Biblia Todo Logo
Bib sou entènèt

- Piblisite -




୧ ଯୋହନ 5:14 - ପବିତ୍ର ବାଇବଲ (CL) NT (BSI)

14 ଆମେ ନିର୍ଭୀକ ଭାବରେ ଈଶ୍ୱରଙ୍କ ନିକଟକୁ ଆସି ପାରୁଛୁ, କାରଣ ଆମେ ନିଶ୍ଚିତଭାବେ ଜାଣୁ ଯେ, ତାଙ୍କ ଇଚ୍ଛା ଅନୁଯାୟୀ ଯେକୌଣସି ବିଷୟ ପ୍ରାର୍ଥନା କଲେ, ସେ ଶୁଣିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 ପୁଣି ଆମ୍ଭେମାନେ ଯେବେ ତାହାଙ୍କ ଇଚ୍ଛାନୁସାରେ କୌଣସି ପ୍ରାର୍ଥନା କରୁ, ତେବେ ସେ ଆମ୍ଭମାନଙ୍କର ସେହି ପ୍ରାର୍ଥନା ଶୁଣନ୍ତି, ତାହାଙ୍କ ଛାମୁରେ ଆମ୍ଭମାନଙ୍କର ଏହି ସାହସ ଅଛି।

Gade chapit la Kopi

ଓଡିଆ ବାଇବେଲ

14 ପୁଣି, ଆମ୍ଭେମାନେ ଯେବେ ତାହାଙ୍କ ଇଚ୍ଛାନୁସାରେ କୌଣସି ପ୍ରାର୍ଥନା କରୁ, ତେବେ ସେ ଆମ୍ଭମାନଙ୍କର ସେହି ପ୍ରାର୍ଥନା ଶୁଣନ୍ତି, ତାହାଙ୍କ ଛାମୁରେ ଆମ୍ଭମାନଙ୍କର ଏହି ସାହସ ଅଛି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 ପୁଣି, ଆମ୍ଭେମାନେ ଯେବେ ତାହାଙ୍କ ଇଚ୍ଛାନୁସାରେ କୌଣସି ପ୍ରାର୍ଥନା କରୁ, ତେବେ ସେ ଆମ୍ଭମାନଙ୍କର ସେହି ପ୍ରାର୍ଥନା ଶୁଣନ୍ତି, ତାହାଙ୍କ ଛାମୁରେ ଆମ୍ଭମାନଙ୍କର ଏହି ସାହସ ଅଛି।

Gade chapit la Kopi

ପବିତ୍ର ବାଇବଲ

14 ଆମ୍ଭେ ନିସନ୍ଦେହରେ ତାହାଙ୍କ ନିକଟକୁ ଆସିବା କାରଣ ତାହାଙ୍କଠାରେ ଆମ୍ଭର ଏହି ଭରସା ଅଛି ଯେ ଯେତେବେଳେ ଆମ୍ଭେ ତାହାଙ୍କ ଇଚ୍ଛା ଅନୁଯାୟୀ ତାହାଙ୍କୁ କୌଣସି ବିଷୟ ମାଗୁ ସେ ଆମ୍ଭର ପ୍ରାର୍ଥନା ଶୁଣନ୍ତି।

Gade chapit la Kopi




୧ ଯୋହନ 5:14
26 Referans Kwoze  

ଏବଂ ମୋ’ ନାମରେ ତୁମେ ଯାହା କିଛି ମାଗିବ, ତାହା ମୁଁ ପ୍ରଦାନ କରିବି। ଏହାଦ୍ୱାରା ପୁତ୍ରଙ୍କଠାରେ ପିତା ଈଶ୍ୱରଙ୍କ ମହିମା ପ୍ରକାଶ ପାଇବ।


ତୁମେ ଯଦି ମୋ’ ସହିତ ସଂଯୁକ୍ତ ହୋଇ ରୁହ ଓ ମୋର ବାକ୍ୟ ତୁମ ହୃଦୟରେ ରହିଥାଏ, ତେବେ ତୁମେ ଯାହା ଇଚ୍ଛା କରି ମାଗିବ, ତାହା ପାଇବ।


ବିଶ୍ୱାସ କରି ପ୍ରାର୍ଥନାରେ ଯାହା ମାଗିବ, ତାହା ତୁମେ ପାଇବ।”


ପୁଣି, ମାଗିଲେ ମଧ୍ୟ ନ ପାଇବାର କାରଣ ହେଉଛି, ତୁମ ଅଭିପ୍ରାୟ ଅସତ୍। ତୁମ୍ଭେମାନେ ନିଜର ସୁଖଭୋଗ ପାଇଁ ମାଗିଥାଅ।


ଆମେ ସମସ୍ତେ ଜାଣୁ, ଈଶ୍ୱର ପାପୀମାନଢ଼ଙ୍କ କଥା ଶୁଣନ୍ତି ନାହିଁ। ଯେଉଁମାନେ ଈଶ୍ୱରଙ୍କୁ ଭକ୍ତି କରନ୍ତି ଓ ତାଙ୍କ ଇଚ୍ଛା ଅନୁଯାୟୀ କାମ କରନ୍ତି, ଈଶ୍ୱର କେବଳ ସେମାନଙ୍କ କଥା ଶୁଣନ୍ତି।


ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇଥିବାରୁ ଓ ତାଙ୍କଠାରେ ବିଶ୍ୱାସ କରୁଥିବାରୁ ଭରସାର ସହିତ ଈଶ୍ୱରଙ୍କ ସମ୍ମୁଖକୁ ଯିବା ପାଇଁ ଆମର ଏବେ ସାହସ ଅଛି।


ଏ ପର୍ଯ୍ୟନ୍ତ ତୁମ୍ଭେମାନେ ମୋ’ ନାମରେ କିଛି ମାଗି ନାହଁ। ବର୍ତ୍ତମାନଠାରୁ ମାଗ, ନିଶ୍ଚୟ ପାଳକ ଓ ତୁମ୍ଭେମାନେ ସମ୍ପୂର୍ଣ୍ଣଭାବେ ସୁଖୀ ହେବ।


ହଁ ପିଲାମାନେ! ତାଙ୍କଠାରେ ସଂଯୁକ୍ତ ହୋଇ ରୁହ, ତାହାହେଲେ ତାଙ୍କର ଯେତେବେଳେ ଆବିର୍ଭାବ ହେବ, ଆମ ନିର୍ଭୀକ ଭାବରେ ତାଙଘ୍କର ସମ୍ମୁଖୀନ ହୋଇ ପାରବା- ସେହି ଦିବସରେ ଆମକୁ ଲଜ୍ଜାରେ ଆତ୍ମଗୋପନ କରିବାକୁ ପଡ଼ଫିବ ନାହହିଁ।


ପରସ୍ପର ନିକଟରେ ନିଜ ନିଜ ପାପ ସ୍ୱୀକାର କର ଏବଂ ପରସ୍ପର ନିମନ୍ତେ ପ୍ରାର୍ଥନା କର। ତାହାହେଲେ, ତୁମେ ଆରୋଗ୍ୟ ଲାଭ କରିବ। ଧାର୍ମିକର ପ୍ରାର୍ଥନା, ଶକ୍ତିଶାଳୀ ଓ ଫଳପ୍ରଦ।


ତେଣୁ ସାହସ ହରାଅ ନାହିଁ, କାଣ ସତ୍ସାହସର ମହାପୁରସ୍କାର ଅଛି।


ଯଦି ଆମେ ଶେଷ ପର୍ଯ୍ୟନ୍ତ ଆମ୍ଭମାନଙ୍କର ଆଦ୍ୟ ବିଶ୍ୱାସରେ ଅଟଳ ରହୁ, ତେବେ ଆମେ ସମସ୍ତେ ଖ୍ରୀଷ୍ଟଙ୍କ ଅଂଶୀଦାର ହୋଇ ପାରିବା।


ମୁଁ ଜାଣେ, ତୁମେ ସବୁବେଳେ ମୋ’ କଥା ଶୁଣିଥାଅ। କିନ୍ତୁ ତୁମେ ଯେ ମୋତେ ପଠାଇଛ, ଏଥିରେ ସେମାନଙ୍କ ବିଶ୍ୱାସ ଜନ୍ମାଇବା ପାଇଁ ମୁଁ ଏହା କହୁଛି।”


କିନ୍ତୁ ପୁତ୍ରଭାବେ ଈଶ୍ୱରଙ୍କ ଗୃହର ତତ୍ତ୍ୱାବଧାନରେ ଖ୍ରୀଷ୍ଟ ବିଶ୍ୱାସ୍ତ ଅଡ଼ନ୍ତି। ଆମେ ଯଦି ସାହାସ ଧରି ପ୍ରତ୍ୟାଶିତ ବିଷୟ ପାଇବୁ ବୋଲି ଆମ ବିଶ୍ୱାସରେ ଦୃଢ଼ ରହୁ, ତେବେ ଆମେ ଗୃହ ସ୍ୱରୂପ ହେବୁ।


Swiv nou:

Piblisite


Piblisite