Biblia Todo Logo
Bib sou entènèt

- Piblisite -




୧ ପିତର 3:11 - ପବିତ୍ର ବାଇବଲ (CL) NT (BSI)

11 ସେ ଦୁଷ୍ଟତାରୁ ବିମୁଖ ହୋଇ ସତ୍କର୍ମ କରୁ ଓ ଆନ୍ତରିକତା ସହ ଶାନ୍ତି କାମନା କାୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ସେ ମନ୍ଦରୁ ବିମୁଖ ହୋଇ ସତ୍କର୍ମ କରୁନ୍ତ ସେ ଶାନ୍ତି ଅନ୍ଵେଷଣ କରି ସେଥିର ଅନୁଗାମୀ ହେଉ।

Gade chapit la Kopi

ଓଡିଆ ବାଇବେଲ

11 ସେ ମନ୍ଦରୁ ବିମୁଖ ହୋଇ ସତ୍କର୍ମ କରୁ; ସେ ଶାନ୍ତି ଅନ୍ୱେଷଣ କରି ସେଥିର ଅନୁଗାମୀ ହେଉ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ସେ ମନ୍ଦରୁ ବିମୁଖ ହୋଇ ସତ୍କର୍ମ କରୁ; ସେ ଶାନ୍ତି ଅନ୍ୱେଷଣ କରି ସେଥିର ଅନୁଗାମୀ ହେଉ।

Gade chapit la Kopi

ପବିତ୍ର ବାଇବଲ

11 ସେ ମନ୍ଦ କାର୍ଯ୍ୟ ନିଶ୍ଚୟ ବନ୍ଦ କରୁ ଓ ଭଲ କାମ କରୁ। ସେ ଶାନ୍ତି ପାଇବା ପାଇଁ ଲକ୍ଷ୍ୟ ରଖି ଚେଷ୍ଟା କରିବା ଉଚିତ୍।

Gade chapit la Kopi




୧ ପିତର 3:11
37 Referans Kwoze  

ଯେଉଁମାନେ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ କରନ୍ତି ସେମାନେ ଧନ୍ୟ, କାରଣ ସେମାନେ ଈଶ୍ୱରଙ୍କ ସନ୍ତାନ ରୂପେ ପରିଚିତ ହେବେ।


ସମସ୍ତଙ୍କ ସହ ଶାନ୍ତିରେ ବାସ କରିବାକୁ ଓ ପବିତ୍ର ଜୀବନ ଯାପନ କରିବାକୁ ଉଦ୍ୟମ କର; କାରଣ ତାହା ବ୍ୟତୀତ କେହି ପ୍ରଭୁଙ୍କର ଦର୍ଶନ ଲାଭ କରିବ ନାହିଁ।


ତେଣୁ ଆସ, ପରସ୍ପର ମଧ୍ୟରେ ଶାନ୍ତି ପ୍ରତିଷ୍ଠା କରିବାକୁ ଓ ନିଷ୍ଠା ଜନ୍ମାଇବା ପାଇଁ ଯାହା ସବୁ ଆବଶ୍ୟକ, ସେଥିପ୍ରତି ଳକ୍ଷ୍ୟ ରଖିବା।


ଖ୍ରୀଷ୍ଟପ୍ରଦତ୍ତ ଶାନ୍ତି ତୁମ୍ଭମାନଙ୍କ ସଙ୍କଳ୍ପକୁ ପରିଚାଳିତ କରୁ; କାରଣ ଏହି ଶାନ୍ତି ନିମନ୍ତେ ଈଶ୍ୱର ତୁମ୍ଭମାନଙ୍କୁ ଏକତ୍ରଭାବେ ଏକ ଶରୀର ହେବା ପାଇଁ ଆହ୍ୱାନ କରିଛନ୍ତି। ସର୍ବଦା କୃତଜ୍ଞ ହୁଅ।


ଈଶ୍ୱରଙ୍କ ରାଜ୍ୟର ବିଶେଷତ୍ୱ ଖାଦ୍ୟ ବା ପେୟ ନୁହେଁ। ତାହା ପବିତ୍ରଆତ୍ମାଙ୍କ ଦ୍ୱାରା ପ୍ରଦତ୍ତ ଧାର୍ମିକତା, ଶାନ୍ତି ଓ ଆନନ୍ଦ।


ସମସ୍ତଙ୍କ ସହିତ ଶାନ୍ତିରେ ବସବାସ କରିବା ପାଇଁ ଯଥାସାଧ୍ୟ ଚେଷ୍ଟା କର।


ପ୍ରିୟ ବନ୍ଧୁ, କୁଆଦର୍ଶକୁ ଅନୁକରଣ କର ନାହିଁ କେବଳ ସୁଆଦର୍ଶକୁ ଗ୍ରହଣ କର। ଯେ ସତ୍କାର୍ଯ୍ୟ କରେ, ସେ ଈଶ୍ୱରଙ୍କ ଲୋକ: ଯେ ଅସତ୍ କାର୍ଯ୍ୟ କରେ, ସେ ଈଶ୍ୱରଙ୍କୁ ଜାଣେ ନାହିଁ।


ଅତଏବ, ଯେଉଁ ବ୍ୟକ୍ତି କୌଣସି ସତ୍କର୍ମ କରିବା ଉଚିତ ବୋଲି ଜାଣି ସୁଦ୍ଧା ତାହା କରେ ନାହିଁ, ସେ ପାପ କରେ।


ଅନ୍ୟମାନଙ୍କର ଉପକାର କରିବାକୁ ଓ ସେମାନଙ୍କୁ ସାହାଯ୍ୟ କରିବାକୁ ଭୁଲିଯାଅ ନାହିଁ, କାରଣ ଏହିସବୁ ହିଁ ଈଶ୍ୱରଙ୍କ ସନ୍ତୋଷଜନକ ବଳି, ସ୍ୱରୂପ।


ସତ୍କର୍ମରେ ବ୍ରତୀ ହୋଇ ପୁଣ୍ୟଧନ ଅର୍ଜନ କରନ୍ତୁ; ଦାନଶୀଳ ହୋଇ ନିଜର ଐଶ୍ୱର୍ଯ୍ୟରେ ଅନ୍ୟମାନଙ୍କୁ ଅଂଶୀ କରାନ୍ତୁ;


ତେଣୁ ଯେତେ ଥର ସୁଯୋଗ ପାଉଛୁ, ସବୁବେଳେ ସମସ୍ତଙ୍କର, ବିଶେଷରେ ଯେଉଁମାନେ ଆମ ବିଶ୍ୱାସୀ ପରିବାରଭୁକ୍ତ, ସେମାନଙ୍କର ମଙ୍ଗଳ କରିବା ଆମର ଉଚିତ।


ପବିତ୍ର ଆତ୍ମାଙ୍କ ଦାନ ହେଉଛି; ପ୍ରେମ, ଆନନ୍ଦ, ଶାନ୍ତି, ଧୈର୍ଯ୍ୟ, ଦୟା, ସଦାଚାର, ବିଶ୍ୱସ୍ତତା, ନମ୍ରତା ଏବଂ ଆତ୍ମସଂଯମ। ଏହିପରି ଶ୍ରେୟସ୍କର ବିଷୟ ବିରୁଦ୍ଧରେ ବ୍ୟବସ୍ଥାର କୌଣସି ବିରୋଧ ନାହିଁ।


ମାନବ ପ୍ରକୃତିର ବଶୀଭୂତ ହେଲେ, ପରିଣାମ ହୁଏ ମୃତ୍ୟୁ; ପବିତ୍ରଆତ୍ମାଙ୍କ ବଶୀଭୂତ ହେବା ଦ୍ୱାରା ଜୀବନ ଓ ଶାନ୍ତି ମିଳେ।


ଏହା ମୋ’ ଭିତରେ ଏକ ସକ୍ରିୟ ବିଧାନ ବୋଲି ମନେହୁଏ। ଯାହା ସତ୍, ତାହା ମୁଁ କରିବାକୁ ଗଲାବେଳେ, କେବଳ ଅସତ୍ କାର୍ଯ୍ୟ କରିଥାଏ।


ବର୍ତ୍ତମାନ ବିଶ୍ୱାସ ଦ୍ୱାରା ଆମ୍ଭେମାନେ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ବିବେଚିତ ହୋଇଛୁ ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଯୋଗୁଁ ଈଶ୍ୱରଙ୍କ ସହିତ ଆମର ପ୍ରତିଷ୍ଠା ହୋଇଛି।


ସେମାନଙ୍କୁ ଜଗତରୁ ବାହାର କରି ନେବା ପାଇଁ ମୁଁ କହୁ ନାହିଁ; କିନ୍ତୁ ନିବେଦନ କରୁଛି, ଶୟତାନ କବଳରୁ ସେମାନଙ୍କୁ ରକ୍ଷା କର।


ଆମକୁ କଠିନ ପରୀକ୍ଷାର ସମ୍ମୁଖୀନ ହେବାକୁ ଦିଅ ନାହିଁ। ମନ୍ଦ ଶକ୍ତିର କବଳରୁ ଆମକୁ ରକ୍ଷା କର। (କାରଣ ରାଜତ୍ୱ, ପରାକ୍ରମ, ଗୌରବ ଯୁଗେ ଯୁଗେ ତୁମର, ଆମେନ୍।)


ଏହା କଲେ ଈଶ୍ୱରଙ୍କ ସନ୍ତାନ ବୋଲି ପରିଚିତ ହେବ। କାରଣ ଈଶ୍ୱର ଉତ୍ତମ ଓ ଅଧମ, ଉଭୟ ପ୍ରକାର ଲୋକଙ୍କୁ ସୂର୍ଯ୍ୟ କିରଣ ଦିଅନ୍ତି ଏବଂ ସତ୍କର୍ମ ଓ ଦୁଷ୍କର୍ମକାରୀ ସମସ୍ତଙ୍କୁ ବର୍ଷା ଯୋଗାଇ ଦିଅନ୍ତି।


ସେଥିପାଇଁ ଯେଉଁ ସତ୍କାର୍ଯ୍ୟ କରିବାକୁ ମୋର ଇଚ୍ଛା, ତା’ ନ କରି ମୋ’ ଇଚ୍ଛା ବିରୁଦ୍ଧରେ ଅସତ୍ କାର୍ଯ୍ୟ ହିଁ କରୁଥାଏ।


ବରଂ ତୁମର ଶତ୍ରୁମାନଙ୍କୁ ପ୍ରେମ କର ଓ ସେମାନଙ୍କର ମଙ୍ଗଳ କର; ପରିଶୋଧର ଆଶା ନ ରଖି ଋଣ ଦିଅ। ତା’ହେଲେ ତୁମ୍ଭେମାନେ ମହାପୁରସ୍କାର ପାଇବ ଓ ପରାତ୍ପର ଈଶ୍ୱରଙ୍କ ସନ୍ତାନ ହେବ। କାରଣ ଅକୃତଜ୍ଞ ଓ ଦୁଷ୍ଟ ଲୋକମାନଙ୍କୁ ମଧ୍ୟ ଈଶ୍ୱର କୃପା କରନ୍ତି।


ତା’ପରେ ଯୀଶୁ ସେମାନଙ୍କୁ କହିଲେ, “ମୁଁ ପଚାରୁଛି, ବିଶ୍ରାମବାରରେ କ’ଣ କରିବା ବିଧିସଙ୍ଗତ? ଉପକାର କରିବା ନା କ୍ଷତି କରିବା? ମନୁଷ୍ୟର ଜୀବନ ରକ୍ଷା କରିବା ନା ନଷ୍ଟ କରିବା?


ଯେଉଁମାନେ ମୃତ୍ୟୁ ରୂପ ଅନ୍ଧକାର ଛାୟାରେ ବାସ କରନ୍ତି, ଶାନ୍ତି ପଥରେ ସେମାନଙ୍କୁ କଢ଼ାଇ ନେବା ପାଇଁ ସେ ସମସ୍ତଙ୍କ ଉପରେ ସ୍ୱର୍ଗରୁ ଆଲୋକ ପ୍ରଦାନ କରିବେ।”


ଗରିବ ଲୋକମାନଙ୍କୁ ତୁମେ ସବୁବେଳେ ପାଇବ। କିନ୍ତୁ ମୋତେ ସବୁବେଳେ ପାଇବ ନାହିଁ।


ଈଶ୍ୱର ଧାର୍ମିକମାନଙ୍କ ପ୍ରତି ମନୋଯୋଗ କରନ୍ତି ଏବଂ ସେମାନଙ୍କ ପ୍ରାର୍ଥନା ଶୁଣନ୍ତି; କିନ୍ତୁ ସେ ଦୁରାଚାରୀମାନଙ୍କୁ ପ୍ରତିରୋଧ କରନ୍ତି।”


Swiv nou:

Piblisite


Piblisite