଛି। ଅନ୍ୟ ଜଣେ ଏହି ମୂଳଦୁଆ ଉପରେ ନିର୍ମାଣ କରୁଛି। କିନ୍ତୁ ନିର୍ମାଣ କଲାବେଳେ ଆମେ ପ୍ରତ୍ୟେକେ ସତର୍କ ହେବା ଆବଶ୍ୟକ,


ଆମକୁ କଠିନ ପରୀକ୍ଷାର ସମ୍ମୁଖୀନ ହେବାକୁ ଦିଅ ନାହିଁ। ମନ୍ଦ ଶକ୍ତିର କବଳରୁ ଆମକୁ ରକ୍ଷା କର। (କାରଣ ରାଜତ୍ୱ, ପରାକ୍ରମ, ଗୌରବ ଯୁଗେ ଯୁଗେ ତୁମର, ଆମେନ୍।)


ଯୁଗେ ଯୁଗେ ରାଜତ୍ୱ ତାଙ୍କର ହେଉ।


କେହି କ’ଣ ନିଜକୁ ଧାର୍ମିକ ମନେ କରୁଛି? ସେ ଯଦି ଆପଣା ଜିହ୍ୱାକୁ ସଂଯୁତ ନ କରେର, ତେବେ ତାହାର ଧର୍ମକର୍ମସବୁ ନିରର୍ଥକ ଓ ସେ କେବଳ ନିଜକୁ ପ୍ରତାରଣା କରୁଛି।


ପୁଣି ପ୍ରତ୍ୟେକ ଜିହ୍ୱା ଯୀଶୁ ଖ୍ରୀଷ୍ଟ ହିଁ ପ୍ରଭୁ ବୋଲି ପ୍ରକାଶ୍ୟରେ ସ୍ୱୀକାର କରି ପିତା ଈଶ୍ୱରଙ୍କୁ ଗୌରବାନ୍ୱିତ କରିବେ।


ସର୍ବଦା ସବୁ ବିଷୟ ପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ପିତା ଈଶ୍ୱରଙ୍କୁ ଧନ୍ୟବାଦ ଦିଅ।


ସେ ତୁମ୍ଭମାନଙ୍କୁ ବିଶେଷ ମୂଲ୍ୟ ଦେଇ କିଣିଛନ୍ତି। ତେଣୁ ତୁମ୍ଭମାନଙ୍କ ଶରୀର ଦ୍ୱାରା ଈଶ୍ୱରଙ୍କୁ ଗୌରବାନ୍ୱିତ କର।


ସମସ୍ତ ପ୍ରତିଦାନ ଈଶ୍ୱରଙ୍କ ଦ୍ୱାରା ସୃଷ୍ଟ; ସମସ୍ତ ବିଷୟର ଅସ୍ତିତ୍ୱ ତାଙ୍କ ନିମନ୍ତେ ଓ ତାଙ୍କଠାରେ ନିହିତ। ଯୁଗେ ଯୁଗେ ଈଶ୍ୱର ମହିମାନ୍ୱିତ ହୁଅନ୍ତୁ।


ଓ ଈଶ୍ୱରଙ୍କ ଗୌରବ ଓ ପ୍ରଶଂସା ନିମନ୍ତେ ତୁମ୍ଭମାନଙ୍କର ଜୀବନ ଯୀଶୁ ଖ୍ରୀଷ୍ଟଙ୍କ ପ୍ରଦତ୍ତ ସମସ୍ତ ସଦ୍ଗୁଣରେ ପରିପୂର୍ଣ୍ଣ ହେବ।


ଏହି ସେବା କାର୍ଯ୍ୟ ଦ୍ୱାରା ଖ୍ରୀଷ୍ଟଙ୍କ ସୁସମାଚାର ପ୍ରତି ତୁମ୍ଭମାନଙ୍କ ବିଶ୍ୱସ୍ତତା ଲାଗି ଓ ସମସ୍ତଙ୍କ ସହିତ ଅଂଶୀ ହୋଇ ତୁମ୍ଭେମାନେ ଯେଉଁ ବଦାନ୍ୟତା ପ୍ରକାଶ କରିବେ।


ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ସର୍ବଜ୍ଞାତା ଏକମାତ୍ର ଈଶ୍ୱର ଯୁଗେ ଯୁଗେ ଗୌରବାନ୍ୱିତ ହୁଅନ୍ତୁ। ଆମେନ୍।


ଯିହୁଦା ବାହାରି ଯିବା ପରେ ଯୀଶୁ କହିଲେ, “ବର୍ତ୍ତମାନ ମନୁଷ୍ୟପୁତ୍ର ମହିମାନ୍ୱିତ ହେବାର ବେଳ ଆସିଛି। ପୁରି ତାଙ୍କ ଦ୍ୱାରା ଈଶ୍ୱର ମଧ୍ୟ ମହିମାନ୍ୱିତ ହେବେ।


ଈଶ୍ୱର ମୋତେ ବିଶେଷ ଅନୁଗ୍ରହ ପ୍ରଦାନ କରିଥିବାରୁ ତୁମ ପ୍ରତ୍ୟେକଙ୍କୁ ମୁଁ କହୁଛି, କେହି ନିଜର ଯୋଗ୍ୟତାଠାରୁ ନିଜକୁ ଅଧିକ ମଣ ନାହିଁ। ଈଶ୍ୱର ତୁମକୁ ଦେଇଥିବା ବିଶ୍ୱାସର ପରିମାଣ ଅନୁପାତରେ ନମ୍ର ହୋଇ ନିଜ ବିଷୟରେ ବିଚାର କର।


ଅନେକେ ନିଜେ ଲାଭବାନ ହେବା ପାଇଁ ଈଶ୍ୱରଙ୍କ ବାକ୍ୟ ବ୍ୟବହାର କରିଥାନ୍ତୁ। ଆମେ କିନ୍ତୁ ସେପରି ନୋହୁଁ। ଆମକୁ ଈଶ୍ୱର ପ୍ରେରଣ କରି ଥିବାରୁ ଆମେ ବିଶ୍ୱରଙ୍କ ସାକ୍ଷାତରେ ଖ୍ରୀଷ୍ଟଙ୍କ ଦାସ ରୂପେ ପ୍ରଚାର କରୁ।


ତାଙ୍କର ଲୋକମାନଙ୍କ ପ୍ରତି ତାଙ୍କର ପ୍ରତିଜ୍ଞାତ ମହତ୍ ଆଶୀର୍ବାଦସମୂହ ଯେ କେତେ ବହୁଳ ଏବଂ ଆମ ପରି ବିଶ୍ୱାସୀମାନଙ୍କ ମଧ୍ୟରେ ତାଙ୍କର ସକ୍ରିୟ ଶକ୍ତି ଯେ କେଡ଼େ ମହାନ୍, ତାହା ତୁମ୍ଭେମାନେ ଜାଣି ପାରିବ।


କେବଳ ଈଶ୍ୱରଙ୍କ ଇଚ୍ଛାନୁରୂପ କଥା ଆମେ ସବୁବେଳେ କହିଥାଉ; କାରଣ ସେ ଆମକୁ ଯୋଗ୍ୟ ମନେ କରି ଆମ ଉପରେ ସୁସମାଚାର ପ୍ରଚାରର ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ମନୁଷ୍ୟମାନଙ୍କୁ ସନ୍ତୁଷ୍ଟ କରିବା ଆମର ଉଦ୍ଦେଶ୍ୟ ନୁହେଁ। ଯେଉଁ ଈଶ୍ୱର ଆମ ମନର ଅଭିପ୍ରାୟ ପରୀକ୍ଷା କରି ଦେଖନ୍ତି, କେବଳ ତାଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ଆମେ ଚେଷ୍ଟା କରିଥାଉ।


ଆମ ଧର୍ମତତ୍ତ୍ୱଗୁଡ଼ିକୁ ନିର୍ଭୁଲ ଭାବରେ ଶିକ୍ଷା ଦିଅ।


ଏହି ସମସ୍ତ ବିଷୟ ଶିକ୍ଷା ଦିଅ ଏବଂ ତୁମର ପୂର୍ଣ୍ଣ କ୍ଷମତା ପ୍ରୟୋଗ କରି ଶ୍ରୋତାମାନଙ୍କୁ ଉତ୍ସାହିତ କର। ଆବଶ୍ୟକ ସ୍ଥଳେ, ସେମାନଙ୍କୁ ଭର୍ତ୍ସନା କରି ସତର୍କ କରିଦିଅ। ତୁମକୁ ଅବଜ୍ଞା କରିବାକୁ କାହାକୁ ଅବକାଶ ଦିଅ ନାହିଁ।


ଯେଉଁ ନେତାମାନେ ପୂର୍ବେ ତୁମ୍ଭମାନଙ୍କୁ ଈଶ୍ୱରଙ୍କ ବାର୍ତ୍ତା ଶୁଣାଇ ଥିଲେ, ସେମାନଙ୍କୁ ସ୍ମରଣ କର। ସେମାନଙ୍କର ଜୀବନ ତଥା ମୃତ୍ୟୁ କି ପ୍ରକାର ଥିଲା, ତାହା ସ୍ମରଣ କରି ସେମାନଙ୍କର ବିଶ୍ୱାସକୁ ନିଜ ଜୀବନରେ ରୂପାୟିତ କର।


ବିଜାତୀୟମାନଙ୍କ ମଧ୍ୟରେ ତୁମ୍ଭମାନଙ୍କର ସଦାଚରଣ ପ୍ରକାଶ ପାଉ; ତାହାହେଲେ, ସେମାନେ ତୁମ୍ଭମାନଙ୍କୁ ଦୁଷ୍କର୍ମକାରୀ ବୋଲି ଅପବାଦ ଦେଉଥିଲେ ମଧ୍ୟ, ତୁମ୍ଭମାନଙ୍କୁ ସତ୍କର୍ମ ଦେଖି ଖ୍ରୀଷ୍ଟଙ୍କ ଆଗମନ ଦିନରେ ଈଶ୍ୱରଙ୍କ ପ୍ରଶଂସା କରିବେ।


କିନ୍ତୁ ତୁମ୍ଭେମାନେ ଯଦି ଖ୍ରୀଷ୍ଟବିଶ୍ୱାସୀ ହେବାରୁ ଦୁଃଖଭୋଗ କରୁଛୁ, ତେବେ ଲଜ୍ଜିତ ହୁଅ ନାିଁ। ଈଶ୍ୱରଙ୍କୁ ଧନ୍ୟବାଦ ଦିଅ, କାରଣ ତୁମ୍ଭେମାନେ ଖ୍ରୀଷ୍ଟଙ୍କ ନାମ ଧାରଣ କରିଛ।


Swiv nou:

Piblisite


Piblisite