Biblia Todo Logo
Bib sou entènèt

- Piblisite -




୧ ଯୋହନ 3:12 - ପବିତ୍ର ବାଇବଲ (CL) NT (BSI)

12 ଆମେ କୟିନ ପରି ବୋ ନାହିଁ। କୟିନ ଶୟତାନର ବଶୀଭୂତ ହୋଇ ନିଜ ଭାଇକୁ ହତ୍ୟା କଲା। ତା’ ଭାଇକୁ ସେ କହିଁକି ହତ୍ୟା କଲା? ତା’ର ଭାଇ ସବୁବେଳେ ସତ୍କର୍ମ କରୁଥିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ପାପାତ୍ମାର ସନ୍ତାନ ଯେ କୟିନ, ତାହା ପରି ହୁଅ ନାହିଁ, ସେ ଆପଣା ଭାଇକୁ ବଧ କଲା; ଆଉ ସେ ତାହାକୁ କାହିଁକି ବଧ କଲା? କାରଣ ଏହି ଯେ, ତାହାର କାର୍ଯ୍ୟ ପାପମୟ, ଆଉ ତାହାର ଭାଇର କାର୍ଯ୍ୟ ଧର୍ମମୟ ଥିଲା।

Gade chapit la Kopi

ଓଡିଆ ବାଇବେଲ

12 ପାପାତ୍ମାର ସନ୍ତାନ ଯେ କୟିନ, ତାହା ପରି ହୁଅ ନାହିଁ, ସେ ଆପଣା ଭାଇକୁ ବଧ କଲା; ଆଉ ସେ ତାହାକୁ କାହିଁକି ବଧ କଲା ? କାରଣ ଏହି ଯେ, ତାହାର କାର୍ଯ୍ୟ ପାପମୟ, ଆଉ ତାହାର ଭାଇର କାର୍ଯ୍ୟ ଧର୍ମମୟ ଥିଲା ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ପାପାତ୍ମାର ସନ୍ତାନ ଯେ କୟିନ, ତାହା ପରି ହୁଅ ନାହିଁ, ସେ ଆପଣା ଭାଇକୁ ବଧ କଲା; ଆଉ ସେ ତାହାକୁ କାହିଁକି ବଧ କଲା? କାରଣ ଏହି ଯେ, ତାହାର କାର୍ଯ୍ୟ ପାପମୟ, ଆଉ ତାହାର ଭାଇର କାର୍ଯ୍ୟ ଧର୍ମମୟ ଥିଲା।

Gade chapit la Kopi

ପବିତ୍ର ବାଇବଲ

12 ଆମ୍ଭେ କୟିନ ଭଳି ହେବା ଉଚିତ୍ ନୁହେଁ। କାରଣ ତାହାଙ୍କଠାରେ ପାପାତ୍ମା ଥିଲା। ସେ ନିଜ ଭାଇ ହେବଲକୁ ହତ୍ୟା କଲା। ସେ ତା'ର ଭାଇକୁ କାହିଁକି ହତ୍ୟା କଲା? ସେ ଏପରି କଲା, କାରଣ ତା'ର କାର୍ଯ୍ୟଗୁଡ଼ିକ ମନ୍ଦ ଥିଲା ଓ ତା’ ଭାଇର କର୍ମଗୁଡ଼ିକ ଭଲ ଥିଲା।

Gade chapit la Kopi




୧ ଯୋହନ 3:12
31 Referans Kwoze  

ବିଶ୍ୱାସ ଦ୍ୱାରା ହେବଲ ଈଶ୍ୱରଙ୍କ ଉଦ୍ଦେଶ୍ୟରେ କୟିନଙ୍କ ଅପେପକ୍ଷା ଉତ୍କୃଷ୍ଟର ନୈବେଦ୍ୟ ଉତ୍ସର୍ଗ କରିଥିଲେ। ନିଜ ବିଶ୍ୱାସ ବଳରେ ସେ ଈଶ୍ୱରଙ୍କ ଦ୍ୱାରା ଧାର୍ମିକ ବୋଲି ଗଣ୍ୟ ହୋଇଥିଲେ, କାରଣ ଈଶ୍ୱର ନିଜେ ତାଙ୍କର ନୈବେଦ୍ୟ ଗ୍ରହଣ କରିଥିଲେ। ତାଙ୍କର ବିଶ୍ୱାସ ଯୋଗୁଁ, ହେବଲ ମୃତ ହେଲେ ସୁଦ୍ଧା ଏ ପର୍ଯ୍ୟନ୍ତ କଥା କହୁଛନ୍ତି।


ଏହା ସେମାନଙ୍କ ପ୍ରତି କେଡ଼େ ଭୟାନକ। ସେମାନେ କୟିନର ଅସତ୍ମାର୍ଗ ଅନୁସରଣ କରୁଛନ୍ତି। ବାଲାମ ଅର୍ଥଲୋଭରେ ଯେଉଁ ଭୂଲ କରିଥିଲା, ସେମାନେ ସେହି ଭ୍ରାନ୍ତିରେ ପଡ଼ିଛନ୍ତି। କୋରହ ପରି ବିଦ୍ରୋହ କରି ସେମାନେ ବିନଷ୍ଟ ହେଉଛନ୍ତି।


ହେବଲର ହତ୍ୟାଠାରୁ ଆରମ୍ଭ କରି ଯିଖରିୟଙ୍କ ପର୍ଯ୍ୟନ୍ତ ଯାହାଙ୍କୁ ବେଦୀ ଓ ପବିତ୍ର ସ୍ଥାନ ମଧ୍ୟରେ ହତ୍ୟା କରାଯାଇଥିଲା। ହଁ, ମୁଁ ତୁମ୍ଭମାନଙ୍କୁ କହୁଛି, ଏହି ଯୁଗର ଲୋକମାନେ ସେ ସମସ୍ତଙ୍କ ନିମନ୍ତେ ଦଣ୍ଡ ଭୋଗ କରିବେ।


ପରିଣାମରେ ହେବଲଠାରୁ ଆରମ୍ଭ କରି ମନ୍ଦିର ଓ ବେଦୀ ମଧ୍ୟସ୍ଥଳରେ ନିହତ ହୋଇଥିବା ଜିଖରିୟ (ବରଖିଆଙ୍କ ପୁତ୍ର) ପର୍ଯ୍ୟନ୍ତ ସମସ୍ତ ନିର୍ଦ୍ଦୋଷ ବ୍ୟକ୍ତିମାନଙ୍କ ହତ୍ୟା ପାଇଁ ତୁମ୍ଭେମାନେ ଦଣ୍ଡିତ ହେବ।


ତୁମ୍ଭେମାନେ ବର୍ତ୍ତମାନ ସେହି ପ୍ରକାର ଉତ୍ସୃଙ୍ଖଳ କର୍ଯ୍ୟକଳାପରେ ସେମାନଙ୍କ ସହିତ ଯୋଗ ନ ଦେବାରୁ ସେମାନେ ଆଶ୍ଚର୍ଯ୍ୟ ହୋଇ ତୁମ୍ଭମାନଙ୍କୁ ଅପମାନିତ କରୁଛନ୍ତି।


ପୁଣି, ନୂତନ ଚୁକ୍ତିର ସ୍ଥାପୟିତା ଯୀଶୁଙ୍କ ନିକଟକୁ ଓ ଯାହାଙ୍କର ରକ୍ତ ହେବଲଙ୍କ ରକ୍ତ ଅପେକ୍ଷା ମହତ୍ତର ବିଷୟମାନ ପ୍ରଦାନ କରିବ ବୋଲି ଆଶା ସଞ୍ଚାର କରୁଛ, ସେହି ରକ୍ତ ନିକଟକୁ ଆସିଛ।


ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କ ଦ୍ୱାରା ଉତ୍ପୀଡ଼ିତ ନ ହୋଇଥିବା କୌଣସି ଭାବବାଦୀ ଅଛନ୍ତି କି? ଈଶ୍ୱରଙ୍କ ଯେଉଁ ବାର୍ତ୍ତାବହମାନେ ବହୁ ପୂର୍ବେ ତାଙ୍କ ପବିତ୍ର ଦାସଙ୍କ ଆଗମନ ବିଷୟରେ ଘୋଷଣା କରିଥିଲେ, ତୁମ ପୂର୍ବପୁରୁଷମାନେ ସେମାନଙ୍କୁ ହତ୍ୟା କଲେ।


ଯୀଶୁ ସେମାନଙ୍କୁ କହିଲେ, “ମୋ’ ପିତାଙ୍କ ନିର୍ଦ୍ଦେଶରେ ମୁଁ ତୁମ ମଧ୍ୟରେ ଅନେକ ସତ୍କର୍ମ କରିଛି। ତା’ ମଧ୍ୟରୁ କେଉଁ ସତ୍କର୍ମ ଯୋଗୁ ମୋତେ ଆଜି ମାରିବାକୁ ଯାଉଛ?”


ପିଲାତ ପଚାରିଲେ, “କିନ୍ତୁ ସେ କି ଅପରାଧ କରିଛନ୍ତି?” ସେମାନେ ଆହୁରି ପାଯି କରି କହିବାକୁ ଲାଗିଲେ, “ତାଙ୍କୁ କ୍ରୁଶରେ ଚଢ଼ାଅ।”


ଏହି ଜଗତ ହେଉଛି କ୍ଷେତ। ଯେଉଁମାନେ ସ୍ୱର୍ଗରାଜ୍ୟର ଅଧିବାସୀ, ସେମାନେ ଭଲ ବିହନ। ବାଳୁଙ୍ଗାଗୁଡ଼ିକ ଶୟତାନର ଅନୁଚର।


ଯେଉଁମାନେ ସ୍ୱର୍ଗରାଜ୍ୟର ବାର୍ତ୍ତା ଶୁଣନ୍ତି, ସେମାନଙ୍କ ହୃଦୟରୁ ଶୟତାନ ତାହା କାଢ଼ି ନେଇ ଯାଇଥାଏ। ଗସ୍ତା କଡ଼ରେ ପଡ଼ିଥିବା ବିହନର ଏହା ହେଉଛି ତାତ୍ପର୍ଯ୍ୟ।


ମୁଁ ଆହୁରି ଦେଖିଲି, ସେହି ସ୍ତ୍ରୀ ଲୋକଟି ସାଧୁମାନଙ୍କର ଓ ଯୀଶୁଙ୍କ ପ୍ରତି ବିଶ୍ୱସ୍ତ ରହି ନିହତ ହୋଇଥିବା ଲୋକମାନଙ୍କର ରକ୍ତପାନ କରି ମତୁଆଲା ହୋଇଥିଲା। ତାକୁ ଦେଖି ମୁଁ ବିସ୍ମୟରେ ହତବୁଦ୍ଧି ହୋଇଗଲି।


ଭାଇମାନେ, ଯିହୁଦା ଦେଶରେ ଥିବା ଈଶ୍ୱରଙ୍କ ମଣ୍ଡଳୀଗୁଡ଼ିକରେ ଓ ସେଠାକାର ଖ୍ରୀଷ୍ଟବିଶ୍ୱାସୀମାନଙ୍କ ପ୍ରତି ଯାହା ଘଟିଥିଲା, ତୁମ୍ଭମାନଙ୍କ ପ୍ରତି ମଧ୍ୟ ତାହା ଘଟିଛି। ସେମାନେ ଇହୁଦୀମାନଙ୍କଠାରୁ ଯେପରି ନିର୍ଯ୍ୟାତନା ଭୋଗ କରିଥିଲେ, ତୁମ୍ଭେମାନେ ମଧ୍ୟ ନିଜ ଦେଶବାସୀଙ୍କ ଠାରୁ ଅନୁରୂପ ନିର୍ଯ୍ୟାତନା ଭୋଗ କରିଛ।


“ତୁମେ ରାଣ ନିୟମ ନ ପକାଇ କେବଳ ‘ହଁ’ କିମ୍ବା ‘ନାହିଁ’ କୁହ। ଏହାଠାରୁ ଅଧିକ କଥା କହି ପ୍ରତିଜ୍ଞା କରିବା ଶୟତାନର ପ୍ରରୋଚନାରୁ ହୁଏ।


ଈଶ୍ୱରଙ୍କଠାରୁ ଶୁଣିଥିବା ସତ୍ୟକୁ ପ୍ରକାଶ କରିବା ଛଡ଼ା ମୁଁ ଆଉ କିଛି କରେ ନାହିଁ; ଅଥଚ ତୁମ୍ଭେମାନେ ମୋତେ ପ୍ରାଣରେ ମାରି ଦେବାକୁ ଚେଷ୍ଟା କରୁଛ। ଅବ୍ରହାମ ଏଭଳି କାର୍ଯ୍ୟ କରି ନ ଥିଲେ।


ତୁମ୍ଭମାନଙ୍କ ପିତା ଯାହା କରିଥିଲେ, ତୁମେ ତାହା କରୁଛ।” ସେମାନେ ଉତ୍ତର ଦେଇ କହିଲେ: “କେବଳ ଈଶ୍ୱର ଆମ୍ଭମାନଙ୍କର ପିତା- ଆମେ ତାଙ୍କର ପ୍ରକୃତ ସନ୍ତାନ।”


Swiv nou:

Piblisite


Piblisite