Biblia Todo Logo
Bib sou entènèt

- Piblisite -




୧ ପିତର 1:12 - ପବିତ୍ର ବାଇବଲ (CL) NT (BSI)

12 ଈଶ୍ୱର ଉକ୍ତ ଭାବବାଦୀମାନଙ୍କ ନିକଟରେ ପ୍ରକାଶ କଲେ ଯେ, ସେମାନେ ନିଜର ହିତ ପାଇଁ କିଛି କରୁ ନ ଥିଲେ। ସେମାନେ ଯାହା କହୁଥିଲେ, ତାହା ତୁମ୍ଭମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। ସ୍ୱର୍ଗରୁ ପ୍ରେରିତ ପବିତ୍ରଆତ୍ମାଙ୍କ ଶକ୍ତିରେ ବର୍ତ୍ତମାନ ଯେଉଁ ବାର୍ତ୍ତାବହମାନେ ସୁସମାଚାର ପ୍ରଚାର କରୁଛନ୍ତି, ତୁମ୍ଭେମାନେ ଏବେ ସେମାନଙ୍କଠାରୁ ସେହିସବୁ କଥା ଶୁଣୁଛ- ଏହି ସମସ୍ତ ବିଷୟରେ ମର୍ମ ବୁଝିବା ପାଇଁ ସ୍ୱର୍ଗଦୂତମାନେ ମଧ୍ୟ ଇଚ୍ଛୁକ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ଏହିସମସ୍ତ ବିଷୟରେ ସେମାନେ ଯେ ଆପଣା ଆପଣାର ସେବା ନ କରି ତୁମ୍ଭମାନଙ୍କର ସେବା କରୁଥିଲେ, ଏହା ସେମାନଙ୍କ ନିକଟରେ ପ୍ରକାଶିତ ହୋଇଥିଲା, ଆଉ, ସେହିସମସ୍ତ ବିଷୟ ସ୍ଵର୍ଗରୁ ପ୍ରେରିତ ପବିତ୍ର ଆତ୍ମାଙ୍କ ଶକ୍ତିରେ ତୁମ୍ଭମାନଙ୍କ ନିକଟରେ ସୁସମାଚାର ପ୍ରଚାରକମାନଙ୍କ ଦ୍ଵାରା ଏବେ ତୁମ୍ଭମାନଙ୍କୁ ଜଣାଇ ଦିଆଯାଇଅଛି; ସେହିସବୁ ବିଷୟ ଦୂତମାନେ ନିରୀକ୍ଷଣ କରିବାକୁ ଇଚ୍ଛା କରନ୍ତି।

Gade chapit la Kopi

ଓଡିଆ ବାଇବେଲ

12 ଏହି ସମସ୍ତ ବିଷୟରେ ସେମାନେ ଯେ ଆପଣା ଆପଣାର ସେବା ନ କରି ତୁମ୍ଭମାନଙ୍କର ସେବା କରୁଥିଲେ, ଏହା ସେମାନଙ୍କ ନିକଟରେ ପ୍ରକାଶିତ ହୋଇଥିଲା, ଆଉ, ସେହି ସମସ୍ତ ବିଷୟ ସ୍ୱର୍ଗରୁ ପ୍ରେରିତ ପବିତ୍ର ଆତ୍ମାଙ୍କ ଶକ୍ତିରେ ତୁମ୍ଭମାନଙ୍କ ନିକଟରେ ସୁସମାଚାର ପ୍ରଚାରକମାନଙ୍କ ଦ୍ୱାରା ଏବେ ତୁମ୍ଭମାନଙ୍କୁ ଜଣାଇ ଦିଆଯାଇଅଛି; ସେହି ସବୁ ବିଷୟ ଦୂତମାନେ ମଧ୍ୟ ପ୍ରକାଶ କରିବାକୁ ଇଚ୍ଛା କରନ୍ତି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ଏହି ସମସ୍ତ ବିଷୟରେ ସେମାନେ ଯେ ଆପଣା ଆପଣାର ସେବା ନ କରି ତୁମ୍ଭମାନଙ୍କର ସେବା କରୁଥିଲେ, ଏହା ସେମାନଙ୍କ ନିକଟରେ ପ୍ରକାଶିତ ହୋଇଥିଲା, ଆଉ, ସେହି ସମସ୍ତ ବିଷୟ ସ୍ୱର୍ଗରୁ ପ୍ରେରିତ ପବିତ୍ର ଆତ୍ମାଙ୍କ ଶକ୍ତିରେ ତୁମ୍ଭମାନଙ୍କ ନିକଟରେ ସୁସମାଚାର ପ୍ରଚାରକମାନଙ୍କ ଦ୍ୱାରା ଏବେ ତୁମ୍ଭମାନଙ୍କୁ ଜଣାଇ ଦିଆଯାଇଅଛି; ସେହିସବୁ ବିଷୟ ଦୂତମାନେ ମଧ୍ୟ ନିରୀକ୍ଷଣ କରିବାକୁ ଇଚ୍ଛା କରନ୍ତି।

Gade chapit la Kopi

ପବିତ୍ର ବାଇବଲ

12 ସେହି ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନଙ୍କ ସେବାକାର୍ଯ୍ୟ ସେମାନଙ୍କ ନିଜ ପାଇଁ ନୁହେଁ ବୋଲି ସେମାନଙ୍କୁ ଦେଖାଇ ଦିଆ ହେଲା। ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନେ ତୁମ୍ଭର ସେବା କରୁଥିଲେ। ସେମାନେ ସେବା କଲାବେଳେ ଯାହା କହିଥିଲେ ତୁମ୍ଭେ ତାହା ଶୁଣିଛ। ଯେଉଁ ଲୋକମାନେ ତୁମ୍ଭକୁ ସେହି ସୁସମାଗ୍ଭର କହିଲେ, ସେମାନେ ହିଁ ତାହା କହିଥିଲେ। ସ୍ୱର୍ଗରୁ ପଠାଯାଇଥିବା ପବିତ୍ରଆତ୍ମା ସାହାଯ୍ୟରେ ସେମାନେ କହିଥିଲେ। ଯେଉଁ କଥାଗୁଡ଼ିକ ତୁମ୍ଭକୁ କୁହାଯାଇଛି, ସେଗୁଡ଼ିକୁ ସ୍ୱର୍ଗଦୂତମାନେ ମଧ୍ୟ ଜାଣିବା ପାଇଁ ବହୁତ ଆଗ୍ରହୀ।

Gade chapit la Kopi




୧ ପିତର 1:12
56 Referans Kwoze  

“ସହାୟକ ପବିତ୍ରଆତ୍ମା ନିଶ୍ଚୟ ଆସିବେ। ସେ ପିତାଙ୍କ ନିକଟରୁ ଆସି, ଈଶ୍ୱରଙ୍କ ବିଷୟରେ ସତ୍ୟ ପ୍ରକାଶ କରିବେ। ମୁଁ ତାଙ୍କୁ ପିତାଙ୍କ ନିକଟରୁ ତୁମ୍ଭମାନଙ୍କ ପାଖକୁ ପଠଇଦେବି। ସେ ମୋ’ ବିଷୟରେ ସାକ୍ଷ୍ୟ ଦେବେ।


ଯେପରି ବର୍ତ୍ତମାନ ସମୟରେ ଖ୍ରୀଷ୍ଟୀୟ ମଣ୍ଡଳୀର କାର୍ଯ୍ୟ ଦ୍ୱାରା ସ୍ୱର୍ଗୀୟ ଅଧିପତି ଓ ଶକ୍ତିମାନେ ଈଶ୍ୱରଙ୍କ ବହୁବିଧ ଜ୍ଞାନ ସମ୍ପର୍କରେ ସମୃକ୍ ବୁଝିପାରିବେ।


କିନ୍ତୁ ଈଶ୍ୱର ତାଙ୍କ ଆତ୍ମାଙ୍କ ଦ୍ୱାରା ଉକ୍ତ ଗୁପ୍ତ ବିଷୟ ଆମ୍ଭମାନଙ୍କୁ ଜଣାଇଛନ୍ତି। ସେହି ପରମାତ୍ମା ହିଁ ଈଶ୍ୱରଙ୍କ ଗଭୀରତମ ପରିକଳ୍ପନାସବୁର ସନ୍ଧାନ କରନ୍ତି।


କାରଣ ସେମାନଙ୍କ ପରି ଆମେ ମଧ୍ୟ ସୁସମାଚାର ଶୁଣିଛୁ। ସେମାନେ ତାହା ଶୁଣି ସୁଦ୍ଧା ବିଶ୍ୱାସରେ ଗ୍ରହଣ କଲେ ନାହିଁ।


ପୁଣି ସେ କହିଲେ, “ସମଗ୍ର ଜଗତକୁ ଯାଇ ମୋର ଏହି ଶୁଭବାର୍ତ୍ତା ସମସ୍ତଙ୍କ ନିକଟରେ ପ୍ରଚାର କର।


କିନ୍ତୁ ଈଶ୍ୱରଙ୍କ ବାକ୍ୟ ଚିରସ୍ଥାୟୀ।” ଏହି ବାକ୍ୟ ତୁମ୍ଭମାନଙ୍କ ନିକଟରେ ପ୍ରଚାରିତ ହୋଇଥିଲା।


ମୁଁ ପୁଣି ଅନାଇ ଦେଖଲି, ହଜାର ହଜାର ଓ ଲକ୍ଷ ଲକ୍ଷ ସ୍ୱର୍ଗଦୂତ ସିଂହାସନକୁ, ଚାରିଗୋଟି ପ୍ରାଣୀ ଓ ବୟୋଜ୍ୟେଷ୍ଠ ନେତାମାନଙ୍କୁ ଘେରି ଠିଆ ହୋଇଛନ୍ତି।


ଆମର ପବିଭ୍ରତା, ଜ୍ଞାନ, ଧୈର୍ଯ୍ୟ, ଦୟା, ଅକପଟ ପ୍ରେମ ଓ ସତ୍ୟର ସମ୍ବାଦ ଯୋଗୁଁ ପବିତ୍ର ଈଶ୍ୱରଙ୍କର ପରାକ୍ରମ ଦ୍ୱାରା ଆମେ ଈଶ୍ୱରଙ୍କ ସେବକ ବୋଲି ପରିଚୟ ଦେଇଛୁ,


ସେ ଆମକୁ ପୃଥକ୍ କରିଛନ୍ତି। ଆମ ହୃଦୟରେ ତାଙ୍କ ପବିତ୍ରଆତ୍ମା ହେଉଛନ୍ତି, ଆମ ଉପରେ ଈଶ୍ୱରଙ୍କ ଅଧିକାରର ଚିହ୍ନ ଓ ଭବିଷ୍ୟତରେ ଆମେ ଯାହା ନାଇବୁ, ତାର ପ୍ରତିଭୂ ସ୍ୱରୂପ।


ଏହା ସେ କରିଛନ୍ତି, ବାକ୍ୟ ଓ କର୍ମ ଦ୍ୱାରା ଓ ଈଶ୍ୱରଙ୍କ ଆତ୍ମାଙ୍କ ଶକ୍ତିରେ। ତେଣୁ ମୁଁ ଯିରୂଶାଲମଠାରୁ ଇଲିରିକମକୁ ଯାତ୍ରା କରିବାବେଳେ ପଥ ମଧ୍ୟରେ ଖ୍ରୀଷ୍ଟଙ୍କ ଶୁଭବାର୍ତ୍ତା ବିଶଦଭାବେ ପ୍ରଚାର କରିଛି।


ଯୀଶୁ ତାଙ୍କ ପିତା ଈଶ୍ୱରଙ୍କ ଦକ୍ଷିଣ ପାଶ୍ୱର୍କୁ ଉତ୍ଥାପିତ ହୋଇଛନ୍ତି ଏବଂ ପିତାଙ୍କ ପ୍ରତିଜ୍ଞା ଅନୁସାରେ ତାଙ୍କଠାରୁ ପବିତ୍ରଆତ୍ମା ପାଇଛନ୍ତି। ବର୍ତ୍ତମାନ ତୁମେ ଯାହା ଦେଖୁଛ ଓ ଶୁଣୁଛ, ତାହା ତାଙ୍କର ଦାନ। ତାହା ସେ ଆମ୍ଭମାନଙ୍କ ଉପରେ ଢାଳି ଦେଇଛନ୍ତି।


ଆହୁରି ମଧ୍ୟ, ଈଶ୍ୱର ନାନା ଅଲୌକିକ କାର୍ଯ୍ୟ ଓ ଅପୂର୍ବ ଘଟଣା ଦ୍ୱରା ସେହି ସବୁ ବାର୍ତ୍ତା ସତ୍ୟ ବୋଲି ନିଦର୍ଶନ ଦେଇଛନ୍ତି ଏବଂ ଆପଣା ଇଚ୍ଛାନୁସାରେ ପବିତ୍ରଆତ୍ମାଙ୍କ ଦାନସମୂହ ବିତରଣ କରିଛନ୍ତି।


ପୁଣି ଅଣଇହୁଦୀମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବା ପାଇଁ ଯେତେବେଳେ ମୋ’ ନିକଟରେ ସେ ତାଙ୍କ ପୁତ୍ରଙ୍କୁ ପ୍ରକାଶ କଲେ, ଏ ବିଷୟରେ ପରାମର୍ଶ କରିବା ନିମନ୍ତେ ମୁଁ ଅନ୍ୟ କାହା ନିକଟକୁ ଯାଇ ନ ଥିଲି।


ମୁଁ କୌଣସି ମନୁଷ୍ୟଠାରୁ ତାହା ପ୍ରାପ୍ତ ହୋଇ ନାହିଁ, କିଅବା କେହି ମୋତେ ତାହା ଶିକ୍ଷା ଦେଇ ନାହାନ୍ତି। ସ୍ୱୟଂ ଯୀଶୁ ଖ୍ରୀଷ୍ଟ ତାହା ମୋ’ ନିକଟରେ ପ୍ରକାଶ କରିଛନ୍ତି।


ଏବଂ ପ୍ରଚାର ବିନା ସେହି ବାର୍ତ୍ତା ସେମାନେ କିପରି ଶୁଣିବେ? ପୁଣି ପ୍ରଚାର କରିବା ପାଇଁ ପ୍ରେରିତ ନ ହେଲେ ଜଣେ ପ୍ରଚାର କରିବ କିପରି? ଏ ସମ୍ପର୍କରେ ଶାସ୍ତ୍ରରେ ଲେଖାଯାଇଛି: “ସୁସମାଚାର ପ୍ରଚାରକମାନଙ୍କର ଆଗମନ କେଡ଼େ ଆନନ୍ଦଦାୟକ!”


ମନୁଷ୍ୟ ଈଶ୍ୱରଙ୍କ ନିକଟରେ କିପରି ଧାର୍ମିକ ବିବେଚିତ ହୋଇପାରିବ, ଏହାର ଉପାୟ ସେଥିରେ ପ୍ରକାଶ କରାଯାଇଛି। ଆରମ୍ଭରୁ ଶେଷଯାଏ ପରିତ୍ରାଣ ପାଇବାର ଏକମାତ୍ର ଉପାୟ ହେଉଛି, ବିଶ୍ୱାସ। ଶାସ୍ତ୍ରବାକ୍ୟାନୁଯାୟୀ: “ଯେ ବିଶ୍ୱାସ ଦ୍ୱାରା ଈଶ୍ୱରଙ୍କ ନିକଟରେ ଧାର୍ମିକ ବିବେଚିତ ହୁଏ, ସେ ବଞ୍ଚିବ।”


ମୁଁ ତୁମ୍ଭମାନଙ୍କୁ କହୁଛି, ସେହି ପ୍ରକାରେ ଜଣେ ପାପୀ ଅନୁତାପ କଲେ, ସ୍ୱର୍ଗଦୂତମାନେ ମଧ୍ୟ ଆନନ୍ଦ କରନ୍ତି।”


ସେହି ସମୟରେ ଯୀଶୁ ପ୍ରାର୍ଥନା କରି କହିଲେ, “ହେ ପିତା, ସ୍ୱର୍ଗ ଓ ମର୍ତ୍ତ୍ୟର ପ୍ରଭୁ, ଏହି ସବୁ କଥା ତୁମେ ବୁଦ୍ଧିମାନ ଓ ଶିକ୍ଷିତ ଲୋକମାନଙ୍କଠରୁ ଗୁପ୍ତ ରଖି ଅଶିକ୍ଷିତ ଲୋକମାନଙ୍କଠାରୁ ପ୍ରକାଶ କରିଥିବାରୁ ମୁଁ ତୁମକୁ ଧନ୍ୟବାଦ ଦେଉଉଛି।


ଭାଇମାନେ, ତୁମ୍ଭମାନଙ୍କର ନିଶ୍ଚୟ ସ୍ମରଣ ଥିବ, ଆମେ କିପରି ବହୁ ଶ୍ରମ ସ୍ୱୀକାର କରି କାର୍ଯ୍ୟ କରୁଥିଲୁ; କିପରି ତୁମ୍ଭମାନଙ୍କ ନିକଟରେ ଈଶ୍ୱରଙ୍କ ସୁସମାଚାର ପ୍ରଚାର କରିବା ସମୟରେ ତୁମ ଉପରେ ବୋଝ ନ ହେବା ପାଇଁ ଆମେ ଦିବାନିଶି କଠୋର ପରିଶ୍ରମ କରିଥିଲୁ।


ଶିଷ୍ୟମାନେ ପ୍ରସ୍ଥାନ କଲେ! ଗ୍ରାମେ ଗ୍ରାମେ ଭ୍ରମଣ କରି ଶୁଭବାର୍ତ୍ତା ପ୍ରଚାର କଲେ ଓ ଲୋକମାନଙ୍କୁ ସୁସ୍ଥ କଲେ।


ପ୍ରଭୁଙ୍କ ପ୍ରତିଶ୍ରୁତି ଅନୁସାରେ ମସୀହଙ୍କ ଆବିର୍ଭାବ ପର୍ଯ୍ୟନ୍ତ ସେ ମୃତ୍ୟୁବରଣ କରିବେ ନାହିଁ ବୋଲି ପବିତ୍ର ଆତ୍ମାଙ୍କଠାରୁ ନିଶ୍ଚିତ ଭରସା ପାଇଥିଲେ।


ଯୀଶୁ କହିଲେ, “ଧନ୍ୟ ତୁମେ ଯୂନସଙ୍କ ପୁତ୍ର, ପିତର! ଏହି ସତ୍ୟ ତୁମେ କୌଣସି ମନୁଷ୍ୟଠାରୁ ପାଇ ନାହିଁ। ମୋର ସ୍ୱର୍ଗସ୍ଥ ପିତା ନିଜେ ଏହା ତୁମଠାରେ ପ୍ରକାଶ କରିଛନ୍ତି।


“ମୋ’ ନିତା ମୋତେ ସବୁକିଛି ଦାନ କରିଛନ୍ତି। ପିତାଙ୍କ ଛଡ଼ଶ ପୁତ୍ରଙ୍କୁ ଆଉ କେହି ଜାଣିନ୍ତି ନାହିଁ। ପୁତ୍ର ଯେଉଁମାନଙ୍କ ନିକଟରେ ପିତାଙ୍କୁ ପ୍ରକାଶ କରିବେ, କେବଳ ସେହିମାନେ ପିତାଙ୍କୁ ଜାଣି ପାରିବେ।


ଉପରୋକ୍ତ ବ୍ୟକ୍ତିମାନେ ନିଜ ବିଶ୍ୱାସରେ ଅଟଳ ରହି ପ୍ରାଣ ତୃାଗ କଲେ। ଈଶ୍ୱର ପ୍ରତିଜ୍ଞା କରିଥିବା ବିଷୟସବୁ ସେମାନେ ପାଇ ନ ପାରିଲେ ସୁଦ୍ଧା ସ୍ମଦୂରରେ ତାହା ଦେଖି ସ୍ୱାଗତ କରିଥିଲେ ଏବଂ ଏହି ଜଗତରେ ସେମାନେ କେବଳ ବିଦେଶୀ ଓ ଶରଣାର୍ଥୀ ବୋଲି ସ୍ୱୀକାର କରିଥିଲେ।


ତେଣୁ ରୋମ ନଗରୀର ତୁମ୍ଭମାନଙ୍କ ନିକଟରେ ମଧ୍ୟ ସୁସମାଚାର ପ୍ରକାର କରିବା ପାଇଁ ମୋର ଆକାଂକ୍ଷା।


ପାଉଲ ଏହି ଦର୍ଶନ ପାଇବାକ୍ଷଣି ମାସିଦୋନିଆକୁ ଯିବା ପାଇଁ ଆମେ ପ୍ରସ୍ତୁତ ହେଲୁ, କାରଣ ଆମ୍ଭେମାନେ ନିଶ୍ଚିତଭାବେ ଜାଣିଲୁ, ଈଶ୍ୱର ସେଠାକାର ଲୋକମାନଙ୍କ ମଧ୍ୟରେ ଶୁଭବାର୍ତ୍ତା ପ୍ରଚାର କରିବା ପାଇଁ ଆମକୁ ଆହ୍ୱାନ କରିଛନ୍ତି।


ପିତର ଶିକ୍ଷା ଦେଉଥିବା ସମୟରେ ଯେଉଁମାନେ ତାଙ୍କର ଶିକ୍ଷା ଶୁଣୁଥିଲେ, ସେ ସମସ୍ତଙ୍କ ଉପରେ ପବିତ୍ରଆତ୍ମା ଅବତରଣ କଲେ।


ସାକ୍ଷ୍ୟଦାନ ଓ ପ୍ରଭୁଙ୍କ ସମ୍ବାଦ ଘୋଷଣା କରିବା ପରେ ପିତର ଓ ଯୋହନ ଯିରୂଶାଲମକୁ ଫେରିଗଲେ। ଫେରିବା ପଥରେ ସେମାନେ ଶମିରୋଣର ଅନେକ ଗ୍ରାମରେ ଶୁଭବାର୍ତ୍ତା ପ୍ରଚାର କଲେ।


ସେମାନେ ପ୍ରାର୍ଥନା ଶେଷ କରିବା ପରେ ଯେଉଁ ସ୍ଥାନରେ ଏକତ୍ରିତ ହୋଇଥିଲେ, ତାହା କମ୍ପି ଉଠିଲା। ସେମାନେ ସମସ୍ତେ ପବିତ୍ରଆତ୍ମାରେ ପୂର୍ଣ୍ଣ ହେଲେ ଓ ନିର୍ଭୀକଭାବେ ଈଶ୍ୱରଙ୍କର ବାର୍ତ୍ତା ପ୍ରଚାର କରିବାକୁ ଲାଗିଲେ।


ପିତର ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ସେମାନଙ୍କୁ ଉତ୍ତର ଦେଲେ, “ଯିହୁଦୀ ଜାତିର ଶାସକ ଓ ଧର୍ମନେତାବୃନ୍ଦ!


ଆମ ଧର୍ମବିଶ୍ୱାସର ଏହି ମହାରହସ୍ୟ କେହି ଅସ୍ୱୀକାର କରିପାରିବେ ନାହିଁ: ମାନବ ଦେହ ଧରି ସେ ଅବତୀର୍ଣ୍ଣ ହେଲେ, ସ୍ୱର୍ଗଦୂତମାନଙ୍କ ସାକ୍ଷାତରେ ପରମାତ୍ମାଙ୍କ ସମର୍ଥନ ଲାଭ କଲେ, ସମସ୍ତ ଜାତିମାନଙ୍କ ମଧ୍ୟରେ ତାଙ୍କ ବାର୍ତ୍ତା ପ୍ରଚାରିତ ହେଲା, ପୃଥିବୀର ସର୍ବତ୍ର ସେ ବିଶ୍ୱାସଭାଜନ ହୋଇ ସଗୌରବେ ସ୍ୱର୍ଗକୁ ଉତ୍ଥାପିତ ହେଲେ।


ଏଥିପାଇଁ ମୃତମାନଙ୍କ ନିକଟରେ ମଧ୍ୟ ସୁସମାଚାର ପ୍ରଚାର କରାଯାଇଥିଲା, ଯେପରି ସେମାନେ ମନୁଷ୍ୟମାନଙ୍କ ପରି ଶାରୀରିକଭାବେ ବିଚାରିତ ହୋଇଥିଲେ ସୁଦ୍ଧା, ଈଶ୍ୱରଙ୍କ ଅନୁରୂପ ଆତ୍ମାରେ ସଜୀବ ହେବେ।


Swiv nou:

Piblisite


Piblisite