Biblia Todo Logo
Bib sou entènèt

- Piblisite -




୧ ଯୋହନ 5:13 - ପବିତ୍ର ବାଇବଲ (CL) NT (BSI)

13 ତୁମ୍ଭମାନଙ୍କୁ ଏହି ପତ୍ର ଲେଖୁଛୁ, ଅନନ୍ତ ଜୀବନର ଅଧିକାରୀ ବୋଲି ତୁମ୍ଭେମାନେ ଯେପରି ଜାଣିବ, କାରଣ ଈଶ୍ବରଙ୍କର ପୁତ୍ରଙ୍କଠାରେ ତୁମ୍ଭମାନଙ୍କର ବିଶ୍ବାସ ଅଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ଈଶ୍ଵରଙ୍କ ପୁତ୍ରଙ୍କ ନାମରେ ବିଶ୍ଵାସ କରୁଅଛ ଯେ ତୁମ୍ଭେମାନେ, ତୁମ୍ଭେମାନେ ଯେପରି ଜାଣ ଯେ, ତୁମ୍ଭେମାନେ ଅନ; ଜୀବନ ପାଇଅଛ, ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କ ନିକଟକୁ ଏହି ସମସ୍ତ ଲେଖିଲି।

Gade chapit la Kopi

ଓଡିଆ ବାଇବେଲ

13 ଈଶ୍ୱରଙ୍କ ପୁତ୍ରଙ୍କ ନାମରେ ବିଶ୍ୱାସ କରୁଅଛ ଯେ ତୁମ୍ଭେମାନେ, ତୁମ୍ଭେମାନେ ଯେପରି ଜାଣ ଯେ, ତୁମ୍ଭେମାନେ ଅନନ୍ତ ଜୀବନ ପାଇଅଛ, ଏଥି ନିମନ୍ତେ ମୁଁ ତୁମ୍ଭମାନଙ୍କ ନିକଟକୁ ଏହି ସମସ୍ତ ଲେଖିଲି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ଈଶ୍ବରଙ୍କ ପୁତ୍ରଙ୍କ ନାମରେ ବିଶ୍ୱାସ କରୁଅଛ ଯେ ତୁମ୍ଭେମାନେ, ତୁମ୍ଭେମାନେ ଯେପରି ଜାଣ ଯେ, ତୁମ୍ଭେମାନେ ଅନନ୍ତ ଜୀବନ ପାଇଅଛ, ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କ ନିକଟକୁ ଏହି ସମସ୍ତ ଲେଖିଲି।

Gade chapit la Kopi

ପବିତ୍ର ବାଇବଲ

13 ହେ ପରମେଶ୍ୱରଙ୍କ ପୁତ୍ରଙ୍କ ନାମରେ ବିଶ୍ୱାସ କରୁଥିବା ଲୋକମାନେ, ତୁମ୍ଭେମାନେ ଯେପରି ଜାଣ ଯେ, ତୁମ୍ଭେମାନେ ଅନନ୍ତ ଜୀବନ ପାଇଅଛ, ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କ ନିକଟକୁ ଏହି ସମସ୍ତ ଲେଖିଲି।

Gade chapit la Kopi




୧ ଯୋହନ 5:13
26 Referans Kwoze  

ଏତିକି ବେଳେ ଲେଖାଗଲା, ତୁମେ ଯେପରି ବିଶ୍ୱାସ କରିବ ଯେ, ଯୀଶୁ ହିଁ ଈଶ୍ୱରଙ୍କ ପୁତ୍ର ମସୀହ ଏବଂ ତାଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ତୁମେ ଜୀବନ ପାଇବ।


କିନ୍ତୁ ଯେଉଁମାନେ ତାଙ୍କୁ ଗ୍ରହଣ କରି ତାଙ୍କଠାରେ ବିଶ୍ୱାସ କଲେ, ସେମାନଙ୍କୁ ସେ ଈଶ୍ୱରଙ୍କ ସନ୍ତାନ ହେବାର ଅଧିକାର ଦେଲେ।


ଆମ ପ୍ରତି ତାଙ୍କର ଆଜ୍ଞା ହେଉଛି: ତାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା।


ଯେ କେହି ସେହି ପୁତ୍ରଙ୍କଠାରେ ବିଶ୍ୱାସ କରେ, ସେ ଆଉ ବିଚାରିତ ହେବ ନାହିଁ; କିନ୍ତୁ ଯେ ବିଶ୍ୱାସ କରେ ନାହିଁ, ତା’ର ବିଚାର ହୋଇ ସାରିଛି। କାରଣ ସେ ଈଶ୍ୱରଙ୍କ ଅଦ୍ୱିତୀୟ ପୁତ୍ରଙ୍କୁ ଅବିଶ୍ୱାସ କରିଛି।


ସତ୍ୟ ଜାଣି ନ ଥିବାରୁ ଯେ ତୁମ୍ଭମାନଙ୍କୁ ଏପତ୍ର ଲେଖୁଛି- ସତ୍ୟରୁ କୌଣସି ମିଥ୍ୟାର ଉତ୍ପତ୍ତି ହୋଇପାରେ ନାହିଁ ବୋଲି ଜାଣିଛ।


ତୁମ୍ଭେମାନେ ଯେ ଈଶ୍ୱରଙ୍କ ପୁତ୍ର, ଏହା ପ୍ରମାଣ କରିବା ପାଇଁ, ଈଶ୍ୱର ତାଙ୍କ ପୁତ୍ରଙ୍କର ପବିତ୍ରଆତ୍ମାଙ୍କୁ ଆମ ଅନ୍ତରକୁ ପ୍ରେରଣ କରିଛନ୍ତି। ସେହି ପବିତ୍ର ଆତ୍ମା ଉଚ୍ଚ ସ୍ୱରରେ କହୁଅଛନ୍ତି, “ପିତା! ହେ ମୋର ପିତା!”


ଅତଏବ, ଯେ କେହି ଈଶ୍ୱରଙ୍କର ସେହି ପୁତ୍ରଙ୍କଠାରେ ବିଶ୍ୱାସ କରେ, ତା’ ଅନ୍ତରେ ସେ ଈଶ୍ବରଙ୍କ ସାକ୍ଷ୍ୟ ଉପଲବ୍ଧି କରିଛି। ନିଜେ ଈଶ୍ବର ସାକ୍ଷୀ ହୋଇ ତାଙ୍କ ପୁତ୍ରଙ୍କ ବିଷୟରେ ଯାହା କହିଛନ୍ତି, ଏଥିରେ ଯେ ବିଶ୍ୱାସ କରେ ନାହିଁ, ସେ ଈଶ୍ବରଙ୍କୁ ମିଥ୍ୟାବାଦୀ ବୋଲି ଅଭିଯୁକ୍ତ କରୁଛି।


ପିଲାମାନେ, ତୁମ୍ଭମାନଙ୍କୁ ମୋର ଏହି ଚିଠି ଲେଖିବାର ଉଦ୍ଦେଶ୍ୟ, ଏହି ପଢ଼ି ଯେପରି ଆଉ ପାପ କରିବ ନାହିଁ। ପୁଣି ତୁମ୍ଭେମାନେ ଯେପରି ଜାଣିବ, କେହି ଯଦି ପାପ କରେ, ଆମ ପାଇଁ ପିତା ଈଶ୍ୱରଙ୍କଠାରେ କୃପାଭିକ୍ଷଶ କରିବାକୁ ଜଣେ ମହାପୁଣ୍ୟବାନ ବ୍ୟକ୍ତିଅଛନ୍ତି- ପ୍ରଭୁଯୀଶୁ ଖ୍ରୀଷ୍ଟ।


ଓ ତୁମବ ହୃଦୟ ଆନ୍ଦରେ ପରିପୂର୍ଣ୍ଣ ହେବ ବୋଲି ଆଶା।


ଶୀଲାଙ୍କୁ ବିଶ୍ୱସ୍ତ ଖ୍ରୀଷ୍ଟୀୟ ଭ୍ରାତାରୂପେ ମୁଁ ସମାଦର କରେ। ତାଙ୍କ ସହାୟତାରେ ମୁଁ ଏହି ସଂକ୍ଷିପ୍ତ ପତ୍ର ଲେଖିଛି। ଈଶ୍ୱରଙ୍କ ବାସ୍ତବ ଅନୁଗ୍ରହ ସମ୍ବନ୍ଧରେ ସାକ୍ଷ୍ୟ ଦେଇ ତୁମ୍ଭମାନଙ୍କୁ ଉତ୍ସାହ ପ୍ରଦାନ କରିବା ମୋ ଉଦ୍ଦେଶ୍ୟ। ସେହି ଅନୁଗ୍ରେହରେ ତୁମ୍ଭେମାନେ ଅଟଳ ରୁହ।


ଆମେ ଜାଣୁ, ଯେଉଁ ପାର୍ଥିବ ଶରୀରରୂପ ତମ୍ବୁରେ ଆମେ ଏବେ ବାସ କରୁଛୁ, ତାହା ଧ୍ୱଂସ ପାଇଗଲେ, ଆମକୁ ଈଶ୍ୱର ସ୍ୱର୍ଗରେ ଏକ ଚିରସ୍ଥାୟୀ ଗୃହ ଯୋଗାଇ ଦେବେ। ତାହା ମନୁଷ୍ୟ ହସ୍ତନିମତ ନୁହେଁ- ସ୍ୱୟଂ ଈଶ୍ୱର ତାହାରନିର୍ମାତା।


କେବଳ ତାଙ୍କ ଦ୍ୱାରା ପରିତ୍ରାଣ ସମ୍ଭବ ହୋଇଛି। ସମଗ୍ର ବିଶ୍ୱ ଜଗତରେ ଥିବା ଅନ୍ୟ କୌଣସି ନାମ ଦ୍ୱାରା ମନୁଷ୍ୟ ପରିତ୍ରାଣ ପାଇପାରିବେ ନାହିଁ।”


ନିସ୍ତାର ପର୍ବ ସମୟରେ ଯିରୁଶାଲମରେ ଯୀଶୁ ଥିବା ବେଳେ ଅନେକେ ତାଙ୍କର ଅଲୌକିକ କାର୍ଯ୍ୟ ସବୁ ଦେଖି ତାଙ୍କଠରେ ବିଶ୍ୱାସ କଲେ।


ଯେଉଁମାନେ ତୁମ୍ଭମାନଙ୍କୁ ପ୍ରତାରଣା କରିବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କ ବିଷୟରେ ତୁମ୍ଭମାନଙ୍କୁ ସତର୍କ କରି ଦେଉଛି।


ତାଙ୍କ ନାମର ଶକ୍ତି ହିଁ ଏହି ଛୋଟାକୁ ସୁସ୍ଥ କରିଛି। ଯେଉଁ ଘଟଣା ବର୍ତ୍ତମାନ ତୁମ୍ଭେମାନେ ନିଜେ ଦେଖି ସତ୍ୟ ବୋଲି ଜାଣିଛ, ତାହା କେବଳ ତାଙ୍କ ନାମରେ ବିଶ୍ୱାସ କରିବା ଦ୍ୱାରା ସାଧିତ ହୋଇଛି। ଯୀଶୁଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ସେ ଯେ ସୁସ୍ଥ ହୋଇଛି, ଏହା ତୁମ୍ଭେମାନେ ଦେଖିଅଛ।


ଏହି ସମସ୍ତ ବିଷୟ ସେହି ଶିଷ୍ୟ କହି ଯାଇଛନ୍ତି। ଏ ସବୁକୁ ମଧ୍ୟ ସେ ଲିପିବଦ୍ଧ କରିଛନ୍ତି ଏବଂ ଆମେ ଜାଣୁ, ସେ ଯାହା କହିଛନ୍ତି, ତା’ ସବୁ ସତ୍ୟ।


“ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ଯେ କେହି ମୋ’ କଥାରେ କର୍ଣ୍ଣପାତ କରି ମୋର ପ୍ରେରଣକର୍ତ୍ତାଙ୍କୁ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ଲାଭ କରିବ। ସେ ବିଚାରର ସମ୍ମୁଖୀନ ହେବ ନାହିଁ। କାରଣ ସେ ମୃତ୍ୟୁ ଅତିକ୍ରମ କରି ଜୀବନରେ ପ୍ରବେଶ କରିଛି।


ଆମ୍ଭମାନଙ୍କୁ ଏହି ଦାନ କରିବା ପାଇଁ ସ୍ୱୟଂ ଖ୍ରୀଷ୍ଟ ପ୍ରତିଜ୍ଞା କରିଛନ୍ତି- ଏହାହିଁ ଅନନ୍ତ ଜୀବନ।


ଈଶ୍ୱର ତାଙ୍କ ଅନନ୍ୟ ପୁତ୍ର ଯୀଶୁଙ୍କୁ ଜଗତକୁ ପ୍ରେରଣ କରି ଆମ ପ୍ରତି ତାଙ୍କର ମହାପ୍ରେମ ପ୍ରକାଶ କରିଛନ୍ତି- ସେହି ଯୀଶୁଙ୍କ ଦ୍ୱାରା ଆମେ ଯେପରି ଜୀବନ ପ୍ରାପ୍ତ ହେବୁ।


ସେହି ସାକ୍ଷ୍ୟର ସାରମର୍ମ ହେଲା, ଈଶ୍ୱର ଆମ୍ଭମାନଙ୍କୁ ଅନନ୍ତ ଜୀବନ ଦାନ କରିଛନ୍ତି; କିନ୍ତୁ ତାଙ୍କ ପୁତ୍ରଙ୍କଠାରେ ହିଁ ଆମେ ଏହି ଜୀବନର ସନ୍ଧାନ ପାଉଛୁ।


ଆମେ ଜାଣ, ଈଶ୍ୱରଙ୍କ ପୁତ୍ର ଅବତୀର୍ଣ୍ଣ ହୋଇ ସତ୍ୟ ଈଶ୍ୱରଙ୍କ ସତ୍ତା ଅନୁଭବ କରିବାକୁ ଆମକୁ ଜ୍ଞାନ ଦେଇଛନ୍ତି। ଆମେ ଦତ୍ୟ ଈଶ୍ବର ଓ ତାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ସହିନ ସଂଯୁକ୍ତ ଜୀବନ ଯାପନ କରୁଛୁ। ସେ ହିଁ ସତ୍ୟ ଈଶ୍ୱର ଏବଂ ସେ ହିଁ ଅନନ୍ତ ଜୀବନ।


Swiv nou:

Piblisite


Piblisite