Biblia Todo Logo
Bib sou entènèt

- Piblisite -




୧ ଯୋହନ 2:7 - ପବିତ୍ର ବାଇବଲ (CL) NT (BSI)

7 ପ୍ରିୟ ବନ୍ଧୁଗଣ! ଯେଉଁ ଆଜ୍ଞା ବିଷୟରେ ଲେଖିପାକୁ ଯାଉଛି, ତାହା ପ୍ରକୃତରେ ନୂତନ ନୁହେଁ। ବହୁ କାଳାବଧି ତୁମେ ତାହା ଶୁଣି ଆସିଛ-ଆମେ ପ୍ରଚାର କରୁଥିବା ବାର୍ତ୍ତାରେ ସେହି ଆଜ୍ଞା ତୁମେ ଶୁଣିଛ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ହେ ପ୍ରିୟମାନେ, ମୁଁ ତୁମ୍ଭମାନଙ୍କ ନିକଟକୁ କୌଣସି ନୂତନ ଆଜ୍ଞା ଲେଖୁ ନାହିଁ, ମାତ୍ର ଆରମ୍ଭରୁ ଯେଉଁ ପୁରାତନ ଆଜ୍ଞା ତୁମ୍ଭେମାନେ ପାଇଅଛ, ତାହା ଲେଖୁଅଛି; ଯେଉଁ ବାକ୍ୟ ତୁମ୍ଭେମାନେ ଶୁଣିଅଛ, ତାହା ହିଁ ସେହି ପୁରାତନ ଆଜ୍ଞା।ପ୍ର.ଯୋହ. ୩:୧୧; ଦ୍ଵି.ଯୋହ. ୧:୫ ପ୍ର.ଯୋହ. ୪:୨୧

Gade chapit la Kopi

ଓଡିଆ ବାଇବେଲ

7 ହେ ପ୍ରିୟମାନେ, ମୁଁ ତୁମ୍ଭମାନଙ୍କ ନିକଟକୁ କୌଣସି ନୂତନ ଆଜ୍ଞା ଲେଖୁ ନାହିଁ, ମାତ୍ର ଆରମ୍ଭରୁ ଯେଉଁ ପୁରାତନ ଆଜ୍ଞା ତୁମ୍ଭେମାନେ ପାଇଅଛ, ତାହା ଲେଖୁଅଛି; ଯେଉଁ ବାକ୍ୟ ତୁମ୍ଭେମାନେ ଶୁଣିଅଛ, ତାହା ହିଁ ସେହି ପୁରାତନ ଆଜ୍ଞା ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ହେ ପ୍ରିୟମାନେ, ମୁଁ ତୁମ୍ଭମାନଙ୍କ ନିକଟକୁ କୌଣସି ନୂତନ ଆଜ୍ଞା ଲେଖୁ ନାହିଁ, ମାତ୍ର ଆରମ୍ଭରୁ ଯେଉଁ ପୁରାତନ ଆଜ୍ଞା ତୁମ୍ଭେମାନେ ପାଇଅଛ, ତାହା ଲେଖୁଅଛି; ଯେଉଁ ବାକ୍ୟ ତୁମ୍ଭେମାନେ ଶୁଣିଅଛ, ତାହା ହିଁ ସେହି ପୁରାତନ ଆଜ୍ଞା।

Gade chapit la Kopi

ପବିତ୍ର ବାଇବଲ

7 ପ୍ରିୟ ବନ୍ଧୁଗଣ! ମୁଁ ତୁମ୍ଭମାନଙ୍କ ନିକଟକୁ କୌଣସି ନୂତନ ଆଜ୍ଞା ବିଷୟରେ ଲେଖୁ ନାହିଁ, ମାତ୍ର ଏହା ସେହି ପୁରାତନ ଆଜ୍ଞା, ଯାହା ଆରମ୍ଭରୁ ତୁମ୍ଭେମାନେ ପାଇଅଛ। ଯେଉଁ ଶିକ୍ଷା ତୁମ୍ଭେମାନେ ଶୁଣିଅଛ, ତାହା ହିଁ ସେହି ଆଜ୍ଞା।

Gade chapit la Kopi




୧ ଯୋହନ 2:7
22 Referans Kwoze  

ଜଣେ ଅନ୍ୟ ଜଣକୁ ପେମ କରିବାକୁ ହେବ, ଏହି ବାର୍ତ୍ତା ଆଦ୍ୟରୁ ଶୁଣିଛୁ।


ଆମ ପ୍ରତି ତାଙ୍କର ଆଜ୍ଞା ହେଉଛି: ତାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା।


ଅତଏବ, ଆଦୃରୁ ଯେଉଁ ବାର୍ତ୍ତା ଶୁଣି ଆସିଛ, ସେଥିପ୍ରତି ବିଶ୍ୱସ୍ତ ହୋଇ ରୁହ। ଆଦ୍ୟରୁ ଯାହା ଶୁଣିଛ, ତାକୁ ଯଦି ଅକ୍ଷୁଣ୍ଣ ରଖି ପାରିବ, ତାହାହେଲେ, ତୁମ୍ଭେମାନେ ପିତା ଈଶ୍ୱର ଓ ତାଙ୍କ ପୁତ୍ରଙ୍କ ସହିତ ଚିରକାଳ ସଂଯୁକ୍ତ ହୋଇ ରହିବ।


“‘ବନ୍ଧୁମାନଙ୍କୁ ପ୍ରେମ କର, ଶତ୍ରୁମାନଙ୍କୁ ଘୃଣା କର।’ ଏହି ଶିକ୍ଷା ପୂର୍ବରୁ ଶୁଣିଛ।


ସେଥିପାଇଁ ସେମାନେ ପାଉଲଙ୍କୁ ଧରିନେଲେ ଓ ତାଙ୍କୁ ଏରୀୟ ପାଗସ୍ ନାମକ ପୌର ସଭାକୁ ଆଣି କହିଲେ, “ଆପଣ ଯେଉଁ ନୂତନ ଶିକ୍ଷା ସମ୍ବନ୍ଧରେ କହୁଛନ୍ତି, ସେ ବିଷୟରେ ଆମେ ଜାଣିବାକୁ ଚାହୁଁ।”


ଏବେ ତୁମକୁ ମୁଁ ଗୋଟିଏ ନୂଆ ଆଜ୍ଞା ଦେଉଛି; ପରସ୍ପରକୁ ପ୍ରେମ କର। ମୁଁ ତୁମ୍ଭମାନଙ୍କୁ ଯେପରି ପ୍ରେମ କରିଛି, ତୁମେ ମଧ୍ୟ ସେହିପରି ପରସ୍ପରକୁ ପ୍ରେମ କରିବା ଉଚିତ୍।


ପ୍ରିୟ ବନ୍ଧୁଗଣ, ଆମେ ଏହିପରି କଥା କହିଲେ ସୁଦ୍ଧା ତୁମ୍ଭମାନଙ୍କ ଉପରେ ଆମର ଆସ୍ଥା ଅଛି; ତୁମ୍ଭେମାନେ ପରିତ୍ରାଣ ପାଇବା ନିମନ୍ତେ ଆର୍ଶୀବାଦର ପାତ୍ର ହୋଇ ରହିଛ।


ପ୍ରିୟ ବନ୍ଧୁଗଣ, ଏବେ ଆମ୍ଭେମାନେ ଈଶ୍ୱରଙ୍କ ସନ୍ତାନ, କିନ୍ତୁ ଭିବ୍ୟଷ୍ୟତରେ କଅଣ ହେବୁ, ଏକଥା ଅହୁରି ପ୍ରକାଶ ପାଇ ନାହିଁ। ଏତିକି ମାତ୍ର ଆମ୍ଭେମାନେ ଜାଣୁ: ଯେତେବେଳେ ଖ୍ରୀଷ୍ଟ ପୁନର୍ବାର ଆସିବେ, ଆମେ ତାଙ୍କର ପ୍ରକୃତ ସ୍ୱରୂପ ଦେଖି ତାଙ୍କ ପରି ହେବୁ।


ତେଣୁ ଯଦି ନିଚ ବିବେକ ଆମକୁ ଦେଷୀ କରେ ନାହିଁ, ଈଶ୍ୱରଙ୍କ ସାନ୍ନିଧ୍ୟରେ ଆମେ ସତ୍ସାହାସୀ ହୋଇ ପାରିବା।


ପ୍ରିୟ ବନ୍ଧୁଗଣ! ଈଶ୍ୱରଙ୍କ ଆତ୍ମା ପ୍ରାପ୍ତ ହୋଇଛନ୍ତି ବୋଲି ଯେଉଁମାନେ କହନ୍ତି, ସେ ସମସ୍ତଙ୍କୁ ବିଶ୍ୱାସ କର ନାହିଁ; ସେମାନେ ପାଇଥିବା ଆତ୍ମଶ, ବାସ୍ତବରେ ଈଶ୍ୱରଙ୍କଠାରୁ ଆଗତ କି ନୁହେଁ, ପ୍ରଥମେ ପରୀକ୍ଷା କରି ଦେଖ। କାରଣ ଏବେ ଅନେକ ଭଣ୍ଡ ଭାବବାଦୀ ସର୍ବତ୍ର ବିଚରଣ କରୁଛନ୍ତି।


ପ୍ରିୟ ବନ୍ଧୁଗଣ! ପରସ୍ପରକୁ ପେମ କର, କାରଣ ପ୍ରେମର ଉତ୍ପତ୍ତି ଈଶ୍ୱରଙ୍କଠାରୁ। ଯାହାର ହୃଦୟରେ ପ୍ରେମ ଅଛି, ସେ ଈଶ୍ୱରଙ୍କ ସନ୍ତାନ, ସେ ଈଶ୍ୱରଙ୍କୁ ଜାଣେ।


ପ୍ରିୟ ବନ୍ଧୁଗଣ, ଯଦି ଈଶ୍ୱର ଆମକୁ ଏପରି ପ୍ରେମ କରିଛନ୍ତି, ଆମେ ମଧ୍ୟ ପରସ୍ପରକୁ ପ୍ରେମ କରିବା ଉଚିତ।


ଏହି ଆଦେଶ ଖ୍ରୀଷ୍ଟ ଆମକୁ ଦେଇଛନ୍ତି: ଯେ ଈଶ୍ୱରଙ୍କୁ ପ୍ରେମ କରେ, ସେ ନିଶ୍ଚୟ ତା’ ଭାଇକୁ ପ୍ରେମ କରିବ।


Swiv nou:

Piblisite


Piblisite