Biblia Todo Logo
Bib sou entènèt

- Piblisite -




୧ ଯୋହନ 3:6 - ପବିତ୍ର ବାଇବଲ (CL) NT (BSI)

6 ସୁତରାଂ ଯେ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇ ରେହେ, ସେ ଆଉ ପାପରେ ଲିପ୍ତ ରହିଥାଏ, ସେ ଖ୍ରୀଷ୍ଟଙ୍କୁ କେବେ ଦେଖି ନାହିଁ, କେବେ ତାଙ୍କୁ ଜାଣି ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ଯେକେହି ତାହାଙ୍କଠାରେ ରହେ, ସେ ପାପ କରେ ନାହିଁ; ଯେକେହି ପାପ କରେ, ସେ ତାହାଙ୍କୁ ଦେଖି ନାହିଁ, କିଅବା ତାହାଙ୍କୁ ଜାଣି ନାହିଁ।

Gade chapit la Kopi

ଓଡିଆ ବାଇବେଲ

6 ଯେ କେହି ତାହାଙ୍କଠାରେ ରହେ, ସେ ପାପ କରେ ନାହିଁ; ଯେ କେହି ପାପ କରେ, ସେ ତାହାଙ୍କୁ ଦେଖି ନାହିଁ, କିଅବା ତାହାଙ୍କୁ ଜାଣି ନାହିଁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ଯେ କେହି ତାହାଙ୍କଠାରେ ରହେ, ସେ ପାପ କରେ ନାହିଁ; ଯେ କେହି ପାପ କରେ, ସେ ତାହାଙ୍କୁ ଦେଖି ନାହିଁ, କିଅବା ତାହାଙ୍କୁ ଜାଣି ନାହିଁ।

Gade chapit la Kopi

ପବିତ୍ର ବାଇବଲ

6 ତାହାଙ୍କଠାରେ ରହୁଥିବା ଲୋକ ପାପ କରେ ନାହିଁ। ପାପ କରୁଥିବା ଲୋକ ଖ୍ରୀଷ୍ଟଙ୍କୁ କଦାପି ଜାଣି ନାହିଁ କି ବୁଝି ପାରି ନାହିଁ।

Gade chapit la Kopi




୧ ଯୋହନ 3:6
11 Referans Kwoze  

ପ୍ରିୟ ବନ୍ଧୁ, କୁଆଦର୍ଶକୁ ଅନୁକରଣ କର ନାହିଁ କେବଳ ସୁଆଦର୍ଶକୁ ଗ୍ରହଣ କର। ଯେ ସତ୍କାର୍ଯ୍ୟ କରେ, ସେ ଈଶ୍ୱରଙ୍କ ଲୋକ: ଯେ ଅସତ୍ କାର୍ଯ୍ୟ କରେ, ସେ ଈଶ୍ୱରଙ୍କୁ ଜାଣେ ନାହିଁ।


ଯେ ପ୍ରକୃତରେ ଈଶ୍ୱରଙ୍କ ସନ୍ତାନ; ସେ ପାପରେ ଲିପ୍ତ ହୋଇ ନାହିଁ, କାରଣ ଈଶ୍ୱରଙ୍କ ପ୍ରକୃତି ତା’ଠାରେ ବିଦ୍ୟମାନ। ଈଶ୍ୱର ତା’ର ପିତା, ସୁତରାଂ ସେ ପାପସକ୍ତ ହୋଇ ରହିପାରେ ନାହିଁ।


ଯଦି କେହି କହେ ଯେ, ସେ ଈଶ୍ୱରଙ୍କୁ ଜାଣିଛି, ଅଥଚ ସେ ତାଙ୍କ ଆଜ୍ଞାପାଳନ କରେ ନାହିଁ, ଯେ ଜଣେ ମିଥ୍ୟାବାଦୀ; ତା’ ଅନ୍ତରରେ ସତ୍ୟର ସ୍ଥାନ ନାହିଁ।


ଯେ ପ୍ରେମ କରେ ନାହିଁ, ସେ ଈଶ୍ୱରଙ୍କୁ ଜାଣେ ନାହିଁ, କାରଣ ଈଶ୍ୱର ପ୍ରେମମୟ।


ପ୍ରିୟ ବନ୍ଧୁଗଣ, ଏବେ ଆମ୍ଭେମାନେ ଈଶ୍ୱରଙ୍କ ସନ୍ତାନ, କିନ୍ତୁ ଭିବ୍ୟଷ୍ୟତରେ କଅଣ ହେବୁ, ଏକଥା ଅହୁରି ପ୍ରକାଶ ପାଇ ନାହିଁ। ଏତିକି ମାତ୍ର ଆମ୍ଭେମାନେ ଜାଣୁ: ଯେତେବେଳେ ଖ୍ରୀଷ୍ଟ ପୁନର୍ବାର ଆସିବେ, ଆମେ ତାଙ୍କର ପ୍ରକୃତ ସ୍ୱରୂପ ଦେଖି ତାଙ୍କ ପରି ହେବୁ।


ଆମେ ଜାଣୁ, ଈଶ୍ୱରଙ୍କ ସନ୍ତାନ ପାପରେ ଲିପ୍ତ ହୋଇ ରହିବ ନାହିଁ; କାରଣ ଈଶ୍ୱରଙ୍କ ପୁତ୍ର ତାକୁ ରକ୍ଷା କରିବେ-ଶୟତାନ ତା’ର କ୍ଷତି କରିପାରିବ ନାହିଁ।


କାରଣ ଯେଉଁ ଈଶ୍ୱର କହିଥିଲେ, “ଅନ୍ଧକାର ମଧ୍ୟରୁ ଆଲୋକର ଆବିର୍ଭାବ ହେଉ”, ସେହି ଈଶ୍ୱର ଖ୍ରୀଷ୍ଟଙ୍କ ମୁଖରେ ପ୍ରତିଭାତ ଐଶ୍ୱରିକ ମହିମା ଦେଖିବା ପାଇଁ ଆମ ହୃଦୟକୁ ଆଲୋକିତ କରିଛନ୍ତି।


ହଁ ପିଲାମାନେ! ତାଙ୍କଠାରେ ସଂଯୁକ୍ତ ହୋଇ ରୁହ, ତାହାହେଲେ ତାଙ୍କର ଯେତେବେଳେ ଆବିର୍ଭାବ ହେବ, ଆମ ନିର୍ଭୀକ ଭାବରେ ତାଙଘ୍କର ସମ୍ମୁଖୀନ ହୋଇ ପାରବା- ସେହି ଦିବସରେ ଆମକୁ ଲଜ୍ଜାରେ ଆତ୍ମଗୋପନ କରିବାକୁ ପଡ଼ଫିବ ନାହହିଁ।


ଆମ ସମସ୍ତଙ୍କ ଅନାବୃତ ମୁଖରେ ଏବେ ପଅଭୁଙ୍କ ମହିମା ପଅତିଫଳିତ ହେଉଛି ଏବଂ ପ୍ରଭୁଙ୍କଠାରୁ ନିସୃତ ସେହି ମହିମାର ପ୍ରଭାବରେ ଆମେ ଅଧିକ ତେଜୋମୟ ଭାବରେ ତାଙ୍କ ସାଦୃଶ୍ୟରେ ରୂପାନ୍ତରିତ ହେଉଛୁ।


ଈଶ୍ୱରଙ୍କ ଆଜ୍ଞାନୁବର୍ତ୍ତୀ ହେବା ଦ୍ୱାରା ଆମେ ନିଶ୍ଚିତଭାବେ ତାଙ୍କୁ ଜାଣି ପାରିବା।


Swiv nou:

Piblisite


Piblisite