Biblia Todo Logo
Bib sou entènèt

- Piblisite -




୧ ଯୋହନ 2:14 - ପବିତ୍ର ବାଇବଲ (CL) NT (BSI)

14 ପିଲାମାନେ! ଏପତ୍ର ତୁମ୍ଭମାନଙ୍କୁ ଲେଖୁଛି, କାରଣ ପରମ ପିତାଙ୍କୁ ତୁମେ ଜାଣିଛ। ପିତୃଗଣ! ତୁମ୍ଭମାନଙ୍କୁ ଏ ପତ୍ର ଲେଖୁଛି, କାରଣ ଯ।।ଙ୍କର ସ୍ଥିତି ଅନାଦି କାଳରୁ, ତୁମ୍ଭେମାନେ ତାଙ୍କୁ ଜାଣିଛ। ଯୁବ ସମାଜ! ତୁମ୍ଭମାନଙ୍କୁ ମଧ୍ୟ ଏ ପତ୍ର ଲେଖୁଛି, କାରଣ ତୁମ୍ଭେମାନେ ବଳିଷ୍ଠ, ଈଶ୍ୱରଙ୍କ ବାକ୍ୟ ତୁମ୍ଭମାନେ ଅନ୍ତରରେ ରହିଛି ଓ ତୁମ୍ଭେମାନେ ପାପାତ୍ମାକୁ ପରାସ୍ତକରୁଛ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 ବତ୍ସଗଣ, ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖିଲି, କାରଣ ତୁମ୍ଭେମାନେ ପିତାଙ୍କୁ ଜାଣିଅଛ। ହେ ପିତୃଗଣ, ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖିଲି, କାରଣ ଯେ ଆଦ୍ୟରୁ ଅଛନ୍ତି, ତାହାଙ୍କୁ ତୁମ୍ଭେମାନେ ଜାଣିଅଛ। ହେ ଯୁବକମାନେ, ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖିଲି, କାରଣ ତୁମ୍ଭେମାନେ ବଳବାନ, ପୁଣି ଈଶ୍ଵରଙ୍କ ବାକ୍ୟ ତୁମ୍ଭମାନଙ୍କଠାରେ ଅଛି ଓ ତୁମ୍ଭେମାନେ ପାପାତ୍ମାକୁ ଜୟ କରିଅଛ।

Gade chapit la Kopi

ଓଡିଆ ବାଇବେଲ

14 ବତ୍ସଗଣ, ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖିଲି, କାରଣ ତୁମ୍ଭେମାନେ ପିତାଙ୍କୁ ଜାଣିଅଛ । ହେ ପିତୃଗଣ, ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖିଲି, କାରଣ ଯେ ଆଦ୍ୟରୁ ଅଛନ୍ତି, ତାହାଙ୍କୁ ତୁମ୍ଭେମାନେ ଜାଣିଅଛ । ହେ ଯୁବକମାନେ, ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖିଲି, କାରଣ ତୁମ୍ଭେମାନେ ବଳବାନ, ପୁଣି, ଈଶ୍ୱରଙ୍କ ବାକ୍ୟ ତୁମ୍ଭମାନଙ୍କଠାରେ ଅଛି ଓ ତୁମ୍ଭେମାନେ ପାପାତ୍ମାକୁ ଜୟ କରିଅଛ ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 ବତ୍ସଗଣ, ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖିଲି, କାରଣ ତୁମ୍ଭେମାନେ ପିତାଙ୍କୁ ଜାଣିଅଛ। ହେ ପିତୃଗଣ, ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖିଲି, କାରଣ ଯେ ଆଦ୍ୟରୁ ଅଛନ୍ତି, ତାହାଙ୍କୁ ତୁମ୍ଭେମାନେ ଜାଣିଅଛ। ହେ ଯୁବକମାନେ, ମୁଁ ତୁମ୍ଭମାନଙ୍କ ନିକଟକୁ ଲେଖିଲି, କାରଣ ତୁମ୍ଭେମାନେ ବଳବାନ, ପୁଣି, ଈଶ୍ବରଙ୍କ ବାକ୍ୟ ତୁମ୍ଭମାନଙ୍କଠାରେ ଅଛି ଓ ତୁମ୍ଭେମାନେ ପାପାତ୍ମାକୁ ଜୟ କରିଅଛ।

Gade chapit la Kopi

ପବିତ୍ର ବାଇବଲ

14 ପିଲାମାନେ! ତୁମ୍ଭେମାନେ ପରମ ପିତାଙ୍କୁ ଚିହ୍ନିସାରିଥିବାରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି। ପିତାମାନେ! ସେ ଆଦ୍ୟରୁ ଅଛନ୍ତି ବୋଲି ତୁମ୍ଭେମାନେ ଜାଣିଥିବାରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି। ଯୁବକମାନେ! ତୁମ୍ଭେମାନେ ବଳବାନ ଏବଂ ପରମେଶ୍ୱରଙ୍କ ବାକ୍ୟ ତୁମ୍ଭମାନଙ୍କଠାରେ ଅଛି, ଓ ତୁମ୍ଭେମାନେ ସେହି ପାପାତ୍ମାକୁ ପରାଜିତ କରିଥିବାରୁ ମୁଁ ତୁମ୍ଭମାନଙ୍କୁ ଲେଖୁଛି।

Gade chapit la Kopi




୧ ଯୋହନ 2:14
18 Referans Kwoze  

ପିତୃଗଣ, ତୁମ୍ଭମାନଙ୍କୁ ଏ ପତ୍ର ଲେଖୁଛି; କାରଣ, ଅନାଦି କାଳରୁ ଯେ ବିଦ୍ୟମାନ; ତାଙ୍କୁ ତୁମେ ଜାଣିଛ। ଯୁବ ସମାଜ, ତୁମକୁ ମଧ୍ୟ ଏପତ୍ର ଲେଖୁଛି, କାରଣ ତୁମେ ପାପୀତ୍ମାକୁ ପରାସ୍ତ କରି ପାରିଛ।


ଖ୍ରୀଷ୍ଟଙ୍କ ବାର୍ତ୍ତାର ପ୍ରଚୁର ଐଶ୍ୱର୍ଯ୍ୟ ତୁମ ଅନ୍ତରରେ ବାସ କରୁ। ଜ୍ଞାନର ସହିତ ପରସ୍ପରକୁ ଶିକ୍ଷା ଓ ପରାମର୍ଶ ଦିଅ। ସ୍ତବ, ସ୍ତୁତି ଓ ସଂକୀର୍ତ୍ତନ କର। ଅନ୍ତରର କୃତଜ୍ଞତା ସହ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଗାନ, ଭଜନ କର।


ତୁମେ ଯଦି ମୋ’ ସହିତ ସଂଯୁକ୍ତ ହୋଇ ରୁହ ଓ ମୋର ବାକ୍ୟ ତୁମ ହୃଦୟରେ ରହିଥାଏ, ତେବେ ତୁମେ ଯାହା ଇଚ୍ଛା କରି ମାଗିବ, ତାହା ପାଇବ।


ପରିଶେଷରେ, ପ୍ରଭୁଙ୍କ ସହିତ ସଂଯୁକ୍ତ ହୋଇ ତାଙ୍କ ମହାଶକ୍ତିରେ ଶକ୍ତିମନ୍ତ ହୁଅ।


ତା’ପରେ ଯୀଶୁ ତାଙ୍କଠାରେ ବିଶ୍ୱାସ କରୁଥିବା ଇହୁଦୀମାନଙ୍କୁ କହିଲେ: “ମୋର ଆଜ୍ଞାବହ ହେଲେ, ତୁମେ ପ୍ରକୃତରେ ମୋର ଶିଷ୍ୟ ହେବ।


ପୁଣି ତାଙ୍କ ବାର୍ତ୍ତା ତୁମ ଅନ୍ତରରେ ସ୍ଥାନ ପାଇ ନାହିଁ, କାରଣ ସେ ଯାହାଙ୍କୁ ପ୍ରେରଣ କରିଛନ୍ତି, ତାଙ୍କୁ ତୁମେ ବିଶ୍ୱାସ କରୁ ନାହଁ।


“ଶୁଣିବାକୁ କାନ ଥିଲେ, ମଣ୍ଡଳୀଗୁଡ଼ିକୁ ପବିତ୍ର ଆତ୍ମା କଅଣ କହୁଅଛନ୍ତି, ଶୁଣ!” “ଯେଉଁମାନେ ବିଜୟ ଲାଭ କରିବେ, ମୁଁ ସେମାନଙ୍କୁ ଈଶ୍ୱରଙ୍କ ଉଦ୍ୟାନରେ ଫଳୁଥିବା ଜୀବନ ବୃକ୍ଷର ଫଳ ଖାଇବା ପାଇଁ ଅଧିକାର ଦେବି।


ତୁମେ କିପରି ସତ୍ୟ ପ୍ରତି ବିଶ୍ୱସ୍ତ ରହିଛ ଏବଂ କିପରି ଜୀବନରେ ସବୁବେଳେ ସତ୍ୟ ଆଚରଣ କରୁଛ, ଏ କଥା କେତେଜଣ ଖ୍ରୀଷ୍ଟିୟାନ ଭାଇମାନଙ୍କଠାରୁ ଶୁଣି ଖୁସି ହେଲି।


ଆମ ଅନ୍ତରରେ ସେହି ସତ୍ୟ ରହିଛି ଓ ଚିରଦିନ ରହିଥିବ।


ପ୍ରଭୁ କହନ୍ତି, ମୁଁ ଭବିଷ୍ୟତରେ ଈଶ୍ରାଲଲର ଲୋକଙ୍କ ସଙ୍ଗରେ ଲହି ନିୟମ କରିବି: ମୁଁ ମୋର ବ୍ୟବସ୍ଥା ସେମାନଙ୍କ ମାନସପଟରେ ଓ ହୃଦୟ ଫଳକରେ ଲେଖିବି। ମୁଁ ସେମାନଙ୍କର ଈଶ୍ୱର ହେବି, ସେମାନେ ମୋର ଲୋକ ହେବେ।


ଧୈର୍ଯ୍ୟ ସହକାରେ ତୁମ୍ଭେମାନେ ଯେପରି ସବୁ ବିଷୟ ସହି ପାରିବ, ଏଥିପାଇଁ ତାଙ୍କର ଗୌରବମୟ ଶକ୍ତି ଦ୍ୱାରା ତୁମ୍ଭେମାନେ ବଳୀୟାନ ହୁଅ।


ମୋର ପ୍ରିୟ ପୁତ୍ର, ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ ହେବା ଦ୍ୱାରା ତାଙ୍କ ଅନୁଗ୍ରହରୁ ଯେଉଁ ଶକ୍ତି ମିଳେ, ସେଥିରେ ତୁମେ ବଳୀୟାନ ହୁଅ।


ମୋର ଶକ୍ତିଦାତା ଖ୍ରୀଷ୍ଟଙ୍କ ସହାୟତାରେ ମୁଁ ସବୁ କିଛି କରିପାରେ।


ତୁମେ ଧୈର୍ଯ୍ୟଶୀଳ। ମୋ’ ନିମନ୍ତେ ଦୁଃଖଭୋଗ କରି ମଧ୍ୟ ହତାଶ ହୋଇ ନାହଁ।


ଆମେ ପାପ କରି ନୈୁଁ ବୋଲି ଯଦି କହୁ, ଈଶ୍ୱରଙ୍କୁ ମିଥ୍ୟାବାଦୀ ବୋଲି ଅଭିଯୁକ୍ତ କରୁଛୁ- ତାଙ୍କର ବାକ୍ୟ ଆମ ହୃଦୟରେ ସ୍ଥାନ ପାଇ ନାହିଁ।


ମୁଁ ଜାଣେ, ତୁମ୍ଭେମାନେ ମୋତେ ମାରିବାକୁ ଚେଷ୍ଟା କରୁଛ, କାରଣ ତୁମେ ମୋର ଶିକ୍ଷା ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁ।


ଅନଦି କାଳରୁ ଯାହାଙ୍କର ଦ୍ଥିତି ରହିଛି, ସେହି ଜୀବନପ୍ରଦାୟକ ବାକ୍ୟ ବିଷୟରେ ଆମେ ଦେଖିବାକୁ ଯାଉଛୁ। ତାଙ୍କ କଥା ଆମେ ଶୁଥିଛୁ, ତାଙ୍କୁ ଆମେ ଦେଖିଛୁ- ବାସ୍ତବିକ, ସ୍ୱଚକ୍ଷୁରେ ଦେଖିଛୁ- ତାଙ୍କ ସ୍ୱର୍ଶ କରିଛୁ।


Swiv nou:

Piblisite


Piblisite