Biblia Todo Logo
Bib sou entènèt

- Piblisite -




୧ ଯୋହନ 3:23 - ପବିତ୍ର ବାଇବଲ (CL) NT (BSI)

23 ଆମ ପ୍ରତି ତାଙ୍କର ଆଜ୍ଞା ହେଉଛି: ତାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

23 ତାହାଙ୍କର ଆଜ୍ଞା ଏହି ଯେ, ଆମ୍ଭେମାନେ ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବିଶ୍ଵାସ କରିବା ଓ ତାହାଙ୍କ ଦତ୍ତ ଆଜ୍ଞାନୁସାରେ ପରସ୍ପରକୁ ପ୍ରେମ କରିବା।

Gade chapit la Kopi

ଓଡିଆ ବାଇବେଲ

23 ତାହାଙ୍କର ଆଜ୍ଞା ଏହି ଯେ, ଆମ୍ଭେମାନେ ତାହାଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କ ନାମରେ ବିଶ୍ୱାସ କରିବା ଓ ତାହାଙ୍କ ଦତ୍ତ ଆଜ୍ଞାନୁସାରେ ପରସ୍ପରକୁ ପ୍ରେମ କରିବା ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

23 ତାହାଙ୍କର ଆଜ୍ଞା ଏହି ଯେ, ଆମ୍ଭେମାନେ ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବିଶ୍ୱାସ କରିବା ଓ ତାହାଙ୍କ ଦତ୍ତ ଆଜ୍ଞାନୁସାରେ ପରସ୍ପରକୁ ପ୍ରେମ କରିବା।

Gade chapit la Kopi

ପବିତ୍ର ବାଇବଲ

23 ପରମେଶ୍ୱରଙ୍କର ଏହା ଆଦେଶ: ତାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆମ୍ଭେମାନେ ବିଶ୍ୱାସ କରିବା ଓ ପରସ୍ପରକୁ ଭଲ ପାଇବା।

Gade chapit la Kopi




୧ ଯୋହନ 3:23
24 Referans Kwoze  

ଏବେ ତୁମକୁ ମୁଁ ଗୋଟିଏ ନୂଆ ଆଜ୍ଞା ଦେଉଛି; ପରସ୍ପରକୁ ପ୍ରେମ କର। ମୁଁ ତୁମ୍ଭମାନଙ୍କୁ ଯେପରି ପ୍ରେମ କରିଛି, ତୁମେ ମଧ୍ୟ ସେହିପରି ପରସ୍ପରକୁ ପ୍ରେମ କରିବା ଉଚିତ୍।


ବର୍ତ୍ତମାନ ତୁମ୍ଭେମାନେ ସତ୍ୟର ଅନୁଗାମୀ ହୋଇଥିବାରୁ ନିଜ ନିଜକୁ ଶୁଚି କରିଛ ଓ ବିଶ୍ୱାସୀ ଭାଇମାନଙ୍କୁ ପ୍ରେମ କରିବାକୁ ଇଚ୍ଛୁକ ଅଛ। ପରସ୍ପରକୁ ଆନ୍ତରିକତା ସହ ପ୍ରେମ କର।


ମୁଁ ତୁମ୍ଭମାନଙ୍କୁ ଯେପରି ପ୍ରେମ କରେ, ତୁମ୍ଭେମାନେ ସେହିପରି ପରସ୍ପରକୁ ପ୍ରେମ କର: ତୁମ ପ୍ରତି ମୋର ଏହି ଆଜ୍ଞା।


ଯୀଶୁ ଉତ୍ତର ଦେଲେ: “ଯାହାଙ୍କୁ ଈଶ୍ୱର ପ୍ରେରଣ କରିଛନ୍ତି, ତାଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ତୁମ୍ଭେମାନେ ତାହା କରିପାରିବ।”


ସର୍ବୋପରି ପରସ୍ପରକୁ ଆନ୍ତରିକ ଭାବରେ ପ୍ରେମ କର, କାରଣ ପ୍ରେମ ଅନେକ ପାପ ଆଚ୍ଛାଦନ କରେ।


ଜଣେ ଅନ୍ୟ ଜଣକୁ ପେମ କରିବାକୁ ହେବ, ଏହି ବାର୍ତ୍ତା ଆଦ୍ୟରୁ ଶୁଣିଛୁ।


ଏହି ଆଦେଶ ଖ୍ରୀଷ୍ଟ ଆମକୁ ଦେଇଛନ୍ତି: ଯେ ଈଶ୍ୱରଙ୍କୁ ପ୍ରେମ କରେ, ସେ ନିଶ୍ଚୟ ତା’ ଭାଇକୁ ପ୍ରେମ କରିବ।


ଖ୍ରୀଷ୍ଟ ବିଶ୍ୱାସୀ ଭାଇମାନଙ୍କୁ ତୁମର ପ୍ରେମ କରିବା ବିଷୟରେ ଆମେ ଆଉ ଅଧିକ ଲେଖିବା ପ୍ରୟୋଜନ ନାହିଁ। ପରସ୍ପରକୁ କିପରି ପ୍ରେମ କରିବା ଉଚିତ୍, ଏହା ସ୍ୱୟଂ ଈଶ୍ୱରଙ୍କଠାରୁ ଶିକ୍ଷା କରିଛ।


ଖ୍ରୀଷ୍ଟ ଯେପରି ଆମ୍ଭମାନଙ୍କୁ ପ୍ରେମ କଲେ ଓ ଈଶ୍ୱରଙ୍କର ସନ୍ତୋଷ ନିମନ୍ତେ ନିଜ ଜୀବନକୁ ଆମ ପାଇଁ ସୁଗନ୍ଧି ନୈବେଦ୍ୟ ଓ ବଳି ରୂପେ ଉତ୍ସର୍ଗ କଲେ, ତୁମ୍ଭମାନଙ୍କ ଜୀବନ ମଧ୍ୟ ସେହିପରି ପ୍ରେମ ଦ୍ୱାରା ପରିଚାଳିତ ହେଉ।


ହଠାତ୍ ଆକାଶରେ ଗୋଟିଏ ମେଘ ଦେଖାଗଲା ଓ ତା’ର ଛାୟା ସେମାନଙ୍କୁ ଆଚ୍ଛାଦନ କଲା। ପୁଣି ସେହି ମେଘ ଭିତରୁ ଗୋଟିଏ ବାଣୀ ଶୁଣାଗଲା: “ଏ ମୋର ପ୍ରିୟ ପୁତ୍ର, ଏହାଙ୍କ କଥାକୁ ମନଧ୍ୟାନ ଦେଇ ଶୁଣ।”


“ଦ୍ୱିତୀୟ ଶ୍ରେଷ୍ଠ ଆଜ୍ଞା ହେଉଛି, ତୁମ ପଡ଼ୋଶୀକୁ ଆତ୍ମତୁଲ୍ୟ ପ୍ରେମ କର।


ସେମାନେ ଉତ୍ତର ଦେଲେ, “ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କଲେ, ତୁମେ ସପରିବାର ପରିତ୍ରାଣ ପାଇବ” -


ତୁମେ ଯେ ଏକ ମାତ୍ର ସତ୍ୟ ଈଶ୍ୱର, ଏହା ଉପଲବ୍ଧି କରିବା ଏବଂ ତୁମ ପ୍ରେରିତ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ହିଁ ଅନନ୍ତ ଜୀବନ।


ଯୀଶୁ କହିଲେ, “ତୁମ୍ଭେମାନେ ଉଦ୍ବିଗ୍ନ ହୁଅ ନାହିଁ।” ତୁମ୍ଭେମାନେ ଈଶ୍ୱରଙ୍କଠାରେ ବିଶ୍ୱାସ କରୁଛ। ମୋ’ଠାରେ ମଧ୍ୟ ବିଶ୍ୱାସ କର।


ପାପୀମାନଙ୍କୁ ଉଦ୍ଧାର କରିବା ପାଇଁ ଖ୍ରୀଷ୍ଟ ଯୀଶୁ ପୃଥିବୀକୁ ଆସିଥିଲେ, ଏହା ଗୋଟିଏ ନିରାଟ ସତ୍ୟ - ସମସ୍ତେ ଏହାକୁ ପୂର୍ଣ୍ଣ ମାତ୍ରାରେ ଉପଲବ୍ଧି କରିବା ଆବଶ୍ୟକ। ସେହି ପାପୀମାନଙ୍କ ମଧ୍ୟରେ ମୁଁ ସମସ୍ତଙ୍କଠାରୁ ଅଧମ।


କିନ୍ତୁ ଯେଉଁମାନେ ତାଙ୍କୁ ଗ୍ରହଣ କରି ତାଙ୍କଠାରେ ବିଶ୍ୱାସ କଲେ, ସେମାନଙ୍କୁ ସେ ଈଶ୍ୱରଙ୍କ ସନ୍ତାନ ହେବାର ଅଧିକାର ଦେଲେ।


ନିସ୍ତାର ପର୍ବ ସମୟରେ ଯିରୁଶାଲମରେ ଯୀଶୁ ଥିବା ବେଳେ ଅନେକେ ତାଙ୍କର ଅଲୌକିକ କାର୍ଯ୍ୟ ସବୁ ଦେଖି ତାଙ୍କଠରେ ବିଶ୍ୱାସ କଲେ।


ଯେ କେହି ସେହି ପୁତ୍ରଙ୍କଠାରେ ବିଶ୍ୱାସ କରେ, ସେ ଆଉ ବିଚାରିତ ହେବ ନାହିଁ; କିନ୍ତୁ ଯେ ବିଶ୍ୱାସ କରେ ନାହିଁ, ତା’ର ବିଚାର ହୋଇ ସାରିଛି। କାରଣ ସେ ଈଶ୍ୱରଙ୍କ ଅଦ୍ୱିତୀୟ ପୁତ୍ରଙ୍କୁ ଅବିଶ୍ୱାସ କରିଛି।


ପ୍ରିୟ ବନ୍ଧୁଗଣ! ଯେଉଁ ଆଜ୍ଞା ବିଷୟରେ ଲେଖିପାକୁ ଯାଉଛି, ତାହା ପ୍ରକୃତରେ ନୂତନ ନୁହେଁ। ବହୁ କାଳାବଧି ତୁମେ ତାହା ଶୁଣି ଆସିଛ-ଆମେ ପ୍ରଚାର କରୁଥିବା ବାର୍ତ୍ତାରେ ସେହି ଆଜ୍ଞା ତୁମେ ଶୁଣିଛ।


ଯୀଶୁଙ୍କୁ ଈଶ୍ବରଙ୍କ ପୁତ୍ର ବୋଲି ଯେ ସ୍ୱୀକାର କରେ, ଈଶ୍ୱର ତା’ ଅନ୍ତରରେ ବାସ କରନ୍ତି ଏବଂ ସେ ଈଶ୍ୱରଙ୍କ ସତ୍ତା ଅନୁଭବ କରେ।


ତୁମ୍ଭମାନଙ୍କୁ ଏହି ପତ୍ର ଲେଖୁଛୁ, ଅନନ୍ତ ଜୀବନର ଅଧିକାରୀ ବୋଲି ତୁମ୍ଭେମାନେ ଯେପରି ଜାଣିବ, କାରଣ ଈଶ୍ବରଙ୍କର ପୁତ୍ରଙ୍କଠାରେ ତୁମ୍ଭମାନଙ୍କର ବିଶ୍ବାସ ଅଛି।


Swiv nou:

Piblisite


Piblisite