Biblia Todo Logo
Bib sou entènèt

- Piblisite -




୧ ଯୋହନ 4:16 - ପବିତ୍ର ବାଇବଲ (CL) NT (BSI)

16 ଆମ ପ୍ରତି ଈଶ୍ୱରଙ୍କ ପ୍ରେମର ବାସ୍ତବତା ଆମେ ଜାଣିଛୁ, ଏଥିରେ ଆମର ପୂର୍ଣ୍ଣ ବିଶ୍ୱାସ ଅଛି। ଈଶ୍ବର ପ୍ରେମମୟ। ଯାହାର ଜୀବନରେ ପ୍ରେମ ପୂର୍ଣ୍ଣ ହୋଇ ରହିଛି, ସେ ଈଶ୍ୱରଙ୍କ ସହିତ ସଂଯୁକ୍ତ ଏବଂ ତା’ଅନ୍ତରରେ ଈଶ୍ୱର ବାସ କରନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 ପୁଣି ଆମ୍ଭମାନଙ୍କ ପ୍ରତି ଈଶ୍ଵରଙ୍କର ଯେଉଁ ପ୍ରେମ ଅଛି, ତାହା ଆମ୍ଭେମାନେ ଜାଣିଅଛୁ ଓ ବିଶ୍ଵାସ କରିଅଛୁ। ଈଶ୍ଵର ତ ପ୍ରେମ; ଯେ ପ୍ରେମରେ ରହେ, ସେ ଈଶ୍ଵରଙ୍କ-ଠାରେ ରହେ ଓ ଈଶ୍ଵର ତାହାଠାରେ ରହନ୍ତି।

Gade chapit la Kopi

ଓଡିଆ ବାଇବେଲ

16 ପୁଣି, ଆମ୍ଭମାନଙ୍କ ପ୍ରତି ଈଶ୍ୱରଙ୍କର ଯେଉଁ ପ୍ରେମ ଅଛି, ତାହା ଆମ୍ଭେମାନେ ଜାଣିଅଛୁ ଓ ବିଶ୍ୱାସ କରିଅଛୁ । ଈଶ୍ୱର ତ ପ୍ରେମ; ଯେ ପ୍ରେମରେ ରହେ, ସେ ଈଶ୍ୱରଙ୍କଠାରେ ରହେ ଓ ଈଶ୍ୱର ତାହାଠାରେ ରହନ୍ତି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ପୁଣି, ଆମ୍ଭମାନଙ୍କ ପ୍ରତି ଈଶ୍ବରଙ୍କର ଯେଉଁ ପ୍ରେମ ଅଛି, ତାହା ଆମ୍ଭେମାନେ ଜାଣିଅଛୁ ଓ ବିଶ୍ୱାସ କରିଅଛୁ। ଈଶ୍ବର ତ ପ୍ରେମ; ଯେ ପ୍ରେମରେ ରହେ, ସେ ଈଶ୍ବରଙ୍କଠାରେ ରହେ ଓ ଈଶ୍ବର ତାହାଠାରେ ରହନ୍ତି।

Gade chapit la Kopi

ପବିତ୍ର ବାଇବଲ

16 ତେଣୁ ଆମ୍ଭେ ପରମେଶ୍ୱରଙ୍କ ପ୍ରେମକୁ ଜାଣିଛୁ ଓ ତହିଁରେ ଭରସା ରଖିଛୁ। ପରମେଶ୍ୱର ତ ପ୍ରେମ। ଯେଉଁ ଲୋକ ପ୍ରେମରେ ସ୍ଥିର ରହେ, ସେ ପରମେଶ୍ୱରଙ୍କଠାରେ ସ୍ଥିର ରହେ ଓ ପରମେଶ୍ୱର ତାହାଠାରେ ବାସ କରନ୍ତି।

Gade chapit la Kopi




୧ ଯୋହନ 4:16
13 Referans Kwoze  

ଯେ କେହି ଈଶ୍ୱରଙ୍କ ଆଜ୍ଞା ପାଳନ କରେ, ସେ ଈଶ୍ୱରଙ୍କ ସତ୍ତା ଅନୁଭବ କରେ: ତା’ ଅନ୍ତରରେ ଈଶ୍ୱର ବାସ କରୁଛନ୍ତି। ଈଶ୍ୱର ଆମ୍ଭମାନଙ୍କ ଅନ୍ତରରେ ବାସ କରୁଛନ୍ତି, ଏ କଥା ଆମ୍ଭମାନଙ୍କୁ ପ୍ରଦତ୍ତ ତାଙ୍କର ଆତ୍ମାଙ୍କ ସାହାଯ୍ୟରେ ଆମେ ଜାଣି ପାରୁଛୁ।


ଈଶ୍ୱର ଆମକୁ କେଡ଼େ ପ୍ରେମ କରନ୍ତି, ଟିକିଏ ଚିନ୍ତା କରି ଦେଖ। ଆମ ପ୍ରତି ତାଙ୍କ ପ୍ରେମ ଏତେ ପ୍ରଚୁର ଯେ, ଆମେ ତାଙ୍କର ସନ୍ତାନ ରୂପେ ନାର୍ମିତ ହୋଇଛୁ। ବାସ୍ତବରେ ଆମେ ତାଙ୍କର ସନ୍ତାନ- ସେଥିପାଇଁ ଜଗତ ଈଶ୍ୱରଙ୍କୁ ଜାଣି ନ ଥିବାରୁ, ଆମକୁ ମଧ୍ୟ ଚିହ୍ନିପାରେ ନାହିଁ।


ଆମ ପାଇଁ ଖ୍ରୀଷ୍ଟଙ୍କର ଆତ୍ମବଳିଦାନରୁ ଆମ୍ଭେମାନେ ପ୍ରେମ ଶିକ୍ଷା କରିଛୁ। ଭାଇମାନଙ୍କ ପାଇଁ ଆତ୍ମବଳିଦା କରିବାକୁ ଆମେ ମଧ୍ୟ ପ୍ରସ୍ଥୁତ ହୋଇ ରହିବା ଉଚିତ୍।


ଯେପରି ଧର୍ମଶାସ୍ତ୍ରରେ ଲେଖାଅଛି: “ଯାହା କେହି କେବେ ଦେଖି ନାହିଁ କିମ୍ବା ଶୁଣି ନାହିଁ, ଯାହା ଘଟିବାର କେହି କଳ୍ପନା କରି ନାହିଁ, ତାଙ୍କୁ ପ୍ରେମ କରୁଥିବା ଲୋକମାନଙ୍କ ନିମନ୍ତେ ଈଶ୍ୱର ସେହି ସବୁ ପ୍ରସ୍ତୁତ କରିଛନ୍ତି।”


ଆପଣ ଯେ ଈଶ୍ୱରଙ୍କଠାରୁ ଆସିଥିବା ସେହି ପବିତ୍ର ବ୍ୟକ୍ତି, ଏ କଥା ଆମେ ଏବେ ବିଶ୍ୱାସ କରି ଜାଣି ପାରୁଛୁ।”


ଯୀଶୁ ଉତ୍ତର ଦେଲେ - “ତା’ର କିମ୍ବା ତା’ ପିତାମାତାଙ୍କର ପାପ- କୌଣସିଟି ଏହାର କାରଣ ନୁହେଁ। ଈଶ୍ୱରଙ୍କ ଶକ୍ତି ତା’ଠାରେ ପ୍ରକାଶ ପାଇବ ବୋଲି ସେ ଆଜି ଅନ୍ଧ।


ପ୍ରିୟ ବନ୍ଧୁଗଣ! ପରସ୍ପରକୁ ପେମ କର, କାରଣ ପ୍ରେମର ଉତ୍ପତ୍ତି ଈଶ୍ୱରଙ୍କଠାରୁ। ଯାହାର ହୃଦୟରେ ପ୍ରେମ ଅଛି, ସେ ଈଶ୍ୱରଙ୍କ ସନ୍ତାନ, ସେ ଈଶ୍ୱରଙ୍କୁ ଜାଣେ।


Swiv nou:

Piblisite


Piblisite