Biblia Todo Logo
Bib sou entènèt

- Piblisite -




୧ ପିତର 2:5 - ପବିତ୍ର ବାଇବଲ (CL) NT (BSI)

5 ତୁମ୍ଭେମାନେ ଏକ ଆଧ୍ୟାତ୍ମିକ ମନ୍ଦିର ନିର୍ମାରରେ ଜୀବନ୍ତ ପ୍ରସ୍ତର ରୁପେ ବ୍ୟବହୃତ ହେବା ନିମନ୍ତେ ଆସ। ସେହି ମନ୍ଦିରରେ ତୁମ୍ଭେମାନେ ଯୀଶୁ ଖ୍ରୀଷ୍ଟଙ୍କ ମଧ୍ୟସ୍ଥତାରେ ଈଶ୍ୱରଙ୍କ ଗ୍ରହଣଯୋଗ୍ୟ ଆଧ୍ୟାତ୍ମିକ ମନ୍ଦିର ନିର୍ମାଣରେ ଜୀବନ୍ତ ପ୍ରସ୍ତର ରୂପେ ବ୍ୟବହୃତ ହେବା ନିମନ୍ତେ ଆସ। ସେହି ମନ୍ଦିରରେ ତୁମ୍ଭେମାନେ ଯୀଶୁ ଖ୍ରୀଷ୍ଟଙ୍କ ମଧ୍ୟସ୍ଥତାରେ ଈଶ୍ୱରଙ୍କ ଗ୍ରହଣଯୋଗ୍ୟ ଆଧ୍ୟାତ୍ମିକ ବଳି ଉତ୍ସର୍ଗ କରିବା ପାଇଁ ପବିତ୍ର ଯାଜକର କାର୍ଯ୍ୟ କରିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ତାହାଙ୍କ ନିକଟକୁ ଆସି ତୁମ୍ଭେମାନେ ମଧ୍ୟ ଯୀଶୁ ଖ୍ରୀଷ୍ଟଙ୍କ ଦ୍ଵାରା ଈଶ୍ଵରଙ୍କ ନିକଟରେ ସୁଗ୍ରାହ୍ୟ ଆତ୍ମିକ ବଳି ଉତ୍ସର୍ଗ କରିବା ନିମନ୍ତେ ପବିତ୍ର ଯାଜକବର୍ଗ ହେବା ପାଇଁ ଜୀବନ୍ତ ପ୍ରସ୍ତର ସ୍ଵରୂପ ହୋଇ ଗୋଟିଏ ପାରମାର୍ଥିକ ଗୃହରୂପରେ ନିର୍ମିତ ହୁଅ।

Gade chapit la Kopi

ଓଡିଆ ବାଇବେଲ

5 ତାହାଙ୍କ ନିକଟକୁ ଆସି ତୁମ୍ଭେମାନେ ମଧ୍ୟ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଈଶ୍ୱରଙ୍କ ନିକଟରେ ସୁଗ୍ରାହ୍ୟ ଆତ୍ମିକ ବଳି ଉତ୍ସର୍ଗ କରିବା ନିମନ୍ତେ ପବିତ୍ର ଯାଜକବର୍ଗ ହେବା ପାଇଁ ଜୀବନ୍ତ ପ୍ରସ୍ତର ସ୍ୱରୂପ ହୋଇ ଗୋଟିଏ ଆତ୍ମିକ ଗୃହରୂପରେ ନିର୍ମିତ ହୁଅ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ତାହାଙ୍କ ନିକଟକୁ ଆସି ତୁମ୍ଭେମାନେ ମଧ୍ୟ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଈଶ୍ବରଙ୍କ ନିକଟରେ ସୁଗ୍ରାହ୍ୟ ଆତ୍ମିକ ବଳି ଉତ୍ସର୍ଗ କରିବା ନିମନ୍ତେ ପବିତ୍ର ଯାଜକବର୍ଗ ହେବା ପାଇଁ ଜୀବନ୍ତ ପ୍ରସ୍ତର ସ୍ୱରୂପ ହୋଇ ଗୋଟିଏ ଆତ୍ମିକ ଗୃହରୂପରେ ନିର୍ମିତ ହୁଅ।

Gade chapit la Kopi

ପବିତ୍ର ବାଇବଲ

5 ଅତଏବ ତାହାଙ୍କ ପାଖକୁ ଆସ। ତୁମ୍ଭେମାନେ ମଧ୍ୟ ଜୀବନ୍ତ ପଥର ଭଳି। ପରମେଶ୍ୱର ଗୋଟିଏ ଆଧ୍ୟାତ୍ମିକ ମନ୍ଦିର ନିର୍ମାଣ କରୁଛନ୍ତି। ସେହି ମନ୍ଦିରରେ ପରମେଶ୍ୱରଙ୍କ ଦ୍ୱାରା ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ଗୃହୀତ ହେବା ଭଳି ଆଧ୍ୟାତ୍ମିକ ବଳିଦାନ ଉତ୍ସର୍ଗ କରି ପବିତ୍ର ଯାଜକ ହେବା ପାଇଁ, ନିଜକୁ ନିୟୋଜିତ କର।

Gade chapit la Kopi




୧ ପିତର 2:5
34 Referans Kwoze  

ତୁମ୍ଭେମାନେ ଏକ ମନୋନୀତ ବଂଶ, ରାଜକୀୟ ଯାଜକବର୍ଗ, ଏକ ପବିତ୍ର ଜାତି ଓ ଈଶ୍ୱରଙ୍କ ଆପଣାର ଲୋକ ହୋଇଅଛ। ଈଶ୍ୱର ତୁମ୍ଭମାନଙ୍କୁ ଅନ୍ଧକାର ମଧ୍ୟରୁ ତାଙ୍କର ଅପୂର୍ବ ଆଲୋକକୁ ଆହ୍ୱାନ କରିଛନ୍ତି। ତୁମ୍ଭେମାନ ତାଙ୍କର ବିସ୍ମୟକର କାର୍ଯ୍ୟସବୁ ଘୋଷଣା କରିବା ପାଇଁ ମନୋନୀତ।


ଆମେ ଈଶ୍ୱରଙ୍କ ସହକର୍ମୀ; ତୁମ୍ଭେମାନେ ଈଶ୍ୱରଙ୍କ କ୍ଷେତ୍ର ଏବଂ ଈଶ୍ୱରଙ୍କ ଗୃହ।


ପୁଣି ଈଶ୍ୱରଙ୍କର ସେବା କରିବା ନିମନ୍ତେ ସେମାନଙ୍କୁ ଏକ ଯାଜକ ଗୋଷ୍ଠୀରେ ପରିଣତ କରିଅଛ ଏବଂ ସେମାନେ ପୃଥିବୀ ଉପରେ ରାଜତ୍ୱ କରିବେ।”


ତୁମେ ନିଶ୍ଚିତରୂପେ ଜାର ଯେ ତୁମ୍ଭେମାନେ ଈଶ୍ୱରଙ୍କ ମନ୍ଦିର, ଈଶ୍ୱରଙ୍କ ଆତ୍ମା ତୁମ୍ଭମାନଙ୍କ ଅନ୍ତରରେ ବାସ କରନ୍ତି।


କିନ୍ତୁ ପୁତ୍ରଭାବେ ଈଶ୍ୱରଙ୍କ ଗୃହର ତତ୍ତ୍ୱାବଧାନରେ ଖ୍ରୀଷ୍ଟ ବିଶ୍ୱାସ୍ତ ଅଡ଼ନ୍ତି। ଆମେ ଯଦି ସାହାସ ଧରି ପ୍ରତ୍ୟାଶିତ ବିଷୟ ପାଇବୁ ବୋଲି ଆମ ବିଶ୍ୱାସରେ ଦୃଢ଼ ରହୁ, ତେବେ ଆମେ ଗୃହ ସ୍ୱରୂପ ହେବୁ।


ମୃତ ବ୍ୟକ୍ତିମାନଙ୍କର ଏହି ପ୍ରଥମ ପୁନରୁତ୍ଥାନରେ ଯେଉଁମାନେ ଅନ୍ତର୍ଭୁକ୍ତ, ସେମାନେ କେଡ଼େ ଭାଗ୍ୟବାନ। ସେମାନେ କେଡ଼େ ସୁଖୀ! ସେମାନଙ୍କୁ ଆଉ ଦ୍ୱିତୀୟ ଥର ମୃତ୍ୟୁଭୋଗ କରିବାକୁ ପଡ଼ିବ ନାହିଁ। ସେମାନେ ଈଶ୍ୱରଙ୍କ ଓ ଖ୍ରୀଷ୍ଟଙ୍କ ଯାଜକ ହୋଇ ଖ୍ରୀଷ୍ଟଙ୍କ ସହିତ ଏକ ସହସ୍ର ବର୍ଷ ପର୍ଯ୍ୟନ୍ତ ରାଜତ୍ୱ କରିବେ।


ତୁମ୍ଭେମାନେ କ’ଣ ଜାଣ ନାହିଁ ଯେ ତୁମ୍ଭମାନଙ୍କର ଶରୀର ଈଶ୍ୱରଙ୍କଠାରୁ ପ୍ରାପ୍ତ ଅନ୍ତର୍ବାସୀ ପବିତ୍ରଆତ୍ମାଙ୍କ ମନ୍ଦିର? ତୁମେ ଆଉ ତୁମର ହୋଇ ନାହଁ, ମାତ୍ର ଈଶ୍ୱରଙ୍କର।


ତେଣୁ ଭାଇମାନେ, ଆମ୍ଭମାନଙ୍କ ପ୍ରତି ଈଶ୍ୱରଙ୍କ ମହାଅନୁଗ୍ରହ ଯୋଗୁଁ ତୁମ୍ଭମାନଙ୍କୁ ମୁଁ ନିବେଦନ କରୁଛି, ଈଶ୍ୱରଙ୍କଠାରେ ଆପଣାକୁ ପବିତ୍ର ଜୀବନ୍ତ ବଳି ରୂପେ ଉତ୍ସର୍ଗ କର। ତାଙ୍କ ସେବାରେ ନିଜକୁ ନିୟୋଜିତ କରି ତାଙ୍କର ପ୍ରୀତିଭାଜନ ହୁଅ। ଏହା ଈଶ୍ୱରଙ୍କ ପ୍ରକୃତ ଉପାସନା।


ଏବଂ ତାଙ୍କ ପିତା ଈଶ୍ୱରଙ୍କର ସେବା କରିବା ନିମନ୍ତେ ଆମକୁ ଏକ ଯାଜକକୁଳ କରିଛନ୍ତି। ସମସ୍ତ ଗୌରବ ଓ ପରାକ୍ରମ ସଦାସର୍ବଦା ଯୀଶୁ ଖ୍ରୀଷ୍ଟଙ୍କର ହେଉ।


ତୁମଠାରୁ ମୁଁ ପାଇଥିବା ସମସ୍ତ ଦାନ ପାଇଁ ପ୍ରାପ୍ତି ସ୍ୱୀକାର ଜଣାଉଛି। ତାହା ମୋ’ ନିମନ୍ତେ ଯଥେଷ୍ଟରୁ ଅଧିକ ହୋଇଛି। ଏପାଫ୍ରଦିତ୍ଙ୍କ ହାତରେ ତୁମେ ପଠାଇ ଥିବା ଦାନ ମୋର ସମସ୍ତ ଅଭାବ ପୂରଣ କରିଛି। ତାହା ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗିତ ସୁଗନ୍ଧି ନୈବେଦ୍ୟ ଓ ତାଙ୍କ ଗ୍ରହଣଯୋଗ୍ୟ ତଥା ସନ୍ତୋଷଜନକ ବଳିଦାନ ସଦୃଶ।


ଈଶ୍ୱରଙ୍କ ମନ୍ଦିରରେ କିପରି ପ୍ରତିମାର ପ୍ରତିଷ୍ଟା ହେଇପାରେ? ଆମେମାନେ ତ ଜୀବନ୍ତ ଈଶ୍ବରଙ୍କ ମନ୍ଦିର, କାରଣ ଈଶ୍ୱର ନିଜେ କହି ଅଛନ୍ତି, “ମୋର ଲୋକମାନଙ୍କ ସହିତ ମୁଁ ବାସ କରିବି ଓ ସେମାନଙ୍କ ମଧ୍ୟରେ ବିଚରଣ କରିବି; ମୁଁ ସେମାନଙ୍କ ଈଶ୍ୱର ହେବି ଓ ସେମାନେ ମୋର ନିଚ ଲୋକ ହେବେ।”


ବିଜୟୀ ବ୍ୟକ୍ତିକୁ ମୁଁ ମୋର ଈଶ୍ୱରଙ୍କ ମନ୍ଦିରରେ ସ୍ତମ୍ଭ ରୂପେ ସ୍ଥାପନ କରିବି ଏବଂ ସେ କଦାପି ସେଠାରୁ ସ୍ଥାନାନ୍ତରିତ ହେବ ନାହିଁ। ମୁଁ ତାହା ଉପରେ ମୋ’ ଈଶ୍ୱରଙ୍କ ନାମ ଲେଖିବି। ମୋ’ ଈଶ୍ୱରଙ୍କ ନିକଟରୁ ସ୍ୱର୍ଗରୁ ଆଗତ ଈଶ୍ୱରଙ୍କ ନଗର, ନୂତନ ଯିରୂଶାଲମର ନାମ ଓ ମୋର ନୂତନ ନାମ ମଧ୍ୟ ତା’ ଉପରେ ଲେଖିବି।


କାରଣ ଖ୍ରୀଷ୍ଟ ଯୀଶୁଙ୍କ ଦାସ ରୂପେ ଅଣଇହୁଦୀମାନଙ୍କ ନିମନ୍ତେ କାର୍ଯ୍ୟ କରିବା ପାଇଁ ଈଶ୍ୱର ମୋତେ ସୁଯୋଗ ଦେଇଛନ୍ତି। ଈଶ୍ୱରଙ୍କ ଶୁଭବାର୍ତ୍ତା ପ୍ରଚାର କରିବା ନିମନ୍ତେ ମୁଁ ଜଣେ ଧର୍ମଗୁରୁ ରୂପେ କାର୍ଯ୍ୟ କରୁଛି। ଅଣଇହୁଦୀମାନେ ପବିତ୍ରଆତ୍ମାଙ୍କ ଦ୍ୱାରା ଉତ୍ସର୍ଗିତ ନୈବେଦ୍ୟ ରୂପେ ଈଶ୍ୱରଙ୍କ ନିକଟରେ ଗ୍ରହଣୀୟ ହୁଅନ୍ତୁ, ଏହା ମୋର ଉଦ୍ଦେଶ୍ୟ।


କିନ୍ତୁ ଯଦି ମୋର ଆସିବା ବିଳମ୍ବ ହେବ, ଜୀବନ୍ତ ଈଶ୍ୱରଙ୍କ ପରିବାର ସ୍ୱରୂପେ ଏହି ଉପାସକ ମଣ୍ଡଳୀରେ ଆମକୁ କିପରି ଆଚରଣ କରିବାକୁ ହେବ, ଏହି ପତ୍ରରୁ ତାହା ତୁମେ ଜାଣି ପାରିବ। ଏହି ମଣ୍ଡଳୀ ହିଁ ସନାତନ ସତ୍ୟର ସ୍ତମ୍ଭ ଓ ଭିତ୍ତିମୂଳ।


ତୁମ୍ଭେମାନେ ବାକ୍ୟ ବା କାର୍ଯ୍ୟରେ ଯାହା କିଛି କର, ସେ ସମସ୍ତ ପ୍ରଭୁ ଯୀଶୁଙ୍କ ନାମରେ କରି ପିତା ଈଶ୍ୱରଙ୍କୁ ଧନ୍ୟବାଦ ଦିଅ। ନୂତନ ଜୀବନରେ ବ୍ୟକ୍ତିଗତ ସମ୍ପର୍କ


ଈଶ୍ୱରଙ୍କ ଉଦ୍ଦେଶ୍ୟରେ ତୁମର ବିଶ୍ୱାସରୂପ ବଳିଦାନରେ ହୁଏତ ମୋର ଜୀବନ-ଶୋଣିତ ଢ଼ାଳି ଦେବାକୁ ପଡ଼ିବ। ଏଥିପାଇଁ ମୁଁ ଉଲ୍ଲସିତ ଓ ମୋର ଏହି ଆନନ୍ଦରେ ତୁମ୍ଭମାନଙ୍କୁ ଅଂଶୀ କରିବାକୁ ମୁଁ ଚାହେଁ।


ଯେ ପ୍ରଚାର କରେ, ସେ ଈଶ୍ୱରଙ୍କ ବର୍ତ୍ତା ପ୍ରଚାର କରୁ। ଯେ ସେବା କରେ, ଈଶ୍ୱରତାକୁ ଦେଇଥିବା ଶକ୍ତି ଅନୁସାରେ ସେ ସେବା କରୁ। ତା’ ହେଲେ, ଈଶ୍ୱର ସବୁ ବିଷୟରେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଗୌରବାନ୍ୱିତ ହେବେ। ଯୁଗେ ଯୁଗେ ମହିମା ସ ପରାକ୍ରମ ତାହାଙ୍କର।


ଓ ଈଶ୍ୱରଙ୍କ ଗୌରବ ଓ ପ୍ରଶଂସା ନିମନ୍ତେ ତୁମ୍ଭମାନଙ୍କର ଜୀବନ ଯୀଶୁ ଖ୍ରୀଷ୍ଟଙ୍କ ପ୍ରଦତ୍ତ ସମସ୍ତ ସଦ୍ଗୁଣରେ ପରିପୂର୍ଣ୍ଣ ହେବ।


ତେଣୁ ଯେତେ ଥର ସୁଯୋଗ ପାଉଛୁ, ସବୁବେଳେ ସମସ୍ତଙ୍କର, ବିଶେଷରେ ଯେଉଁମାନେ ଆମ ବିଶ୍ୱାସୀ ପରିବାରଭୁକ୍ତ, ସେମାନଙ୍କର ମଙ୍ଗଳ କରିବା ଆମର ଉଚିତ।


ବିଚାର କାଳ ଆସନ୍ନ ଏବଂ ଈଶ୍ୱରଙ୍କ ଲୋକମାନେ ପ୍ରଥମେ ବିଚାରିତ ହେବେ। ଯଦି ଆମଠାରୁ ତାହା ଆରମ୍ଭ ହୁଏ, ତେବେ ଯେଉଁମାନେ ଈଶ୍ୱରଙ୍କ ସୁସମାଚାରରେ ବିଶ୍ୱାସ କରନ୍ତି ନାହିଁ, ସେମାନଙ୍କ ଶେଷ ଦଶା କ’ଣ ନ ହେବ?


Swiv nou:

Piblisite


Piblisite