Biblia Todo Logo
Bib sou entènèt

- Piblisite -




୧ ଯୋହନ 2:19 - ପବିତ୍ର ବାଇବଲ (CL) NT (BSI)

19 ଏମାନେ ପ୍ରକୃତରେ ଆମ ଦଳରୁ ଲୋକ ନୁହଁନ୍ତି, ସେଥିପାଇଁ ଏମାନେ ଆମକୁ ପରିତ୍ୟାଗ କରିଛନ୍ତି- ଆମ ଦଳର ହୋଇଥିଲେ, ସେମାନେ ଆମ ସହିତ ରହି ଥାଆନ୍ତେ; ଆମଠାରୁ ଦୂରେଇ ଯିବା ଦ୍ୱାରା ସେମାନେ ଆମ ଦଳର ନୁହଁନ୍ତି ବୋଲି ସ୍ପଷ୍ଟ ପ୍ରମାଣିତ ହୋଇ ଯାଇଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

19 ସେମାନେ ଆମ୍ଭମାନଙ୍କ ମଧ୍ୟରୁ ବାହାରିଲେ, କିନ୍ତୁ ଆମ୍ଭମାନଙ୍କ ଦଳର ଲୋକ ନ ଥିଲେ; କାରଣ ଯଦି ଆମ୍ଭମାନଙ୍କ ଦଳର ଲୋକ ହୋଇଥାଆନ୍ତେ, ତେବେ ଆମ୍ଭମାନଙ୍କ ସହିତ ରହିଥାଆନ୍ତେ; କିନ୍ତୁ ସମସ୍ତେ ଯେ ଆମ୍ଭମାନଙ୍କ ଦଳର ଲୋକ ନୁହନ୍ତି, ଏହା ଯେପରି ପ୍ରକାଶ ପାଇବ, ଏଥିନିମନ୍ତେ ସେମାନେ ବାହାରିଗଲେ।

Gade chapit la Kopi

ଓଡିଆ ବାଇବେଲ

19 ସେମାନେ ଆମ୍ଭମାନଙ୍କ ମଧ୍ୟରୁ ବାହାରିଲେ, କିନ୍ତୁ ଆମ୍ଭମାନଙ୍କ ଦଳର ଲୋକ ନ ଥିଲେ; କାରଣ ଯଦି ଆମ୍ଭମାନଙ୍କ ଦଳର ଲୋକ ହୋଇଥାଆନ୍ତେ, ତେବେ ଆମ୍ଭମାନଙ୍କ ସହିତ ରହିଥାଆନ୍ତେ; କିନ୍ତୁ ସମସ୍ତେ ଯେ ଆମ୍ଭମାନଙ୍କ ଦଳର ଲୋକ ନୁହଁନ୍ତି, ଏହା ଯେପରି ପ୍ରକାଶ ପାଇବ, ଏଥି ନିମନ୍ତେ ସେମାନେ ବାହାରିଗଲେ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

19 ସେମାନେ ଆମ୍ଭମାନଙ୍କ ମଧ୍ୟରୁ ବାହାରିଲେ, କିନ୍ତୁ ଆମ୍ଭମାନଙ୍କ ଦଳର ଲୋକ ନ ଥିଲେ; କାରଣ ଯଦି ଆମ୍ଭମାନଙ୍କ ଦଳର ଲୋକ ହୋଇଥାଆନ୍ତେ, ତେବେ ଆମ୍ଭମାନଙ୍କ ସହିତ ରହିଥାଆନ୍ତେ; କିନ୍ତୁ ସମସ୍ତେ ଯେ ଆମ୍ଭମାନଙ୍କ ଦଳର ଲୋକ ନୁହଁନ୍ତି, ଏହା ଯେପରି ପ୍ରକାଶ ପାଇବ, ଏଥିନିମନ୍ତେ ସେମାନେ ବାହାରିଗଲେ।

Gade chapit la Kopi

ପବିତ୍ର ବାଇବଲ

19 ଏହି ଖ୍ରୀଷ୍ଟଙ୍କ ଶତ୍ରୁମାନେ ଆମ୍ଭ ଦଳରେ ଥିଲେ, ମାତ୍ର ଆମ୍ଭକୁ ଛାଡ଼ି ଗ୍ଭଲିଗଲେ। ସେମାନେ ପ୍ରକୃତରେ ଆମ୍ଭ ନିଜର ନ ଥିଲେ। ଯଦି ସେମାନେ ଆମ୍ଭ ନିଜର ହୋଇଥା’ନ୍ତେ, ତେବେ ସେମାନେ ଆମ୍ଭ ସହିତ ରହିଥା’ନ୍ତେ। ସେମାନେ ଆମ୍ଭକୁ ଛାଡ଼ି ଗ୍ଭଲିଗଲେ ତେଣୁ, ଏହା ସ୍ପଷ୍ଟ ରୂପେ ପ୍ରକାଶ ପାଇଲା ଯେ, ସେମାନେ ପ୍ରକୃତରେ ଆମ୍ଭର ନୁହନ୍ତି।

Gade chapit la Kopi




୧ ଯୋହନ 2:19
30 Referans Kwoze  

ସମୟ ଆସିବ, ଯେତେବେଳେ ତୁମ୍ଭମାନଙ୍କ ନିଜ ଦଳର କେତେକ ଲୋକ ବିଶ୍ୱାସୀମାନଙ୍କୁ ମିଥ୍ୟା କହି ବିପଥରେ କଢ଼ାଇ ନେବେ।


(ଅବଶ୍ୟ ତୁମ୍ଭମାନଙ୍କ ମଧ୍ୟରେ ଦଳ ଭେଦ ଘଟିବ ଏବଂ ଏହି ସଂଘର୍ଷ ଫଳରେ କେଉଁମାନଙ୍କର ମତ ଯଥାର୍ଥ, ଜଣାପଡ଼ିବ।)


ଏହି ଲୋକମାନେ ହିଁ ଦଳଭେଦ ସୃଷ୍ଟି କରନ୍ତି। ସେମାନେ କେବଳ ଶାରୀରିକ ପ୍ରବୃତ୍ତି ଦ୍ୱାରା ଚଳିତ। ସେମାନେ ଈଶ୍ୱରଙ୍କ ଆତ୍ମାବିହୀନ।


ଯେଉଁମାନେ ସେହି ବାର୍ତ୍ତା ଶୁଣି ଆନନ୍ଦରେ ଗ୍ରହଣ କରନ୍ତି, ସେମାନେ ପଥୁରିଆ ଭୂଇଁରେ ପଡ଼ିଥିବା ବିହନ ପରି। ସେହି ବାର୍ତ୍ତା ସେମାନଙ୍କ ମଧ୍ୟରେ ଗଭୀରଭାବେ ପ୍ରବେଶ କରି ନ ଥିବାରୁ, ସେମାନଙ୍କ ବିଶ୍ୱାସ କ୍ଷଣସ୍ଥାୟୀ ହୁଏ ଏବଂ ପରୀକ୍ଷା ଆସିଲେ, ସେମାନଙ୍କ ପତନ ଘଟେ।


କାରଣ ନିଜକୁ ମସୀହ ବା ଭାବବାଦୀ ବୋଲାଉଥିବା ପ୍ରଚାରକମାନେ ସେତେବେଳେ ଦେଖାଦେବେ। ସେମାନେ ଅଲୌକିକ ଓ ବିସ୍ମୟଜନକ କାର୍ଯ୍ୟ ଦେଖାଇ ଈଶ୍ୱରଙ୍କ ମନୋନୀତ ଲୋକମାନଙ୍କୁ ଭଣ୍ଡାଇବେ।


ଆମ୍ଭେମାନେ ଶୁଣୁଛୁ ଯେ, ଆମ ଦଳରୁ କେତେକ ଲୋକ ତୁମ ନିକଟକୁ ଯାଇ ଯାହା କହିଛନ୍ତି, ତଦ୍ଦ୍ୱାରା ସେମାନେ ତୁମ୍ଭମାନଙ୍କୁ ବିଚିତ୍ର ଓ ବିଚଳିତ କରିଛନ୍ତି। କିନ୍ତୁ ଏ ବିଷୟରେ ଆମେ ସେମାନଙ୍କୁ କୌଣସି ନିର୍ଦ୍ଦେଶ ଦେଇ ନାହୁଁ।


ଶଠ ମସୀହ ଓ ଶଠ ଭାବବାଦୀମାନେ ଦେଖାଦେବେ। ସମ୍ଭବ ହେଲେ ଈଶ୍ୱରଙ୍କ ମନୋନୀତ ଲୋକମାନଙ୍କୁ ମଧ୍ୟ ଠକିବା ପାଇଁ ସେମାନେ ଅଲୌକିକ କାର୍ଯ୍ୟ କରିବେ ଓ ଅଦ୍ଭୁତ ସଙ୍କେତ ସବୁ ଦେଖାଇବେ।


କିନ୍ତୁ ଈଶ୍ୱର ଯେଉଁ ଦୃଢ଼ ଭିତ୍ତିଭୂମି ସ୍ଥାପନ କରିଛନ୍ତି, ତାକୁ କେହି ଦୋହଲାଇ ପାରିବେ ନାହିଁ। ସେହି ଭିତ୍ତିପ୍ରସ୍ତର ଉପରେ ଖୋଦିତ ହୋଇଛି: “ଈଶ୍ୱର ତାଙ୍କ ନିଜ ଲୋକମାନଙ୍କୁ ଜାଣନ୍ତି - ଯେ ନିଜକୁ ଈଶ୍ୱରଙ୍କ ଲୋକ ବୋଲି ପରିଚୟ ଦିଏ, ସେ ସବୁ ଦୁଷ୍କର୍ମରୁ ବିମୁଖ ହେଉ।”


ପଛଘୁଞ୍ଚା ଦେଇ ବିନଷ୍ଟ ହେବା ଷଳାକ ଆମେ ନୋହୁଁ। ଆମେ ଦୃଢ଼ ବିଶ୍ୱାସୀ ଓ ପରିତ୍ରାଣପ୍ରାପ୍ତ।


ଈଶ୍ୱରଙ୍କ ମନୋନୀତ ଲୋକମାନେ ଖ୍ରୀଷ୍ଟ ଯୀଶୁଙ୍କଠାରୁ ପ୍ରାପ୍ତ ପରିତ୍ରାଣ ଓ ଶାଶ୍ୱତ ଗୌରବ ଲାଭ କରନ୍ତୁ, ଏହି ଉଦ୍ଦେଶ୍ୟରେ ମୁଁ ସମସ୍ତ ନିର୍ଯ୍ୟାତନା ସହ୍ୟ କରୁଛି।


ଈଶ୍ୱରଙ୍କ ପ୍ରତିଜ୍ଞା ବିଫଳ ହୋଇଛି ବୋଲି ମୁଁ କହୁ ନାହିଁ, କାରଣ ଇଶ୍ରାଏଲୀୟମାନେ ସମସ୍ତେ ଈଶ୍ୱରଙ୍କ ଲୋକ ନୁହଁନ୍ତି,


କିନ୍ତୁ ମୁଁ ଯେଉଁ ଜଳ ଦିଏ, ତାହା ଯେ ପାନ କରିବ, ସେ ଆଉ କେବେ ତୃଷାର୍ତ୍ତ ହେବ ନାହିଁ, ବରଂ ମୁଁ ଦେଉଥିବା ଜଳ ତା’ ଅନ୍ତରରେ ଗୋଟିଏ ଜୀବନ ପ୍ରଦାୟୀ ନିର୍ଝରରେ ପରିଣତ ହେବ। ସେଥିରୁ ପାନ କଲେ, ସେ ଅନନ୍ତ ଜୀବନ ପାଇବ।”


ଯେଉଁମାନେ ଈଶ୍ୱରଙ୍କ ଦ୍ୱାରା ଦ୍ୱାରା ଆହୂତ ଓ ତାଙ୍କର ପ୍ରିୟ ପାତ୍ର ଏବଂ ଯୀଶୁ ଖ୍ରୀଷ୍ଟଙ୍କସେବକ ଓ ଯାକୁବଙ୍କ ଭ୍ରାତା ଯିହୂଦାଙ୍କ ପତ୍ର:-


କିନ୍ତୁ ସେମାନେ ବେଶୀ ଆଗେଇ ପାରିବେ ନାହିଁ। ଦିନେ ସମସ୍ତେ ଜାଣିବେ, ସେମାନେ କେଡ଼େ ନିର୍ବୋଧ। ଯନ୍ନୀସ ଓ ଯମ୍ବ୍ରୀସ୍ଙ୍କ ଜୀବନରେ ଯାହା ଘଟିଥିଲା, ସେମାନଙ୍କ ଜୀବନରେ ତାହା ହିଁ ହେବ।


ଯେଉଁ ଶାଖା ଫଳ ଧରେ ନାହିଁ, ତାକୁ ସେ କାଟି ପକାନ୍ତି ଏବଂ ଯେଉଁ ଶାଖାରେ ଫଳ ଧରେ, ଅଧିକ ଫଳବତୀ କରିବା ପାଇଁ ତାକୁ କାଟି ପରିଷ୍କାର କରନ୍ତି।


ଅନେକ ପ୍ରତାରକ ଏବେ ଜଗତରେ ବିଚରଣ କରୁଛନ୍ତି। ଯୀଶୁ ଖ୍ରୀଷ୍ଟ ମନୁଷ୍ୟ ଶରୀରରେ ଅବତାର ଗ୍ରହଣ କରିଥିଲେ ବୋଲି ସେମାନେ ସ୍ୱୀକାର କରନ୍ତି ନାହିଁ। ଏପରି ବ୍ୟକ୍ତି ନିଶ୍ଚୟ ପ୍ରତାରକ, ସେ ଖ୍ରୀଷ୍ଟଙ୍କର ଶତ୍ରୁ!


Swiv nou:

Piblisite


Piblisite