Biblia Todo Logo
Bib sou entènèt

- Piblisite -




୧ ପିତର 1:20 - ପବିତ୍ର ବାଇବଲ (CL) NT (BSI)

20 ସେ ଜଗତର ସୃଷ୍ଟି ପୂର୍ବରୁ ଈଶ୍ୱରଙ୍କ ଦ୍ୱାରା ମନୋନୀତ ହୋଇଥିଲେ ଏବଂ ତୁମ୍ଭମାନଙ୍କ ନିମନ୍ତେ ଏହି ଅନ୍ତିମ କାଳରେ ପ୍ରକାଶିତ ହୋଇଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

20 ସେ ଜଗତର ପତ୍ତନ ପୂର୍ବରୁ ନିରୂପିତ ହୋଇ ତୁମ୍ଭମାନଙ୍କ ନିମନ୍ତେ ଶେଷକାଳରେ ପ୍ରକାଶିତ ହୋଇଅଛନ୍ତି;

Gade chapit la Kopi

ଓଡିଆ ବାଇବେଲ

20 ସେ ଜଗତର ପତ୍ତନ ପୂର୍ବରୁ ନିରୁପିତ ହୋଇ ତୁମ୍ଭମାନଙ୍କ ନିମନ୍ତେ ଶେଷକାଳରେ ପ୍ରକାଶିତ ହୋଇଅଛନ୍ତି;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

20 ସେ ଜଗତର ପତ୍ତନ ପୂର୍ବରୁ ନିରୂପିତ ହୋଇ ତୁମ୍ଭମାନଙ୍କ ନିମନ୍ତେ ଏହି ଶେଷକାଳରେ ପ୍ରକାଶିତ ହୋଇଅଛନ୍ତି;

Gade chapit la Kopi

ପବିତ୍ର ବାଇବଲ

20 ଜଗତ ଆରମ୍ଭ ହେବା ପୂର୍ବରୁ ଖ୍ରୀଷ୍ଟ ମନୋନୀତ ହୋଇଥିଲେ। କିନ୍ତୁ ଏହି ଶେଷ ସମୟରେ ତୁମ୍ଭ ନିମନ୍ତେ ସେ ଜଗତରେ ପ୍ରକାଶିତ ହେଲେ।

Gade chapit la Kopi




୧ ପିତର 1:20
27 Referans Kwoze  

ପୃଥିବୀର ସୃଷ୍ଟି ପୂର୍ବରୁ ଈଶ୍ୱର ଆମ୍ଭମାନଙ୍କୁ ମନୋନୀତ କରିଛନ୍ତି। ପୁଣି ତାଙ୍କ ସମ୍ମୁଖରେ ଆମେ ପବିତ୍ର ଓ ନିର୍ଦ୍ଦୋଷ ହେବା ପାଇଁ ଏବେ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇଛୁ।


ତାହାହେଲେ, ତାଙ୍କୁ ଜଗତର ସୃଷ୍ଟି ସମୟରୁ ବହୁବାର ଦୁଃଖଭୋଗ କରିବାକୁ ପଡ଼ି ଥାଆନ୍ତି। ବରଞ୍ଚ ସେ ଯୁଗାନ୍ତ ସମୟରେ ନିଜକୁ ବଳି ରୂପେ ଉତ୍ସର୍ଗ କରିବା ଦ୍ୱାରା କାଳ କାଳକୁ ପାପର ଶକ୍ତି ଲୋପ କରିବା ପାଇଁ ଆସିଥିଲେ।


ପୃଥିବୀର ସୃଷ୍ଟି ପୂର୍ବରୁ ଯେଉଁମାନଙ୍କ ନାମ ବଧ ହୋଇଥିବା ମେଷଶାବକଙ୍କ ଜୀବନ ପୁସ୍ତକରେ ଲେଖାଯାଇଥିଲା, ସେମାନଙ୍କ ବ୍ୟତୀତ ପୃଥିବୀର ଅନ୍ୟ ସମସ୍ତେ ସେହି ପଶୁର ପୂଜା କରିବେ।


କିନ୍ତୁ ଏହି ଶେଷ କାଳରେ ସେ ଆପଣା ପୁତ୍ରଙ୍କ ଦ୍ୱାରା ଆମ ସଙ୍ଗେ କଥା କହିଛନ୍ତି। ସେହି ପୁତ୍ରଙ୍କ ଦ୍ୱାରା ହିଁ ଈଶ୍ବର ବିଶ୍ୱଜଗତ ସୃଷ୍ଟି କଲେ ଏବଂ ଶେଷରେ ସମସ୍ତ ବିଷୟରେ ଅଧିକାରୀ ହେବାକୁ ସେ ତାଙ୍କୁ ମନୋନୀତ କରିଛନ୍ତି।


ସେହି ସୁସମାଚାର ଏକ ନିଗୂଢ଼ ତତ୍ତ୍ୱ। ଯୁଗ ଯୁଗ ଧରି ଈଶ୍ୱର ସମସ୍ତଙ୍କଠାରୁ ଏହା ଗୁପ୍ତ ରଖିଥିଲେ, କିନ୍ତୁ ବର୍ତ୍ତମାନ ତାଙ୍କର ଲୋକମାନଙ୍କ ନିକଟରେ ପ୍ରକାଶ କରିଛନ୍ତି।


ଈଶ୍ୱର ତାଙ୍କର ଅନନ୍ତକାଳୀନ ଉଦ୍ଦେଶ୍ୟ ଅନୁଯାୟୀ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ଏହା ସାଧନ କରିଛନ୍ତି।


ଈଶ୍ୱରଙ୍କର ସେହି ଗୁପ୍ତ ଯୋଜନା କିପରି କାର୍ଯ୍ୟକାରୀ ହୋଇ ପାରିବ, ତାହା ସମସ୍ତଙ୍କୁ ଅବଗତ କରାଇବାର ସୌଭାଗ୍ୟ ମୁଁ ଲାଭ କରିଛି। ସମସ୍ତ ବିଷୟର ସୃଷ୍ଟିକର୍ତ୍ତା ଈଶ୍ୱର ଅତୀତରେ ସବୁ ଯୁଗରେ ତାଙ୍କର ନିଗୂଢ଼ ତତ୍ତ୍ୱକୁ ଗୁପ୍ତ ରଖିଥିଲେ,


ଶେଷରେ ଯେତେବେଳେ ଉପଯୁକ୍ତ ସମୟ ଆସିଲା, ଈଶ୍ୱର ତାଙ୍କ ନିଜ ପୁତ୍ରଙ୍କୁ ପ୍ରେରଣ କଲେ। ଜଣେ ସାଧାରଣ ସ୍ତ୍ରୀ ଗର୍ଭରୁ ସେ ଜାତ ହୋଇ ଇହୁଦୀୟ ବ୍ୟବସ୍ଥାର ଅଧୀନରେ ଜୀବନ ଯାପନ କଲେ।


ଜୀବନପ୍ରଦାୟୀ ସେହି ବାକ୍ୟ ଯେତେବେଳେ ଦୃଶ୍ୟମାନ ହେଲେ, ଆମେ ତାହାଙ୍କୁ ଦେଖିଲୁ; ତେଣୁ ତାଙ୍କ ବିଷୟରେ ଆମେ ଏହି କଥା ସାକ୍ଷ୍ୟ ଦେଇ ଘୋଷଣା କରୁଛୁ ଯେ, ଅନନ୍ତଜୀବନ ରୂପେ ସେ ପିତା ଈଶ୍ୱରଙତ୍ ସହିତ ସଦା ବିଦ୍ୟମାନ ଥିଲେ- ଏବଂ ସେ ଆମେ ନିକଟରେ ପ୍ରକାଶିତ ହୋଇଇଛନ୍ତି।


ସେହି ପରିକଳ୍ପନା ଅନୁଯାୟୀ ସ୍ୱର୍ଗ ଓ ପୃଥିବୀର ସମସ୍ତ ସୃଷ୍ଟ ବିଷୟ ଏକ ହେବ ଓ ଖ୍ରୀଷ୍ଟଙ୍କ ସେ ସବୁର ମସ୍ତକ ସ୍ୱରୂପ ରହିବେ। ଏହି ପରିକଳ୍ପନା ଈଶ୍ୱର ଉପଯୁକ୍ତ ସମୟରେ ସମ୍ପୂର୍ଣ୍ଣ କରିବେ।


ଈଶ୍ୱର ଯୀଶୁଙ୍କୁ ଦାନ କଲେ, ଯେପରି ତାଙ୍କ ମୃତ୍ୟୁ, ତାଙ୍କଠାରେ ବିଶ୍ୱାସ କରୁଥିବା ଲୋକମାନଙ୍କର ପାପ କ୍ଷମାର ଉପାୟ ହେବ। ଈଶ୍ୱର ସହିଷ୍ଣୁ ହୋଇ ଲୋକମାନଙ୍କ ପୂର୍ବକୃତ ପାପ ଧରି ନାହାନ୍ତି।


ଆମ୍ଭମାନଙ୍କର ପାପ ମୋଚନ ପାଇଁ ନ ଥିଲା।


ତା’ପରେ ତାଙ୍କର ଦକ୍ଷିଣରେ ଥିବା ଲୋକମାନଙ୍କୁ ରାଜା କହିବେ, ‘ଆସ, ତୁମ୍ଭମାନଙ୍କୁ ମୋ’ ପିତା ଆଶୀର୍ବାଦ କରିଛନ୍ତି। ସୃଷ୍ଟିର ଆରମ୍ଭରୁ ଯେଉଁ ରାଜ୍ୟ ତୁମ୍ଭମାନଙ୍କ ପାଇଁ ପ୍ରସ୍ତୁତ ହୋଇ ରହିଛି, ତାହାକୁ ଅଧିକାର କର।


ଈଶ୍ୱର ତାଙ୍କର ଯୋଜନା ଅନୁଯାୟୀ ଯୀଶୁଙ୍କୁ ତୁମ ହସ୍ତରେ ସମର୍ପଣ କରିବାକୁ ସ୍ଥିର କରିଥିଲେ। ପୁଣି ତୁମେ ତାଙ୍କୁ ଦୁଷ୍ଟମାନଙ୍କ ଦ୍ୱାରା କ୍ରୁଶବିଦ୍ଧ କରି ହତ୍ୟା କରିଥିଲ।


ଯେଉଁମାନଙ୍କୁ ଈଶ୍ୱର ମନୋନୀତ କରିଛନ୍ତି, ସେମାନଙ୍କୁ ତାଙ୍କ ପୁତ୍ରଙ୍କ ଅନୁରୂପ ହେବା ପାଇଁ ଆଗରୁ ନିରୂପଣ କରିଛନ୍ତି ତାହାହେଲେ, ଈଶ୍ୱରଙ୍କ ପୁତ୍ର ସେମାନଙ୍କର ଅଗ୍ରଜ ହେବେ।


ଆମ ଧର୍ମବିଶ୍ୱାସର ଏହି ମହାରହସ୍ୟ କେହି ଅସ୍ୱୀକାର କରିପାରିବେ ନାହିଁ: ମାନବ ଦେହ ଧରି ସେ ଅବତୀର୍ଣ୍ଣ ହେଲେ, ସ୍ୱର୍ଗଦୂତମାନଙ୍କ ସାକ୍ଷାତରେ ପରମାତ୍ମାଙ୍କ ସମର୍ଥନ ଲାଭ କଲେ, ସମସ୍ତ ଜାତିମାନଙ୍କ ମଧ୍ୟରେ ତାଙ୍କ ବାର୍ତ୍ତା ପ୍ରଚାରିତ ହେଲା, ପୃଥିବୀର ସର୍ବତ୍ର ସେ ବିଶ୍ୱାସଭାଜନ ହୋଇ ସଗୌରବେ ସ୍ୱର୍ଗକୁ ଉତ୍ଥାପିତ ହେଲେ।


ସେ ଯେଉଁମାନଙ୍କୁ ସନ୍ତାନ ବୋଲି ସମ୍ବାଧନ କରିଛନ୍ତି, ସେମାନେ ରକ୍ତମାଂସ ଶରୀରବିଶିଷ୍ଟ ମନୁଷ୍ୟ ହୋଇଥିବାରୁ ଯୀଶୁ ମଧ୍ୟ ନିଜେ ସେମାନଙ୍କ ପରି ମାନବୀୟ ରୂପ ଓ ସ୍ୱଭାବ ଧାରଣ କଲେ। ସେ ଏହା କରିବାର ଉଦ୍ଦେଶ୍ୟ ହେଉଛି, ସେ ଯେପରି ଆପଣାର ମୃତ୍ୟୁ ଦ୍ୱାରା ଶୟତାନକୁ ବିାନଶ କରିବେ, କାରଣ ମୃତ୍ୟୁ ଉପରେ ଶୟତାନର କତ୍ତ୍ୱର୍ତ୍ୱ ଥଲା।


ତୁମ୍ଭେମାନେ ଈଶ୍ୱରଙ୍କ ପରିକଳ୍ପନା ଅନୁସାରେ ମନୋନୀତ। ଯୀଶୁ ଖ୍ରୀଷ୍ଟଙ୍କ ଆଜ୍ଞା ପାଳନ କରି ତାଙ୍କ ରକ୍ତରେ ଶୁଚି ହେବା ପାଇଁ ତୁମ୍ଭେମାନେ ପରମାତ୍ମାଙ୍କ କର୍ତ୍ତୃକ ଏକ ପବିତ୍ର ଚାତି ହୋଇଅଛି। ଈଶ୍ୱରଙ୍କ ଅନୁଗ୍ରହ ଓ ଶାନ୍ତି ପୂର୍ଣ୍ଣମାତ୍ରାରେ ତୁମ୍ଭମାନଙ୍କର ହେଉ।


Swiv nou:

Piblisite


Piblisite