Biblia Todo Logo
Bib sou entènèt

- Piblisite -




୧ ଯୋହନ 2:8 - ପବିତ୍ର ବାଇବଲ (CL) NT (BSI)

8 କିନ୍ତୁ ଏହାକୁ ଏକ ନୂତନ ଆଜ୍ଞା ରୂପେ ଏଠାରେ ମୁଁ ଉଲ୍ଲେଖତ କରୁଛି, କାରଣ ଏହାର ବାସ୍ତବତା କେବଳ ଖ୍ରୀଷ୍ଟଙ୍କଠାରେ ରୂପାୟିତ ହୋଇଛି ଏବଂ ପ୍ରକୃତ ଆଲୋକ ଏବେ ପ୍ରକଶଶମାନ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ପୁନଶ୍ଚ, ମୁଁ ନୂତନ ଆଜ୍ଞା ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି, ଏହା ତାହାଙ୍କଠାରେ ଓ ତୁମ୍ଭମାନଙ୍କଠାରେ ସତ୍ୟ ବୋଲି ପ୍ରକାଶ ପାଏ। କାରଣ ଅନ୍ଧକାର ଘୁଞ୍ଚିଯାଉଅଛି ଓ ସତ୍ୟ ଜ୍ୟୋତିଃ ପ୍ରକାଶିତ ହେଲାଣି।

Gade chapit la Kopi

ଓଡିଆ ବାଇବେଲ

8 ପୁନଶ୍ଚ, ମୁଁ ନୂତନ ଆଜ୍ଞା ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି, ଏହା ତାହାଙ୍କଠାରେ ଓ ତୁମ୍ଭମାନଙ୍କଠାରେ ସତ୍ୟ ବୋଲି ପ୍ରକାଶ ପାଏ। କାରଣ ଅନ୍ଧକାର ଘୁଞ୍ଚିଯାଉଅଛି ଓ ସତ୍ୟ ଜ୍ୟୋତିଃ ପ୍ରକାଶିତ ହେଲାଣି ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ପୁନଶ୍ଚ, ମୁଁ ନୂତନ ଆଜ୍ଞା ତୁମ୍ଭମାନଙ୍କ ନିକଟକୁ ଲେଖୁଅଛି, ଏହା ତାହାଙ୍କଠାରେ ଓ ତୁମ୍ଭମାନଙ୍କଠାରେ ସତ୍ୟ ବୋଲି ପ୍ରକାଶ ପାଏ। କାରଣ ଅନ୍ଧକାର ଘୁଞ୍ଚିଯାଉଅଛି ଓ ସତ୍ୟ ଜ୍ୟୋତିଃ ପ୍ରକାଶିତ ହେଲାଣି।

Gade chapit la Kopi

ପବିତ୍ର ବାଇବଲ

8 ପୁନଶ୍ଚ ମୁଁ ତୁମ୍ଭମାନଙ୍କୁ ଆଉ ଗୋଟିଏ ନୂତନ ଆଜ୍ଞା ବିଷୟରେ ଲେଖୁଛି, ଏହାର ସତ୍ୟତା ଯୀଶୁଙ୍କଠାରେ ଓ ତୁମ୍ଭମାନଙ୍କ ଜୀବନରେ ମଧ୍ୟ ଦେଖି ପାରିବ। କାରଣ ଅନ୍ଧକାର ଘୁଞ୍ଚି ଯାଉଅଛି ଓ ସତ୍ୟ ଜ୍ୟୋତିଃ ପ୍ରକାଶିତ ହେଲାଣି।

Gade chapit la Kopi




୧ ଯୋହନ 2:8
31 Referans Kwoze  

ତୁମ୍ଭେମାନେ ନିଜେ ଦିନେ ଅନ୍ଧକାରରେ ଥିଲ। କିନ୍ତୁ ବର୍ତ୍ତମାନ ପ୍ରଭୁଙ୍କ ଲୋକ ହୋଇଥିବାରୁ ତୁମ୍ଭେମାନେ ଆଲୋକରେ ରହିଛ। ତେଣୁ ତୁମ୍ଭେମାନେ ଆଲୋକର ସନ୍ତାନମାନଙ୍କ ପରି ଆଚରଣ କର।


ରାତ୍ରି ଶେଷ ହେଲାଣି, ଦିବସ ଆଗତପ୍ରାୟ। ଆସ, ଅନ୍ଧକାରର କାର୍ଯ୍ୟସବୁ ପରିତ୍ୟାଗ କରିବା ଓ ଆଲୋକରେ ଯୁଦ୍ଧ କରିବା ପାଇଁ ଉପଯୁକ୍ତ ସାଜ ପରିଧାନ କରିବା।


ଏବେ ତୁମକୁ ମୁଁ ଗୋଟିଏ ନୂଆ ଆଜ୍ଞା ଦେଉଛି; ପରସ୍ପରକୁ ପ୍ରେମ କର। ମୁଁ ତୁମ୍ଭମାନଙ୍କୁ ଯେପରି ପ୍ରେମ କରିଛି, ତୁମେ ମଧ୍ୟ ସେହିପରି ପରସ୍ପରକୁ ପ୍ରେମ କରିବା ଉଚିତ୍।


ଯୀଶୁ ପୁନର୍ବାର ଫାରୁଶୀମାନଙ୍କୁ କହିଲେ: “ମୁଁ ଜଗତର ଜ୍ୟୋତି, ଯେକେହି ମୋତେ ଅନୁସରଣ କରିବ, ସେ ଜୀବନର ଆଲୋକ ପାଇବ ଏବଂ କଦାପି ଅନ୍ଧକାରରେ ଗମନ କରିବ ନାହିଁ।”


ଯେଉଁ ଜ୍ୟୋତି ଜଗତକୁ ଆସି ସମଗ୍ର ମାନବ ଜାତିକୁ ଆଲୋକିତ କରେ- ତାହା ହିଁ ପ୍ରକୃତ ଜ୍ୟୋତି।


ମୁଁ ଜଗତର ଆଲୋକ ସ୍ୱରୂପ ଆସିଛି। ଯେ ମୋ’ଠାରେ ବିଶ୍ୱାସ କରେ, ସେ ଆଉ ଅନ୍ଦକାରରେ ରହିବ ନାହିଁ।


ଏହି ଆଦେଶ ଖ୍ରୀଷ୍ଟ ଆମକୁ ଦେଇଛନ୍ତି: ଯେ ଈଶ୍ୱରଙ୍କୁ ପ୍ରେମ କରେ, ସେ ନିଶ୍ଚୟ ତା’ ଭାଇକୁ ପ୍ରେମ କରିବ।


ପ୍ରିୟ ବନ୍ଧୁଗଣ, ଯଦି ଈଶ୍ୱର ଆମକୁ ଏପରି ପ୍ରେମ କରିଛନ୍ତି, ଆମେ ମଧ୍ୟ ପରସ୍ପରକୁ ପ୍ରେମ କରିବା ଉଚିତ।


ଏବେ ଏହି ଧରାଧାମରେ ଆବିର୍ଭୂତ ହୋଇ ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁ ଏ ସମସ୍ତ ବିଷୟ ପ୍ରକାଶ କରିଛନ୍ତି। ସେ ମୃତ୍ୟୁର ଶକ୍ତିକୁ ଲୋପ କରିଛନ୍ତି ଏବଂ ତାଙ୍କର ସୁସମାଚାର ଦ୍ୱାରା ଅନନ୍ତ ଜୀବନର ପଥ ପ୍ରକାଶ କରିଛନ୍ତି।


ତୁମ୍ଭେମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ବିଷଞ ଜାଣ। ସେ ଧନୀ ହୋଇ ମଧ୍ୟ ତୁମ୍ଭମାନଙ୍କ ପାଇଁ ଦାରିଦ୍ର୍ୟ ବରଣ କଲେ- ତାଙ୍କ ଦାରିଦ୍ର୍ୟ ଦ୍ୱାରା ତୁମ୍ଭେମାନେ ମଧ୍ୟ ଯେପରି ଧନୀ ହୋଇ ପାରିବ।


ତୁମକୁ ସେମାନଙ୍କର ଚକ୍ଷୁ ଖୋଲି ଦେବାକୁ ପଡ଼ିବ ଓ ସେମାନଙ୍କୁ ଅନ୍ଧାରରୁ ଆଲୋକକୁ ଓ ଶୟତାନର କବଳରୁ ପ୍ରଭୁଙ୍କ ପ୍ରତି ଫେରାଇ ଆଣିବାକୁ ହେବ, ଯେପରି ମୋ’ଠାରେ ବିଶ୍ୱାସ କରିବା ଦ୍ୱାରା ସେମାନଙ୍କର ପାପ କ୍ଷମା ହେବ ଓ ପ୍ରଭୁଙ୍କ ମନୋନୀତ ଲୋକମାନଙ୍କ ମଧ୍ୟରେ ସେମାନେ ସ୍ଥାନ ପାଇବେ’।


ଲୋକମାନେ ଈଶ୍ୱରଙ୍କୁ ଜାଣି ନ ଥିବା ସମୟରେ ସେ ଦୋଷ ଧରି ନ ଥିଲେ, କିନ୍ତୁ ବର୍ତ୍ତମାନ ସେ ସର୍ବତ୍ର ସମସ୍ତଙ୍କୁ ସେମାନଙ୍କ ପାପ ପଥରୁ ଫେରିବା ପାଇଁ ଆଦେଶ ଦେଉଛନ୍ତି।


ଯେଉଁମାନେ ମୃତ୍ୟୁ ରୂପ ଅନ୍ଧକାର ଛାୟାରେ ବାସ କରନ୍ତି, ଶାନ୍ତି ପଥରେ ସେମାନଙ୍କୁ କଢ଼ାଇ ନେବା ପାଇଁ ସେ ସମସ୍ତଙ୍କ ଉପରେ ସ୍ୱର୍ଗରୁ ଆଲୋକ ପ୍ରଦାନ କରିବେ।”


ଯୀଶୁ ଉତ୍ତର ଦେଲେ: “ଯେଉଁ ଆଲୋକ ବର୍ତ୍ତମାନ ତୁମ୍ଭମାନଙ୍କ ନିକଟରେ ଉଦ୍ଭାସିତ, ତାହା ଆଉ ଅଳ୍ପ ସମୟ ରହିବ। ଆଲୋକ ଥିବାଯାଏ ଗନ୍ତବ୍ୟ ପଥରେ ଚାଲ। ତାହାହେଲେ ତୁମକୁ ଅନ୍ଧକାର ଆଚ୍ଛନ୍ନ କରିବ ନାହିଁ। ଅନ୍ଧକାରରେ ଯାଉଥିବା ଲୋକ କେଉଁଆଡ଼େ ଯାଉଛି, ଜାଣିପାରେ ନାହିଁ।


ଅନ୍ଧକାରରେ ବାସ କରୁଥିବା ଲୋକମାନେ ଗୋଟିଏ ଉଜ୍ଜ୍ୱଳ ଆଲୋକ ଦେଖିବେ ମୃତ୍ୟୁର ତିମିରାଚ୍ଛନ୍ନ ଅଞ୍ଚଳରେ ଥିବା ଲୋକମାନଙ୍କ ଉପରେ ସେହି ଆଲୋକ ପ୍ରକାଶ ପାଇବ।”


ତାଙ୍କ ଯୋଗୁଁ ତୁମ୍ଭେମାନେ ଈଶ୍ୱରବିଶ୍ୱାସୀ ହୋଇଛ। ତାଙ୍କୁ ମୃତ୍ୟୁରୁ ପୁନରୁତ୍ଥିତ କରାଇ ମହିମାନ୍ୱିତ କରିଥିବା ଈଶ୍ୱରଙ୍କ ଉପରେ ତୁମ୍ର ବିଶ୍ୱାସ ଓ ଭରସା ଦୃଢ଼ ହୋଇଛି।


ଆମ ପ୍ରତି ତାଙ୍କର ଆଜ୍ଞା ହେଉଛି: ତାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା।


Swiv nou:

Piblisite


Piblisite