Biblia Todo Logo
Bib sou entènèt

- Piblisite -




୧ ଯୋହନ 4:7 - ପବିତ୍ର ବାଇବଲ (CL) NT (BSI)

7 ପ୍ରିୟ ବନ୍ଧୁଗଣ! ପରସ୍ପରକୁ ପେମ କର, କାରଣ ପ୍ରେମର ଉତ୍ପତ୍ତି ଈଶ୍ୱରଙ୍କଠାରୁ। ଯାହାର ହୃଦୟରେ ପ୍ରେମ ଅଛି, ସେ ଈଶ୍ୱରଙ୍କ ସନ୍ତାନ, ସେ ଈଶ୍ୱରଙ୍କୁ ଜାଣେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ହେ ପ୍ରିୟମାନେ, ଆସ, ଆମ୍ଭେମାନେ ପରସ୍ପରକୁ ପ୍ରେମ କରୁ, କାରଣ ପ୍ରେମ ଈଶ୍ଵରଙ୍କଠାରୁ ଜାତ, ଆଉ ଯେକେହି ପ୍ରେମ କରେ, ସେ ଈଶ୍ଵରଙ୍କଠାରୁ ଜାତ ଓ ଈଶ୍ଵରଙ୍କୁ ଜାଣେ।

Gade chapit la Kopi

ଓଡିଆ ବାଇବେଲ

7 ହେ ପ୍ରିୟମାନେ, ଆସ, ଆମ୍ଭେମାନେ ପରସ୍ପରକୁ ପ୍ରେମ କରୁ, କାରଣ ପ୍ରେମ ଈଶ୍ୱରଙ୍କଠାରୁ ଜାତ, ଆଉ ଯେ କେହି ପ୍ରେମ କରେ, ସେ ଈଶ୍ୱରଙ୍କଠାରୁ ଜାତ ଓ ଈଶ୍ୱରଙ୍କୁ ଜାଣେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ହେ ପ୍ରିୟମାନେ, ଆସ, ଆମ୍ଭେମାନେ ପରସ୍ପରକୁ ପ୍ରେମ କରୁ, କାରଣ ପ୍ରେମ ଈଶ୍ବରଙ୍କଠାରୁ ଜାତ, ଆଉ ଯେ କେହି ପ୍ରେମ କରେ, ସେ ଈଶ୍ବରଙ୍କଠାରୁ ଜାତ ଓ ଈଶ୍ବରଙ୍କୁ ଜାଣେ।

Gade chapit la Kopi

ପବିତ୍ର ବାଇବଲ

7 ପ୍ରିୟ ବନ୍ଧୁମାନେ, ଆମ୍ଭେ ସବୁ ପରସ୍ପରକୁ ଭଲ ପାଇବା ଉଚିତ୍, କାରଣ ପ୍ରେମ ପରମେଶ୍ୱରଙ୍କଠାରୁ ଆସେ। ଯେଉଁ ଲୋକ ପ୍ରେମ କରେ, ସେ ପରମେଶ୍ୱରଙ୍କର ସନ୍ତାନ ହୁଏ ଓ ତାହାଙ୍କୁ ଜାଣିପାରେ।

Gade chapit la Kopi




୧ ଯୋହନ 4:7
25 Referans Kwoze  

ଯଦି କେହି କହେ ଯେ, ସେ ଈଶ୍ୱରଙ୍କୁ ପ୍ରେମ କରେ, ଅଥଚ ସେ ତା’ଭାଇକୁ ଘୃଣା କରେ, ସେ ମିଥ୍ୟାବାଦୀ। ପ୍ରତ୍ୟକ୍ଷରେ ଦେଖୁଥିବା ଜଣେ ଭାଇକୁ ଯେ କେହି ସ୍ନେହ କରିପାରେ ନାହିଁ, ସେ ଅଦୃଶ୍ୟ ଈଶ୍ୱରଙ୍କୁ କଦାପି ପ୍ରେମ କରି ପାିବ ନାହିଁ।


ଯେ ପ୍ରେମ କରେ ନାହିଁ, ସେ ଈଶ୍ୱରଙ୍କୁ ଜାଣେ ନାହିଁ, କାରଣ ଈଶ୍ୱର ପ୍ରେମମୟ।


ବର୍ତ୍ତମାନ ତୁମ୍ଭେମାନେ ସତ୍ୟର ଅନୁଗାମୀ ହୋଇଥିବାରୁ ନିଜ ନିଜକୁ ଶୁଚି କରିଛ ଓ ବିଶ୍ୱାସୀ ଭାଇମାନଙ୍କୁ ପ୍ରେମ କରିବାକୁ ଇଚ୍ଛୁକ ଅଛ। ପରସ୍ପରକୁ ଆନ୍ତରିକତା ସହ ପ୍ରେମ କର।


ଯେ କେହି ନିଜର ଭାଇକୁ ପ୍ରେମ କରେର , ତା’ର ସ୍ଥିତି ଆଲୋକରେ; ସେ ସହଜରେ ଝୁଣ୍ଟିପଡ଼େ ନାହିଁ।


ପବିତ୍ର ଆତ୍ମାଙ୍କ ଦାନ ହେଉଛି; ପ୍ରେମ, ଆନନ୍ଦ, ଶାନ୍ତି, ଧୈର୍ଯ୍ୟ, ଦୟା, ସଦାଚାର, ବିଶ୍ୱସ୍ତତା, ନମ୍ରତା ଏବଂ ଆତ୍ମସଂଯମ। ଏହିପରି ଶ୍ରେୟସ୍କର ବିଷୟ ବିରୁଦ୍ଧରେ ବ୍ୟବସ୍ଥାର କୌଣସି ବିରୋଧ ନାହିଁ।


ଈଶ୍ୱର ଆମ୍ଭମାନଙ୍କୁ ଯେଉଁ ଆତ୍ମା ଦାନ କରିଛନ୍ତି, ତାହା ଆମ୍ଭମାନଙ୍କୁ କାପୁରୁଷ କରି ଦିଏ ନାହିଁ, ବରଂ ତଦ୍ଦ୍ୱାରା ଆମେ ଶକ୍ତି, ପ୍ରେମ ଓ ଆତ୍ମସଂଯମରେ ପରିପୂର୍ଣ୍ଣ ହେଉ।


ଈଶ୍ୱରଙ୍କୁ କେହି କେବେ ଦେଖି ନାହିଁ, କିନ୍ତୁ ଆମେ ଯଦି ପରସ୍ପରକୁ ପ୍ରେମ କରୁ, ଈଶ୍ୱର ଆମଠାରେ ବାସ କରନ୍ତି ଏବଂ ଆମଠାରେ ତାଙ୍କର ପ୍ରେମ ସମ୍ପର୍ଣ୍ଣତା ଲାଭ କରେ।


ତୁମ୍ଭେମାନେ ଜାଣ, ଖ୍ରୀଷ୍ଟ ସମ୍ପୂର୍ଣ୍ଣ ନ୍ୟାୟବାନ। ତେଣୁ ଏହି ମଧ୍ୟ ଜାଣି ରଖିବା ଉଚିତ ଯେ, ଯେଉଁମାନେ ସତ୍କର୍ମ କରନ୍ତୁ, ସେମାନେ ହିଁ ଈଶ୍ୱରଙ୍କ ସନ୍ତାନ।


ତୁମେ ଯେ ଏକ ମାତ୍ର ସତ୍ୟ ଈଶ୍ୱର, ଏହା ଉପଲବ୍ଧି କରିବା ଏବଂ ତୁମ ପ୍ରେରିତ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ହିଁ ଅନନ୍ତ ଜୀବନ।


କାରଣ ଯେଉଁ ଈଶ୍ୱର କହିଥିଲେ, “ଅନ୍ଧକାର ମଧ୍ୟରୁ ଆଲୋକର ଆବିର୍ଭାବ ହେଉ”, ସେହି ଈଶ୍ୱର ଖ୍ରୀଷ୍ଟଙ୍କ ମୁଖରେ ପ୍ରତିଭାତ ଐଶ୍ୱରିକ ମହିମା ଦେଖିବା ପାଇଁ ଆମ ହୃଦୟକୁ ଆଲୋକିତ କରିଛନ୍ତି।


କିନ୍ତୁ ବର୍ତ୍ତମାନ ତୁମ୍ଭେମାନେ ଈଶ୍ୱରଙ୍କୁ ଜାଣି ଅଛ, ଅଥବା ମୁଁ କହିବି, ବର୍ତ୍ତମାନ ଈଶ୍ୱର ତୁମ୍ଭମାନଙ୍କୁ ଜାଣିଛନ୍ତି। ତେବେ ଏହା କିପରି ସମ୍ଭବ ଯେ, ତୁମ୍ଭେମାନେ ପୁଣି ଥରେ ସେହି ହୀନବଳ, ଦୟନୀୟ ଦେବଦେବୀମାନଙ୍କ ନିକଟକୁ ଫେରି ଯିବାକୁ ଚାହୁଁଛ? ତୁମ୍ଭେମାନେ କାହିଁକି ପୁନର୍ବାର ସେମାନଙ୍କ ଦାସ ହେବାକୁ ଇଚ୍ଛା କରୁଛ?


ଏବେ ତୁମକୁ ମୁଁ ଗୋଟିଏ ନୂଆ ଆଜ୍ଞା ଦେଉଛି; ପରସ୍ପରକୁ ପ୍ରେମ କର। ମୁଁ ତୁମ୍ଭମାନଙ୍କୁ ଯେପରି ପ୍ରେମ କରିଛି, ତୁମେ ମଧ୍ୟ ସେହିପରି ପରସ୍ପରକୁ ପ୍ରେମ କରିବା ଉଚିତ୍।


ଯେ କେହି ଈଶ୍ୱରଙ୍କୁ ପ୍ରେମ କରେ, ସେହି କେବଳ ତାଙ୍କର ପରିଚିତ ଲୋକ ହୁଏ।


ଈଶ୍ୱରଙ୍କ ଆଜ୍ଞାନୁବର୍ତ୍ତୀ ହେବା ଦ୍ୱାରା ଆମେ ନିଶ୍ଚିତଭାବେ ତାଙ୍କୁ ଜାଣି ପାରିବା।


ଯଦି କେହି କହେ ଯେ, ସେ ଈଶ୍ୱରଙ୍କୁ ଜାଣିଛି, ଅଥଚ ସେ ତାଙ୍କ ଆଜ୍ଞାପାଳନ କରେ ନାହିଁ, ଯେ ଜଣେ ମିଥ୍ୟାବାଦୀ; ତା’ ଅନ୍ତରରେ ସତ୍ୟର ସ୍ଥାନ ନାହିଁ।


ପ୍ରିୟ ବନ୍ଧୁଗଣ! ଯେଉଁ ଆଜ୍ଞା ବିଷୟରେ ଲେଖିପାକୁ ଯାଉଛି, ତାହା ପ୍ରକୃତରେ ନୂତନ ନୁହେଁ। ବହୁ କାଳାବଧି ତୁମେ ତାହା ଶୁଣି ଆସିଛ-ଆମେ ପ୍ରଚାର କରୁଥିବା ବାର୍ତ୍ତାରେ ସେହି ଆଜ୍ଞା ତୁମେ ଶୁଣିଛ।


ଯେ ପ୍ରକୃତରେ ଈଶ୍ୱରଙ୍କ ସନ୍ତାନ; ସେ ପାପରେ ଲିପ୍ତ ହୋଇ ନାହିଁ, କାରଣ ଈଶ୍ୱରଙ୍କ ପ୍ରକୃତି ତା’ଠାରେ ବିଦ୍ୟମାନ। ଈଶ୍ୱର ତା’ର ପିତା, ସୁତରାଂ ସେ ପାପସକ୍ତ ହୋଇ ରହିପାରେ ନାହିଁ।


ପ୍ରିୟ ବନ୍ଧୁଗଣ, ଯଦି ଈଶ୍ୱର ଆମକୁ ଏପରି ପ୍ରେମ କରିଛନ୍ତି, ଆମେ ମଧ୍ୟ ପରସ୍ପରକୁ ପ୍ରେମ କରିବା ଉଚିତ।


ଆମ ପ୍ରତି ଈଶ୍ୱରଙ୍କ ପ୍ରେମର ବାସ୍ତବତା ଆମେ ଜାଣିଛୁ, ଏଥିରେ ଆମର ପୂର୍ଣ୍ଣ ବିଶ୍ୱାସ ଅଛି। ଈଶ୍ବର ପ୍ରେମମୟ। ଯାହାର ଜୀବନରେ ପ୍ରେମ ପୂର୍ଣ୍ଣ ହୋଇ ରହିଛି, ସେ ଈଶ୍ୱରଙ୍କ ସହିତ ସଂଯୁକ୍ତ ଏବଂ ତା’ଅନ୍ତରରେ ଈଶ୍ୱର ବାସ କରନ୍ତି।


ଯେ ଯୀଶୁଙ୍କୁ ମସୀହ ବୋଲି ବିଶ୍ୱାସ କରେ, ସେ ଈଶ୍ୱରଙ୍କ ସନ୍ତାନ। ଯେ କେହି ଜଣେ ପିତାକୁସ୍ନେହ କରେ, ସେହି ପିତାର ସନ୍ତାନକୁ ମଧ୍ୟ ଦେ ସ୍ନେହ କରେ।


ପ୍ରିୟ ଭଦ୍ରମହିଳା, ତୁମକୁ ମୋର କହିବାର କଥା, ଆମେ ପରସ୍ପରକୁ ପ୍ରେମ କରିବା ଉଚିତ। ଏହା ଗୋଟଏ ନୂଆ ଆଦେଶ ନୁହେଁ, ଆଦ୍ୟରୁ ଆମେ ଏହି ଆଦେଶ ପାଇଅଛୁ।


Swiv nou:

Piblisite


Piblisite