Biblia Todo Logo
Bib sou entènèt

- Piblisite -




୧ ଯୋହନ 5:10 - ପବିତ୍ର ବାଇବଲ (CL) NT (BSI)

10 ଅତଏବ, ଯେ କେହି ଈଶ୍ୱରଙ୍କର ସେହି ପୁତ୍ରଙ୍କଠାରେ ବିଶ୍ୱାସ କରେ, ତା’ ଅନ୍ତରେ ସେ ଈଶ୍ବରଙ୍କ ସାକ୍ଷ୍ୟ ଉପଲବ୍ଧି କରିଛି। ନିଜେ ଈଶ୍ବର ସାକ୍ଷୀ ହୋଇ ତାଙ୍କ ପୁତ୍ରଙ୍କ ବିଷୟରେ ଯାହା କହିଛନ୍ତି, ଏଥିରେ ଯେ ବିଶ୍ୱାସ କରେ ନାହିଁ, ସେ ଈଶ୍ବରଙ୍କୁ ମିଥ୍ୟାବାଦୀ ବୋଲି ଅଭିଯୁକ୍ତ କରୁଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ଯେ ଈଶ୍ଵରଙ୍କ ପୁତ୍ରଙ୍କଠାରେ ବିଶ୍ଵାସ କରେ, ସେ ଆପଣାର ଅନ୍ତରରେ ଏହି ସାକ୍ଷ୍ୟ ପାଇଅଛି; ଯେ ଈଶ୍ଵରଙ୍କ ସାକ୍ଷ୍ୟ ବିଶ୍ଵାସ କରେ ନାହିଁ, ସେ ତାହାଙ୍କୁ ମିଥ୍ୟାବାଦୀ କରିଅଛି, କାରଣ ଈଶ୍ଵର ଆପଣା ପୁତ୍ରଙ୍କ ବିଷୟରେ ଯେଉଁ ସାକ୍ଷ୍ୟ ଦେଇଅଛନ୍ତି, ସେଥିରେ ସେ ବିଶ୍ଵାସ କରି ନାହିଁ।

Gade chapit la Kopi

ଓଡିଆ ବାଇବେଲ

10 ଯେ ଈଶ୍ୱରଙ୍କ ପୁତ୍ରଙ୍କଠାରେ ବିଶ୍ୱାସ କରେ, ସେ ଆପଣାର ଅନ୍ତରରେ ଏହି ସାକ୍ଷ୍ୟ ପାଇଅଛି; ଯେ ଈଶ୍ୱରଙ୍କ ସାକ୍ଷ୍ୟ ବିଶ୍ୱାସ କରେ ନାହିଁ, ସେ ତାହାଙ୍କୁ ମିଥ୍ୟାବାଦୀ କରିଅଛି, କାରଣ ଈଶ୍ୱର ଆପଣା ପୁତ୍ରଙ୍କ ବିଷୟରେ ଯେଉଁ ସାକ୍ଷ୍ୟ ଦେଇଅଛନ୍ତି, ସେଥିରେ ସେ ବିଶ୍ୱାସ କରି ନାହିଁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ଯେ ଈଶ୍ବରଙ୍କ ପୁତ୍ରଙ୍କଠାରେ ବିଶ୍ୱାସ କରେ, ସେ ଆପଣାର ଅନ୍ତରରେ ଏହି ସାକ୍ଷ୍ୟ ପାଇଅଛି; ଯେ ଈଶ୍ବରଙ୍କ ସାକ୍ଷ୍ୟ ବିଶ୍ୱାସ କରେ ନାହିଁ, ସେ ତାହାଙ୍କୁ ମିଥ୍ୟାବାଦୀ କରିଅଛି, କାରଣ ଈଶ୍ବର ଆପଣା ପୁତ୍ରଙ୍କ ବିଷୟରେ ଯେଉଁ ସାକ୍ଷ୍ୟ ଦେଇଅଛନ୍ତି, ସେଥିରେ ସେ ବିଶ୍ୱାସ କରି ନାହିଁ।

Gade chapit la Kopi

ପବିତ୍ର ବାଇବଲ

10 ପରମେଶ୍ୱରଙ୍କର ପୁତ୍ରଙ୍କୁ ବିଶ୍ୱାସ କରୁଥିବା ବ୍ୟକ୍ତି ନିଜ ହୃଦୟରେ ସେହି ବାକ୍ୟ ସାକ୍ଷ୍ୟ ପାଇଅଛି। ପରମେଶ୍ୱରଙ୍କଠାରେ ବିଶ୍ୱାସ କରୁ ନ ଥିବା ବ୍ୟକ୍ତି ପରମେଶ୍ୱରଙ୍କୁ ମିଥ୍ୟାବାଦୀ କରିଦିଏ, କାରଣ ଈଶ୍ୱର ଆପଣା ପୁତ୍ରଙ୍କ ସମ୍ବନ୍ଧରେ ଯାହା କହିଛନ୍ତି, ସେ ତାହା ବିଶ୍ୱାସ କରେ ନାହିଁ।

Gade chapit la Kopi




୧ ଯୋହନ 5:10
22 Referans Kwoze  

ଈଶ୍ୱରଙ୍କ ଆତ୍ମା ଆମ ଅନ୍ତରାତ୍ମା ସହିତ ସ୍ୱର ମିଳାଇ ଆମକୁ ଈଶ୍ୱରଙ୍କ ସନ୍ତାନ ବୋଲି ଘୋଷଣା କରୁଛନ୍ତି।


ତୁମ୍ଭେମାନେ ଯେ ଈଶ୍ୱରଙ୍କ ପୁତ୍ର, ଏହା ପ୍ରମାଣ କରିବା ପାଇଁ, ଈଶ୍ୱର ତାଙ୍କ ପୁତ୍ରଙ୍କର ପବିତ୍ରଆତ୍ମାଙ୍କୁ ଆମ ଅନ୍ତରକୁ ପ୍ରେରଣ କରିଛନ୍ତି। ସେହି ପବିତ୍ର ଆତ୍ମା ଉଚ୍ଚ ସ୍ୱରରେ କହୁଅଛନ୍ତି, “ପିତା! ହେ ମୋର ପିତା!”


ଯେ କେହି ତାଙ୍କ ବାର୍ତ୍ତା ଗ୍ରହଣ କରେ, ସେ ଈଶ୍ୱରଙ୍କୁ ସତ୍ୟର ସ୍ୱରୂପ ବୋଲି ସ୍ୱୀକାର କରେ।


ପୁଣି ତାଙ୍କ ବାର୍ତ୍ତା ତୁମ ଅନ୍ତରରେ ସ୍ଥାନ ପାଇ ନାହିଁ, କାରଣ ସେ ଯାହାଙ୍କୁ ପ୍ରେରଣ କରିଛନ୍ତି, ତାଙ୍କୁ ତୁମେ ବିଶ୍ୱାସ କରୁ ନାହଁ।


ହେ ବିଶ୍ୱାସୀ ଭାଇମାନେ, ସାବଧାନ, ତୁମ୍ଭମାନଙ୍କ ମଧ୍ୟରୁ କାହାରି ହୃଦୟ ଯେପରି ପାପ ଓ ଅବିଶ୍ୱାସରେ ପୂର୍ଣ୍ଣ ହୋଇ ଜୀବନ୍ତ ଈଶ୍ୱରଙ୍କ ପ୍ରତି ବିମୁଖ ନ ହୁଏ।


ଯେ ଯୀଶୁଙ୍କୁ ମସୀହ ବୋଲି ବିଶ୍ୱାସ କରେ, ସେ ଈଶ୍ୱରଙ୍କ ସନ୍ତାନ। ଯେ କେହି ଜଣେ ପିତାକୁସ୍ନେହ କରେ, ସେହି ପିତାର ସନ୍ତାନକୁ ମଧ୍ୟ ଦେ ସ୍ନେହ କରେ।


ଆମେ ପାପ କରି ନୈୁଁ ବୋଲି ଯଦି କହୁ, ଈଶ୍ୱରଙ୍କୁ ମିଥ୍ୟାବାଦୀ ବୋଲି ଅଭିଯୁକ୍ତ କରୁଛୁ- ତାଙ୍କର ବାକ୍ୟ ଆମ ହୃଦୟରେ ସ୍ଥାନ ପାଇ ନାହିଁ।


“ଯେଉଁମାନଙ୍କର ଶୁଣିବା ପାଇଁ କାନ ଅଛି, ମଣ୍ଡଳୀଗୁଡ଼ିକୁ ଈଶ୍ୱରଙ୍କ ଆତ୍ମା କଅଣ କହୁଅଛନ୍ତି, ତାହା ଶୁଣ। “ଯେଉଁମାନେ ବିଜୟ ଲାଭ କରିବେ, ମୁଁ ସେମାନଙ୍କୁ ଗଚ୍ଛିତ ରଖାଯାଇଥିବା ମାନ୍ନାରୁ କିଛି ଦେବି। ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ନୂତନ ନାମ ଲେଖା ହୋଇଥିବା ଗୋଟିଏ ଶ୍ୱେତ ପ୍ରସ୍ତର ପ୍ରଦାନ କରିବି। ସେହି ନୂତନ ନାମ କଅଣ, ପ୍ରସ୍ତର ଗ୍ରହଣକାରୀ ବ୍ୟତୀତ ଅନ୍ୟ କେହି ତାହା ଜାଣି ପାରିବେ ନାହିଁ।


କାରଣ ତୁମେ ମୃତ୍ୟୁ ବରଣ କରିଅଛ ଓ ଖ୍ରୀଷ୍ଟଙ୍କ ସହିତ ତୁମ ଜୀବନ ଈଶ୍ୱରଙ୍କଠାରେ ସଂଗୁପ୍ତ ରହିଛି।


ଅନନ୍ତର ଦ୍ୟାବଳ ଭୀଷଣ କ୍ରୁଦ୍ଧ ହୋଇ ସେହି ନାରୀ ଉପରେ ପ୍ରତିଶୋଧ ନେବା ପାଇଁ ତା’ର ବଂଶଧରମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ବାହାରି ପଡ଼ିଲା। ଯେଉଁମାନେ ଈଶ୍ୱରଙ୍କ ଆଜ୍ଞାବହ, ଯୀଶୁ ପ୍ରକାଶ କରିଥିବା ସତ୍ୟ ପ୍ରତି ବିଶ୍ୱସ୍ତ, ନାରୀର ସେହି ବଂଶଧରମାନଙ୍କୁ ବିରୋଧ କରିବା ପାଇଁ ସେ ଯାଇ ସମୁଦ୍ର ଦୀରରେ ଠିଆ ହେଲା।


ମୁଁ ସେମାନଙ୍କୁ ‘ପ୍ରଭାତୀ ତାରା’ ମଧ୍ୟ ଦାନ କରିବି।


ତେଣୁ ଭାବବାଦୀମାନଙ୍କ ଦ୍ୱରା ପ୍ରଚାରି ବାର୍ତ୍ତାରେ ଆମ ବିଶ୍ୱାସ ଅଧିକ ଦୃଢ଼ ହୋଇଛି। ସେଥିପ୍ରତି ତୁମ୍ଭେମାନେ ମଧ୍ୟ ମନୋଯୋଗୀ ହେବା ଉଚିତ, କାରଣ ତାହା ଅନ୍ଧକାରରେ ଏକ ପ୍ରଦୀପ ତୁଲ୍ୟ। ପ୍ରତ୍ୟୁଷରେ ପ୍ରଭାତୀ ତାରାର ଆଲୋକ ତୁମ ହୃଦୟରେ ପ୍ରବେଶ କରିବା ପର୍ଯ୍ୟନ୍ତ ଏହା ପ୍ରଜ୍ୱଳିତ ହୋଇ ରହିଥିବ।


ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ, ସେ ନିଜର ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ- ଯେ କେହି ତାଙ୍କଠାରେ ବିଶ୍ୱାସ କରେ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପାଇବ।


ଯେ କେହି ସେହି ପୁତ୍ରଙ୍କଠାରେ ବିଶ୍ୱାସ କରେ, ସେ ଆଉ ବିଚାରିତ ହେବ ନାହିଁ; କିନ୍ତୁ ଯେ ବିଶ୍ୱାସ କରେ ନାହିଁ, ତା’ର ବିଚାର ହୋଇ ସାରିଛି। କାରଣ ସେ ଈଶ୍ୱରଙ୍କ ଅଦ୍ୱିତୀୟ ପୁତ୍ରଙ୍କୁ ଅବିଶ୍ୱାସ କରିଛି।


ପ୍ରସଙ୍ଗ କ୍ରମେ କୁହାଯାଇପାରେ - ପୁତ୍ର ପିତାଙ୍କର ସମସ୍ତ ସମ୍ପତ୍ତିର ଅଧିକାରୀ, କିନ୍ତୁ ସମସ୍ତ ବିଷୟର ଅଧିକାରୀ ହେବା ସତ୍ତେ୍ୱ ଅପ୍ରାପ୍ତବୟସ୍କ ଥିବା ପର୍ଯ୍ୟନ୍ତ ସେ ଦାସ ପରି ରହେ।


“ଏଠାରେ ଜଳ ଅଛି, ଏବେ ମୋର ଜଳଦୀକ୍ଷା ନେବାରେ କିଛି ବାଧା ଅଛି କି?”


Swiv nou:

Piblisite


Piblisite