Biblia Todo Logo
Bib sou entènèt

- Piblisite -




୧ ପିତର 1:15 - ପବିତ୍ର ବାଇବଲ (CL) NT (BSI)

15 କିନ୍ତୁ ତୁମ ଆହ୍ୱାନକାରୀ ଈଶ୍ୱର ଯେପରି ପବିତ୍ର, ତୁମ୍ଭେମାନେ ନିଜ ନିଜ ଆଚରଣରେ ସେପରି ପବିତ୍ର ହୁଅ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

15 ମାତ୍ର ତୁମ୍ଭମାନଙ୍କର ଆହ୍ଵାନକର୍ତ୍ତା ଯେପରି ପବିତ୍ର, ତୁମ୍ଭେମାନେ ମଧ୍ୟ ଆଜ୍ଞାବହ ସନ୍ତାନମାନଙ୍କ ପରି ସମସ୍ତ ଆଚରଣରେ ସେହିପରି ପବିତ୍ର ହୁଅ।

Gade chapit la Kopi

ଓଡିଆ ବାଇବେଲ

15 ମାତ୍ର ତୁମ୍ଭମାନଙ୍କର ଆହ୍ୱାନକର୍ତ୍ତା ଯେପରି ପବିତ୍ର, ତୁମ୍ଭେମାନେ ମଧ୍ୟ ଆଜ୍ଞାବହ ସନ୍ତାନମାନଙ୍କ ପରି ସମସ୍ତ ଆଚରଣରେ ସେହିପରି ପବିତ୍ର ହୁଅ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

15 ମାତ୍ର ତୁମ୍ଭମାନଙ୍କର ଆହ୍ୱାନକର୍ତ୍ତା ଯେପରି ପବିତ୍ର, ତୁମ୍ଭେମାନେ ମଧ୍ୟ ଆଜ୍ଞାବହ ସନ୍ତାନମାନଙ୍କ ପରି ସମସ୍ତ ଆଚରଣରେ ସେହିପରି ପବିତ୍ର ହୁଅ।

Gade chapit la Kopi

ପବିତ୍ର ବାଇବଲ

15 ନିଜେ କରୁଥିବା ସମସ୍ତ କାମରେ, ପରମେଶ୍ୱର ଯେପରି ପବିତ୍ର, ସେହିପରି ପବିତ୍ର ହୁଅ। ପରମେଶ୍ୱର ହିଁ ତୁମ୍ଭକୁ ଆହ୍ୱାନ କରିଥିଲେ।

Gade chapit la Kopi




୧ ପିତର 1:15
32 Referans Kwoze  

ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ଯେପରି ସିଦ୍ଧ, ତୁମ୍ଭେମାନେ ସେହିପରି ସିଦ୍ଧ ହେବା ଉଚିତ୍।


ବନ୍ଧୁଗଣ, ଏହିସବୁ ପ୍ରତିଶ୍ରୁତି ଆମ୍ଭେମାନେ ଈଶ୍ୱରଙ୍କଠାରୁ ପାିଛୁ। ତେଣୁ ଆସ, ଶରୀର ଆତ୍ମାକୁ ଅଶୁଚି କରୁଥିବା ସବୁ ବିଷୟରୁ ନିଜ ନିଜର ପରିଷ୍ମୃତି କରିବା। ପୁଣି ଈଶ୍ୱରଙ୍କୁ ଭୟ କରି ସମ୍ପୂର୍ଣ୍ଣ ପବିତ୍ରଭାବେ ବାସ କରିବା।


ସମସ୍ତଙ୍କ ସହ ଶାନ୍ତିରେ ବାସ କରିବାକୁ ଓ ପବିତ୍ର ଜୀବନ ଯାପନ କରିବାକୁ ଉଦ୍ୟମ କର; କାରଣ ତାହା ବ୍ୟତୀତ କେହି ପ୍ରଭୁଙ୍କର ଦର୍ଶନ ଲାଭ କରିବ ନାହିଁ।


ତୁମ୍ଭମାନଙ୍କ ମଧ୍ୟରେ କେହି କ’ଣ ଜ୍ଞାନୀ ଓ ବିଦ୍ଧିମାନ? ସେ ବିଜ୍ଞାତା ଓ ନିମ୍ରତା ସହିତ ସତ୍କର୍ମ କରି ତା’ ଜୀବନରେ ଏହାର ପ୍ରମାଣ ଦେଉ।


ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ଏହି ଆଶା ପୋଷଣ କରିଛନ୍ତି, ସେମାନେ ଖ୍ରୀଷ୍ଟଙ୍କ ପରି ନିଜକୁ ପବିତ୍ର କରି ରଖିବେ।


ବିଜାତୀୟମାନଙ୍କ ମଧ୍ୟରେ ତୁମ୍ଭମାନଙ୍କର ସଦାଚରଣ ପ୍ରକାଶ ପାଉ; ତାହାହେଲେ, ସେମାନେ ତୁମ୍ଭମାନଙ୍କୁ ଦୁଷ୍କର୍ମକାରୀ ବୋଲି ଅପବାଦ ଦେଉଥିଲେ ମଧ୍ୟ, ତୁମ୍ଭମାନଙ୍କୁ ସତ୍କର୍ମ ଦେଖି ଖ୍ରୀଷ୍ଟଙ୍କ ଆଗମନ ଦିନରେ ଈଶ୍ୱରଙ୍କ ପ୍ରଶଂସା କରିବେ।


ମୁଁ ତୁମ୍ଭମାନଙ୍କୁ ଦେଖିପା ପାଇଁ ଯିବାକୁ ସମର୍ଥ ହୁଏ ଅବା ନ ହୁଏ, ବର୍ତ୍ତମାନ ପ୍ରଧାନ ବିଷୟ ହେଉଛି, ତୁମ୍ଭମାନଙ୍କର ଜୀବନ ପ୍ରଣାଳୀ ଯେପରି ଖ୍ରୀଷ୍ଟଙ୍କ ସୁସମାଚାରର ଅନୁରୂପ ହେବ - ମୁଁ ଯେପରି ଶୁଣିବି, ତୁମ୍ଭେମାନେ ଏକ ଉଦ୍ଦେଶ୍ୟ ନେଇ ଦୃଢ଼ ରୂପେ ଠିଆ ହୋଇଛ ଓ ଏକ ଆକାଂକ୍ଷା ନେଇ ସୁସମାଚାର ବିଶ୍ୱାସ ନିମନ୍ତେ ଏକକ ସଂଗ୍ରାମ କରୁଛ।


ତୁମ୍ଭେମାନେ ଏକ ମନୋନୀତ ବଂଶ, ରାଜକୀୟ ଯାଜକବର୍ଗ, ଏକ ପବିତ୍ର ଜାତି ଓ ଈଶ୍ୱରଙ୍କ ଆପଣାର ଲୋକ ହୋଇଅଛ। ଈଶ୍ୱର ତୁମ୍ଭମାନଙ୍କୁ ଅନ୍ଧକାର ମଧ୍ୟରୁ ତାଙ୍କର ଅପୂର୍ବ ଆଲୋକକୁ ଆହ୍ୱାନ କରିଛନ୍ତି। ତୁମ୍ଭେମାନ ତାଙ୍କର ବିସ୍ମୟକର କାର୍ଯ୍ୟସବୁ ଘୋଷଣା କରିବା ପାଇଁ ମନୋନୀତ।


ଧନ ଲାଳସାରୁ ନିବୃତ୍ତ ହୁଅଏବଂ ତୁମର ଯାହା ଅଛି, ସେଥିରେ ସନ୍ତୁଷ୍ଟ ରୁହ। କାରଣ ଈଶ୍ୱର କହିଛନ୍ତି, “ମୁଁ ତୁମକୁ ପରିତ୍ୟାଗ କରିବ ନାହିଁ, ମୁଁ ତୁମକୁ କେବେ ବଜୀନ କରିବି ନାହିଁ।”


ସତ୍କର୍ମରେ ଦିନାତିପାତ କରି ନିଜ ନିଜର ଅଭାବ ପୂରଣ କରିବା ପାଇଁ ସମ୍ପ୍ରଦାୟର ଲୋକମାନଙ୍କୁ ଶିକ୍ଷା ଦିଅ। ସେମାନେ ଅକର୍ମଣ୍ୟ ହୋଇ ବସି ରହନ୍ତୁ ନାହିଁ।


“ଫିଲାଦେଲ୍ଫିଆରେ ଥିବା ମଣ୍ଡଳୀର ଦୂତଙ୍କ ନିକଟକୁ ଲେଖ: “ଯେ ସର୍ବତୋ ଭାବରେ ପବିତ୍ର ଓ ସତ୍ୟ ସ୍ୱରୂପ, ତାହାଙ୍କଠାରୁ ଏହି ବାର୍ତ୍ତା ଶୁଣ। ତାଙ୍କ ନିକଟରେ ଦାଉଦଙ୍କର ଚାବି ରହିଛି, ସେ ଯେଉଁ ଦ୍ୱାର ଖୋଲନ୍ତି, ଅନ୍ୟ କେହି ତାହା ବନ୍ଦ କରି ପାରିବ ନାହିଁ ଏବଂ ସେ ଯାହା ବନ୍ଦ କରନ୍ତି, ଅନ୍ୟ କେହି ତାହା ଖୋଲି ପାରିବ ନାହିଁ।


ଆମ ନିଜ ସତ୍କର୍ମର ପୁରସ୍କାର ସ୍ୱରୂପ ସେ ଆମ୍ଭମାନଙ୍କୁ ଆହ୍ୱାନ କରି ନାହାନ୍ତି - କେବଳ ତାଙ୍କ ଅନୁଗ୍ରହରେ ତାଙ୍କର ଉଦ୍ଦେଶ୍ୟ ସାଧନ ନିମିତ୍ତ ଆମ୍ଭମାନଙ୍କୁ ତାଙ୍କ ପ୍ରିୟଜନ ହେବା ପାଇଁ ମନୋନୀତ କରିଛନ୍ତି। ଖ୍ରୀଷ୍ଟ ଯୀଶୁଙ୍କ କର୍ତ୍ତୃକ ଅନାଦି କାଳରୁ ଈଶ୍ୱର ଆମ୍ଭମାନଙ୍କୁ ଏହି ଅନୁଗ୍ରହର ପାତ୍ର କରି ରଖିଥିଲେ;


ତୁମେ ନିଜର କଥାବାର୍ତ୍ତା, ଆଚରଣ, ପ୍ରେମ, ବିଶ୍ୱାସ ଓ ଚରିତ୍ରର ନିର୍ମଳତାରେ ଆଦର୍ଶ ଦେଖାଇ ପାରିଲେ, ଅଳ୍ପ ବୟସ୍କ ହୋଇଥିଲେ ସୁଦ୍ଧା ତୁମକୁ ମଣ୍ଡଳୀରେ କେହି ଅବଜ୍ଞା କରିପାରିବେ ନାହିଁ।


ସେ ଯାହାହେଉ, ଆମ୍ଭେମାନେ ସ୍ୱର୍ଗ ରାଜ୍ୟର ପ୍ରଜା। ସ୍ୱର୍ଗରୁ ଆମ ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆଗମନକୁ ଆମେ ଆଗ୍ରହରେ ପ୍ରତୀକ୍ଷା କରୁଛୁ।


ତେଣୁ ଖ୍ରୀଷ୍ଟ ଯୀଶୁଙ୍କ ସହାୟତାରେ ଯେଉଁ ସ୍ୱର୍ଗୀୟ ଜୀବନ ଲାଭ କରିବା ପାଇଁ ଈଶ୍ୱର ମୋତେ ଆହ୍ୱାନ କରିଛନ୍ତି ସେହି ପୁରସ୍କାର ପ୍ରତି ଦୃଷ୍ଟି ରଖି ମୁଁ ଲକ୍ଷ୍ୟ ସ୍ଥଳଆଡ଼କୁ ଦୌଡ଼ୁଛି।


ସେମାନେ ଉଚ୍ଚ ସ୍ୱରରେ ଚିକ୍ରାର କରି କହୁଥିଲେ, “ସର୍ବତୋଭାବେ ପବିତ୍ର ଓ ସତ୍ୟମୟ ପ୍ରଭୁ ଈଶ୍ୱର! ପୃଥିବୀରେ ଯେଉଁମାନେ ଆମକୁ ହତ୍ୟା କରିଥିଲେ, ସେମାନଙ୍କୁ ବିଚାର କରି ଶାସ୍ତି ଦେବାକୁ ଆଉ କେତେ କାଳ ବିଳମ୍ବ କରିବ?”


ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇ ତାଙ୍କର ଅନନ୍ତ ଗୌରବରେ ଭାଗୀ ହେବା ପାଇଁ, ଦୟାମୟ ଈଶ୍ୱର ତୁମ୍ଭମାନଙ୍କୁ ଆହ୍ୱାନ କରିଛନ୍ତି। ତୁମ୍ଭମାଙ୍କର କ୍ଷଣିକ ଦୁଃଖଭୋଗ ପରେ ସେ ନିଜେ ତୁମ୍ଭମାନଙ୍କୁ ସିଦ୍ଧ, ସୁଦୃଢ଼, ବଳିଷ୍ଠ ଓ ସୁପତିଷ୍ଠିତ କରିବେ।


କିନ୍ତୁ ବିନୀତ ଓ ଭଦ୍ର ଭାବରେ ଉତ୍ତର ଦିଅ। ତୁମ୍ଭମାନଙ୍କ ବିବେକକୁ ନିର୍ମଳ ରଖ। ତା’ ହେଲେ, ତୁମେ ଖ୍ରୀଷ୍ଟଙ୍କ ଅନୁଗାମୀରୂପେ ସଦାଚରଣ କରୁଥିବା ବେଳେ, ଯେଉଁମାନେ ତୁମର ମିଥ୍ୟା ଅପବାଦ କରନ୍ତି, ସେମାନେ ଲଜ୍ଜିତ ହେବେ।


ଏହା ଏକ ନିରାଟ ସତ୍ୟ। ଏସବୁ ବିଷୟ ଉପରେ ତୁମେ ବିଶେଷ ଗୁରୁତ୍ୱ ଦେଇ ବୁଝାଇବ ଯେ, ଯେଉଁମାନେ ଈଶ୍ୱରଙ୍କଠାରେ ବିଶ୍ୱାସ କରନ୍ତି, ସେମାନେ ସତ୍କର୍ମ କରି ଦିନାତିପାତ କରିବା ଉଚିତ୍; ସମସ୍ତଙ୍କ ପାଇଁ ଯାହା ହିତକର, ସେହି ସବୁ କାର୍ଯ୍ୟରେ ବ୍ୟାପୃତ ରହିବା ଉଚିତ୍।


ଆମେ ତୁମକୁ ଉତ୍ସାହିତ କରିଥିଲୁ, ସାନ୍ତ୍ୱନା ପ୍ରଦାନ କରିଥିଲୁ, ପୁଣି ତୁମ୍ଭେମାନେ ଯେପରି ଈଶ୍ୱରଙ୍କ ଯୋଗ୍ୟ ଆଚରଣ କରି ତାଙ୍କ ରାଜ୍ୟ ଓ ଗୌରବର ଅଂଶୀ ହେବା ପାଇଁ ତାଙ୍କର ଆହ୍ୱାନ ଗ୍ରହଣ କରିପାରିବ, ଏଥିନିମନ୍ତେ ଉତ୍ସାହ ଦେଇଥିଲୁ।


ପ୍ରତ୍ୟେକ ପ୍ରାଣୀର ଛଅଟି ଡ଼େଣା ଥିଲା ଏବଂ ସେଗୁଡ଼ିକର ବାହାର ଓ ଭିତର ମଧ୍ୟ ଚକ୍ଷୁରେ ପରିପୂର୍ଣ୍ଣ ଥିଲା। ସେମାନେ ଦିବାରାତ୍ରି, ଅବିଶ୍ରାନ୍ତ ଭାବରେ ଗାୟନ କରୁଥିଲେ:- “ପବିତ୍ର, ପବିତ୍ର, ପବିତ୍ର, ସର୍ବଶକ୍ତିମାନ୍ ପ୍ରଭୁ ଈଶ୍ୱର! ଆଦ୍ୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ଯେ ସଦା ବିଦ୍ୟମାନ ଓ ପୁଣି ଥରେ ଯେ ଆଗମନ କରିବେ।”


ଇହୁଦୀ ତଥା ଅଣଇହୁଦୀମାନଙ୍କ ମଧ୍ୟରୁ ସେ ଆମ୍ଭମାନଙ୍କୁ ଆହ୍ୱାନ କରିଛନ୍ତି।


Swiv nou:

Piblisite


Piblisite