Biblia Todo Logo
Bib sou entènèt

- Piblisite -




୧ ଯୋହନ 3:16 - ପବିତ୍ର ବାଇବଲ (CL) NT (BSI)

16 ଆମ ପାଇଁ ଖ୍ରୀଷ୍ଟଙ୍କର ଆତ୍ମବଳିଦାନରୁ ଆମ୍ଭେମାନେ ପ୍ରେମ ଶିକ୍ଷା କରିଛୁ। ଭାଇମାନଙ୍କ ପାଇଁ ଆତ୍ମବଳିଦା କରିବାକୁ ଆମେ ମଧ୍ୟ ପ୍ରସ୍ଥୁତ ହୋଇ ରହିବା ଉଚିତ୍।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 ସେ ଆମ୍ଭମାନଙ୍କ ନିମନ୍ତେ ଆପଣା ପ୍ରାଣ ଦାନ କରିବା ଦ୍ଵାରା ଆମ୍ଭେମାନେ ପ୍ରେମର ପରିଚୟ ପାଇଅଛୁ; ପୁଣି ଭାଇମାନଙ୍କ ନିମନ୍ତେ ଆମ୍ଭମାନଙ୍କର ମଧ୍ୟ ପ୍ରାଣ ଦାନ କରିବା ଉଚିତ।

Gade chapit la Kopi

ଓଡିଆ ବାଇବେଲ

16 ସେ ଆମ୍ଭମାନଙ୍କ ନିମନ୍ତେ ଆପଣା ପ୍ରାଣ ଦାନ କରିବା ଦ୍ୱାରା ଆମ୍ଭେମାନେ ପ୍ରେମର ପରିଚୟ ପାଇଅଛୁ; ପୁଣି, ଭାଇମାନଙ୍କ ନିମନ୍ତେ ଆମ୍ଭମାନଙ୍କର ମଧ୍ୟ ପ୍ରାଣ ଦାନ କରିବା ଉଚିତ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ସେ ଆମ୍ଭମାନଙ୍କ ନିମନ୍ତେ ଆପଣା ପ୍ରାଣ ଦାନ କରିବା ଦ୍ୱାରା ଆମ୍ଭେମାନେ ପ୍ରେମର ପରିଚୟ ପାଇଅଛୁ; ପୁଣି, ଭାଇମାନଙ୍କ ନିମନ୍ତେ ଆମ୍ଭମାନଙ୍କର ମଧ୍ୟ ପ୍ରାଣ ଦାନ କରିବା ଉଚିତ।

Gade chapit la Kopi

ପବିତ୍ର ବାଇବଲ

16 ଯୀଶୁ ଆମ୍ଭମାନଙ୍କ ପାଇଁ ନିଜ ଜୀବନ ଦେଇଛନ୍ତି। ଏଥିରୁ ପ୍ରକୃତ ପ୍ରେମ କ’ଣ, ତାହା ଆମ୍ଭେ ଜାଣିଛୁ। ଆମ୍ଭେ ମଧ୍ୟ ନିଜ ଭାଇମାନଙ୍କ ପାଇଁ ଜୀବନ ଦାନ କରିବା ଉଚିତ୍।

Gade chapit la Kopi




୧ ଯୋହନ 3:16
24 Referans Kwoze  

ଖ୍ରୀଷ୍ଟ ଯେପରି ଆମ୍ଭମାନଙ୍କୁ ପ୍ରେମ କଲେ ଓ ଈଶ୍ୱରଙ୍କର ସନ୍ତୋଷ ନିମନ୍ତେ ନିଜ ଜୀବନକୁ ଆମ ପାଇଁ ସୁଗନ୍ଧି ନୈବେଦ୍ୟ ଓ ବଳି ରୂପେ ଉତ୍ସର୍ଗ କଲେ, ତୁମ୍ଭମାନଙ୍କ ଜୀବନ ମଧ୍ୟ ସେହିପରି ପ୍ରେମ ଦ୍ୱାରା ପରିଚାଳିତ ହେଉ।


ଏବେ ତୁମକୁ ମୁଁ ଗୋଟିଏ ନୂଆ ଆଜ୍ଞା ଦେଉଛି; ପରସ୍ପରକୁ ପ୍ରେମ କର। ମୁଁ ତୁମ୍ଭମାନଙ୍କୁ ଯେପରି ପ୍ରେମ କରିଛି, ତୁମେ ମଧ୍ୟ ସେହିପରି ପରସ୍ପରକୁ ପ୍ରେମ କରିବା ଉଚିତ୍।


ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ, ସେ ନିଜର ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ- ଯେ କେହି ତାଙ୍କଠାରେ ବିଶ୍ୱାସ କରେ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପାଇବ।


କିନ୍ତୁ ଆମ୍ଭେମାନେ ପାପୀ ଥିବାବେଳେ ଯୀଶୁ ଆମ ପାଇଁ ନିଜର ପ୍ରାଣ ଦେଲେ। ଏହା ଦ୍ୱାରା ଈଶ୍ୱର ଆମ୍ଭମାନଙ୍କୁ କେତେ ପ୍ରେମ କରନ୍ତି, ତାହା ସେ ପ୍ରକାଶ କରିଛନ୍ତି।


ଏବଂ ମୃତ୍ୟୁରୁ ପୁନରୁତ୍ôଥତ ସର୍ବପ୍ରଥମ, ବିଶ୍ୱସ୍ତ ସାକ୍ଷ୍ୟଦାତା ଓ ରାଜାଧିରାଜ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ଓ ଶାନ୍ତି ତୁମ୍ଭ ପ୍ରତି ହେଉ। ସେ ଆମକୁ ପ୍ରେମ କରନ୍ତି ଓ ତାଙ୍କର ମୃତ୍ୟୁ ଦ୍ୱାରା ଆମକୁ ପାପରୁ ପରିତ୍ରାଣ କରିଅଛନ୍ତି


ତୁମ୍ଭମାନଙ୍କୁ ଈଶ୍ୱରଙ୍କ ନିକଟକୁ କଢ଼ାଇ ଆଣିବା ପାଇଁ ଖ୍ରୀଷ୍ଟ ନିଜେ ଧାମର୍ମିକ ହୋଇ ଅଧାର୍ମିକମାନଙ୍କ ପାପର ପ୍ରାୟଶ୍ଚିତ ନିମନ୍ତେ ନିଜର ପ୍ରାଣ ଦେଲେ। ଏହି ପ୍ରାୟଶ୍ଚିତ ସେ ଏକାଥରକେ ଅନନ୍ତ କାଳ ପାଇଁ ସାଧନ କରିଛନ୍ତି। ସେ ଶାରୀରିକ ଭାବରେ ହତ ହେଲେ, କିନ୍ତୁ ଆତ୍ମିକ ଭାବରେ ସଞ୍ଜୀବିତ ହେଲେ


ଯେପରି ମନୁଷ୍ୟପୁତ୍ର ସେବା ପାଇବା ପାଇଁ ଆସି ନାହାନ୍ତି - ସେବା କରି ଅନ୍ୟମାନଙ୍କର ମୁକ୍ତି ପାଇଁ ନିଜର ପ୍ରାଣ ବିସର୍ଜନ କରିବାକୁ ଆସିଛନ୍ତି।”


ଅତଏବ ତୁମ୍ଭେମାନେ ନେତା ରୂପେ ନିଜ ବିଷୟରେ ଓ ପବିତ୍ରଆତ୍ମା ତୁମ୍ଭମାନଙ୍କ ତତ୍ତ୍ୱାବଧାନରେ ଯେଉଁ ବିଶ୍ୱାସୀ ପଲକୁ ଛାଡ଼ି ଦେଇଛନ୍ତି, ସେହି ସମସ୍ତଙ୍କ ବିଷୟରେ ଯତ୍ନଶୀଳ ହୁଅ। ମେଷପାଳକ ପରି ଈଶ୍ୱରଙ୍କ ମଣ୍ଡଳୀର ଯତ୍ନ ନିଅ। ସେହି ମଣ୍ଡଳୀକୁ ସେ ତାଙ୍କ ପୁତ୍ରଙ୍କ ମୃତ୍ୟୁ ଦ୍ୱାରା ନିଜସ୍ୱ କରିଅଛନ୍ତି।


ସ୍ୱାମୀମାନେ, ଖ୍ରୀଷ୍ଟ ଯେପରି ମଣ୍ଡଳୀକୁ ପ୍ରେମ କରି, ତା’ ପାଇଁ ନିଜର ପ୍ରାଣ ଦେଲେ, ତୁମ୍ଭେମାନେ ଠିକ୍ ସେହିପରି ନିଜ ନିଜ ସ୍ତ୍ରୀକୁ ପ୍ରେମ କର।


ଅକପଟ ଓ ଧାର୍ମିକ ଜୀବନ ଯାପନ କରିବାକୁ ଆମେ ପ୍ରେରଣା ପାଇଛୁ। ମହାନ୍ ଈଶ୍ୱର ଓ ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କର ଗୌରବ ପ୍ରକାଶ ପାଇବାକୁ ଯାଉଛି ସେହି ଦିନର ଅପେକ୍ଷାରେ ଆମ୍ଭେମାନେ ରହିଛୁ।


ସେମାନେ ମୋ’ ପାଇଁ ନିଜ ଜୀବନକୁ ବିପନ୍ନ କରିଛନ୍ତି। କେବଳ ମୁଁ ନୁହେଁ, ସମସ୍ତ ଅଣଇହୁଦୀ ମଣ୍ଡଳୀ ତାଙ୍କଠାରେ କୃତଜ୍ଞ।


ଯେ ଈଶ୍ୱରଙ୍କ ସତ୍ତା ଅନୁଭବ କରୁଛି ବୋଲି କହେ, ସେ ଅବିକଳ ଖ୍ରୀଷ୍ଟ ଯୀଶୁଙ୍କ ପରି ଜୀବନ ଯାପନ କରିବା ଉଚିତ।


ମୁଁ ସେହିପରି ମୋ’ ମେଷମାନଙ୍କୁ ମଧ୍ୟ ଜାଣେ ଏବଂ ସେମାନେ ମଧ୍ୟ ମୋତେ ଜାଣନ୍ତି। ମୁଁ ସେମାନଙ୍କ ପାଇଁ ମୋ ଜୀବନ ଦେବାକୁ ପ୍ରସ୍ତୁତ।


ଈଶ୍ୱରଙ୍କ ଉଦ୍ଦେଶ୍ୟରେ ତୁମର ବିଶ୍ୱାସରୂପ ବଳିଦାନରେ ହୁଏତ ମୋର ଜୀବନ-ଶୋଣିତ ଢ଼ାଳି ଦେବାକୁ ପଡ଼ିବ। ଏଥିପାଇଁ ମୁଁ ଉଲ୍ଲସିତ ଓ ମୋର ଏହି ଆନନ୍ଦରେ ତୁମ୍ଭମାନଙ୍କୁ ଅଂଶୀ କରିବାକୁ ମୁଁ ଚାହେଁ।


ସେମାନେ ଗୋଟିଏ ନୂଆ ଗୀତ ଗାଇଥିଲେ: “ପାଣ୍ଡୁଲିପି ଗ୍ରହଣ କରି ତାହାର ମୋହର ଭାଙ୍ଗିବାକୁ ତୁମେ ହିଁ ଯୋଗ୍ୟ: କାରଣ ତୁମେ ନିହତ ହୋଇଥିଲ ଏବଂ ତୁମ ମୃତ୍ୟୁ ଦ୍ୱାରା, ସମସ୍ତ ଗୋଷ୍ଠୀ, ଭାଷାବାଦୀ, ରାଷ୍ଟ୍ର ଓ ଜାତି ମଧ୍ୟରୁ ଈଶ୍ୱରଙ୍କ ନିମନ୍ତେ ଲୋକମାନଙ୍କୁ କ୍ରୟ କରିଛ।


ଆମ୍ଭମାନେ ଯେପରି ପାପ ପ୍ରତି ମୃତ ହେବୁ ଓ ଧର୍ମ ଜୀବନ ଯାପନ କରିବୁ, ଏଥିପାଇଁ ଖୀଷ୍ଟ କ୍ରୁଶ ଉପରେ ନିଜ ଶରୀରରେ ଆମ ପାପ ବୋଝ ବହନ କଲେ। ତାଙ୍କ ଶରୀରର ସେହି କ୍ଷତ ଦ୍ୱାରା ତୁମ୍ଭେମାନେ ସୁସ୍ଥ ହୋଇଛ।


ତୁମ୍ଭେମାନେ ଜାଣ ତୁମ ପୂର୍ବପୁରୁଷମାନଙ୍କଠାରୁ ପ୍ରାପ୍ତ ପରମ୍ପରାଗତ ନିରର୍ଥକ ଜୀବନରୁ ତୁମ୍ଭମାନଙ୍କୁ ମୁକ୍ତ କରିବା ନିମନ୍ତେ କେତେ ମୂଲ୍ୟ ଦେବାକୁ ପଡ଼ିଥିଲା। ତାହା କ୍ଷୟଶୀଳ ରୂପା କି ସୁନା ନୁହେଁ,


କାରଣ ତୁମ୍ଭେମାନେ ମୋତେ ଯେଉଁ ସାହାଯ୍ୟ ଦେଇ ପାରିଲ ନାହିଁ, ଖ୍ରୀଷ୍ଟଙ୍କ କାର୍ଯ୍ୟ ସିଦ୍ଧି ଲାଗି ସେ ତା’ ମୋ’ ପାଇଁ କରିବାକୁ ଯାଇ ନିଜ ଜୀବନକୁ ବିପନ୍ନ କଲେ ଓ ମୃତ୍ୟୁର ସମ୍ମୁଖୀନ ହୋଇଥିଲେ।


“ମୁଁ ଶ୍ରେଷ୍ଠ ମେଷପାଳକ। ମେଷମାନଙ୍କ ପାଇଁ ମୁଁ ପ୍ରାଣ ଦେବାକୁ ପ୍ରସ୍ତୁତ।


ତୁମ୍ଭମାନଙ୍କ ପ୍ରତି ଆମର ପ୍ରେମ ଯୋଗୁଁ, ତୁମକୁ କେବଳ ଈଶ୍ୱରଙ୍କ ସୁସମାଚାରର ଅଂଶୀଦାର କରାଇ ନ ଥିଲୁ, ମାତ୍ର ତୁମ ନିମନ୍ତେ ନିଜକୁ ଦାନ କରିବାକୁ ମଧ୍ୟ ଆମେ ପ୍ରସ୍ତୁତ ଥିଲୁ। ତୁମେ ଆମର କେଡ଼େ ପ୍ରିୟ ନ ଥିଲ!


ଯଦି କେହି କହେ, ଏହି ଆଲୋକରେ ତା’ର ସ୍ଥିତି, ଅଥଚ ସେ ତା’ ଭାଇକୁ ଘୃଣା କରୁଥାଏ, ସେ ଅଦ୍ୟାପି ଅନ୍ଧକାର ନିବାସୀ।


ଅତଏବ, ଏହିପରି ଭାବରେ ଆମ ମଧ୍ୟରେ ମୃତ୍ୟ ଓ ତୁମ ମଧ୍ୟରେ ଜୀବନ କାର୍ଯ୍ୟ କରି ଚାଲିଛି।


Swiv nou:

Piblisite


Piblisite