Biblia Todo Logo
Bib sou entènèt

- Piblisite -




୧ ପିତର 3:16 - ପବିତ୍ର ବାଇବଲ (CL) NT (BSI)

16 କିନ୍ତୁ ବିନୀତ ଓ ଭଦ୍ର ଭାବରେ ଉତ୍ତର ଦିଅ। ତୁମ୍ଭମାନଙ୍କ ବିବେକକୁ ନିର୍ମଳ ରଖ। ତା’ ହେଲେ, ତୁମେ ଖ୍ରୀଷ୍ଟଙ୍କ ଅନୁଗାମୀରୂପେ ସଦାଚରଣ କରୁଥିବା ବେଳେ, ଯେଉଁମାନେ ତୁମର ମିଥ୍ୟା ଅପବାଦ କରନ୍ତି, ସେମାନେ ଲଜ୍ଜିତ ହେବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 ଯେପରି ତୁମ୍ଭମାନଙ୍କ ନିନ୍ଦକମାନେ ଯେଉଁ ବିଷୟରେ ତୁମ୍ଭମାନଙ୍କର ଖ୍ରୀଷ୍ଟୀୟ ଆଚରଣର ଦୋଷାରୋପ କରନ୍ତି, ସେଥିରେ ସେମାନେ ଲଜ୍ଜିତ ହେବେ।

Gade chapit la Kopi

ଓଡିଆ ବାଇବେଲ

16 ଯେପରି ତୁମ୍ଭମାନଙ୍କ ନିନ୍ଦକମାନେ ଯେଉଁ ବିଷୟରେ ତୁମ୍ଭମାନଙ୍କର ଖ୍ରୀଷ୍ଟୀୟ ଆଚରଣର ଦୋଷାରୋପ କରନ୍ତି, ସେଥିରେ ସେମାନେ ଲଜ୍ଜିତ ହେବେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ଯେପରି ତୁମ୍ଭମାନଙ୍କ ନିନ୍ଦକମାନେ ଯେଉଁ ବିଷୟରେ ତୁମ୍ଭମାନଙ୍କର ଖ୍ରୀଷ୍ଟୀୟ ଆଚରଣର ଦୋଷାରୋପ କରନ୍ତି, ସେଥିରେ ସେମାନେ ଲଜ୍ଜିତ ହେବେ।

Gade chapit la Kopi

ପବିତ୍ର ବାଇବଲ

16 କିନ୍ତୁ ତୁମ୍ଭେ ସେମାନଙ୍କୁ ଭଦ୍ର ଭାବରେ ଓ ନମ୍ର ଭାବରେ ବୁଝାଅ। ତୁମ୍ଭେ ସବୁବେଳେ ଅନୁଭବ କରିବା ଉଚିତ୍ ଯେ, ତୁମ୍ଭେ ଠିକ୍ କାମ କରୁଛ। ଏପରି କଲେ, ଯେଉଁମାନେ ତୁମ୍ଭ ବିରୁଦ୍ଧରେ ମନ୍ଦ କଥା କହୁଛନ୍ତି, ସେମାନେ ଲଜ୍ଜିତ ହେବେ। ତୁମ୍ଭେ ଖ୍ରୀଷ୍ଟଙ୍କଠାରେ ଥାଇ ଉତ୍ତମ ଜୀବନ କାଟୁଥିବାରୁ ସେମାନେ ମନ୍ଦ କଥାଗୁଡ଼ିକ କୁହନ୍ତି। ସେମାନେ ତୁମ୍ଭ ବିଷୟରେ ମନ୍ଦ କଥା କହିଥିବା ହେତୁ ଲଜ୍ଜିତ ହେବେ।

Gade chapit la Kopi




୧ ପିତର 3:16
19 Referans Kwoze  

ବିଜାତୀୟମାନଙ୍କ ମଧ୍ୟରେ ତୁମ୍ଭମାନଙ୍କର ସଦାଚରଣ ପ୍ରକାଶ ପାଉ; ତାହାହେଲେ, ସେମାନେ ତୁମ୍ଭମାନଙ୍କୁ ଦୁଷ୍କର୍ମକାରୀ ବୋଲି ଅପବାଦ ଦେଉଥିଲେ ମଧ୍ୟ, ତୁମ୍ଭମାନଙ୍କୁ ସତ୍କର୍ମ ଦେଖି ଖ୍ରୀଷ୍ଟଙ୍କ ଆଗମନ ଦିନରେ ଈଶ୍ୱରଙ୍କ ପ୍ରଶଂସା କରିବେ।


ଆମ ପାଇଁ ପ୍ରାର୍ଥନା କରୁଥାଅ। ଆମ ବିବେକ ଯେ ନିର୍ମଳ, ଏଥିରେ ସନ୍ଦେହ ନାହିଁ, କାରଣ ସର୍ବଦା ନ୍ୟାୟୋଚିତ କାଯ୍ର୍ୟ୍ର କରିାବକୁ ଆମର ଏକାନ୍ତ ଇଚ୍ଛା।


ଈଶ୍ୱର ଚାହାନ୍ତି, ତୁମ୍ଭେମାନେ ସତ୍କର୍ମ ଦ୍ୱାରା ବୃଥା ଗଳ୍ପ କରୁଥିବା ନିର୍ବୋଧମାନଙ୍କୁ ନିରୁତ୍ତର କର।


“ମୋର ଅନୁଗାମୀ ହୋଇଥିବାରୁ ଲୋକେ ତୁମକୁ ଅପମାନ ଦେବେ, ନିର୍ଯ୍ୟାତନା କରିବେ ଓ ତୁମ ବିରୁଦ୍ଧରେ ମିଥ୍ୟା ରଟନା କରିବେ,


ତୁମ୍ଭେମାନେ ଈଶ୍ୱରଙ୍କ ଇଚ୍ଛା ଜାଣି ଥିବାରୁ, ଯଦି ଅନ୍ୟାୟରେ ଶାସ୍ତ ପାଇ କ୍ଳେଶ ସହ୍ୟ କର, ତେବେ ଈଶ୍ୱର ତୁମ୍ଭମାନଙ୍କୁ ଆଶୀର୍ବାଦ କରିବେ।


ସେମାନେ ତୁମ୍ଭମାନଙ୍କ ପରିତ୍ରାଣ ସାଧନ କରୁଥିବା ଜଳଦୀକ୍ଷାର ପ୍ରତୀକ। ଏହି ଜଳଦୀକ୍ଷା ତୁମ ଦେହର ମଳିନତା ଦୂର କରେ ନାହିଁ- ତାହା ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଦ୍ୱାରା ତୁମ ବିବେକକୁ ଶୁଚି କରିବା ପାଇଁ ଈଶ୍ୱରଙ୍କ ନିକଟେରେ ଆବେଦନ।


ଶୁଚି ହୃଦୟ, ନିର୍ମଳ ବିବେକ ଓ ପ୍ରକୃତ ବିଶ୍ୱାସରୁ ଯେଉଁ ପ୍ରେମ ଜାତ ହୁଏ, ତାକୁ ଜାଗ୍ରତ କରାଇବା ପାଇଁ ଆଜି ମୁଁ ଏହି ଆଦେଶ ଦେଉଛି।


ମୁଁ ସତ୍ୟ କହୁଛି, ଖ୍ରୀଷ୍ଟଙ୍କର ହୋଇଥିବାରୁ ମୁଁ ମିଥ୍ୟା କହେ ନାହିଁ।


ତେଣୁ ଈଶ୍ୱର ଓ ମନୁଷ୍ୟ ସାକ୍ଷାତରେ ନିର୍ମଳ ବିବେକ ଅନୁଯାୟୀ ଆଚରଣ କରିବା ପାଇଁ ମୁଁ ସର୍ବଦା ପ୍ରାଣପଣ କରୁଛି।


ଏହା ଯଦି ସତ୍ୟ ହୋଇଥାଏ, ତେବେ ଖ୍ରୀଷ୍ଟଙ୍କ ରକ୍ତ ଆହୁରି କେତେ ଅଧିକ ଫଳପ୍ରଦ ନ ହେବ? ଅନନ୍ତ ଆତ୍ମାଙ୍କ ସାହୟତାରେ ସେ ନିଜକୁ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ନିର୍ଦ୍ଦୋଷ ବଳି ରୂପେ ଉତ୍ସର୍ଗ କରିଛନ୍ତି। ତାଙ୍କର ସେହି ରକ୍ତ ଦ୍ୱାରା ଅସାର କ୍ରିୟା କର୍ମରୁ ନିଷ୍କୃତି ଲାଭ କରି ଆମ ବିବେକ ଶୁଚି ହେବ ଏବଂ ଆମେ ଜୀବିତ ଈଶ୍ୱରଙ୍କ ପ୍ରକୃତି ସେବା କରିବାକୁ ସୁଯୋଗ ପାଇବୁ।


ଜଗତରେ ଜୀବନ ଓ ବିଶେଷରେ ତୁମ୍ଭମାନଙ୍କ ସହିତ ଆମର ସର୍ମ୍ପକ ଈଶ୍ୱରଦତ୍ତ ପବିତ୍ରତା ଓ ବିଶ୍ବସ୍ତତା ଦ୍ୱାରା ପରିଚାଳିତ ବୋଲି ଆମ ବିବେକର ସାକ୍ଷ୍ୟ। ଏଥିପାଇଁ ଆମ ମନରେ ଗର୍ବ ହୁଏ। ମାନବିକ ଜ୍ଞାନରେ ନୁହେଁ, ମାତ୍ର ଐଶ୍ୱରିକ ଜ୍ଞାନରେ ଏହା କରିବାକୁ ଆମେ ସକ୍ଷମ ହୋଇଛୁ।


ମୋର ପୂର୍ବପୁରୁଷମାନଙ୍କ ପରି ମୁଁ ଯେଉଁ ଈଶ୍ୱରଙ୍କୁ ନିର୍ମଳ ବିବେକରେ ଆରାଧନା କରି ଆସିଛି, ତାଙ୍କୁ ଧନ୍ୟବାଦ ଅର୍ପଣ କରୁଛି। ମୋର ପ୍ରାର୍ଥନା ନିବେଦନରେ ଦିବାନିଶି ତୁମକୁ ସ୍ମରଣ କଲାବେଳେ ମୁଁ ଈଶ୍ୱରଙ୍କୁ ଧନ୍ୟବାଦ ଦିଏ।


ବିବେକକୁ ନିର୍ମଳ ରଖି, ତୁମ ଧର୍ମ ବିଶ୍ୱାସରେ ଅଟଳ ରୁହ। କେହି କେହି ବିବେକର ଚେତାବନୀକୁ ଉପେକ୍ଷା କରି ନିଜ ଧର୍ମବିଶ୍ୱାସକୁ ନଷ୍ଟ କରି ଦେଇଛନ୍ତି।


ଲଜ୍ଜାଜନକ ଓ ଗୋପନୀୟ କାର୍ଯ୍ୟକଳାପ ସବୁ ଆମେ ପରିତ୍ୟାଗ କରିଛୁ। ଆମେ ଛଳନା କରୁ ନାହୁଁ କିମ୍ବା ଈଶ୍ୱରଙ୍କ ବାକ୍ୟର ବିକୃତ ଅର୍ଥ କରୁ ନାହିୁଁ। କିନ୍ତୁ ପ୍ରକାଶ୍ୟ ଭାବରେ ଈଶ୍ୱରଙ୍କ ସାକ୍ଷାତରେ ମନୁଷ୍ୟର ବିବେକ ନିକଟରେ ଆମେ ନିଜ ନିଜର ଯୋଗ୍ୟତାପ୍ରମାଣ କରିବା ପାଇଁ ଚେଷ୍ଟା କରୁଛୁ;


ସେ ଯାହାହେଉ, ଆମେ ତୁମର ମତାମତ ଶୁଣିବାକୁ ଚାହୁଁ, କାରଣ ସର୍ବତ୍ର ଲୋକମାନେ ତୁମ ଦଳ ବିରୁଦ୍ଧରେ କଥା କହୁଛନ୍ତି।”


ତୁମ୍ଭେମାନେ ବର୍ତ୍ତମାନ ସେହି ପ୍ରକାର ଉତ୍ସୃଙ୍ଖଳ କର୍ଯ୍ୟକଳାପରେ ସେମାନଙ୍କ ସହିତ ଯୋଗ ନ ଦେବାରୁ ସେମାନେ ଆଶ୍ଚର୍ଯ୍ୟ ହୋଇ ତୁମ୍ଭମାନଙ୍କୁ ଅପମାନିତ କରୁଛନ୍ତି।


Swiv nou:

Piblisite


Piblisite