Biblia Todo Logo
Bib sou entènèt

- Piblisite -




୧ ପିତର 2:24 - ପବିତ୍ର ବାଇବଲ (CL) NT (BSI)

24 ଆମ୍ଭମାନେ ଯେପରି ପାପ ପ୍ରତି ମୃତ ହେବୁ ଓ ଧର୍ମ ଜୀବନ ଯାପନ କରିବୁ, ଏଥିପାଇଁ ଖୀଷ୍ଟ କ୍ରୁଶ ଉପରେ ନିଜ ଶରୀରରେ ଆମ ପାପ ବୋଝ ବହନ କଲେ। ତାଙ୍କ ଶରୀରର ସେହି କ୍ଷତ ଦ୍ୱାରା ତୁମ୍ଭେମାନେ ସୁସ୍ଥ ହୋଇଛ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

24 ଆମ୍ଭେମାନେ ଯେପରି ପାପ ପ୍ରତି ମୃତ ହୋଇ ଧାର୍ମିକତା ନିମନ୍ତେ ଜୀବନ ଯାପନ କରୁ, ଏଥିନିମନ୍ତେ ସେ ଆପେ କ୍ରୁଶ ଉପରେ ନିଜ ଶରୀରରେ ଆମ୍ଭମାନଙ୍କର ସମସ୍ତ ପାପ ବହନ କଲେ; ତାହାଙ୍କ ପ୍ରହାରରେ ତୁମ୍ଭେମାନେ ସୁସ୍ଥ ହୋଇଅଛ।

Gade chapit la Kopi

ଓଡିଆ ବାଇବେଲ

24 ଆମ୍ଭେମାନେ ଯେପରି ପାପ ପ୍ରତି ମୃତ ହୋଇ ଧାର୍ମିକତା ନିମନ୍ତେ ଜୀବନ ଯାପନ କରୁ, ଏଥି ନିମନ୍ତେ ସେ ଆପେ କ୍ରୁଶ ଉପରେ ନିଜ ଶରୀରରେ ଆମ୍ଭମାନଙ୍କର ସମସ୍ତ ପାପ ବହନ କଲେ; ତାହାଙ୍କ ପ୍ରହାରରେ ତୁମ୍ଭେମାନେ ସୁସ୍ଥ ହୋଇଅଛ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

24 ଆମ୍ଭେମାନେ ଯେପରି ପାପ ପ୍ରତି ମୃତ ହୋଇ ଧାର୍ମିକତା ନିମନ୍ତେ ଜୀବନଯାପନ କରୁ, ଏଥିନିମନ୍ତେ ସେ ଆପେ କ୍ରୁଶ ଉପରେ ନିଜ ଶରୀରରେ ଆମ୍ଭମାନଙ୍କର ସମସ୍ତ ପାପ ବହନ କଲେ; ତାହାଙ୍କ ପ୍ରହାରରେ ତୁମ୍ଭେମାନେ ସୁସ୍ଥ ହୋଇଅଛ।

Gade chapit la Kopi

ପବିତ୍ର ବାଇବଲ

24 ପରମେଶ୍ୱର ନ୍ୟାୟ ବିଗ୍ଭର କରନ୍ତି। କ୍ରୁଶ ଉପରେ ଯୀଶୁ ଆମ୍ଭ ପାପଗୁଡ଼ିକୁ ସ୍ୱଦେହରେ ବହନ କଲେ। ସେ ଏହା କଲେ, ଯେପରି ଆମ୍ଭେ ପାପ ପାଇଁ ମୃତ ହେଇ, ଯାହା ସତ୍ୟ ତାହା ପାଇଁ ଜୀବିତ ରହିବା। ଯୀଶୁଙ୍କ କ୍ଷତଗୁଡ଼ିକ ଦ୍ୱାରା ତୁମ୍ଭେମାନେ ସୁସ୍ଥ ହୋଇଛ।

Gade chapit la Kopi




୧ ପିତର 2:24
50 Referans Kwoze  

ଏହାଦ୍ୱାରା ସେ ଭାବବାଦୀ ଯିଶାଇୟଙ୍କ ଭବିଷ୍ୟବାଣୀକୁ ସଫଳ କଲ। ଯୀଶାଇୟ କହିଲେ, “ସେ ଆମାର ବ୍ୟାଧ୍ସବୁ ହରଣ କଲେ ଓ ଆମାକୁ ରୋଗ ମୁକ୍ତ କଲେ।”


ସେହିପରି ତୁମ୍ଭେମାନେ ମଧ୍ୟ ପାପ ପ୍ରତି ମୃତ ହୋଇଛ ବୋଲି ମନେକର। ତୁମ୍ଭେମାନେ ଏବେ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ଜୀବନରେ ଈଶ୍ୱରଙ୍କ ସହ ସଂଯୁକ୍ତ ହୋଇଛ।


ନଗରୀର ରାଜପଥ ମଧ୍ୟଦେଇ ପ୍ରବାହିତ ହୋଇଥିଲା। ନଦୀର ଦୁଇ ପାଶ୍ୱର୍ରେ ଜୀବନ-ବୃକ୍ଷ ଥିଲା। ତାହା ବର୍ଷର ପ୍ରତ୍ୟେକ ମାସରେ, ଅର୍ଥାତ୍ ବର୍ଷକରେ ଦ୍ୱାଦଶ ଥର ଫଳ ଧାରଣ କରେ ଏବଂ ଏହାର ପତ୍ର ଆରୋଗ୍ୟଦାୟକ।


ତୁମ୍ଭେମାନେ ଜାଣ, ଖ୍ରୀଷ୍ଟ ସମ୍ପୂର୍ଣ୍ଣ ନ୍ୟାୟବାନ। ତେଣୁ ଏହି ମଧ୍ୟ ଜାଣି ରଖିବା ଉଚିତ ଯେ, ଯେଉଁମାନେ ସତ୍କର୍ମ କରନ୍ତୁ, ସେମାନେ ହିଁ ଈଶ୍ୱରଙ୍କ ସନ୍ତାନ।


ପରସ୍ପର ନିକଟରେ ନିଜ ନିଜ ପାପ ସ୍ୱୀକାର କର ଏବଂ ପରସ୍ପର ନିମନ୍ତେ ପ୍ରାର୍ଥନା କର। ତାହାହେଲେ, ତୁମେ ଆରୋଗ୍ୟ ଲାଭ କରିବ। ଧାର୍ମିକର ପ୍ରାର୍ଥନା, ଶକ୍ତିଶାଳୀ ଓ ଫଳପ୍ରଦ।


ସେହିପରି ଅନେକଙ୍କ ପାପ ଦୂର କରିବାକୁ ଖ୍ରୀଷ୍ଟ ଥରକ ପାଇଁ ବଳି ରୂପେ ଉତ୍ସର୍ଗିତ ହେଲେ। ସେ ଦ୍ୱିତୀୟ ଥର ଆସିବେ। ସେତେବେଳେ ଆଉ ପାପାର ମୂକାବିଲା କରିବା ତାଙ୍କ ସେ ଆସିବେ ନାହିଁ। ସେ ଆସିବେ, ତଙ୍କ ନିମନ୍ତେ ଅପେକ୍ଷା କରୁଥିବାମ ମନୁଷ୍ୟମାନଙ୍କୁ ଉଦ୍ଧାର କରିବା ପାଇଁ।


ମାତ୍ର ଖ୍ରୀଷ୍ଟ ଆମ ପାଇଁ ଅଭିଶପ୍ତ ହୋଇ ବ୍ୟବସ୍ଥାରେ ଉଲ୍ଲିଖିତ ଅଭିଶାପରୁ ଆମକୁ ମୁକ୍ତ କରିଛନ୍ତି। ଧର୍ମଶାସ୍ତ୍ରରେ ଲେଖାଅଛି, “ଯେ ବୃକ୍ଷରେ ଟଙ୍ଗାଯାଇ ମୃତ୍ୟୁଦଣ୍ଡ ଭୋଗ କରେ, ସେ ଈଶ୍ୱରଙ୍କ ଦ୍ୱାରା ଅଭିଶପ୍ତ!”


କଦାପି ନୁହେଁ। ପାପ ପ୍ରତି ଆମ୍ଭେମାନେ ମୃତ ହୋଇଛୁ- ସେଥିରେ ଆଉ ଜୀବନ କାଟିବା କିପରି?


କାରଣ ତୁମେ ମୃତ୍ୟୁ ବରଣ କରିଅଛ ଓ ଖ୍ରୀଷ୍ଟଙ୍କ ସହିତ ତୁମ ଜୀବନ ଈଶ୍ୱରଙ୍କଠାରେ ସଂଗୁପ୍ତ ରହିଛି।


ତୁମ୍ଭେମାନେ ନିଜକୁ କୌଣସି ପ୍ରକାରେ ପାପ ନିକଟରେ ସମର୍ପଣ କରି ଦୁଷ୍କର୍ମର ଅସ୍ତ୍ର ରୂପେ ବ୍ୟବହୃତ ହୁଅ ନାହିଁ। ବରଂ ମୃତ୍ୟୁରୁ ରକ୍ଷା ପାଇ ଜୀବନ ପ୍ରାପ୍ତ ହୋଇ ଥିବାରୁ ତୁମ୍ଭେମାନେ ସତ୍କାର୍ଯ୍ୟ ସାଧନ ପାଇଁ ନିଜ ନିଜକୁ ସମ୍ପୂର୍ଣ୍ଣଭାବେ ଈଶ୍ୱରଙ୍କଠାରେ ସମର୍ପଣ କର।


ତା’ ପରଦିନ ଯୀଶୁଙ୍କୁ ତାଙ୍କ ନିକଟକୁ ଆସୁଥିବାର ଦେଖି ଯୋହନ କହିଲେ, “ଏହି ଦେଖ, ଈଶ୍ୱରଙ୍କ ମେଷଶାବକ ଯେ ଜଗତର ପାପ ବହି ନେଇ ଯାଆନ୍ତି।


ବର୍ତ୍ତମାନ ଆମେମାନେ ବ୍ୟବସ୍ଥାର କର୍ତ୍ତୃତ୍ୱରୁ ମୁକ୍ତି ପାଉଛୁ, କାରଣ ଯାହା ଦିନେ ଆମକୁ ବନ୍ଦୀ କରି ରଖିଥିଲା, ସେଥିପ୍ରତି ଆମେ ଏବେ ମୃତ। ଆମେ ଆଉ ପୂର୍ବପରି ଲିଖିତ ବ୍ୟବସ୍ଥାର ସେବା କରୁ ନାହୁଁ, ପବିତ୍ରଆତ୍ମା ପ୍ରଦର୍ଶିତ ପଥରେ ବର୍ତ୍ତମାନ ଆମେ ଚାଲିଛୁ।


ପିଲାମାନେ! କେହି ତୁମ୍ଭମାନଙ୍କୁ ପ୍ରତାରିତ ନ କରୁ। ଯେ କେହି ସତ୍କର୍ମ କରେ, ସେହି କେବଳ ଖ୍ରୀଷ୍ଟଙ୍କ ପରି ଆସିଥ୍ିବା ଶୟତାନର ଅନୁଗାମୀ। ସେହି ଶୟତାନର କାର୍ଯ୍ୟକୁ ଧ୍ୱଂସ କରିବା ପାଇଁ ଈଶ୍ବରଙ୍କ ପୁତ୍ର ଅବତୀର୍ଣ୍ଣ ହୋଇଥିଲେ।


କାରଣ ମନୁଷ୍ୟ ମରିଗଲେ, ପାପ କବଳରୁ ଉଦ୍ଧାର ପାଇଥାଏ।


ତୁମ୍ଭେମାନେ ଅବଶ୍ୟ ଜାଣିଛ, ଯଦି ତୁମେ କାହାର ବଶ୍ୟତା ସ୍ୱୀକାର କରି ତାହାର ସମ୍ପୂର୍ଣ୍ଣ ଆଜ୍ଞାଧୀନ ହୁଅ, ତେବେ ତୁମେ ତା’ର ଦାସ। ଯଦି ପାପର ଦାସ ହୁଅ, ଏହାର ପରିଣାମ ହେବ ମୃତ୍ୟୁ; ଯଦି ଧାର୍ମିକତାର ଅନୁବର୍ତ୍ତୀ ହୁଅ, ତେବେ ଜୀବନ ପାଇବ।


ତେଣୁ ପ୍ରଭୁ କହନ୍ତି, ସେମାନଙ୍କ ମଧ୍ୟରୁ ତୁମେ ବାହାର ଆସ, ସେମାନଙ୍କଠାରୁ ନିଚକୁ ଗ୍ରହଣ କରିବି,


ତୁମ୍ଭେମାନେ ଯୀଶୁଙ୍କୁ କ୍ରୁଶରେ କଣ୍ଟକବିଦ୍ଧ କରି ମାରି ଦେବା ପରେ, ଆମ ପୂର୍ବପୁରୁଷମାନଙ୍କର ଈଶ୍ୱର, ଯୀଶୁଙ୍କୁ ମୃତ୍ୟୁରୁ ପୁନର୍ଜୀବିତ କରିଛନ୍ତି।


“ପ୍ରଭୁଙ୍କ ଆତ୍ମା ମୋ’ ଉପରେ ଅଧିଷ୍ଠିତ, କାରଣ ଦରିଦ୍ରମାନଙ୍କ ନିକଟରେ ଶୁଭବାର୍ତ୍ତା ପ୍ରଚାର କରିବା ପାଇଁ ସେ ମୋତେ ମନୋନୀତ କରିଛନ୍ତି। ବନ୍ଦୀମାନଙ୍କ ନିକଟରେ ସେମାନଙ୍କ ମୁକ୍ତି ଘୋଷଣା କରିବା, ଅନ୍ଧକାମନଙ୍କୁ ଦୃଷ୍ଟିାକ୍ତି ଦାନ କରିବା, ନିର୍ଯ୍ୟାତିତମାନଙ୍କୁ ଉଦ୍ଧାର କରିବା


ଅତଏବ ମୁଁ କହିରଖୁଛି, ଧର୍ମଗୁରୁ ଓ ଫାରୁଶୀମାନଙ୍କଠାରୁ ଅଧିକ ବିଶ୍ୱସ୍ତଭାବେ ଈଶ୍ୱରଙ୍କ ଇଚ୍ଛାନୁରୂପେ କାର୍ଯ୍ୟ କଲେ ଯାଇ ତୁମ୍ଭେମାନେ ସ୍ୱର୍ଗରାଜ୍ୟରେ ପ୍ରବେଶ କରି ପାରିବ।


ସଳଖ ପଥମାନଙ୍କପରେ ଗମନ କର; ତାହାହେଲେ, ତୁମର ପଙ୍ଗୁ ପଦ ଅଚଳ ନ ହୋଇ ସୁସ୍ଥ ହେବ।


ତାଙ୍କ ବିଷୟରେ ଧର୍ମଶାସ୍ତ୍ରରେ ଯେଉଁ ସବୁ ବିଷୟ ଲିଖିତ ଅଛି, ତଦନୁଯାୟୀ ସବୁ କାର୍ଯ୍ୟ କରିବା ପରେ ସେମାନେ ତାଙ୍କୁ କ୍ରୁଶରୁ ଓହ୍ଲାଇ ଆଣି ଏକ ସମାଧିରେ ସ୍ଥାପନ କଲେ।


ଯେ କୌଣସି ଜାତିର ଯେକୌଣସି ଲୋକ ପ୍ରଭୁଙ୍କର ଉପାସନା କଲେ ଓ ତାଙ୍କ ଦୃଷ୍ଟିରେ ସତ୍କର୍ମ କଲେ, ପ୍ରଭୁ ତାହାକୁ ଗ୍ରହଣ କରନ୍ତି।


ତେବେ ଆମ୍ଭମାନଙ୍କର ସମସ୍ତ ଅଭାବ ପୂରଣ କରିବାକୁ ଯୀଶୁ ହିଁ ଏକମାତ୍ର ମହାଯାଜକ। ସେ ପବିତ୍ର, ପାପଦୋଷରହିତ, ପାପୀମାଦଙ୍କଠାରୁ ପଥକୀକୃତ, ଉଦ୍ଧ୍ୱର୍ତମ ସ୍ୱର୍ଗକୁ ଉନ୍ନୀତ।


ତୁମ୍ଭେମାନେ ଖ୍ରୀଷ୍ଟଙ୍କ ସହ ମୃତ୍ୟୁଭୋଗ କରିଛ ଓ ଏହି ବିଶ୍ୱ ଉପରେ କର୍ତ୍ତୃତ୍ୱ କରୁଥିବା ଶକ୍ତିମାନଙ୍କ କବଳରୁ ମୁକ୍ତି ଲାଭ କରିଛ। ତେବେ କାହିଁକି ତୁମ୍ଭେମାନେ ଜାଗତିକମନା ଲୋକଙ୍କ ପରି ଜୀବନ କାଟୁଛ? କାହିଁକି ତୁମ୍ଭେମାନେ ଏହିପରି ନିୟମସବୁ ପାଳନ କର, ଯଥା


କିନ୍ତୁ ବର୍ତ୍ତମାନ ତୁମ୍ଭେମାନେ ପାପରୁ ମୁକ୍ତି ପାଇ ଈଶ୍ୱରଙ୍କ ଦାସ ହୋଇଛ। ଏହାର ଲାଭ ହେଉଛି, ଈଶ୍ୱରଙ୍କଠାରେ ସମ୍ପୂର୍ଣ୍ଣ ଭାବେ ଆତ୍ମସମର୍ପଣ ଏବଂ ଏହାର ପରିଣାମ ଅନନ୍ତ ଜୀବନ।


ଇଶ୍ରାଏଲ ଦେଶରେ ଓ ଯିରୂଶାଲମରେ ସେ ଯେଉଁସବୁ କାର୍ଯ୍ୟ କଲେ, ଆମେ ସେ ସବୁର ସାକ୍ଷୀ। ତା’ପରେ ତାଙ୍କୁ ସେମାନେ କ୍ରୁଶବିଦ୍ଧ କରି ମାରିଦେଲେ।


ଶେଷରେ ପିଲାତ ବାରବ୍ବାକୁ ମୁକ୍ତି ଦେଇ ଯୀଶୁଙ୍କୁ କୋରଡ଼ାରେ ମାରିବାକୁ ଆଦେଶ ଦେଲେ, ତା’ପରେ କ୍ରୁଶବିଦ୍ଧ କରିବା ପାଇଁ ସେମାନଙ୍କ ହାତରେ ଛାଡ଼ି ଦେଲେ।


କାରଣ, ଆଲୋକ ହିଁ ସବୁ ପ୍ରକାର ସଦ୍ଗୁଣ, ଧାର୍ମିକତା ଓ ସତ୍ୟରୂପ ଫଳ ଉତ୍ପନ୍ନ କରେ।


ତା’ପରେ ପିଲାତ ଯୀଶୁଙ୍କୁ ନେଇ କୋରଡ଼ା ପ୍ରହାର କରାଇଲେ।


ଓ ଈଶ୍ୱରଙ୍କ ଗୌରବ ଓ ପ୍ରଶଂସା ନିମନ୍ତେ ତୁମ୍ଭମାନଙ୍କର ଜୀବନ ଯୀଶୁ ଖ୍ରୀଷ୍ଟଙ୍କ ପ୍ରଦତ୍ତ ସମସ୍ତ ସଦ୍ଗୁଣରେ ପରିପୂର୍ଣ୍ଣ ହେବ।


ପିଲାତ ଜନତାକୁ ସନ୍ତୁଷ୍ଟ କରିବାକୁ ଚାହୁଁଥିଲେ, ତେଣୁ ସେ ବାରବ୍ବାକୁ ମୁକ୍ତ କରିଦେଲେ ଏବଂ ଯୀଶୁଙ୍କୁ କୋରଡ଼ାରେ ମାରି କ୍ରୁଶବିଦ୍ଧ କରିବା ପାଇଁ ସେମାନଙ୍କ ହାତରେ ଛାଡ଼ି ଦେଲେ।


ମୁଁ ପ୍ରାପ୍ତ ହୋଇଥିବା ଗୋଟିଏ ଶିକ୍ଷା ତୁମ୍ଭମାନଙ୍କୁ ଜଣାଇ ଅଛି। ତାହା ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ। ତାହା ହେଉଛି, ଧର୍ମଶାସ୍ତ୍ରରେ ଲିଖିତ ହୋଇଥିବା ପ୍ରକାରେ, ଖ୍ରୀଷ୍ଟ ଆମର ପାପ ପାଇଁ ମୃତ୍ୟୁଭୋଗ କଲେ,


ସେ ଆମ୍ଭମାନଙ୍କ ବିରୁଦ୍ଧରେ ଥିବା ବ୍ୟବସ୍ଥାର ଦଲିଲ୍ ଏବଂ ଏହାର ବିଧିବିଧାନକୁ କ୍ରୁଶବିଦ୍ଧ କରି ଋଦ୍ଧ କରି ଦେଇଛନ୍ତି।


ସେଥିପାଇଁ ଖୀଷ୍ଟ ଜଗତକୁ ଆସିବା ପୂର୍ବରୁ ଈଶ୍ୱରଙ୍କୁ କହିଥିଲେ: “ବଳିଦାନ ଓ ନୈବେଦ୍ୟରେ ତୁମେ ସନ୍ତୁଷ୍ଟ ନୁହଁ, କିନ୍ତୁ ତୁମେ ମୋ’ ନମନ୍ତେ ଏକ ଶରୀର ପ୍ରସ୍ତୁତ କରିଛ।


ଅତଏବ ଈଶ୍ୱର ଏହି ସମସ୍ତ ବଳିଦାନ ଅଗ୍ରାହ୍ୟ କରି ତା’ ପରିବର୍ତ୍ତେ ଖୀଷ୍ଟଙ୍କ ବଳିଦାନ ଗ୍ରହଣ କଲେ। ଯୀଶୁ ଖୀଷ୍ଟ ଥରେ ମାତ୍ର ଓ ଚିରକାଳ ପାଇଁ ନିଜ ଶରୀରକୁ ଉତ୍ସର୍ଗ କରି ଈଶ୍ୱରଙ୍କ ଇଚ୍ଛା ସାଧନ କରିଥିବାରୁ, ତାଙ୍କର ସେହି ପ୍ରାୟଶ୍ଚିତ ଯୋଗୁଁ ଆମେ ସମସ୍ତେ ପାପରୁ ପରିଷ୍କୃତ ହୋଇଛୁ।


Swiv nou:

Piblisite


Piblisite