Biblia Todo Logo
Bib sou entènèt

- Piblisite -




୧ ପିତର 1:2 - ପବିତ୍ର ବାଇବଲ (CL) NT (BSI)

2 ତୁମ୍ଭେମାନେ ଈଶ୍ୱରଙ୍କ ପରିକଳ୍ପନା ଅନୁସାରେ ମନୋନୀତ। ଯୀଶୁ ଖ୍ରୀଷ୍ଟଙ୍କ ଆଜ୍ଞା ପାଳନ କରି ତାଙ୍କ ରକ୍ତରେ ଶୁଚି ହେବା ପାଇଁ ତୁମ୍ଭେମାନେ ପରମାତ୍ମାଙ୍କ କର୍ତ୍ତୃକ ଏକ ପବିତ୍ର ଚାତି ହୋଇଅଛି। ଈଶ୍ୱରଙ୍କ ଅନୁଗ୍ରହ ଓ ଶାନ୍ତି ପୂର୍ଣ୍ଣମାତ୍ରାରେ ତୁମ୍ଭମାନଙ୍କର ହେଉ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ପିତା ଈଶ୍ଵରଙ୍କ ପୂର୍ବ ଜ୍ଞାନାନୁସାରେ ଆତ୍ମାଙ୍କ ଦ୍ଵାରା ପବିତ୍ରୀକୃତ ହୋଇ ଆଜ୍ଞାବହ, ପୁଣି ଯୀଶୁ ଖ୍ରୀଷ୍ଟଙ୍କର ରକ୍ତରେ ସିଞ୍ଚିତ ହେବା ନିମନ୍ତେମେନୋନୀତ ହୋଇଅଛନ୍ତି, ସେମାନଙ୍କ ନିକଟକୁ ପତ୍ର ଲେଖୁଅଛି। ତୁମ୍ଭମାନଙ୍କ ପ୍ରତି ପ୍ରଚୁର ରୂପେ ଅନୁଗ୍ରହ ଓ ଶାନ୍ତି ହେଉ।

Gade chapit la Kopi

ଓଡିଆ ବାଇବେଲ

2 ପିତା ଈଶ୍ୱରଙ୍କ ପୂର୍ବ ଜ୍ଞାନାନୁସାରେ ଆତ୍ମାଙ୍କ ଦ୍ୱାରା ପବିତ୍ରୀକୃତ ହୋଇ ଆଜ୍ଞାବହ, ପୁଣି, ଯୀଶୁ ଖ୍ରୀଷ୍ଟଙ୍କର ରକ୍ତରେ ସିଞ୍ଚିତ ହେବା ନିମନ୍ତେ ମନୋନୀତ ହୋଇଅଛନ୍ତି, ସେମାନଙ୍କ ନିକଟକୁ ପତ୍ର ଲେଖୁଅଛି । ତୁମ୍ଭମାନଙ୍କ ପ୍ରତି ପ୍ରଚୁର ରୂପେ ଅନୁଗ୍ରହ ଓ ଶାନ୍ତି ହେଉ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ପିତା ଈଶ୍ବରଙ୍କ ପୂର୍ବ ଜ୍ଞାନାନୁସାରେ ଆତ୍ମାଙ୍କ ଦ୍ୱାରା ପବିତ୍ରୀକୃତ ହୋଇ ଆଜ୍ଞାବହ, ପୁଣି, ଯୀଶୁ ଖ୍ରୀଷ୍ଟଙ୍କର ରକ୍ତରେ ସିଞ୍ଚିତ ହେବା ନିମନ୍ତେ ମନୋନୀତ ହୋଇଅଛନ୍ତି, ସେମାନଙ୍କ ନିକଟକୁ ପତ୍ର ଲେଖୁଅଛି। ତୁମ୍ଭମାନଙ୍କ ପ୍ରତି ପ୍ରଚୁର ରୂପେ ଅନୁଗ୍ରହ ଓ ଶାନ୍ତି ହେଉ।

Gade chapit la Kopi

ପବିତ୍ର ବାଇବଲ

2 ପରମେଶ୍ୱର ଖୁବ୍ ଆଗରୁ ତାଙ୍କର ପବିତ୍ର ଲୋକ ହେବା ପାଇଁ ତୁମ୍ଭମାନଙ୍କୁ ମନୋନୀତ କରିବାକୁ ଯୋଜନା କରିଥିଲେ। ତୁମ୍ଭକୁ ପବିତ୍ର କରିବା ଆତ୍ମାଙ୍କର କାମ ଅଟେ। ଯୀଶୁ ଖ୍ରୀଷ୍ଟଙ୍କ ରକ୍ତ ଦ୍ୱାରା ପବିତ୍ର ହୋଇ ତୁମ୍ଭେ ଯେପରି ପରମେଶ୍ୱରଙ୍କ ଆଜ୍ଞା ପାଳନ କରିବ, ଏହା ସେ ଗ୍ଭହିଁଥିଲେ। ଈଶ୍ୱରଙ୍କ ଅନୁଗ୍ରହ ଓ ଶାନ୍ତି ଅଧିକରୁ ଅଧିକ ତୁମ୍ଭ ଉପରେ ବର୍ତ୍ତୁ।

Gade chapit la Kopi




୧ ପିତର 1:2
53 Referans Kwoze  

ତେଣୁ ହେ ଭାଇମାନେ, ତୁମ୍ଭମାନଙ୍କ ନିମନ୍ତେ ଈଶ୍ୱରଙ୍କୁ ସର୍ବଦା ଧନ୍ୟବାଦ ଦେବା ଉଚିତ୍। କାରଣ ପ୍ରଭୁ ତୁମ୍ଭମାନଙ୍କୁ ପ୍ରେମ କରନ୍ତି। ସତ୍ୟରେ ତୁମ୍ଭମାନଙ୍କର ବିଶ୍ୱାସ ଯୋଗୁଁ ଈଶ୍ୱର ତୁମକୁ ସର୍ବାଗ୍ରେ ମନୋନୀତ କରିଛନ୍ତି - ଯେପରି ପବିତ୍ର ଆତ୍ମାଙ୍କ ଶକ୍ତିରେ ତୁମ୍ଭେମାନେ ପରିତ୍ରାଣ ପାଇବ ଓ ଏକ ପବିତ୍ର ଗୋଷ୍ଠୀ ହେବ।


ବର୍ତ୍ତମାନ ତୁମ୍ଭେମାନେ ସତ୍ୟର ଅନୁଗାମୀ ହୋଇଥିବାରୁ ନିଜ ନିଜକୁ ଶୁଚି କରିଛ ଓ ବିଶ୍ୱାସୀ ଭାଇମାନଙ୍କୁ ପ୍ରେମ କରିବାକୁ ଇଚ୍ଛୁକ ଅଛ। ପରସ୍ପରକୁ ଆନ୍ତରିକତା ସହ ପ୍ରେମ କର।


ପୁଣି, ନୂତନ ଚୁକ୍ତିର ସ୍ଥାପୟିତା ଯୀଶୁଙ୍କ ନିକଟକୁ ଓ ଯାହାଙ୍କର ରକ୍ତ ହେବଲଙ୍କ ରକ୍ତ ଅପେକ୍ଷା ମହତ୍ତର ବିଷୟମାନ ପ୍ରଦାନ କରିବ ବୋଲି ଆଶା ସଞ୍ଚାର କରୁଛ, ସେହି ରକ୍ତ ନିକଟକୁ ଆସିଛ।


ଈଶ୍ୱର ଆଦ୍ୟରୁ ମନୋନୀତ କରିଥିବା ତାଙ୍କ ଲୋକମାନଙ୍କୁ କେବେହେଲେ ବର୍ଜ୍ଜନ କରିନାହାନ୍ତି। ତୁମ୍ଭେମାନେ ଶାସ୍ତ୍ରରେ ପାଠ କରିଛ, କିପରି ଏଲିୟ ଈଶ୍ୱରଙ୍କ ନିକଟରେ ଇଶ୍ରାଏଲୀୟମାନଙ୍କ ବିରୁଦ୍ଧରେ ଅଭିଯୋଗ କରି କହିଥିଲେ:


ଈଶ୍ୱର ଓ ଆମ ପ୍ରଭୁ ଖ୍ରୀଷ୍ଟଙ୍କ ସମ୍ପର୍କରେ ତୁମ୍ଭମାନଙ୍କର ଜ୍ଞାନ ଦ୍ୱାରା, ପୁର୍ଣ୍ଣମାତଆରେ ତୁମ୍ଭମାନଙ୍କର ଅନୁଗ୍ରହ ଓ ଶାନ୍ତି ହେଉ।


ଈଶ୍ୱର ତାଙ୍କର ଯୋଜନା ଅନୁଯାୟୀ ଯୀଶୁଙ୍କୁ ତୁମ ହସ୍ତରେ ସମର୍ପଣ କରିବାକୁ ସ୍ଥିର କରିଥିଲେ। ପୁଣି ତୁମେ ତାଙ୍କୁ ଦୁଷ୍ଟମାନଙ୍କ ଦ୍ୱାରା କ୍ରୁଶବିଦ୍ଧ କରି ହତ୍ୟା କରିଥିଲ।


ସେହି ନିଗୂଢ଼ ସତ୍ୟସବୁ ଭାବବାଦୀମାନଙ୍କର ଶାସ୍ତ୍ରରେ ପ୍ରକଟିତ ହୋଇଛି ଏବଂ ତାହା ଏବେ ଅନାଦି ଅନନ୍ତ ପ୍ରଭୁ ଈଶ୍ୱରଙ୍କ ଦ୍ୱାରା ସମସ୍ତ ଜାତି ମଧ୍ୟରେ ପ୍ରଚାରିତ ହେଉଛି। ଏହା ଦ୍ୱାରା ସମସ୍ତେ ବିଶ୍ୱାସ କରି ଈଶ୍ୱରଙ୍କ ଆଜ୍ଞାବହ ହୋଇ ପାରିବେ।


ଈଶ୍ୱରଙ୍କ ମନୋନୀତ ଲୋକମାନେ ଖ୍ରୀଷ୍ଟ ଯୀଶୁଙ୍କଠାରୁ ପ୍ରାପ୍ତ ପରିତ୍ରାଣ ଓ ଶାଶ୍ୱତ ଗୌରବ ଲାଭ କରନ୍ତୁ, ଏହି ଉଦ୍ଦେଶ୍ୟରେ ମୁଁ ସମସ୍ତ ନିର୍ଯ୍ୟାତନା ସହ୍ୟ କରୁଛି।


ତୁମ୍ଭମାନଙ୍କ ମଧ୍ୟରୁ କେହି କେହି ସେ ପ୍ରକାର ଥିଲ। କିନ୍ତୁ ବର୍ତ୍ତମାନ ତୁମ୍ଭେମାନେ ପାପରୁ ପରିଷ୍କୃତ ହୋଇ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗିତ। ପୁଣି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଓ ପବିତ୍ରଆତ୍ମାଙ୍କ ଦ୍ୱାରା ତୁମ୍ଭେମାନେ ଧାର୍ମିକରୂପେ ପରିଗଣିତ ହୋଇଅଛ।


ତାଙ୍କର ମନୋନୀତ ଲୋକମାନଙ୍କୁ ଜଗତର ଏକ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତ ଯାଏ ଖୋଜି ସଂଗ୍ରହ କରିବା ପାଇଁ ସେ ତାଙ୍କ ସ୍ୱର୍ଗଦୂତମାନଙ୍କୁ ଚତୁର୍ଦ୍ଦିଗ ପଠାଇବେ।


କିନ୍ତୁ ପ୍ରଭୁ ସେହି ଦୁର୍ଦ୍ଦିନର ସମୟକୁ ହ୍ରାସ କରି ଦେଇଛନ୍ତି। ତା’ ନ ହୋଇଥିଲେ, ସେଥିରୁ କେହି ରକ୍ଷା ପାଇ ପାରିବେ ନାହିଁ। ତାଙ୍କର ମନୋନୀତ ଲୋକମାନଙ୍କ ଲାଗି ସେହି ସମୟକୁ ସୀମିତ କରିଛନ୍ତି।


ଅତଏବ ଆସ, ଆମ୍ଭେମାନେ ଶୁଦ୍ଧ ଅନ୍ତଃକରଣ ଓ ଦୃଢ଼ ବିଶ୍ୱାସ ସହହ ଈଶ୍ୱରଙ୍କ ନିକଟକୁ ଯିବା; କାରଣ ଆମ୍ଭୋନେ ଏବେ କଳୁଷିତ ବିବେକରୁ ଶୁଚି ହୋଇଛୁ ଓ ଆମ ଶରୀର ନିର୍ମଳ ଜଳରେ ଧୌତ ହୋଇଛି


ସୁସମାଚାର ପ୍ରତି ତୁମ୍ଭମାନଙ୍କର ବିଶ୍ୱସ୍ତତା ସମସ୍ତେ ଶୁଣିଛନ୍ତି, ଏଥିପାଇଁ ମୁଁ ଆନନ୍ଦିତ। ମୁଁ ଚାହେଁ, ତୁମ୍ଭେମାନେ ସତ୍ ବିଷୟରେ ଜ୍ଞାନବାନ ହୁଅ ଓ ଅସତ୍ ବିଷୟରେ ଲିପ୍ତ ହୁଅ ନାହିଁ।


ଈଶ୍ୱରଙ୍କ ମନୋନୀତ ଲୋକମାନଙ୍କ ବିରୁଦ୍ଧରେ କିଏ ଅଭିଯୋଗ କରିପାରିବ? ସେମାନଙ୍କୁ ନିର୍ଦ୍ଦୋଷ ବୋଲି ସ୍ୱୟଂ ଈଶ୍ୱର ଘୋଷଣା କରିଛନ୍ତି।


ଯେଉଁମାନେ ସବୁବେଳେ ସାହାଯ୍ୟ ପାଇଁ ଈଶ୍ୱରଙ୍କଠାରେ ପ୍ରାର୍ଥନା ନିବେଦନ କରନ୍ତି, ଈଶ୍ୱର ତାଙ୍କର ସେହି ନିଜ ଲୋକମାନଙ୍କ ସପକ୍ଷରେ କ’ଣ ବିଚାର କରିବେ ନାହିଁ?


କାରଣ ନିଜକୁ ମସୀହ ବା ଭାବବାଦୀ ବୋଲାଉଥିବା ପ୍ରଚାରକମାନେ ସେତେବେଳେ ଦେଖାଦେବେ। ସେମାନେ ଅଲୌକିକ ଓ ବିସ୍ମୟଜନକ କାର୍ଯ୍ୟ ଦେଖାଇ ଈଶ୍ୱରଙ୍କ ମନୋନୀତ ଲୋକମାନଙ୍କୁ ଭଣ୍ଡାଇବେ।


କିନ୍ତୁ ଏହି ଦୁଃଖର ସମୟକୁ ଈଶ୍ୱର ହ୍ରାସ କରି ଦେଇଛନ୍ତି। ତା’ ନ ହୋଇଥିଲେ, ଆଉ କେହି ବଞ୍ଚି ରହନ୍ତା ନାହିଁ। କିନ୍ତୁ ତାଙ୍କ ମନୋନୀତ ଲୋକମାନଙ୍କୁ ବଞ୍ଚାଇବା ପାଇଁ ଈଶ୍ୱର ସେହି ସମୟକୁ କମ୍ କରି ଦେଇଛନ୍ତି।


ତୁମ୍ଭେମାନେ ଏକ ମନୋନୀତ ବଂଶ, ରାଜକୀୟ ଯାଜକବର୍ଗ, ଏକ ପବିତ୍ର ଜାତି ଓ ଈଶ୍ୱରଙ୍କ ଆପଣାର ଲୋକ ହୋଇଅଛ। ଈଶ୍ୱର ତୁମ୍ଭମାନଙ୍କୁ ଅନ୍ଧକାର ମଧ୍ୟରୁ ତାଙ୍କର ଅପୂର୍ବ ଆଲୋକକୁ ଆହ୍ୱାନ କରିଛନ୍ତି। ତୁମ୍ଭେମାନ ତାଙ୍କର ବିସ୍ମୟକର କାର୍ଯ୍ୟସବୁ ଘୋଷଣା କରିବା ପାଇଁ ମନୋନୀତ।


ବିଶ୍ୱାସରେ ସେ ନିସ୍ତାର ପର୍ବ ପ୍ରତିଷ୍ଠା କରିଥିଲେ ଏବଂ ସଂହାରକ ଦୂତ ଯେପରି ଇଶ୍ରାଏଲ ଲୋକମାନଙ୍କର ଜ୍ୟେଷ୍ଠପୁତ୍ରମାନଙ୍କୁ ବଧ ନ କରନ୍ତି, ଏଥିପାଇଁ ଦ୍ୱାରରେ ରକ୍ତ ଛିଟା ଦେବାକୁ ଆଦେଶ ଦେଇଥିଲେ।


କାରଣ ଖ୍ରୀଷ୍ଟ ଯୀଶୁଙ୍କ ଦାସ ରୂପେ ଅଣଇହୁଦୀମାନଙ୍କ ନିମନ୍ତେ କାର୍ଯ୍ୟ କରିବା ପାଇଁ ଈଶ୍ୱର ମୋତେ ସୁଯୋଗ ଦେଇଛନ୍ତି। ଈଶ୍ୱରଙ୍କ ଶୁଭବାର୍ତ୍ତା ପ୍ରଚାର କରିବା ନିମନ୍ତେ ମୁଁ ଜଣେ ଧର୍ମଗୁରୁ ରୂପେ କାର୍ଯ୍ୟ କରୁଛି। ଅଣଇହୁଦୀମାନେ ପବିତ୍ରଆତ୍ମାଙ୍କ ଦ୍ୱାରା ଉତ୍ସର୍ଗିତ ନୈବେଦ୍ୟ ରୂପେ ଈଶ୍ୱରଙ୍କ ନିକଟରେ ଗ୍ରହଣୀୟ ହୁଅନ୍ତୁ, ଏହା ମୋର ଉଦ୍ଦେଶ୍ୟ।


କିନ୍ତୁ ଯଦି ପବିତ୍ରଆତ୍ମାଙ୍କ ସାହାଯ୍ୟରେ ନିଜ ପାପ ପ୍ରବୃତ୍ତିକୁ ବିନଷ୍ଟ କରି ଆଉ ପାପ କାର୍ଯ୍ୟ ନ କର, ତେବେ ତୁମେ ବଞ୍ଚିବ।


ସୁତରାଂ ରୋମର ଯେଉଁମାନଙ୍କୁ ଈଶ୍ୱର ପ୍ରେମ କରନ୍ତି ଓ ତାଙ୍କ ନିଜ ଲୋକ ହେବା ପାଇଁ ଆହ୍ୱାନ କରିଛନ୍ତି, ସେ ସମସ୍ତଙ୍କୁ ମୁଁ ଏ ପତ୍ର ଲେଖୁଛି। ଆମ୍ଭମାନଙ୍କ ପିତା ଈଶ୍ୱର ଓ ପ୍ରଭୁ ଯୀଶୁଖ୍ରୀଷ୍ଟ ତୁମ୍ଭମାନଙ୍କୁ ଅନୁଗ୍ରହ ଓ ଶାନ୍ତି ପ୍ରଦାନ କରନ୍ତୁ।


ଖ୍ରୀଷ୍ଟଙ୍କ ଲାଗି ଈଶ୍ୱର ମୋତେ ପ୍ରେରିତ ଶିଷ୍ୟରୂପେ ମନୋନୀତ କରି ସବୁ ଜାତିର ଲୋକମାନଙ୍କ ନିକଟରେ ପ୍ରଚାର କରିବାକୁ ସୁଯୋଗ ଦେଇଛନ୍ତି - ଯେପରି ସେମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ କରି ତାଙ୍କର ଆଜ୍ଞାବହ ହେବେ।


ପ୍ରଭୁ ଏହି କଥା କହିଛନ୍ତି, ବହୁ ପୂର୍ବେ ଏହି କଥା ସେ ପ୍ରକାଶ କରିଥିଲେ’।”


ଦୟା, ଶାନ୍ତି ଓ ପୂର୍ଣ୍ଣମାତ୍ରାରେ ତୁମ୍ଭମାନଙ୍କର ସହବର୍ତ୍ତୀ ହେଉ।


ଏହିପରି ସିଦ୍ଧ ହୋଇ ସେ ତାଙ୍କ ଆଜ୍ଞାପାଳନକାରୀମାନଙ୍କ ନିମନ୍ତେ ତିର ପରିତ୍ରାଣର ଉତ୍ସହେଲେ।


ତୁମ୍ଭେମାନେ ଈଶ୍ୱରଙ୍କ ଲୋକ। ସେ ତୁମ୍ଭମାନଙ୍କୁ ପ୍ରେମ କରି ନିଜ ପାଇଁ ମନୋନୀତ କରିଛନ୍ତି। ତେଣୁ ତୁମ୍ଭେମାନେ ଅନୁକମ୍ପା, ଦୟା, ନମ୍ରତା, ସୁଶୀଳତା ଓ ଧୈର୍ଯ୍ୟରୂପ ବସ୍ତ୍ର ପରିଧାନ କର।


ଈଶ୍ୱରଙ୍କ ଜ୍ଞାନର ପ୍ରତିରୋଧ କରୁଥିବା ସମସ୍ତ ପ୍ରତିବନ୍ଧକକୁ ଆମେ ଉତ୍ପାଟିତ କରୁ ଏବଂ ମନୁଷୃର ପ୍ରତ୍ୟକ ଚିନ୍ତା ଆୟର କରି ଖ୍ରୀଷ୍ଟଙ୍କ ବଶୀଭୂତ କରୁ।


ତୁମ୍ଭମାନଙ୍କ ମଙ୍ଗଳାର୍ଥେ ଇହୁଦୀମାନେ ସୁସମାଚାରକୁ ପ୍ରତ୍ୟାଖ୍ୟାନ କରି ଈଶ୍ୱରଙ୍କ ଶତ୍ରୁ ହୋଇଛନ୍ତି। କିନ୍ତୁ ଈଶ୍ୱରଙ୍କ ଦ୍ୱାରା ମନୋନୀତ ହେବା ଦ୍ୱାରା ଓ ସେମାନଙ୍କ ପୂର୍ବପୁରୁଷମାନଙ୍କ ଯୋଗୁଁ ସେମାନେ ଈଶ୍ୱରଙ୍କ ମିତ୍ର ହୋଇ ରହିଛନ୍ତି।


“ବର୍ତ୍ତମାନ ମୁଁ ତୁମ୍ଭମାନଙ୍କୁ ଈଶ୍ୱରଙ୍କ ହାତରେ ଓ ତାଙ୍କ ଅନୁଗ୍ରହପୂର୍ଣ୍ଣ ବାକ୍ୟ ନିକଟରେ ସମର୍ପଣ କରୁଛି; ସେହି ବାକ୍ୟ ତୁମ୍ଭମାନଙ୍କୁ ବଳିଷ୍ଠ କରିବା ପାଇଁ ଓ ଈଶ୍ୱରଙ୍କ ଲୋକମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ସମସ୍ତ ଆଶୀର୍ବାଦ ତୁମକୁ ଦେବା ପାଇଁ ସମର୍ଥ।


ଈଶ୍ୱରଙ୍କ ଦାସ ଓ ଯୀଶୁ ଖ୍ରୀଷ୍ଟଙ୍କ ପ୍ରେରିତ ଶିଷ୍ୟ ପାଉଲଙ୍କ ପତ୍ର। ଈଶ୍ୱରଙ୍କ ମନୋନୀତ ଲୋକମାନଙ୍କ ବିଶ୍ୱାସକୁ ବଳିଷ୍ଠ କରିବା ପାଇଁ ଏବଂ ଅନନ୍ତ ଜୀବନ ପ୍ରାପ୍ତିର ଆଶା ଉପରେ ଆଧାରିତ ଆମ ଧର୍ମବିଶ୍ୱାସର ସତ୍ୟ ପ୍ରତି ସେମାନଙ୍କୁ ସଚେତନ କରାଇବା ପାଇଁ ମୁଁ ପ୍ରେରିତ ହୋଇଛି।


କିନ୍ତୁ ଈଶ୍ୱର ତୁମ୍ଭମାନଙ୍କୁ ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ କରିଛନ୍ତି ଓ ସେହି ଖ୍ରୀଷ୍ଟଙ୍କୁ ହିଁ ଆମ୍ଭମାନଙ୍କ ଜ୍ଞାନ ସ୍ୱରୂପ କରିଛନ୍ତି। ତାଙ୍କ ଦ୍ୱାରା ଈଶ୍ୱରଙ୍କ ସହିତ ଆମର ଯଥାର୍ଥ ସମ୍ପର୍କ ପୁନଃପ୍ରତିଷ୍ଠିତ ହୋଇଛି, ଆମେ ଧାର୍ମିକ ଓ ପବିତ୍ର ଲୋକ ହୋଇ ମୁକ୍ତି ପାଇଛୁ।


ଶଠ ମସୀହ ଓ ଶଠ ଭାବବାଦୀମାନେ ଦେଖାଦେବେ। ସମ୍ଭବ ହେଲେ ଈଶ୍ୱରଙ୍କ ମନୋନୀତ ଲୋକମାନଙ୍କୁ ମଧ୍ୟ ଠକିବା ପାଇଁ ସେମାନେ ଅଲୌକିକ କାର୍ଯ୍ୟ କରିବେ ଓ ଅଦ୍ଭୁତ ସଙ୍କେତ ସବୁ ଦେଖାଇବେ।


ତୂରୀନାଦ ହେବ ଓ ପୃଥିବୀରେ ଗୋଟିଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତଯାଏ ତାଙ୍କର ମନୋନୀତ ଲୋକମାନଙ୍କୁ ସଂଗ୍ରହ କରି ଆଣିବା ପାଇଁ ମନୁଷ୍ୟପୁତ୍ର ତାଙ୍କ ଦୂତମାନଙ୍କୁ ପଠାଇବେ।


ତୁମ୍ଭମାନଙ୍କ ପ୍ରିୟ ଭଗିନୀର ପିଲାମାନେ ତୁମ୍ଭମାନଙ୍କୁ ନମସ୍କାର ଜଣାଉ ଅଛନ୍ତି।


ଜଣେ ବୟୋଜ୍ୟେଷ୍କଙ୍କଠାରୁ- ମନୋନୀତା ଭଦ୍ରମହିଳା ଓ ତାଙ୍କର ସନ୍ତାନମାନଙ୍କ ନିକଟକୁ ଏହି ପତ୍ର ଲେଖୁଛି। ତୁମ୍ଭମାନଙ୍କୁ ମୋର ସ୍ନେହ ଜଣାଉ ଅଛି। କେବଳ ମୁଁ କାହିଁକି, ଯେଉଁମାନେ ସତ୍ୟର ସନ୍ଧାନ ପାଇଛନ୍ତି, ସମସ୍ତେ ତୁମ୍ଭମାନଙ୍କୁ ସ୍ନେହ କରନ୍ତି।


ଈଶ୍ୱରଙ୍କ ଆଜ୍ଞାବହ ହୁଅ। ଅଜ୍ଞତାବଶତଃ ପୂର୍ବେ ଯେଉଁ କୁଅଭିଳାଷଗୁଡ଼ିକର ବଶବର୍ତ୍ତୀ ହୋଇଥିଲ, ସେସବୁ ଦ୍ୱାରା ତୁମ ଜୀବନ ଆଉ ନିୟତ୍ରିତ ନ ହେଉ।


କିନ୍ତୁ ତାହା ନିର୍ଦ୍ଦୋଷ, ନିଷ୍ଳକଙ୍କ ମେଷଶାବକ ତୁଲ୍ୟ ଖ୍ରୀଷ୍ଟଙ୍କ ଆତ୍ମବଳିର ଅମୂଲ୍ୟ ରକ୍ତ।


ସେ ଜଗତର ସୃଷ୍ଟି ପୂର୍ବରୁ ଈଶ୍ୱରଙ୍କ ଦ୍ୱାରା ମନୋନୀତ ହୋଇଥିଲେ ଏବଂ ତୁମ୍ଭମାନଙ୍କ ନିମନ୍ତେ ଏହି ଅନ୍ତିମ କାଳରେ ପ୍ରକାଶିତ ହୋଇଛନ୍ତି।


Swiv nou:

Piblisite


Piblisite