Biblia Todo Logo
Bib sou entènèt

- Piblisite -




୧ ଯୋହନ 5:11 - ପବିତ୍ର ବାଇବଲ (CL) NT (BSI)

11 ସେହି ସାକ୍ଷ୍ୟର ସାରମର୍ମ ହେଲା, ଈଶ୍ୱର ଆମ୍ଭମାନଙ୍କୁ ଅନନ୍ତ ଜୀବନ ଦାନ କରିଛନ୍ତି; କିନ୍ତୁ ତାଙ୍କ ପୁତ୍ରଙ୍କଠାରେ ହିଁ ଆମେ ଏହି ଜୀବନର ସନ୍ଧାନ ପାଉଛୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ସେହି ସାକ୍ଷ୍ୟ ଏହି ଯେ, ଈଶ୍ଵର ଆମ୍ଭମାନଙ୍କୁ ଅନ; ଜୀବନ ଦେଇଅଛନ୍ତି, ପୁଣି ସେହି ଜୀବନ ତାହାଙ୍କ ପୁତ୍ରଙ୍କଠାରେ ଅଛି।

Gade chapit la Kopi

ଓଡିଆ ବାଇବେଲ

11 ସେହି ସାକ୍ଷ୍ୟ ଏହି ଯେ, ଈଶ୍ୱର ଆମ୍ଭମାନଙ୍କୁ ଅନନ୍ତ ଜୀବନ ଦେଇଅଛନ୍ତି, ପୁଣି, ସେହି ଜୀବନ ତାହାଙ୍କ ପୁତ୍ରଙ୍କଠାରେ ଅଛି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ସେହି ସାକ୍ଷ୍ୟ ଏହି ଯେ, ଈଶ୍ବର ଆମ୍ଭମାନଙ୍କୁ ଅନନ୍ତ ଜୀବନ ଦେଇଅଛନ୍ତି, ପୁଣି, ସେହି ଜୀବନ ତାହାଙ୍କ ପୁତ୍ରଙ୍କଠାରେ ଅଛି।

Gade chapit la Kopi

ପବିତ୍ର ବାଇବଲ

11 ପରମେଶ୍ୱର ଏହା କହନ୍ତି: ପରମେଶ୍ୱର ଆମ୍ଭମାନଙ୍କୁ ଅନନ୍ତ ଜୀବନ ଦେଇଛନ୍ତି ଓ ସେ ଜୀବନ ତାହାଙ୍କ ପୁତ୍ରଙ୍କଠାରେ ଅଛି।

Gade chapit la Kopi




୧ ଯୋହନ 5:11
37 Referans Kwoze  

ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅଯାଚିତ ଦାନ ହେଉଛି, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହେବା ଦ୍ୱାରା ଅନନ୍ତ ଜୀବନ।


ଆମ୍ଭମାନଙ୍କୁ ଏହି ଦାନ କରିବା ପାଇଁ ସ୍ୱୟଂ ଖ୍ରୀଷ୍ଟ ପ୍ରତିଜ୍ଞା କରିଛନ୍ତି- ଏହାହିଁ ଅନନ୍ତ ଜୀବନ।


ଯେ କେହି ସେହି ପୁତ୍ରଙ୍କଠାରେ ବିଶ୍ୱାସ ସ୍ଥାପନ କରେ, ସେ ଅନନ୍ତ ଜୀବନ ପାଇବ; ଯେ କେହି ତାଙ୍କର ଅବାଧ୍ୟ ହୁଏ, ସେ ସେହି ଜୀବନରୁ ବଞ୍ôଚତ ହେବ ଓ ଈଶ୍ୱରଙ୍କ କ୍ରୋଧର ପାତ୍ର ହୋଇ ରହିବ।


ଆମେ ଜାଣ, ଈଶ୍ୱରଙ୍କ ପୁତ୍ର ଅବତୀର୍ଣ୍ଣ ହୋଇ ସତ୍ୟ ଈଶ୍ୱରଙ୍କ ସତ୍ତା ଅନୁଭବ କରିବାକୁ ଆମକୁ ଜ୍ଞାନ ଦେଇଛନ୍ତି। ଆମେ ଦତ୍ୟ ଈଶ୍ବର ଓ ତାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ସହିନ ସଂଯୁକ୍ତ ଜୀବନ ଯାପନ କରୁଛୁ। ସେ ହିଁ ସତ୍ୟ ଈଶ୍ୱର ଏବଂ ସେ ହିଁ ଅନନ୍ତ ଜୀବନ।


ଈଶ୍ୱର ତାଙ୍କ ଅନନ୍ୟ ପୁତ୍ର ଯୀଶୁଙ୍କୁ ଜଗତକୁ ପ୍ରେରଣ କରି ଆମ ପ୍ରତି ତାଙ୍କର ମହାପ୍ରେମ ପ୍ରକାଶ କରିଛନ୍ତି- ସେହି ଯୀଶୁଙ୍କ ଦ୍ୱାରା ଆମେ ଯେପରି ଜୀବନ ପ୍ରାପ୍ତ ହେବୁ।


ସେହି ବାକ୍ୟ ଥିଲେ ଜୀବନର ଉତ୍ସ ଓ ସେହି ଜୀବନ ହିଁ ମାନବ ଜାତିର ଜ୍ୟୋତି।


ଅତଏବ, ଯେ କେହି ଈଶ୍ୱରଙ୍କର ସେହି ପୁତ୍ରଙ୍କଠାରେ ବିଶ୍ୱାସ କରେ, ତା’ ଅନ୍ତରେ ସେ ଈଶ୍ବରଙ୍କ ସାକ୍ଷ୍ୟ ଉପଲବ୍ଧି କରିଛି। ନିଜେ ଈଶ୍ବର ସାକ୍ଷୀ ହୋଇ ତାଙ୍କ ପୁତ୍ରଙ୍କ ବିଷୟରେ ଯାହା କହିଛନ୍ତି, ଏଥିରେ ଯେ ବିଶ୍ୱାସ କରେ ନାହିଁ, ସେ ଈଶ୍ବରଙ୍କୁ ମିଥ୍ୟାବାଦୀ ବୋଲି ଅଭିଯୁକ୍ତ କରୁଛି।


(ଜଣେ ପ୍ରତ୍ୟକ୍ଷଦର୍ଶୀ ଏହା କହିଛନ୍ତି, ସୁତରାଂ ଏହା ବିଶ୍ୱାସଯୋଗ୍ୟ। ସେ ଯାହା କହିଛନ୍ତି, ସବୁ ସତ୍ୟ। ସେ ନିଜେ ସତ୍ୟବାଦୀ ବୋଲି ଜାଣନ୍ତି।)


ମୁଁ ସେମାନଙ୍କୁ ଅନନ୍ତ ଜୀବନ ଦାନ କରେ, ସେମାନେ କେବେ ବିନଷ୍ଟ ହେବେ ନାହିଁ। ସେମାନଙ୍କୁ ମୋ’ ପାଖରୁ କେହି ଛଡ଼ାଇ ନେଇ ପାରିବ ନାହିଁ।


ଶିମୋନ ପିତର ଉତ୍ତର ଦଲେ: “ପ୍ରଭୁ, ଆଉ କାହା ପାଖକୁ ଯିବୁ? ଅନନ୍ତ ଜୀବନର ବାକ୍ୟ ଆପଣଙ୍କଠାରେ ଅଛି।


ପିତା ଯେପରି ଜୀବନର ଉତ୍ସ, ପୁତ୍ରଙ୍କୁ ମଧ୍ୟ ସେହିପରି ସେ ଜୀବନର ଉତ୍ସ କରିଛନ୍ତି।


ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହରେ ଅନନ୍ତ ଜୀବନ ପାଇବା ପାଇଁ ଅପେକ୍ଷା କରୁ କରୁ ଈଶ୍ବରଙ୍କ ପ୍ରେମରେ ସ୍ଥିର ଣୁହ।


ପରମାତ୍ମା, ଜଳ ଓ ରକ୍ତ ଯୀଶୁ ଖ୍ରୀଷ୍ଟଙ୍କ ସପକ୍ଷରେ ସାକ୍ଷ୍ୟ ଦିଅନ୍ତି ଏବଂ ଏହି ତିନିଙ୍କ ଦାକ୍ଷ୍ୟ ଏକ ସମାନ।


ଆବହମାନ କାଳରୁ ଈଶ୍ୱର ଆମକୁ ଏହି ଜୀବନ ଦାନ କରିବାକୁ ପ୍ରତିଜ୍ଞା କରିଛନ୍ତି - ଈଶ୍ୱର ମିଥ୍ୟାବାଦୀ ନୁହନ୍ତି।


କିନ୍ତୁ ମୋ’ ପରି ଗୋଟିଏ ନରାଧମ ପ୍ରତି ମଧ୍ୟ ଈଶ୍ୱରଙ୍କ କୃପା ଓ ଖ୍ରୀଷ୍ଟ ଯୀଶୁଙ୍କ ସହନଶୀଳତା ମୋତେ ଏକ ଦୃଷ୍ଟାନ୍ତ କରି ରଖିଛି - ଅନ୍ୟମାନେ ଯେପରି ଯୀଶୁଙ୍କଠାରେ ବିଶ୍ୱାସ ସ୍ଥାପନ କରି ଅନନ୍ତ ଜୀବନ ଲାଭ କରିବେ।


ଯୀଶୁ ଉତ୍ତର ଦେଲେ, “ମୁଁ ପଥ, ସତ୍ୟ ଓ ଜୀବନ। ମୋ’ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଇପାରିବି ନାହିଁ।


ସମସ୍ତେ ଡିମଂଟ୍ରିଅସ୍ଙ୍କ ପ୍ରଶଂସା କରୁଛନ୍ତି; ସତ୍ୟର ମାପକାଠି ଦ୍ୱାରା ସେ ପ୍ରଶଂସିତ। ଆମେ ମଧ୍ୟ ତାଙ୍କୁ ସମର୍ଥନ କରୁଛୁ। ତୁମେ ଜାଣିଛ, ଆମେ ଯାହା କହୁ, ତାହା ସବୁ ନିରାଟ ସତ୍ୟ।


ଏବଂ ମୁଁ ଜାଣେ, ତାଙ୍କ ଆଜ୍ଞା ଅନନ୍ତ ଜୀବନ ପ୍ରଦାନ କରେ। ମୋ’ ପିତା ମୋତେ ଯାହା କହିବାକୁ ଆଦେଶ ଦେଇଛନ୍ତି, କେବଳ ସେତିକି ମୁଁ କହୁଛି।”


କାରଣ ପିତା ଚାହାଁନ୍ତି, ଯେଉଁମାନେ ତାଙ୍କ ପୁତ୍ରଙ୍କୁ ଦେଖି ତାଙ୍କଠାରେ ବିଶ୍ୱାସ କରନ୍ତି, ସେମାନେ ଅନନ୍ତ ଜୀବନ ଲାଭ କରନ୍ତୁ। ଏଣୁ ଶେଷ ଦିନରେ ମୁଁ ସେ ସମସ୍ତଙ୍କୁ ପୁନର୍ଜୀବିତ କରିବି।”


ନୂତନ ପୃଥିବୀରେ ସ୍ଫଟିକ ପରି ସ୍ୱଚ୍ଛ ଜୀବନ-ଜଳର ଗୋଟିଏ ନଦୀ ଦୂତ ମୋତେ ଦେଖାଇଲେ। ଏହି ନଦୀ ଈଶ୍ୱର ଓ ମେଷଶାବକଙ୍କ ସିଂହାସନରୁ ନିର୍ଗତ ହୋଇ


ପୁଣି ଯୋହନ ନିଜେ ଯାହା ସବୁ ଦେଖିଛନ୍ତି, ତାହା ଏଥିରେ ପ୍ରକାଶ କରିଛନ୍ତି। ଏହି ବିବରଣୀରେ ଈଶ୍ୱରଙ୍କ ବାର୍ତ୍ତା ଓ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ପ୍ରକାଶିତ ସତ୍ୟ ସନ୍ନିବେଶିତ।


ମୁଁ ସତ୍ୟ କହୁଛି, ଯେ କେହି ବିଶ୍ୱାସ କରେ, ସେ ଅନନ୍ତ ଜୀବନ ପାଇବ।


ଈଶ୍ୱର ଯେପରି ମୃତମାନଙ୍କୁ ସଞ୍ଜୀବିତ କରି ଉଠାନ୍ତି, ପୁତ୍ର ମଧ୍ୟ ସେହିପରି ଯାହାକୁ ଚାହିଁବେ, ତାକୁ ଜୀବନ ଦାନ କରିବେ।


ଶସ୍ୟକଟାଳିକୁ ମଜୁରି ଦିଆଯାଉଛି। ସେ ଅନନ୍ତ ଜୀବନ ପାଇଁ ଶସ୍ୟ ସଂଗ୍ରହ କରୁଛି। ତଦ୍ଦ୍ୱାରା ବୀଜବୁଣାଳି ଓ ଶସ୍ୟ କଟାଳି ଉଭୟେ ଆନନ୍ଦିତ ହେବେ। ‘ଜଣେ ବୀଜ ବୁଣେ, ଅନ୍ୟ ଜଣେ ଫସଲ କାଟେ’ -


ଏହି ଲୋକମାନେ ଚିରଦିନ ପାଇଁ ଦଣ୍ଡ ଭୋଗିବେ ଏବଂ ଧାର୍ମିକମାନେ ଅନନ୍ତ ଜୀବନ ଲାଭ କରିବେ।”


ପାପ ଯେପରି ମୃତ୍ୟୁ ଦ୍ୱାରା ନିଜର ଆଧିପତ୍ୟ ପ୍ରତିଷ୍ଠା କରିଥିଲା, ସେହିପରି ଈଶ୍ୱରଙ୍କ ଅନୁଗ୍ରହ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସହାୟତାରେ ଆମ୍ଭମାନଙ୍କୁ ଧାର୍ମିକ ଗଣ୍ୟ କରି ଅନନ୍ତ ଜୀବନ ଦିଏ।


ଯିରୂଶାଲମର ଇହୁଦୀ କର୍ତ୍ତୃପକ୍ଷ କେତେ ଜଣ ଧର୍ମଯାଜକ ଓ ଲେବୀୟମାନଙ୍କୁ ଯୋହନଢ଼ଙ୍କ ନିକଟକୁ ପଠାଇଲେ। ସେମାନେ ତାଙ୍କୁ ପଚାରିଲେ, “ଆପର କିଏ?”


ଗାଲିଲୀକୁ ଯିବା ବାଟରେ ତାଙ୍କୁ ଶମିରୋଣ ଅଞ୍ଚଳ ଦେଇ ଯିବାକୁ ପଡ଼ିଲା ଏବଂ ସୁଖାର୍ ନାମକ ଏକ ଶମିରୋଣୀୟ ସହରରେ ସେ ଆସି ପହଞ୍ôଚଲେ।


ଏହା ହିଁ ପ୍ରକୃତ ପ୍ରେମ- ଆମେ ଈଶ୍ୱରଙ୍କୁ ପ୍ରେମ କରି ନାହୁଁ, ଅଥଚ ସେ ଆମକୁ ପ୍ରେମ କରି, ଆମ ପାପର ପ୍ରାୟଶ୍ଚିତ ହେବା ନିମନ୍ତେ ତାଙ୍କ ପୁତ୍ରଙ୍କୁ ପ୍ରେରଣ କଲେ।


Swiv nou:

Piblisite


Piblisite