Biblia Todo Logo
Bib sou entènèt

- Piblisite -




୧ ପିତର 1:11 - ପବିତ୍ର ବାଇବଲ (CL) NT (BSI)

11 ସେହି ଦାନ ତୁମ୍ଭେମାନେ କେବେ ଓ କିପରି ଭାବରେ ପାଇବ, ଜାଣିବା ପାଇଁ ସେମାନେ ଚେଷ୍ଟା କରିଥିଲେ। ଏ ସମ୍ପର୍କରେ ପବିତ୍ରଆତ୍ମାଙ୍କ ସାହାଯ୍ୟରେ ସେମାନେ ଖ୍ରୀଷ୍ଟଙ୍କ ଦୁଃଖଭୋଗ ଓ ପରବର୍ତ୍ତୀ ଗୌରବ ପ୍ରାପ୍ତ ବିଷୟରେ ସୂଚନା ଦେଇଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ଖ୍ରୀଷ୍ଟଙ୍କ ଦୁଃଖଭୋଗ ଓ ତତ୍ପରବର୍ତ୍ତୀ ଗୌରବ ବିଷୟରେ ପୂର୍ବରୁ ପ୍ରମାଣଦାତା ଯେ ସେମାନଙ୍କର ମଧ୍ୟବର୍ତ୍ତୀ ଖ୍ରୀଷ୍ଟଙ୍କର ଆତ୍ମା, ସେ କେଉଁ ବା କିପ୍ରକାର କାଳକୁ ଲକ୍ଷ୍ୟ କରୁଅଛନ୍ତି, ତାହା ସେମାନେ ଅନୁସନ୍ଧାନ କଲେ।

Gade chapit la Kopi

ଓଡିଆ ବାଇବେଲ

11 ଖ୍ରୀଷ୍ଟଙ୍କ ଦୁଃଖଭୋଗ ଓ ତତ୍ପରବର୍ତ୍ତୀ ଗୌରବ ବିଷୟରେ ପୂର୍ବରୁ ପ୍ରମାଣଦାତା ଯେ ସେମାନଙ୍କର ମଧ୍ୟବର୍ତ୍ତୀ ଖ୍ରୀଷ୍ଟଙ୍କର ଆତ୍ମା, ସେ କେଉଁ କାଳକୁ ଲକ୍ଷ୍ୟ କରୁଅଛନ୍ତି, ତାହା ସେମାନେ ଅନୁସନ୍ଧାନ କଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ଖ୍ରୀଷ୍ଟଙ୍କ ଦୁଃଖଭୋଗ ଓ ତତ୍ପରବର୍ତ୍ତୀ ଗୌରବ ବିଷୟରେ ପୂର୍ବରୁ ପ୍ରମାଣଦାତା ଯେ ସେମାନଙ୍କର ମଧ୍ୟବର୍ତ୍ତୀ ଖ୍ରୀଷ୍ଟଙ୍କର ଆତ୍ମା, ସେ କେଉଁ କାଳକୁ ଲକ୍ଷ୍ୟ କରୁଅଛନ୍ତି, ତାହା ସେମାନେ ଅନୁସନ୍ଧାନ କଲେ।

Gade chapit la Kopi

ପବିତ୍ର ବାଇବଲ

11 ଖ୍ରୀଷ୍ଟଙ୍କ ଆତ୍ମା ସେହି ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନଙ୍କ ଅନ୍ତରରେ ଥିଲା। ଖ୍ରୀଷ୍ଟଙ୍କୁ କିପରି କଷ୍ଟ ଭୋଗିବାକୁ ହେବ ଓ ତା'ପରେ କିପରି ମହିମା ପ୍ରକାଶିତ ହେବ, ସେହି ବିଷୟରେ ‘ଆତ୍ମା’ କଥା କହୁଥିଲେ। ସେହି ଆତ୍ମା ଯାହା ଦେଖାଉଥିଲେ, ସେହି ଭବିଷ୍ୟ‌‌ଦ୍‌‌‌‌ବକ୍ତାମାନେ ତାହା ଶିଖିବାକୁ ଚେଷ୍ଟା କଲେ। ସେମାନେ ଜାଣିବାକୁ ଚେଷ୍ଟା କଲେ ଯେ କେତେବେଳେ ଏହିସବୁ ଘଟଣାମାନ ଘଟିବ ଏବଂ ସେତେବେଳେ ଜଗତର ଅବସ୍ଥା କିପରି ହୋଇଥିବ।

Gade chapit la Kopi




୧ ପିତର 1:11
29 Referans Kwoze  

ଭାବବାଣୀ କେବଳ ମନୁଷ୍ୟର କଳ୍ପନାପ୍ରସୂତ ନୁହେଁ। ଈଶ୍ୱରଙ୍କ ଭକ୍ତ ଦାସମାନେ ପବିତ୍ରଆତ୍ମାଙ୍କ ଦ୍ୱାରା ପରିଚାଳିତ ହୋଇ ଈଶ୍ୱରଙ୍କଠାରୁ ପାଇଥିବା ବାର୍ତ୍ତା ପ୍ରକାଶ କରିଛନ୍ତି।


ଯଦି ପ୍ରକୃତରେ ଈଶ୍ୱରଙ୍କ ପବିତ୍ରଆତ୍ମା ତୁମ୍ଭମାନଙ୍କଠାରେ ବିଦ୍ୟମାନ, ତୁମେ ଆଉ ମାନବ ପ୍ରକୃତି ଅନୁଯାୟୀ ଜୀବନ ଯାପନ କରୁ ନାହଁ, ବରଂ ଜୀବନରେ ପବିତ୍ରଆତ୍ମାଙ୍କ ଆଜ୍ଞା ପାଳନ କରୁଛ। ଖ୍ରୀଷ୍ଟଙ୍କ ଆତ୍ମା ଯାହା ନିକଟକରେ ନାହାନ୍ତି, ସେ କେବେ ତାଙ୍କ ଲୋକ ହୋଇପାରିବ ନାହିଁ।


ସେହି ଦୂତଙ୍କୁ ପୂଜା କରିବା ପାଇଁ ମୁଁ ତାଙ୍କ ପାଦ ତଳେ ପଡ଼ିଗଲି। କିନ୍ତୁ ସେ ମୋତେ କହିଲେ, “ସେପରି କର ନାହିଁ। ତୁମ ପରି ଓ ତୁମ ଭାଇମାନଙ୍କ ପରି ମୁଁ ଯୀଶୁଙ୍କର ଜଣେ ଦାସ ମାତ୍ର। ତୁମ୍ଭମାନଙ୍କ ପରି ମୁଁ ମଧ୍ୟ ଯୀଶୁ ପ୍ରକାଶ କରିଥିବା ସତ୍ୟକୁ ଗ୍ରହଣ କରିଛି। କେବଳ ଈଶ୍ୱରଙ୍କର ପୂଜା କର। କେବଳ ଯୀଶୁ ପ୍ରକାଶ କରିଥିାବ ସତ୍ୟ, ଭାବବାଦୀମାନଙ୍କୁ ପ୍ରେରଣା ଦିଏ।”


ତୁମ୍ଭେମାନେ ଯେ ଈଶ୍ୱରଙ୍କ ପୁତ୍ର, ଏହା ପ୍ରମାଣ କରିବା ପାଇଁ, ଈଶ୍ୱର ତାଙ୍କ ପୁତ୍ରଙ୍କର ପବିତ୍ରଆତ୍ମାଙ୍କୁ ଆମ ଅନ୍ତରକୁ ପ୍ରେରଣ କରିଛନ୍ତି। ସେହି ପବିତ୍ର ଆତ୍ମା ଉଚ୍ଚ ସ୍ୱରରେ କହୁଅଛନ୍ତି, “ପିତା! ହେ ମୋର ପିତା!”


ଯିଶାଇୟ ତାଙ୍କ ଦିବ୍ୟଦୃଷ୍ଟିରେ ଯୀଶୁଙ୍କ ମହିମା ବିଷୟରେ ପୂର୍ବରୁ ଅବଗତ ହୋଇ ଏହିପରି ଲେଖିଥିଲେ।


ତା’ପରେ ସେ ସେମାନଙ୍କୁ କହିଲେ, “ମୁଁ ତୁମ ସଙ୍ଗରେ ଥିବା ସମୟରେ ଠିକ୍ ଏହି କଥା ସବୁ କହିଥିଲି। ମୋଶାଙ୍କ ବ୍ୟବସ୍ଥା, ଭାବବାଦୀ ଗ୍ରନ୍ଥ ଓ ଦାଉଦଙ୍କ ଗୀତଗୁଡ଼ିକରେ ମୋ’ ବିଷୟରେ ଉଲ୍ଲିଖିତ ହୋଇଥିବା ପ୍ରତ୍ୟେକ ବିଷୟ ସଫଳ ହୋଇଛି।”


ଶାସ୍ତ୍ରର ଲେଖା ଅନୁଯାୟୀ ମନୁଷ୍ୟପୁତ୍ର ମୃତ୍ୟୁଭୋଗ କରିବେ, କିନ୍ତୁ ମନୁଷ୍ୟପୁତ୍ରଙ୍କୁ ଯେ ଧରାଇ ଦେବ, ତା’ର ଦଶା କେଡ଼େ ଭୟାବହ। କେବେ ଜନ୍ମ ନ ହୋଇଥିଲେ ତା’ ପକ୍ଷରେ ଭଲ ହୋଇଥାନ୍ତା।”


ମିଷୀଆର ସୀମାରେ ପହଞ୍ଚି ବିଥିନିଆ ପ୍ରଦେଶକୁ ଯିବାକୁ ବାହାରିବାବେଳେ ଯୀଶୁଙ୍କର ଆତ୍ମା ସେମାନଙ୍କୁ ଅନୁମତି ଦେଲେ ନାହିଁ।


Swiv nou:

Piblisite


Piblisite