Biblia Todo Logo
Bib sou entènèt

- Piblisite -




୧ ଯୋହନ 4:14 - ପବିତ୍ର ବାଇବଲ (CL) NT (BSI)

14 ଜଗତର ତ୍ରାଣକର୍ତ୍ତା ସ୍ୱରୂପେ ଈଶ୍ୱର ପ୍ରେରଣ କରିଥିବା ତାଙ୍କ ପୁତ୍ରଙ୍କୁ ସ୍ୱଚକ୍ଷୁରେ ଦେଖି ତାଙ୍କ ସର୍ମ୍ପକରେ ଆମେ ଅନ୍ୟମାନଙ୍କୁ କହୁଛୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 ପିତା ଯେ ପୁତ୍ରଙ୍କୁ ଜଗତର ତ୍ରାଣକର୍ତ୍ତା ହେବା ନିମନ୍ତେ ପ୍ରେରଣ କରିଅଛନ୍ତି, ଏହା ଆମ୍ଭେମାନେ ଦେଖିଅଛୁ ଓ ସାକ୍ଷ୍ୟ ଦେଉଅଛୁ।

Gade chapit la Kopi

ଓଡିଆ ବାଇବେଲ

14 ପିତା ଯେ ପୁତ୍ରଙ୍କୁ ଜଗତର ତ୍ରାଣକର୍ତ୍ତା ହେବା ନିମନ୍ତେ ପ୍ରେରଣ କରିଅଛନ୍ତି, ଏହା ଆମ୍ଭେମାନେ ଦେଖିଅଛୁ ଓ ସାକ୍ଷ୍ୟ ଦେଉଅଛୁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 ପିତା ଯେ ପୁତ୍ରଙ୍କୁ ଜଗତର ତ୍ରାଣକର୍ତ୍ତା ହେବା ନିମନ୍ତେ ପ୍ରେରଣ କରିଅଛନ୍ତି, ଏହା ଆମ୍ଭେମାନେ ଦେଖିଅଛୁ ଓ ସାକ୍ଷ୍ୟ ଦେଉଅଛୁ।

Gade chapit la Kopi

ପବିତ୍ର ବାଇବଲ

14 ଆମ୍ଭେମାନେ ଦେଖିଅଛୁ ଯେ ପରମେଶ୍ୱର ଜଗତର ଉଦ୍ଧାର ପାଇଁ ଯେ ନିଜର ପୁତ୍ରଙ୍କୁ ପଠାଇଛନ୍ତି, ଆମ୍ଭେମାନେ ଏଥିର ସାକ୍ଷୀ। ବର୍ତ୍ତମାନ ମଧ୍ୟ ଆମ୍ଭେ ସେହି ସାକ୍ଷ୍ୟ ଦେଉଅଛୁ।

Gade chapit la Kopi




୧ ଯୋହନ 4:14
18 Referans Kwoze  

ଏହା ହିଁ ପ୍ରକୃତ ପ୍ରେମ- ଆମେ ଈଶ୍ୱରଙ୍କୁ ପ୍ରେମ କରି ନାହୁଁ, ଅଥଚ ସେ ଆମକୁ ପ୍ରେମ କରି, ଆମ ପାପର ପ୍ରାୟଶ୍ଚିତ ହେବା ନିମନ୍ତେ ତାଙ୍କ ପୁତ୍ରଙ୍କୁ ପ୍ରେରଣ କଲେ।


ସେମାନେ ସେହି ସ୍ତ୍ରୀ ଲୋକକୁ କହିଲେ, “କେବଳ ତୁମେ କହିବାରୁ ଆମର ବିଶ୍ୱାସ ହୋଇ ନାହିଁ; ତାଙ୍କ କଥା ନିଜେ ଶୁଣି ସେ ଯେ ପ୍ରକୃତରେ ଜଗତର ତ୍ରାଣକର୍ତ୍ତା, ଏହି ବିଶ୍ୱାସ ଆମର ହୋଇଛି।”


ସେହି ବାକ୍ୟ ମାନବ ଶରୀର ଧାରଣ କରି ଆମ ସହିତ ଜୀବନଯାପନ କଲେ। ସେ ଅନୁଗ୍ରହ ଓ ସତ୍ୟତାରେ ପରିପୂର୍ଣ୍ଣ ଥିଲେ। ଈଶ୍ୱରଙ୍କ ଅନ୍ୟ ପୁତ୍ର ସ୍ୱରୂପେ ସେ ଯେଉଁ ଅଲୌକିକ ମହିମା ପାଇଥିଲେ, ତାହା ଆମେ ଦେଖିଲୁ।


ତା’ ପରଦିନ ଯୀଶୁଙ୍କୁ ତାଙ୍କ ନିକଟକୁ ଆସୁଥିବାର ଦେଖି ଯୋହନ କହିଲେ, “ଏହି ଦେଖ, ଈଶ୍ୱରଙ୍କ ମେଷଶାବକ ଯେ ଜଗତର ପାପ ବହି ନେଇ ଯାଆନ୍ତି।


ମନୁଷ୍ୟମାନଙ୍କ ସାକ୍ଷ୍ୟରେ ଆମେ ବିଶ୍ୱାସ ସ୍ଥାପନ କରି ଥାଉ। ଈଶ୍ୱରଙ୍କ ସାକ୍ଷ୍ୟ ଅଧିକ ବିଶ୍ୱାସଯୋଗ୍ୟ। ଈଶ୍ୱର ନିଜେ ତାଙ୍କ ପୁତ୍ରଙ୍କ ସପକ୍ଷରେ ଏହି ସାକ୍ଷ୍ୟ ଦେଇଛନ୍ତି।


ଶୀଲାଙ୍କୁ ବିଶ୍ୱସ୍ତ ଖ୍ରୀଷ୍ଟୀୟ ଭ୍ରାତାରୂପେ ମୁଁ ସମାଦର କରେ। ତାଙ୍କ ସହାୟତାରେ ମୁଁ ଏହି ସଂକ୍ଷିପ୍ତ ପତ୍ର ଲେଖିଛି। ଈଶ୍ୱରଙ୍କ ବାସ୍ତବ ଅନୁଗ୍ରହ ସମ୍ବନ୍ଧରେ ସାକ୍ଷ୍ୟ ଦେଇ ତୁମ୍ଭମାନଙ୍କୁ ଉତ୍ସାହ ପ୍ରଦାନ କରିବା ମୋ ଉଦ୍ଦେଶ୍ୟ। ସେହି ଅନୁଗ୍ରେହରେ ତୁମ୍ଭେମାନେ ଅଟଳ ରୁହ।


ଯେ ମୋର ବାର୍ତ୍ତା ଶୁଣି ପାଳନ କରେ ନାହିଁ, ମୁଁ ତା’ର ବିଚାର କରିବି ନାହିଁ। ମୁଁ ଜଗତକୁ ବିଚାର କରିବା ପାଇଁ ଆସି ନାହିଁ, ଆସିଛି ତାକୁ ରକ୍ଷା କରିବାକୁ।


ଶାସ୍ତ୍ରମାନଙ୍କରେ ଅନନ୍ତ ଜୀବନର ସନ୍ଧାନ ମିଳିବ ବୋଲି ମନେ କରି ସେ ସବୁ ତୁମେ ଅଧ୍ୟୟନ କରିଥାଅ। ସେହିସବୁ ଶାସ୍ତ୍ର ମୋ’ ସପକ୍ଷରେ ସାକ୍ଷ୍ୟ ଦିଅନ୍ତି,


ଯାହାଙ୍କୁ ଈଶ୍ୱର ପ୍ରେରଣ କରିଛନ୍ତି, ସେ ଈଶ୍ୱରଙ୍କ ବାକ୍ୟ କୁହନ୍ତି, କାରଣ ସେ ଈଶ୍ୱରଙ୍କ ଆତ୍ମାରେ ପରିପୂର୍ଣ୍ଣ।


ଶୀଲା ଓ ତୀମଥି ମାସିଦୋନିଆରୁ ଫେରି ଆସିବା ପରେ ପାଉଲ ଇହୁଦୀମାନଙ୍କ ନିକଟରେ ଯୀଶୁଙ୍କ ଶୁଭବାର୍ତ୍ତା ପ୍ରଚାର କରିବାରେ ପୂର୍ଣ୍ଣ ସମୟ ବିନିଯୋଗ କଲେ ଏବଂ ଯୀଶୁଙ୍କୁ ମସୀହ ବୋଲି ସାକ୍ଷ୍ୟ ଦେଲେ।


ପିତା ଈଶ୍ୱର ମୋତେ ମନୋନୀତ କରି ଏ ଜଗତକୁ ପଠାଇଛନ୍ତି। ତାହାହେଲେ ମୁଁ ନିଜକୁ ଈଶ୍ୱରଙ୍କ ପୁତ୍ର କହିବା ଦ୍ୱାରା ଈଶ୍ୱର ନିନ୍ଦା କରୁଛି ବୋଲି କିପରି କହୁଛ?


ସେ ଯାହା ଦେଖିଛନ୍ତି ଓ ଶୁଣିଛନ୍ତି, ସେହି ବିଷୟ ପ୍ରକାଶ କରୁଛନ୍ତି, କିନ୍ତୁ ତାଙ୍କ ବାର୍ତ୍ତା କେହି ଗ୍ରହଣ କରୁ ନାହାନ୍ତି।


ସତ୍ୟ ସତ୍ୟ ମୁଁ କହୁଅଛି, ଆମେ ଯାହା ଜାଣୁ, ତାହା କହୁ, ଯାହା ଦେଖିଛୁ, ତା’ର ସାକ୍ଷ୍ୟ ଦେଉ; ତଥାପି ତୁମେ କେହି ବିଶ୍ୱାସ କରୁ ନାହିଁ।


Swiv nou:

Piblisite


Piblisite