Biblia Todo Logo
Bib sou entènèt

- Piblisite -




୧ ପିତର 2:19 - ପବିତ୍ର ବାଇବଲ (CL) NT (BSI)

19 ତୁମ୍ଭେମାନେ ଈଶ୍ୱରଙ୍କ ଇଚ୍ଛା ଜାଣି ଥିବାରୁ, ଯଦି ଅନ୍ୟାୟରେ ଶାସ୍ତ ପାଇ କ୍ଳେଶ ସହ୍ୟ କର, ତେବେ ଈଶ୍ୱର ତୁମ୍ଭମାନଙ୍କୁ ଆଶୀର୍ବାଦ କରିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

19 କାରଣ କେହି ଯେବେ ଈଶ୍ଵରଙ୍କୁ ସାକ୍ଷାତ୍ ମାନି ଅନ୍ୟାୟରେ ଦୁଃଖଭୋଗ କରି କଷ୍ଟ ସହ୍ୟ କରେ, ତେବେ ତାହା ପ୍ରଶଂସାର ବିଷୟ।

Gade chapit la Kopi

ଓଡିଆ ବାଇବେଲ

19 କାରଣ କେହି ଯେବେ ଈଶ୍ୱରଙ୍କୁ ବିଶ୍ୱାସ କରିବାରୁ ଅନ୍ୟାୟରେ ଦୁଃଖଭୋଗ କରି କଷ୍ଟ ସହ୍ୟ କରେ, ତେବେ ତାହା ପ୍ରଶଂସାର ବିଷୟ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

19 କାରଣ କେହି ଯେବେ ଈଶ୍ବରଙ୍କୁ ବିଶ୍ୱାସ କରିବାରୁ ଅନ୍ୟାୟରେ ଦୁଃଖଭୋଗ କରି କଷ୍ଟ ସହ୍ୟ କରେ, ତେବେ ତାହା ପ୍ରଶଂସାର ବିଷୟ।

Gade chapit la Kopi

ପବିତ୍ର ବାଇବଲ

19 ଜଣେ ଲୋକ ଭୁଲ୍ ନ କରିଥିଲେ ମଧ୍ୟ ସେ ଦୁଃଖ ପାଇ ପାରେ। ଯଦି ସେ ଲୋକ ପରମେଶ୍ୱରଙ୍କ କଥା ଚିନ୍ତା କରେ ଓ କଷ୍ଟକୁ ସହି ଯାଏ ତା'ହେଲେ ପରମେଶ୍ୱର ପ୍ରସନ୍ନ ହୁଅନ୍ତି।

Gade chapit la Kopi




୧ ପିତର 2:19
18 Referans Kwoze  

ତୁମ୍ଭେମାନେ ଦୋଷ କରି ଦଣ୍ଡଭୋଗ କଲେ, ଦେଥିରେ ପ୍ରଶଂସାର କି କାରଣ ଅଛି? ନ୍ୟାୟୋଚିତ କାର୍ଯ୍ୟ କଲେ ହିଁ ଯଦି ଶାସ୍ତି ଭୋଗ କର, ତେବେ ଈଶ୍ୱର ତୁମ୍ଭମାନଙ୍କୁ ଆଶୀର୍ବାଦ କରିବେ।


କିନ୍ତୁ ଏବେ ମୁଁ ଯାହା ହୋଇଛି, ତାହା ଈଶ୍ୱରଙ୍କ ଅନୁଗ୍ରହରୁ ହୋଇଛି ଏବଂ ମୋ’ ପ୍ରତି ତାଙ୍କର ଅନୁଗ୍ରହ ନିଷ୍ଫଳ ହୋଇ ନାହିଁ। ବରଂ ଅନ୍ୟାନ୍ୟ ସମସ୍ତ ପ୍ରେରିତ ଶିଷ୍ୟମାନଙ୍କଠାରୁ ମୁଁ ଅଧିକ ପରିଶ୍ରମ କରିଛି। ପ୍ରକୃତରେ ଏସବୁ ମୁଁ କରି ନାହିଁ, କିନ୍ତୁ ମୋ’ ପ୍ରତି ଈଶ୍ୱରଙ୍କ ଅନୁଗ୍ରହ ଥିବା ହେତୁ ଏହ ସମ୍ଭବ ହୋଇଛି।


“ଯେଉଁମାନେ ତୁମକୁ ପ୍ରେମ କରନ୍ତି, କେବଳ ସେମାନଙ୍କୁ ପ୍ରେମ କଲେ, ତୁମ୍ଭେମାନେ କାହିଁକି ଆଶୀର୍ବାଦ ପାଇବ? ଅଧାର୍ମିକମାନେ ମଧ୍ୟ ସେମାନଙ୍କୁ ପ୍ରେମ କରୁଥିବା ଲୋକମାନଙ୍କୁ ପ୍ରେମ କରନ୍ତି!


ଏଣୁ ତୁମ୍ଭେମାନେ ଶାସକମାନଙ୍କର ବାଧ୍ୟ ହେବା ଉଚିତ୍- କେବଳ ଈଶ୍ୱରଙ୍କ ଦଣ୍ଡ ଭୟରେ ନୁହେଁ, ମାତ୍ର ନିଜ ବିବେକର ଦଂଶନରୁ ରକ୍ଷା ପାଇବା ପାଇଁ।


କିନ୍ତୁ ମୋ’ ଯୋଗୁଁ ସେମାନେ ତୁମ୍ଭମାନଙ୍କ ପ୍ରତି ଏସବୁ କରିବେ, କାରଣ ମୋତେ କିଏ ପ୍ରେରଣ କରିଛନ୍ତି, ଏ କଥା ସେମାନେ ଜାଣନ୍ତି ନାହିଁ।


ସେଥିଯୋଗୁଁ ମୁଁ ଏ ସବୁ ଦୁଃଖଭୋଗ କରୁଛି। ଯାହାଙ୍କୁ ମୁଁ ବିଶ୍ୱାସ କରୁଛି, ମୁଁ ତାଙ୍କର ସ୍ପଷ୍ଟ ପରିଚୟ ପାଇଛି ଏବଂ ସେ ମୋତେ ଯେଉଁ ଦାୟିତ୍ୱ ଦେଇଛନ୍ତି, ତାହା ତୁଲାଇବାକୁ ମହାବିଚାର ଦିନ ପର୍ଯ୍ୟନ୍ତ ସେ ମୋତେ ନିରାପଦରେ ରଖିବେ, ଏହା ନିଶ୍ଚିତଭାବେ ଜାଣି ମୁଁ ଏ ପର୍ଯ୍ୟନ୍ତ ପୂରାପୂରି ଆଶାବାଦୀ ହୋଇ ରହିଛି।


ଭାଇମାନେ, ମାସିଦୋନିଆର ମଣ୍ଡଳୀଗୁଡ଼ିକ କିପରି ଈଶ୍ପରଙ୍କ ଅନୁଗ୍ରହ ଲାଭ କରିଛନ୍ତି, ତାହା ତୁମ୍ଭମାନଙ୍କୁ ଜଣାଇବାକୁ ଇଚ୍ଛା କରୁଛି।


ଜଗତରେ ଜୀବନ ଓ ବିଶେଷରେ ତୁମ୍ଭମାନଙ୍କ ସହିତ ଆମର ସର୍ମ୍ପକ ଈଶ୍ୱରଦତ୍ତ ପବିତ୍ରତା ଓ ବିଶ୍ବସ୍ତତା ଦ୍ୱାରା ପରିଚାଳିତ ବୋଲି ଆମ ବିବେକର ସାକ୍ଷ୍ୟ। ଏଥିପାଇଁ ଆମ ମନରେ ଗର୍ବ ହୁଏ। ମାନବିକ ଜ୍ଞାନରେ ନୁହେଁ, ମାତ୍ର ଐଶ୍ୱରିକ ଜ୍ଞାନରେ ଏହା କରିବାକୁ ଆମେ ସକ୍ଷମ ହୋଇଛୁ।


ସେ ସେଠାରେ ପହଞ୍ଚି ଈଶ୍ୱର ସେହି ଲୋକମାନଙ୍କୁ କିପରି ଆଶୀର୍ବାଦ କରିଛନ୍ତି, ତା’ ଦେଖି ଆନନ୍ଦିତ ହେଲେ ଓ ସର୍ବାନ୍ତଃକରଣରେ ପ୍ରଭୁଙ୍କ ପ୍ରତି ବିଶ୍ୱସ୍ତ ରହି ସଦାଚରଣ କରିବା ପାଇଁ ସେମାନଙ୍କୁ ଉଦ୍ବୋଧନ ଦେଲେ।


ଏହିପରି ଭାବରେ ଈଶ୍ୱରଙ୍କ ଉପାସକମାନେ ଯଦି ପ୍ରକୃତରେ ପାପରୁ ପରିଷ୍କୃତ ହୋଇପାରୁଥାନ୍ତେ, ତେବେ ସେମାନେ ଆଉ ନିଜକୁ ପାପୀ ମନେ କରରନ୍ତେ ନାହିଁ ଏବଂ ସମସ୍ତ ବଳିଦାନର ଅବସାନ ଘଟନ୍ତା।


ତୁମ୍ଭମାନଙ୍କ ମଧ୍ୟରୁ କେହି ନରହନ୍ତା, ଦସ୍ୟୁ ବା ଦୁରାଚାରୀ, କିଅବା ଗଣ୍ଡଗୋଳ ସୃଷ୍ଟି କରିବା ହେତୁ ଦୁଃଖଭୋଗ ନ କରୁ।


Swiv nou:

Piblisite


Piblisite