Biblia Todo Logo
Bib sou entènèt

- Piblisite -




୧ ଯୋହନ 5:1 - ପବିତ୍ର ବାଇବଲ (CL) NT (BSI)

1 ଯେ ଯୀଶୁଙ୍କୁ ମସୀହ ବୋଲି ବିଶ୍ୱାସ କରେ, ସେ ଈଶ୍ୱରଙ୍କ ସନ୍ତାନ। ଯେ କେହି ଜଣେ ପିତାକୁସ୍ନେହ କରେ, ସେହି ପିତାର ସନ୍ତାନକୁ ମଧ୍ୟ ଦେ ସ୍ନେହ କରେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ଯେକେହି ଯୀଶୁଙ୍କୁ ଖ୍ରୀଷ୍ଟ ବୋଲି ବିଶ୍ଵାସ କରେ, ସେ ଈଶ୍ଵରଙ୍କଠାରୁ ଜାତ; ଆଉ, ଯେକେହି ଜନ୍ମ- ଦାତାଙ୍କୁ ପ୍ରେମ କରେ, ସେ ତାହାଙ୍କଠାରୁ ଜାତ ହୋଇଥିବା ଲୋକକୁ ମଧ୍ୟ ପ୍ରେମ କରେ,।

Gade chapit la Kopi

ଓଡିଆ ବାଇବେଲ

1 ଯେ କେହି ଯୀଶୁଙ୍କୁ ଖ୍ରୀଷ୍ଟ ବୋଲି ବିଶ୍ୱାସ କରେ, ସେ ଈଶ୍ୱରଙ୍କଠାରୁ ଜାତ; ଆଉ, ଯେ କେହି ଜନ୍ମଦାତାଙ୍କୁ ପ୍ରେମ କରେ, ସେ ତାହାଙ୍କଠାରୁ ଜାତ ହୋଇଥିବା ସନ୍ତାନମାନଙ୍କୁ ମଧ୍ୟ ପ୍ରେମ କରେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଯେ କେହି ଯୀଶୁଙ୍କୁ ଖ୍ରୀଷ୍ଟ ବୋଲି ବିଶ୍ୱାସ କରେ, ସେ ଈଶ୍ବରଙ୍କଠାରୁ ଜାତ; ଆଉ, ଯେ କେହି ଜନ୍ମଦାତାଙ୍କୁ ପ୍ରେମ କରେ, ସେ ତାହାଙ୍କଠାରୁ ଜାତ ହୋଇଥିବା ସନ୍ତାନମାନଙ୍କୁ ମଧ୍ୟ ପ୍ରେମ କରେ।

Gade chapit la Kopi

ପବିତ୍ର ବାଇବଲ

1 ଯୀଶୁ ହେଉଛନ୍ତି ଖ୍ରୀଷ୍ଟ ବୋଲି ଯେଉଁମାନେ ବିଶ୍ୱାସ କରନ୍ତି, ସେମାନେ ପରମେଶ୍ୱରଙ୍କର ସନ୍ତାନ ଅଟନ୍ତି। ପରମ ପିତାଙ୍କୁ ପ୍ରେମ କରୁଥିବା ବ୍ୟକ୍ତି ତାହାଙ୍କର ସନ୍ତାନମାନଙ୍କୁ ମଧ୍ୟ ପ୍ରେମ କରେ।

Gade chapit la Kopi




୧ ଯୋହନ 5:1
27 Referans Kwoze  

ତୁମ୍ଭେମାନେ ଜାଣ, ଖ୍ରୀଷ୍ଟ ସମ୍ପୂର୍ଣ୍ଣ ନ୍ୟାୟବାନ। ତେଣୁ ଏହି ମଧ୍ୟ ଜାଣି ରଖିବା ଉଚିତ ଯେ, ଯେଉଁମାନେ ସତ୍କର୍ମ କରନ୍ତୁ, ସେମାନେ ହିଁ ଈଶ୍ୱରଙ୍କ ସନ୍ତାନ।


ଯୀଶୁ ସେମାନଙ୍କୁ କହିଲେ: “ଈଶ୍ୱର ଯଦି ପ୍ରକୃତରେ ତୁମ୍ଭମାନଙ୍କର ପିତା, ତାହାହେଲେ ତୁମ୍ଭେମାନେ ମୋତେ ସ୍ନେହ କରିଥାଆନ୍ତ, କାରଣ ମୁଁ ଈଶ୍ୱରଙ୍କ ନିକଟରୁ ଆସି ବର୍ତ୍ତମାନ ଏଠାରେ ଅଛି। ମୁଁ ନିଜ ଅଧିକାରରେ ଆସି ନାହିଁ। ଈଶ୍ୱର ମୋତେ ପ୍ରେରଣ କରିଛନ୍ତି।


ପ୍ରିୟ ବନ୍ଧୁଗଣ! ପରସ୍ପରକୁ ପେମ କର, କାରଣ ପ୍ରେମର ଉତ୍ପତ୍ତି ଈଶ୍ୱରଙ୍କଠାରୁ। ଯାହାର ହୃଦୟରେ ପ୍ରେମ ଅଛି, ସେ ଈଶ୍ୱରଙ୍କ ସନ୍ତାନ, ସେ ଈଶ୍ୱରଙ୍କୁ ଜାଣେ।


ଆମେ ଜାଣୁ ଯେ, ଏବେ ଆମେ ମୃତ୍ୟକୁ ଅତିକ୍ରମ କରି ଜୀବନ ଲାଭ କରିଛୁ। ଏହା ନିଶ୍ଚିତ ଭାବରେ ଜାଣୁ, କାରଣ ଏବେ ଆମେ ଭାଇମାନଙ୍କୁ ପ୍ରେମ କରୁଛୁ। ଯେ ପ୍ରେମ କରେ ନାହିଁ, ସେ ମୃତ୍ୟର ଅଧୀନ।


କାରଣ ତାଙ୍କର ସନ୍ତାନମାନେ ଏହି ଜଗତକୁ ପରାସ୍ତ କରିବାକୁ ଶକ୍ତି ଲାଭ କରିଛନ୍ତି ବିଶ୍ୱାସ ବଳରେ ଆମେ ଜଗତ ଉପରେ ବିଜୟ ଲାଭ କରି ପାରିବା।


ଯଦି କେହି କହେ ଯେ, ସେ ଈଶ୍ୱରଙ୍କୁ ପ୍ରେମ କରେ, ଅଥଚ ସେ ତା’ଭାଇକୁ ଘୃଣା କରେ, ସେ ମିଥ୍ୟାବାଦୀ। ପ୍ରତ୍ୟକ୍ଷରେ ଦେଖୁଥିବା ଜଣେ ଭାଇକୁ ଯେ କେହି ସ୍ନେହ କରିପାରେ ନାହିଁ, ସେ ଅଦୃଶ୍ୟ ଈଶ୍ୱରଙ୍କୁ କଦାପି ପ୍ରେମ କରି ପାିବ ନାହିଁ।


ଯେ ପ୍ରକୃତରେ ଈଶ୍ୱରଙ୍କ ସନ୍ତାନ; ସେ ପାପରେ ଲିପ୍ତ ହୋଇ ନାହିଁ, କାରଣ ଈଶ୍ୱରଙ୍କ ପ୍ରକୃତି ତା’ଠାରେ ବିଦ୍ୟମାନ। ଈଶ୍ୱର ତା’ର ପିତା, ସୁତରାଂ ସେ ପାପସକ୍ତ ହୋଇ ରହିପାରେ ନାହିଁ।


ଯୀଶୁ ତାଙ୍କୁ ଉତ୍ତର ଦେଲେ, “ସତ୍ୟ ସତ୍ୟ ମୁଁ ତୁମକୁ କହୁଛି, ପୁନର୍ଜନ୍ମ ନ ହେଲେ କେହି ଈଶ୍ୱରଙ୍କ ରାଜ୍ୟ ଦେଖି ପାରିବ ନାହିଁ।”


ଶିମୋନ ପିତର ଉତ୍ତର ଦେଲେ, “ଆପଣ ମସୀହ, ଜୀବନ୍ତ ଈଶ୍ୱରଙ୍କ ପୁତ୍ର।”


ଯେ କେହି ନିଜର ଭାଇକୁ ପ୍ରେମ କରେର , ତା’ର ସ୍ଥିତି ଆଲୋକରେ; ସେ ସହଜରେ ଝୁଣ୍ଟିପଡ଼େ ନାହିଁ।


ଯେ ମୋତେ ଘୃଣା କରେ, ସେ ପିତାଙ୍କୁ ମଧ୍ୟ ଘୃଣା କରେ।


ସେମାନେ ଈଶ୍ୱରଙ୍କ ଆତ୍ମା ପ୍ରାପ୍ତ ହୋଇଛନ୍ତି କି ନାହିଁ, ତାହା ଜାଣିବାର ଉପାୟ ହେଉଛି: ଯେଉଁ ବ୍ୟକ୍ତିଠାରେ ଈଶ୍ୱରଙ୍କ ଆତ୍ମା ଅଧିଷ୍ଠିତ, ସେ ମୁକ୍ତ କଣ୍ଠରେ ସ୍ୱୀପକାର କରିବ ଯେ, ଯୀଶୁ ଖ୍ରୀଷ୍ଟ ମନୁଷ୍ୟ ରୂପେ ଅବତୀର୍ଣ୍ଣ ହୋଇଥିଲେ।


ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା ଈଶ୍ୱରଙ୍କୁ ଧନ୍ୟବାଦ ଦେଉ, କାରଣ ସେ ତାଙ୍କ ଅପାର ଦୟାରେ ଯୀଶୁ ଖ୍ରୀଷ୍ଟଙ୍କପୁ ମୃତ୍ୟରୁ ପୁନରୁତ୍ଥିତ କରାଇ ଆମକୁ ନୁଆ ଜୀବନ ଦେଇଛନ୍ତି। ଏହା ଆମ୍ଭମାନଙ୍କୁ ଜୀବନ୍ତ ଭରସାରେ ପୂର୍ଣ୍ଣ କରିଛି।


ସମଗ୍ର ପ୍ରାଣୀ ଜଗତରେ ଆମେ ଯେପରି ପ୍ରଥମ ସ୍ଥାନ ଅଧିକାର କରିବୁ, ଏଥିପାଇଁ ସେ ସ୍ୱଇଚ୍ଛାରେ ସତ୍ୟ ବାକ୍ୟ ଦ୍ୱାରା ଆମ୍ଭମାନଙ୍କୁ ସୃଷ୍ଟି କଲେ।


ଆପଣ ଯେ ଈଶ୍ୱରଙ୍କଠାରୁ ଆସିଥିବା ସେହି ପବିତ୍ର ବ୍ୟକ୍ତି, ଏ କଥା ଆମେ ଏବେ ବିଶ୍ୱାସ କରି ଜାଣି ପାରୁଛୁ।”


ଯଦି ଜଣେ ଧନୀ ବ୍ୟକ୍ତି ଭାଇର ଅଭାବ ଦେଖି ସୁଦ୍ଧା ତା’ପ୍ରତି ଦୟାର୍ଦ୍ର ଚିତ୍ତ ହୁଏ ନାହିଁ, ତା’ ହୃଦୟରେ ଈଶ୍ୱରଙ୍କ ପ୍ରେମ ଅଛି ବୋଲି ସେ କିପରି କହି ପାରିବ?


ସେମାନେ ରାସ୍ତାରେ ଯାଉ ଯାଉ ଗୋଟିଏ ଜଳାଶୟ ନିକଟରେ ପହଞ୍ଚିଲେ। କର୍ମଚାରୀ କହିଲେ,


ପୁଣି ସେହି ବାକ୍ୟ ଦ୍ୱାରା ଈଶ୍ୱର ସମସ୍ତ ସୃଷ୍ଟି କଲେ। ତାଙ୍କ ବିନା କିଛି ହିଁ ସୃଷ୍ଟି ହୋଇ ନାହିଁ।


ଏଜଗତକୁ କିଏ ପରାସ୍ତ କରି ପାରିବ? ଯୀଶୁଙ୍କୁ ଈଶ୍ବରଙ୍କ ପୁତ୍ର ବୋଲି ଯିଏ ବିଶ୍ୱାସ କରେ, କେବଳ ଏହା କରିପାରିବ।


ଆମେ ଜାଣୁ, ଈଶ୍ୱରଙ୍କ ସନ୍ତାନ ପାପରେ ଲିପ୍ତ ହୋଇ ରହିବ ନାହିଁ; କାରଣ ଈଶ୍ୱରଙ୍କ ପୁତ୍ର ତାକୁ ରକ୍ଷା କରିବେ-ଶୟତାନ ତା’ର କ୍ଷତି କରିପାରିବ ନାହିଁ।


ସେ ଆମ ଲୋକମାନଙ୍କୁ ସ୍ନେହ କରନ୍ତି ଓ ସେ ଆମ୍ଭମାନଙ୍କ ପାଇଁ ଗୋଟିଏ ପ୍ରାର୍ଥନା ଗୃହ ନିର୍ମାଣ କରି ଦେଇଛନ୍ତି।”


“ଏଠାରେ ଜଳ ଅଛି, ଏବେ ମୋର ଜଳଦୀକ୍ଷା ନେବାରେ କିଛି ବାଧା ଅଛି କି?”


Swiv nou:

Piblisite


Piblisite