Biblia Todo Logo
Bib sou entènèt

- Piblisite -




୧ ଯୋହନ 3:13 - ପବିତ୍ର ବାଇବଲ (CL) NT (BSI)

13 ଅତଏବ, ଏହି ଜଗତର ଲୋକେ ତୁମ୍ଭମାନଙ୍କୁ ଯେ ଘୃଣା କରନ୍ତି, ଏଥିରେ ଆଶ୍ଚର୍ଯ୍ୟ ହୁଅ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ହେ ଭାଇମାନେ, ଜଗତ ତୁମ୍ଭମାନଙ୍କୁ ଘୃଣା କଲେ, ଆଶ୍ଚର୍ଯ୍ୟଜ୍ଞାନ କର ନାହିଁ।

Gade chapit la Kopi

ଓଡିଆ ବାଇବେଲ

13 ହେ ଭାଇମାନେ, ଜଗତ ତୁମ୍ଭମାନଙ୍କୁ ଘୃଣା କଲେ, ଆଶ୍ଚର୍ଯ୍ୟ ଜ୍ଞାନ କର ନାହିଁ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ହେ ଭାଇମାନେ, ଜଗତ ତୁମ୍ଭମାନଙ୍କୁ ଘୃଣା କଲେ, ଆଶ୍ଚର୍ଯ୍ୟଜ୍ଞାନ କର ନାହିଁ।

Gade chapit la Kopi

ପବିତ୍ର ବାଇବଲ

13 ଭାଇ ଓ ଭଉଣୀମାନେ, ଯଦି ଜଗତ ତୁମ୍ଭକୁ ଘୃଣା କରେ, ତେବେ ଆଶ୍ଚର୍ଯ୍ୟ ହୁଅ ନାହିଁ।

Gade chapit la Kopi




୧ ଯୋହନ 3:13
18 Referans Kwoze  

ମୁଁ ସେମାନଙ୍କୁ ତୁମର ବାର୍ତ୍ତା ଶୁଣାଇଛି। ସେଥିଲାଗି ସେମାନଙ୍କୁ ଜଗତ ଘୃଣା କରିଛି, କାରଣ ମୁଁ ଯେପରି ଏହି ଜଗତର ନୁହେଁ, ସେମାନେ ମଧ୍ୟ ନୁହନ୍ତି।


ମୋ’ ସକାଶେ ସମସ୍ତେ ତୁମ୍ଭମାନଙ୍କୁ ଘୃଣା କରିବେ।


ହେ ବିଶ୍ୱାସଘାତକ ଲୋକେ, ତୁମେ କଅଣ ଜାଣି ନାହିଁ, ସଂସାରପ୍ରୀତି ଈଶ୍ୱରଙ୍କ ପ୍ରତିଶତ୍ରୁତାଜରଣ? ଯେ ଇହ ଜଗତ ସହିତ ବନ୍ଧୁତା କରେ, ସେ ଈଶ୍ୱରଙ୍କ ଶତ୍ରୁ।


ଯେଉଁ ସମସ୍ତେ ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ ହୋଇ ଈଶ୍ୱରପରାୟଣ ଜୀବନ ଯାପନ କରିବାକୁ ଇଚ୍ଛା କରିବେ, ସେମାନଙ୍କୁ ନିର୍ଯ୍ୟାତନାର ସମ୍ମୁଖୀନ ହେବାକୁ ପଡ଼ିବ।


ମୋ’ ନିମନ୍ତେ ସମସ୍ତେ ତୁମ୍ଭମାନଙ୍କୁ ଘୃଣା କରିବେ, କିନ୍ତୁ ଯେଉଁମାନେ ଶେଷ ପର୍ଯ୍ୟନ୍ତ ଅଟଳ ରହିବେ, ସେମାନେ ପରିତ୍ରାଣ ପାଇବେ।


ମାନବ ପ୍ରକୃତିର ବଶୀଭୂତ ହେବା ଦ୍ୱାରା ବ୍ୟକ୍ତି ଈଶ୍ୱରଙ୍କ ଶତ୍ରୁ ହୁଏ; କାରଣ ସେ ଈଶ୍ୱରଙ୍କ ବ୍ୟବସ୍ଥା ପାଳନ କରେ ନାହିଁ- ସେ ତା’ କରିବାକୁ ଅସମର୍ଥ।


ଏ କଥା ତୁମ୍ଭମାନଙ୍କୁ କହୁଛି, ଯେପରି ମୋ’ ସହିତ ସଂଯୁକ୍ତ ରହି ତୁମେ ମନରେ ଶାନ୍ତି ଅନୁଭବ କରିବ। ଜଗତ ତୁମକୁ କଷ୍ଟ ଦେବ; ତଥାପି ସାହସ ଧର, କାରଣ ମୁଁ ଜଗତକୁ ଜୟ କରିଛି।”


କାରଣ ଜଗତ ତୁମକୁ ଘୃଣା କରେ ନାହିଁ। କିନ୍ତୁ ଜଗତ ମୋତେ ଘୃଣା କରେ, କାରଣ ତା’ର କାର୍ଯ୍ୟକଳାପ ମନ୍ଦ ବୋଲି ମୁଁ କହି ଆସୁଛି।


“ମନୁଷ୍ୟପୁତ୍ରଙ୍କ ନିମନ୍ତେ ଯଦି ଲୋକମାନେ ତୁମକୁ ଘୃଣା କରନ୍ତି, ତୁମ ସହିତ ସମ୍ପର୍କ ରଖନ୍ତି ନାହିଁ, ଅପମାନ ଦିଅନ୍ତି ଓ ତୁମକୁ ଭ୍ରଷ୍ଟାଚାରୀ ବୋଲି କହନ୍ତି, ତେବେ ତୁମ୍ଭେମାନେ ଧନ୍ୟ!


“ତୁମ୍ଭେମାନେ ଧରା ହୋଇ ଉତ୍ପୀଡ଼ିତ ହେବ ଓ ମୃତ୍ୟୁଦଣ୍ଡ ଭୋଗ କରିବ ଏବଂ ମୋ’ ଲାଗି ତୁମେ ସମସ୍ତଙ୍କର ଘୃଣାର ପାତ୍ର ହେବ।


ମୋ’ ଲାଗି ସମସ୍ତେ ତୁମ୍ଭମାନଙ୍କୁ ଘୃଣା କରିବେ; କିନ୍ତିୁ ଯେ କେହି ଶେଷ ପଯ୍ୟନ୍ତ ସ୍ଥିର ରହିବ, ସେ ମୁକ୍ତି ପାଇବ।


ପିତର ସେମାନଙ୍କୁ ଦେଖି କହିଲେ, “ହେ ଇଶ୍ରାଏଲୀୟ ଭାଇମାନେ, ତୁମେ କାହିଁକି ଏଥିରେ ଆଶ୍ଚର୍ଯ୍ୟ ହୋଇ ଆମ୍ଭମାନଙ୍କ ଆଡ଼େ ଏପରି ଚାହିଁ ରହିଛ? ତୁମ୍ଭେମାନେ କ’ଣ ଭାବୁଛ ଯେ ଆମ ନିଜ ଶକ୍ତିରେ ବା ଆମ ଈଶ୍ୱରପରାୟଣତା ହେତୁ ଆମେ ଏହି ଲୋକକୁ ଚାଲିବା ଶକ୍ତି ଦେଇଛୁ?


ତୁମ୍ଭେମାନେ ସମାଜ-ଚ୍ୟୁତ ହେବ ଏବଂ ଏପରି ଦିନ ଆସିବ, ଯେତେବେଳେ ଲୋକେ ଭାବିବେ, ତୁମ୍ଭମାନଙ୍କୁ ବଧ କରିବା ଦ୍ୱାରା ସେମାନେ ଈଶ୍ୱରଙ୍କ ସେବା କରୁଛନ୍ତି।


ସମସ୍ତଙ୍କୁ ଆଉ ଥରେ ଜନ୍ମ ହେବାକୁ ପଡ଼ିବ ବୋଲି ମୁଁ ଯାହା କହୁଛି, ଏଥିରେ ବିସ୍ମିତ ହୁଅ ନାହିଁ।


ଦୂତ କହିଲେ: “କାହିଁକି ବିସ୍ମିତ ହେଉଛ? ସେହି ସ୍ତ୍ରୀ ଲୋକ ଏବଂ ସପ୍ତ ମସ୍ତକ ଓ ଦଶ ଶୃଙ୍ଗବିଶିଷ୍ଟ ତା’ର ବାହନ ପଶୁର ଗୁପ୍ତ ରହସ୍ୟ ମୁଁ ତୁମକୁ କହୁଛି, ଶୁଣ!


Swiv nou:

Piblisite


Piblisite