Biblia Todo Logo
Bib sou entènèt

- Piblisite -




୧ ପିତର 3:15 - ପବିତ୍ର ବାଇବଲ (CL) NT (BSI)

15 ଆନ୍ତରିକ ଭାବରେ ଖ୍ରୀଷ୍ଟଙ୍କୁ ଭକ୍ତି କରି, ତାଙ୍କୁ ପ୍ରଭୁ ବୋଲି ମାନ୍ୟ କର। ଯଦି କେହି ତୁମ ଅନ୍ତର୍ନିହିତ ଭରସାର କାରଣ କଅଣ ବୋଲି ଜିଜ୍ଞାସା କରେ, ତା’ ପ୍ରଶ୍ନର ଯଥୋଚିତ ଉତ୍ତର ଦେବାକୁ ସବର୍ଦା ପ୍ରସ୍ଥୁତ ଥାଅ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

15 କିନ୍ତୁ ଖ୍ରୀଷ୍ଟଙ୍କୁ ପ୍ରଭୁ ବୋଲି ଆପଣା ଆପଣା ହୃଦୟରେ ପବିତ୍ର ରୂପେ ମାନ୍ୟ କର। ତୁମ୍ଭମାନଙ୍କଠାରେ ଥିବା ଭରସାର କାରଣ ସମ୍ଵନ୍ଧରେ ଯେକେହି ପ୍ରଶ୍ନ କରେ, ତାହାକୁ ପ୍ରତ୍ୟୁତ୍ତର ଦେବାକୁ ପ୍ରସ୍ତୁତ ରୁହ, କିନ୍ତୁ ନମ୍ର ଭାବରେ ଓ ସଭୟରେ ଉତ୍ତମ ବିବେକ ସହ ଉତ୍ତର ଦିଅ,

Gade chapit la Kopi

ଓଡିଆ ବାଇବେଲ

15 କିନ୍ତୁ ଖ୍ରୀଷ୍ଟଙ୍କୁ ପ୍ରଭୁ ବୋଲି ଆପଣା ଆପଣା ହୃଦୟରେ ପବିତ୍ର ରୂପେ ମାନ୍ୟ କର। ତୁମ୍ଭମାନଙ୍କଠାରେ ଥିବା ଭରସାର କାରଣ ସମ୍ବନ୍ଧରେ ଯେ କେହି ପ୍ରଶ୍ନ କରେ, ତାହାକୁ ପ୍ରତ୍ୟୁତ୍ତର ଦେବାକୁ ପ୍ରସ୍ତୁତ ରୁହ, କିନ୍ତୁ ନମ୍ର ଭାବରେ ଓ ସଭୟରେ ଉତ୍ତମ ବିବେକ ସହ ଉତ୍ତର ଦିଅ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

15 କିନ୍ତୁ ଖ୍ରୀଷ୍ଟଙ୍କୁ ପ୍ରଭୁ ବୋଲି ଆପଣା ଆପଣା ହୃଦୟରେ ପବିତ୍ର ରୂପେ ମାନ୍ୟ କର। ତୁମ୍ଭମାନଙ୍କଠାରେ ଥିବା ଭରସାର କାରଣ ସମ୍ବନ୍ଧରେ ଯେ କେହି ପ୍ରଶ୍ନ କରେ, ତାହାକୁ ପ୍ରତ୍ୟୁତ୍ତର ଦେବାକୁ ପ୍ରସ୍ତୁତ ରୁହ, କିନ୍ତୁ ନମ୍ର ଭାବରେ ଓ ସଭୟରେ ଉତ୍ତମ ବିବେକ ସହ ଉତ୍ତର ଦିଅ,

Gade chapit la Kopi

ପବିତ୍ର ବାଇବଲ

15 କିନ୍ତୁ ତୁମ୍ଭେ ପବିତ୍ର ଭାବରେ ପ୍ରଭୁ ଖ୍ରୀଷ୍ଟଙ୍କୁ ନିଜ ହୃଦୟରେ ଧରି ରଖ। ତୁମ୍ଭର ଭରସାର କାରଣ ବିଷୟରେ କେହି ତୁମ୍ଭକୁ ପ୍ରଶ୍ନ କଲେ ତାହାକୁ ବୁଝାଇବା ପାଇଁ ସର୍ବଦା ପ୍ରସ୍ତୁତ ରହିଥାଅ।

Gade chapit la Kopi




୧ ପିତର 3:15
34 Referans Kwoze  

ତୁମ୍ଭମାନଙ୍କର କଥା ସବୁବେଳେ ସୁମିଷ୍ଟ ଓ ମନୋମୁଗ୍ଧକର ହେଉ। ପ୍ରତ୍ୟେକଙ୍କୁ କିପରି ସଠିକ୍ ଉତ୍ତର ଦେଇ ପାରିବ, ଏ କଥା ତୁମ୍ଭେମାନେ ଜାଣିବା ଆବଶ୍ୟକ।


କାରଣ ତୁମର ପବିତ୍ର ଆଚରଣ ଓ ଭକ୍ତି ଭାବ ସେମାନେ ଲକ୍ଷ୍ୟ କରିବେ।


ଆବହମାନ କାଳରୁ ଈଶ୍ୱର ଆମକୁ ଏହି ଜୀବନ ଦାନ କରିବାକୁ ପ୍ରତିଜ୍ଞା କରିଛନ୍ତି - ଈଶ୍ୱର ମିଥ୍ୟାବାଦୀ ନୁହନ୍ତି।


ତାଙ୍କ ଲୋକମାନଙ୍କୁ ସେହି ଗୁପ୍ତ ତତ୍ତ୍ୱ ଜଣାଇବା ଈଶ୍ୱରଙ୍କର ପରିକଳ୍ପନା। ତାଙ୍କର ଏହି ବହୁମୂଲ୍ୟ ଓ ଗୌରବଜନକ ତତ୍ତ୍ୱ ସମଗ୍ର ମାନବ ଜାତି ନିମନ୍ତେ ଉଦ୍ଦିଷ୍ଟ। ସେହି ତତ୍ତ୍ୱ ହେଉଛି, ଖ୍ରୀଷ୍ଟ ତୁମ୍ଭମାନଙ୍କ ନିକଟରେ ମଧ୍ୟ ବିଦ୍ୟମାନ। ଏହାର ଅର୍ଥ, ତୁମ୍ଭେମାନେ ଈଶ୍ୱରଙ୍କର ଗୌରବର ଅଂଶୀ।


ଅତଏବ, ଆମେ ଏଣିକି ଖ୍ରୀଷ୍ଟଧର୍ମର ପ୍ରାଥମିକ ତତ୍ତ୍ୱଗୁଡ଼ିକ ଛାଡ଼ି ନିଗୂଢ଼ ତତ୍ତ୍ୱସବୁ ଶିକ୍ଷା କରିବାରେ ଅଗ୍ରରେ ହେବା ଉଚିତ। ଆମେ ଧର୍ମବିଶ୍ୱାସର ପ୍ରାଥମିକ ତ୍ତ୍ୱଗୁଡ଼ିକ ଯଥା, ଅସାର କ୍ରିୟା କର୍ମରୁ ନିବୃତ୍ତ ହୋଇ ଈଶ୍ୱରଙ୍କଠାରେ ବିଶ୍ୱାସ କରିବା,


ଯେତେବେଳେ ସୁସମାଚାରର ସତ୍ୟ ସମ୍ବାଦ ତୁମ୍ଭମାନଙ୍କ ନିକଟକୁ ପ୍ରଥମେ ଆସିଲା, ତୁମ୍ଭେମାନେ ତାହା ଦ୍ୱାରା ପ୍ରଦତ୍ତ ଭରସାର କଥା ଶୁଣିଥିଲ। ତୁମ୍ଭେମାନେ ଯାହା ଭରସା କର, ଯାହା ତୁମ୍ଭମାନଙ୍କ ପାଇଁ ସ୍ୱର୍ଗରେ ସୁରକ୍ଷିତ, ତାହା ଉପରେ ତୁମ୍ଭମାନଙ୍କର ବିଶ୍ୱାସ ଓ ପ୍ରେମ ପ୍ରତିଷ୍ଠିତ।


ତୁମ୍ଭେମାନେ ଏକ ଦୃଢ଼ ଓ ନିଶ୍ଚିତ ମୂଳଦୁଆ ଉପରେ ସଂସ୍ଥାପିତ ହୋଇ ରହିଥାଅ ଓ ସୁସମାଚାର ଶୁଣିବା ସମୟରେ ଯେଉଁ ଭରସା ଲାଭ କରିଥିଲ, ସେଥିରୁ ବିଚଳିତ ହେବା ପାଇଁ ନିଜକୁ ପ୍ରଶ୍ରୟ ଦିଅ ନାହିଁ। ସେହି ସୁସମାଚାର ହିଁ ପୃଥିବୀର ପ୍ରତ୍ୟେକଙ୍କ ନିକଟରେ ପ୍ରଚାରିତ ହେଉଛି ଓ ମୁଁ ପାଉଲ, ତାହାର ଜଣେ ବିଶ୍ୱସ୍ତ ଦାସ।


କିନ୍ତୁ ପୁତ୍ରଭାବେ ଈଶ୍ୱରଙ୍କ ଗୃହର ତତ୍ତ୍ୱାବଧାନରେ ଖ୍ରୀଷ୍ଟ ବିଶ୍ୱାସ୍ତ ଅଡ଼ନ୍ତି। ଆମେ ଯଦି ସାହାସ ଧରି ପ୍ରତ୍ୟାଶିତ ବିଷୟ ପାଇବୁ ବୋଲି ଆମ ବିଶ୍ୱାସରେ ଦୃଢ଼ ରହୁ, ତେବେ ଆମେ ଗୃହ ସ୍ୱରୂପ ହେବୁ।


ପ୍ରକୃତ ସୌଦର୍ଯ୍ୟ ହେଉଛି, ତୁମ ଅନ୍ତରର ମୃଦୁ ନମ୍ରଭାବ। ତୁମ୍ଭମାନଙ୍କର ସେହି ଅକ୍ଷୟ ଭୂଷଣ ଈଶ୍ୱରଙ୍କ ଦୃଷ୍ଟିରେ ସବୁଠାରୁ ମୂଲ୍ୟବାନ।


ଈଶ୍ୱର ପ୍ରତ୍ୟେକର କାର୍ଯ୍ୟାକଳାପ ଅନୁସାରେ ନିରପେକ୍ଷ ଭାବରେ ସମସ୍ତଙ୍କର ବିଚାର କରନ୍ତି। ତୁମ୍ଭେମାନେ ତାଙ୍କ ନକଟରେ ପ୍ରାର୍ଥନା କଲାବେଳେ ତାଙ୍କୁ ପିତା ବୋଲି ସମ୍ବୋଧନ କରିଥାଅ। ଅତଏବ, ଏହି ଜଗତରେ ତୁମ୍ଭମାନଙ୍କ ଜୀବନର ଅବଶିଷ୍ଟ ସମୟ ତାଙ୍କୁ ଭୟଭକ୍ତି କରି ଅତିବାହିତ କର।


କିନ୍ତୁ ଯେତେବେଳେ ପାଉଲ ଧାର୍ମିକତା, ଆତ୍ମସଂଯମ ଓ ଆଗାମୀ ବିଚାର ଦିନ କଥା ଆଲୋଚନା କଲେ, ଫେଲିକ୍ସ୍ ଭୟଭୀତ ହୋଇ କହିଲେ, “ତୁମେ ବର୍ତ୍ତମାନ ଯାଇପାର। ସୁଯୋଗ ପାଇଲେ, ଆଉ ଥରେ ତୁମକୁ ଡକାଇବି।”


ପାଉଲ ଉତ୍ତର ଦେଲେ, “ସିଲିଷୀଆର ତାର୍ଷିସରେ ଜନ୍ମ ଗ୍ରହଣ କରିଥିବା ମୁଁ ଜଣେ ଇହୁଦୀ, ଏକ ପ୍ରଧାନ ନଗରର ନାଗରିକ। ଏହି ଲୋକମାନଙ୍କୁ ବୁଝାଇ କହିବା ପାଇଁ ଦୟା କରି ମୋତେ ଅନୁମତି ଦିଅନ୍ତୁ।


Swiv nou:

Piblisite


Piblisite