Biblia Todo Logo
Bib sou entènèt

- Piblisite -




୧ ପିତର 2:6 - ପବିତ୍ର ବାଇବଲ (CL) NT (BSI)

6 ଶାସ୍ତ୍ରରେ ଏହିପରି ଲେଖାଅଛି: “ଆମ୍ଭେ ଏକ ବହୁମୂଲ୍ୟ ପ୍ରସ୍ତର ମୋନାୀତ କଲୁ; ତାହା ଆମ୍ଭେ ସିୟୋନର କୋଣ ପ୍ରସ୍ତର ରୂପେ ସ୍ଥାପନ କରୁଛୁ। ଯେ କେହି ତାଙ୍କଠାରେ ବିଶ୍ୱାସ କରେ, ସେ କେବେ ନିରାଶ ହେବ ନାହିଁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 କାରଣ ଶାସ୍ତ୍ରରେ ଲିଖିତ ଅଛି, ଦେଖ, ଆମ୍ଭେ ସୀୟୋନରେ ଗୋଟିଏ ମନୋନୀତ ଓ ବହୁମୂଲ୍ୟ କୋଣର ପ୍ରଧାନ ପ୍ରସ୍ତର ସ୍ଥାପନ କରୁଅଛୁ, ଆଉ ଯେ ତାହାଙ୍କଠାରେ ବିଶ୍ଵାସ କରିବ, ସେ ଲଜ୍ଜିତ ହେବ ନାହିଁ।

Gade chapit la Kopi

ଓଡିଆ ବାଇବେଲ

6 କାରଣ ଶାସ୍ତ୍ରରେ ଲିଖିତ ଅଛି, ଦେଖ, ଆମ୍ଭେ ସିୟୋନରେ ଗୋଟିଏ ମନୋନୀତ ଓ ବହୁମୂଲ୍ୟ କୋଣର ପ୍ରଧାନ ପ୍ରସ୍ତର ସ୍ଥାପନ କରୁଅଛୁ, ଆଉ ଯେ ତାହାଙ୍କଠାରେ ବିଶ୍ୱାସ କରିବ, ସେ ଲଜ୍ଜିତ ହେବ ନାହିଁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 କାରଣ ଶାସ୍ତ୍ରରେ ଲିଖିତ ଅଛି, “ଦେଖ, ଆମ୍ଭେ ସିୟୋନରେ ଗୋଟିଏ ମନୋନୀତ, ଓ ବହୁମୂଲ୍ୟ କୋଣର ପ୍ରଧାନ ପ୍ରସ୍ତର ସ୍ଥାପନ କରୁଅଛୁ, ଆଉ ଯେ ତାହାଙ୍କଠାରେ ବିଶ୍ୱାସ କରିବ, ସେ ଲଜ୍ଜିତ ହେବ ନାହିଁ।”

Gade chapit la Kopi

ପବିତ୍ର ବାଇବଲ

6 ଶାସ୍ତ୍ର କୁହେ: “ଦେଖ, ସିୟୋନଠାରେ, ଗୋଟିଏ ମୂଲ୍ୟବାନ କୋଣ-ପଥର ବାଛି ମୁଁ ରଖିଛି; ଯେଉଁ ଲୋକ ଏହାକୁ ବିଶ୍ୱାସ କରିବ ସେ କେବେ ହେଲେ ଲଜ୍ଜିତ ହେବ ନାହିଁ।”

Gade chapit la Kopi




୧ ପିତର 2:6
27 Referans Kwoze  

ମନୁଷ୍ୟମାନେ ଯେଉଁ ଜୀବନ୍ତ ପ୍ରସ୍ତର ସ୍ୱରୁପ ପ୍ରଭୁଙ୍କୁ ମୂଲ୍ୟହୀନ ଭାବି ପ୍ରତ୍ୟାଖ୍ୟାନ କଲେ, ତାଙ୍କ ନିକଟକୁ ଆସ, କାରଣ ସେ ଈଶ୍ୱରଙ୍କ ଦ୍ୱାରା ବହୁମୂଲ୍ୟ ବିହବେଚିତ ହୋଇ ମନୋନୀତ ହୋଛନ୍ତି।


ତୁମ୍ଭେମାନେ ମଧ୍ୟ ପ୍ରେରିତ ଶିଷ୍ୟ ଓ ଭାବବାଦୀମାନଙ୍କ ଦ୍ୱାରା ସ୍ଥାପିତ ଭିତ୍ତିମୂଳ ଉପରେ ନିର୍ମିତ ଗୃହ ସଦୃଶ। ସେହି ଗୃହର କୋଣ ପ୍ରସ୍ତର ସ୍ୱୟଂ ଯୀଶୁ ଖ୍ରୀଷ୍ଟ।


ଶାସ୍ତ୍ରରେ ଏହି କଥା ତୁମେ ନିଶ୍ଚୟ ପଢ଼ିଛ। ‘ଗୃହ ନିର୍ମାଣକାରୀମାନେ ଯେଉଁ ପଥରଟିକୁ ଅଦରକାରୀ ଭାବି ଛାଡ଼ି ଦେଇଥିଲେ, ତାହା ଗୃହର ପ୍ରଧାନ କୋଣପଥର ହେଲା।


ଶାସ୍ତ୍ର ଅନୁଯାୟୀ, “ତାଙ୍କଠାରେ ବିଶ୍ୱାସ କରି କେହି ବିଫଳ ହେବ ନାହିଁ।”


ଧର୍ମଶାସ୍ତ୍ର ଈଶ୍ୱରଙ୍କ ଦିବ୍ୟ ପ୍ରେରଣାରେ ପ୍ରଣୀତ- ସତ୍ୟର ଅବତାରଣା ଓ ମିଥ୍ୟାର ପ୍ରତିରୋଧ କରି ଓ ଭ୍ରମ ସଂଶୋଧନ କରିବା ପାଇଁ ପରାମର୍ଶ ଦେଇ, ସତ୍ଜୀବନ ଯାପନ କରିବାକୁ ଧର୍ମଶାସ୍ତ୍ର ସାହାଯ୍ୟ କରେ।


ଶାସ୍ତ୍ରରେ ଲେଖାଅଛି, ‘ଯେ ମୋ’ଠାରେ ବିଶ୍ୱାସ କରେ, ତା’ର ହୃଦୟରୁ ଜୀବନଦାୟୀ ଜଳସ୍ରୋତ ଉଚ୍ଛୁଳି ବହିଯିବ’।”


ଲୋକମାନେ ସେଠାରେ ଏସବୁ ଦେଖୁଥିଲେ। ଇହୁଦୀ ନେତାମାନେ ବିଦ୍ରୂପ କରି କହିଲେ, “ସେ ଅନ୍ୟମାନଙ୍କୁ ରକ୍ଷା କରୁଥିଲା। ଯଦି ସେ ଈଶ୍ୱରଙ୍କର ମନୋନୀତ ମସୀହ, ତେବେ ସେ ନିଜକୁ ରକ୍ଷା କରୁ।”


“ଏହି ମୋର ମନୋନୀତ ଦେବକ, ତାକୁ ମୁଁ ଭଲ ପାଏ, ତା’ ପ୍ରତି ମୁଁ ସନ୍ତୁଷ୍ଟ। ମୋର ଆତ୍ମା ତା’ ଉପରେ ଅବତରଣ କରିବ; ସବୁ ଜାତି ନିକଟରେ ସେ ମୋ’ ନ୍ୟାୟ ବିଚାର ଘୋଷଣା କରିବ।


ତାଙ୍କ ଲିଖିତ ପତ୍ରମାନଙ୍କରେ ଏହି ବିଷୟ ସେ ଉଲ୍ଲେଖ କରିଛନ୍ତି। ଅବଶ୍ୟ ତାଙ୍କ ପତ୍ରଗୁଡ଼ିକରେ କେତେକ ବିଷୟ ବୁଝିବା କଷ୍ଟକର। କିନ୍ତୁ ନିର୍ବୋଧ ଚପଳମତି ଲୋକମାନେ ଶାସ୍ତ୍ରର ଅନ୍ୟାନ୍ୟ ଅଶଂ ପରି ପାଉଲଙ୍କ ପତ୍ରଗୁଡ଼ିକର ମଧ୍ୟ ବିକୃତ ଅର୍ଥ କରନ୍ତି। ଏହି ଦ୍ୱରା ସେମାନେ ନିଜ ନିଜର ବିନାଶ ସାଧନ କରୁଛନ୍ତି।


ତୁମ୍ଭେମାନେ ଅନ୍ତତଃ ଏତିକି ଜାଣିରଖ ଯେ, ଧର୍ମଶାସ୍ତ୍ରରେ ଲିଖିତ କୌଣସି ଭାବବାଣୀ କେହି ନିଗ ଜ୍ଞାନରେ ବୁଝିପାରେ ନାହିଁ।


ପୃଥିବୀର ସୃଷ୍ଟି ପୂର୍ବରୁ ଈଶ୍ୱର ଆମ୍ଭମାନଙ୍କୁ ମନୋନୀତ କରିଛନ୍ତି। ପୁଣି ତାଙ୍କ ସମ୍ମୁଖରେ ଆମେ ପବିତ୍ର ଓ ନିର୍ଦ୍ଦୋଷ ହେବା ପାଇଁ ଏବେ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇଛୁ।


“ଭାଇମାନେ, ଯେଉଁ ଯିହୁଦା ଯୀଶୁଙ୍କୁ ଧରିବା ପାଇଁ ଶତ୍ରୁମାନଙ୍କୁ ବାଟ କଢ଼ାଇ ନେଇଥିଲା, ତା’ ସମ୍ବନ୍ଧରେ ଦାଉଦ ପବିତ୍ରଆତ୍ମାଙ୍କ ଦ୍ୱାରା ପରିଚାଳିତ ହୋଇ ଭବିଷ୍ୟତ୍ ବାଣୀ ଶୁଣାଇ ଥିଲେ। ଧର୍ମଶାସ୍ତ୍ରରେ ଉଲ୍ଲିଖିତ ସେହି କଥା ସଫଳ ହେବା ନିଶ୍ଚିତ ଥିଲା।


ଯୀଶୁ ସେମାନଙ୍କୁ ଚାହିଁ କହିଲେ, “ତେବେ ଧର୍ମଶାସ୍ତ୍ରର ଏହି ଅଂଶର ଅର୍ଥ କ’ଣ? ‘ନିର୍ମାଣକାରୀମାନେ ଯେଉଁ ପଥରକୁ ଅଗ୍ରାହ୍ୟ କଲେ, ତାହା ପ୍ରଧାନ କୋଣ-ପଥର ହେଲା।’


ପବିତ୍ର ଶାସ୍ତ୍ରରେ ଅନ୍ୟ ଏକ ସ୍ଥାନରେ ଲେଖା ଯାିଛି: “ଏହି ପ୍ରସ୍ତର ଉପରେ ଅନେକେ ଝୁଣ୍ଟି ପଡ଼ିବେ, ଏହି ଶିଳାଖଣ୍ଡ ସେମାନଙ୍କ ପତିନର କାରଣ ହେବ।” ସେମାନେ ଈଶ୍ୱରଙ୍କ ବାକ୍ୟରେ ବିଶ୍ୱାସ କଲେ ନାହିଁ, ତେଣୁ ସେମାନେ ଝୁଣ୍ଟି ପଡ଼ିଲେ। ଏହା ଥିଲା ସେମାନଙ୍କ ନିମନ୍ତେ ଈଶ୍ୱରଙ୍କ ଅଭିମତ।


Swiv nou:

Piblisite


Piblisite